Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କ୍ଷମତାର ଶୀର୍ଷରେ ରହିଥିବା ବାବୁମାନଙ୍କୁ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହେବେ କେମିତି? 
ବିଶେଷ ଖବର

କ୍ଷମତାର ଶୀର୍ଷରେ ରହିଥିବା ବାବୁମାନଙ୍କୁ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହେବେ କେମିତି? 

June 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
naveen patnaik
naveen patnaik

କେଦାର ମିଶ୍ର

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଓଡିଶାର ସବୁ ବରିଷ୍ଠ ବାବୁମାନଙ୍କୁ ଡାକି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସଚିବାଳୟର ସବୁ ସଚିବଙ୍କୁ ଡାକି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- “ମୁଁ ଆପଣମାନଙ୍କ ଦକ୍ଷତା ଓ କର୍ମନିଷ୍ଠତାକୁ ଆକଳନ କରି ପିଏଆର(ପର୍ଫାର୍ମାଂସ ଅପ୍ରାଇଜାଲ ରିପୋର୍ଟ) ଲେଖେ, ହେଲେ ମୋ ପିଏଆର ସାଧାରଣ ଜନତା ଲେଖନ୍ତି। ଏଣିକି ମୋ ସହିତ ଆପଣମାନକୁ ମଧ୍ୟ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡିବ।“ ପ୍ରଶାସନିକ ବିଚାରରେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ କଥା। ସରକାରୀ ଅଧିକାରୀମାନେ ଲୋକ ପ୍ରତିନିଧିଙ୍କ ଜରିଆରେ ଲୋକଙ୍କ ପାଖରେ ଉତ୍ତରଦାୟୀ ରୁହନ୍ତି। ମୁଖ୍ୟମନ୍ତ୍ରୀ ସେ ବିଷୟରେ ତାଙ୍କର ସଚିବମାନଙ୍କୁ ଏକ ପ୍ରକାର ସତର୍କ କରାଇଦେଇଛନ୍ତି। ସରକାରୀ ସ୍ତରରେ ଯାହା ସବୁ ସୁବିଧା ଅସୁବିଧା ହୁଏ, ସେଥିଲାଗି ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଦାୟୀ କରନ୍ତି। ଅମଲାତନ୍ତ୍ର ଲୋକଙ୍କଠାରୁ ସୁରକ୍ଷିତ ଦୂରତାରେ ସବୁବେଳେ ରହିଥାଏ। ମୁଖ୍ୟମନ୍ତ୍ରୀ ଏହି ପରମ୍ପରାକୁ ଭାଙ୍ଗିବା ଲାଗି ବାବୁମାନଙ୍କର ଉତ୍ତର ଦାୟିତ୍ଵ କଥା ଉଠାଇଛନ୍ତି। ଲୋକଙ୍କ ପାଇଁ କାମ ନହେଲେ, କେବଳ ମନ୍ତ୍ରୀମାନଙ୍କୁ ନୁହେଁ, ବାବୁମାନଙ୍କୁ ମଧ୍ୟ ଜବାବ ଦେବାକୁ ପଡିବ।

ହେଲେ ଏକଥା କହିବା ଯେତିକି ସହଜ, ଏହାକୁ କାମରେ କରି ଦେଖାଇବା ସେତିକି କଠିନ। ଅମଲାତନ୍ତ୍ରକୁ ନିୟନ୍ତ୍ରିତ ଓ ଉତ୍ତରଦାୟୀ କରିବାରେ ଆମର ରାଜନୈତିକ ନେତୃତ୍ଵ ଅନେକାଂଶରେ ବିଫଳ ହୋଇଛନ୍ତି। ନବୀନ ପଟ୍ଟନାୟକ ନିରନ୍ତର ପାଞ୍ଚଥର ନିର୍ବାଚନ ଜିତିବା ପରେ ମଧ୍ୟ ଅମଲାତନ୍ତ୍ରକୁ ସେ ଯଦି ଉତ୍ତରଦାୟୀ ଓ ପାରଦର୍ଶୀ କରିପାରିବେ ନାହିଁ, ତାହେଲ ସେଇଟା ତାଙ୍କର ସର୍ବଶ୍ରେଷ୍ଠ ବିଫଳତା ବୋଲି ବିବେଚନା କରାଯିବ। ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ସଚିବମାନେ ଏ କାନରେ ଶୁଣି ଆର କାନରେ ଗଳେଇ ଦେଇଥାନ୍ତି। ସେ ପ୍ରକାର ମନୋଭାବ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ରଖିବେ କି? ପୂର୍ବରୁ ସଚିବମାନଙ୍କୁ ପ୍ରତିମାସରେ ଜିଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଖୁବ ଅଳ୍ପ ସଂଖ୍ୟକ ସଚିବ ସେହି ସରକାରୀ ନିଷ୍ପତ୍ତିକୁ ଅନୁପାଳନ କରୁଛନ୍ତି। ଏବେ ପ୍ରତିମାସ ସଚିବମାନଙ୍କ ଜିଲା ଗସ୍ତର ରିପୋର୍ଟ ସରକାର ନିଜ ୱେବ ସାଇଟରେ ପ୍ରକାଶ କରିବେ କି?

ଓଡିଶା ସରକାରଙ୍କର ବହୁତ କମ ବିଭାଗୀୟ ମୁଖ୍ୟ ଓ ସଚିବ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଅନେକ ବିଭାଗର କେବଳ ନାମକୁ ମାତ୍ର ଟୁଇଟର ବା ଫେସବୁକ ହେଣ୍ଡଲ ରହିଛି। କେବଳ ପ୍ରେସ ବିଜ୍ଞପ୍ତି ଅଧିକ କିଛି, ସେ ସବୁରେ ଦେଖିବାକୁ ମିଳେନାହିଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ସରକାରର ସୋସିଆଲ ମିଡିଆ ନୀତି ଘୋଷଣା କରିବା ଉଚିତ ହେବ। ଲୋକଙ୍କ ଅଭିଯୋଗକୁ ସୋସିଆଲ ମିଡିଆ ଓ ନିର୍ଦ୍ଦିଷ୍ଟ ଆପ ଜରିଆରେ ତୁରନ୍ତ ସମାଧାନ କରିବାର ଅନେକ ଉପାୟ ଏବେ ବାହାରିଲାଣି। ଓଡିଶା ସରକାର ଏହାର ସଦୁପଯୋଗ କରିବେ କି? ପ୍ରାୟ ୯୯% ସଚିବ ବା ବିଭାଗୀୟ ମୁଖ୍ୟଙ୍କୁ ଆମ ରାଜ୍ୟରେ ଇ ମେଲ କଲେ ତାର ଉତ୍ତର ସହଜରେ ମିଳେନାହିଁ। ଅଥଚ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ ମେଲ ଲେଖିବାର ଘଣ୍ଟେ ଭିତରେ ଜଣେ ନାଗରିକ ତାର ଉତ୍ତର ପାଇଯାଏ। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଗମ୍ଭୀରତାର  ସହିତ ନେଇ ବାବୁମାନେ ଉତ୍ତର ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶନାମା ଜାରି କରିପାରିବେ କି?

ରାଜ୍ୟ ପ୍ରଶାସନର ଦ୍ଵିତୀୟ ଓ ତୃତୀୟ ସ୍ତରରେ କାମ କରୁଥିବା ବାବୁମାନଙ୍କ ବଦଳି ତଥା ପଦୋନ୍ନତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥାଏ। ରାଜନୈତିକ ଚାପ, ପ୍ରୀୟା ପ୍ରୀତି ତୋଷଣ ଓ ବ୍ୟାପକ ଲାଞ୍ଚ କାରବାର ଏହିଠାରେ ହିଁ ହୋଇଥାଏ। ବଦଳି ଓ ପଦୋନ୍ନତି ପାଇଁ ଏକ ସ୍ବଚ୍ଛ ତଥା ପାରଦର୍ଶୀ ନୀତିର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଦୁର୍ନୀତି ରୋକିବା ଲାଗି ଭିଜିଲାନ୍ସ ର ଏକ ସ୍ଵତନ୍ତ୍ର ପ୍ରଭାଗ କାମ କରିବ କି? କେନ୍ଦ୍ର ସରକାରଙ୍କ ଅଦରକାରୀ ବାବୁଙ୍କୁ ବିଦା କରିବାର ନୀତି ଭଳି (Dead wood must go) ଓଡିଶାରେ ମଧ୍ୟ ଅପାରଗ ବାବୁମାନଙ୍କୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହେଉନାହିଁ କାହିଁକି?

ମୁଖ୍ୟମନ୍ତ୍ରୀଙ୍କ ଯେଉଁ “ଟି” ଫର୍ମୁଲା ରହିଛି ସେଥିରେ ଟାଇମ (ସମୟ), ଟେକ୍ନୋଲଜି(ବୈଷୟିକ ଜ୍ଞାନ) ଓ ଟ୍ରାଂସପେରେନ୍ସି (ପାରଦର୍ଶିତା) ର ବିଶେଷ ଭୂମିକା ରହିଛି। ଆମେ ଆଶା କରିବୁ ଓଡିଶା ସରକାରଙ୍କ ସଚିବ ଓ ବିଭାଗୀୟ ମୁଖ୍ୟମାନେ ଏଣିକି ଏହି ସବୁର ସଦୁପଯୋଗ କରିବେ। ଆମ ଜାଣିବାରେ ଆଜି ମଧ୍ୟ ଓଡିଶାର ମୁଖ୍ୟ ଶାସନ ସଚିବଙ୍କର ଟୁଇଟର ବା ଫେସବୁକ ହାଣ୍ଡଲ ନାହିଁ। ସେଥିରେ ଏହାକୁ ସଚିବମାନେ ପାଳନ କରିବେ କେମିତି? ଅଧାରୁ ଅଧିକ ମନ୍ତ୍ରୀଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ନଥିବା ବେଳେ ପ୍ରାୟ କୌଣସି ସଚିବ ବା ବିଭାଗୀୟ ମୁଖ୍ୟ ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି।

ପାରଦର୍ଶୀ ଓ ଟେକ୍ନୋ ସେଭି ପ୍ରଶାସନ ଲାଗି ଏହି ପ୍ରାଥମିକ ଆବଶ୍ୟକତା ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେବେ କି?

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ର ଅଭିଯୋଗ ଉପରେ ଏନଡିଏ ନେତା କ୍ଷୁବ୍ଧ, ଜାଣନ୍ତୁ କ’ଣ କହିଲା ଆରଜେଡି?

September 19, 2025

ଭାରତ ସମ୍ପର୍କରେ ଆମେରିକାକୁ ରୁଷର ଚେତାବନୀ: ଶୁଳ୍କ ଉପରେ ଦେଲା ବଡ ବିବୃତ୍ତି

September 19, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଫସିଗଲା ବିଜେଡି, ଦଳ ପାଖରେ ରହିବ ଦୁଇଟି ବିକଳ୍ପ

September 19, 2025
Latest News

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

କ୍ରୀଡା କୋଟାରେ ରାଜ୍ୟରୁ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ଖୋର୍ଦ୍ଧା ପ୍ରଶାସନର ବଡ ନିଷ୍ପତ୍ତି: ପାର୍ବଣରେ ଭସାଣି ଶୋଭାଯାତ୍ରା ଓ ସ୍ବଚ୍ଛତା ମେଢ଼ କମିଟି ହେବେ ପୁରସ୍କୃତ

September 19, 2025

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ,ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.