Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୈତାରୀ ନାୟକ ; ଗୁହାଳରେ ଟଙ୍ଗା ହୋଇଥିବା ପଦ୍ମଶ୍ରୀ ପଦକ, ଯାହାକୁ ଦେଖିଲେ ଦି ମୁଠା ଖାଇବାକୁ ବି ମିଳେନା!!
ବିଶେଷ ଖବର

ଦୈତାରୀ ନାୟକ ; ଗୁହାଳରେ ଟଙ୍ଗା ହୋଇଥିବା ପଦ୍ମଶ୍ରୀ ପଦକ, ଯାହାକୁ ଦେଖିଲେ ଦି ମୁଠା ଖାଇବାକୁ ବି ମିଳେନା!!

June 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ଲୋକସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଲୋକସଭାରେ ତାଙ୍କର ଚା ବାଲାର ସରକାରକୁ ପ୍ରଶଂସା କରି ବହୁଭାଷୀ ଭାଷଣ ଦେଉଥିଲେ, ଠିକ ସେତିକିବେଳେ ଇଂରାଜୀ ଖବର କାଗଜ “ହିନ୍ଦୁସ୍ଥାନ ଟାଇମ୍ସ” ର ଏକ ଖବର ତାଙ୍କୁ ଖତେଇ ହେଉଥିଲା। ପ୍ରତାପ ବାବୁ ତାଙ୍କ ସରକାରର ବଡପଣ ଦେଖାଇବାକୁ ଯାଇ ତାଙ୍କ ସରକାର କେମିତି ଆଦିବାସୀ ମହିଳା କମଳା ପୂଜାରୀ ଓ ଚା ଦୋକାନୀ ଡି.ପ୍ରକାଶ ରାଓଙ୍କୁ ପଦ୍ମ ପୁରସ୍କାର ଦେଇଛି ସେକଥା ବଡ ଗର୍ବର ସହିତ କହୁଥିଲେ। ଅଥଚ କମଳା ପୂଜାରୀଙ୍କ ପାଖରେ ଖାଇବାକୁ ଚାଉଳ ନାଇଁ, ଏକଥା ପ୍ରତାପ ବାବୁଙ୍କ ମନେ ନଥିଲା। ତେବେ ଏ ପ୍ରସଙ୍ଗରେ ପ୍ରତାପ ବାବୁ ଓ ତାଙ୍କ ଦଳ ସାଙ୍ଗେ ସାଙ୍ଗେ କହିବେ, ଏହା ରାଜ୍ୟ ସରକାରଙ୍କ ବିଫଳତା। ସେକଥା ସତ୍ୟ ମଧ୍ୟ। ତେବେ ପଦ୍ମ ପୁରସ୍କାରରେ ସମ୍ମାନୀତ ଏ ରାଜ୍ୟର ଦୁଇଜଣ ଅତ୍ୟନ୍ତ ବରିଷ୍ଠ ନାଗରିକଙ୍କ ଜୀବନ ଧାରଣର ମାନ ବଢାଇବା କାହାର ଦାୟିତ୍ଵ?

ସବୁଠୁ କରୁଣ ସ୍ଥିତି ଆସିଛି ଚଳିତ ବର୍ଷର ପଦ୍ମଶ୍ରୀ ସମ୍ମାନ ପାଇଥିବା କେଉଁଝର ଜିଲ୍ଲାର ଦୈତାରୀ ନାୟକଙ୍କ ଜୀବନରେ। ପଦ୍ମଶ୍ରୀ ପଦକ ତାଙ୍କ ହାତରୁ ଜୀବିକା ଛଡାଇ ନେଇଛି। ଆଗରୁ ମୂଲ ଲାଗି ଚଳୁଥିବା ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ମିଳିବା ପରେ ଏବେ ଆଉ କେହି କାମ ଦେଉନାହାନ୍ତି। ପଦ୍ମଶ୍ରୀଙ୍କୁ କିଏ ବା ମୂଲ ଖଟେଇବ? ତାଙ୍କ ଗୁହାଳରେ ଝୁଳୁଥିବା ପଦ୍ମଶ୍ରୀ ପଦକ ଏବେ ତାଙ୍କ ଉପରେ ବୋଝ ପାଲଟି ଯାଇଛି। ମାତ୍ର ୭୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ରେ ତାଙ୍କ ପରିବାର ଚଳିବ କେମିତି? ନିଜ ହାତରେ ତିନି କିଲୋମିଟର କେନାଲ ଖୋଳି ଓଡିଶାର ଦଶରଥ ମାଝୀ ଭାବରେ ତାଙ୍କୁ ଖ୍ୟାତି ମିଳିଲା, ହେଲେ ଖାଇବାକୁ ମିଳିଲା ନାହିଁ। ଭାରତ ସରକାର ତାଙ୍କୁ ପାଞ୍ଚ ତାରକା ହୋଟେଲରେ ରଖି ପଦ୍ମ ପୁରସ୍କାର ଦେଲେ,ହେଲେ ଖାଇବାକୁ ଚାଉଳ ଡାଲିର ବନ୍ଦୋବସ୍ତ ନଥିଲା। ଇନ୍ଦିରା ଆବାସ କୋଟାରେ ତାଙ୍କୁ ମିଳିଥିବା ଘର ଟି, ଏଯାଏ ଅଧା ତିଆରି ହୋଇ ରହିଛି। ଜଣେ ପଦ୍ମଶ୍ରୀ ପ୍ରାପ୍ତ ଅସାଧାରଣ ବ୍ୟକ୍ତିତ୍ବଙ୍କ ଏ ଅବସ୍ଥା ଦେଖି ଆମକୁ ଲାଜ ଲାଗୁନି କେମିତି?

କେଉଁଝର ଜିଲାରେ କୋଟି କୋଟି ଟଙ୍କାର ଖଣି କାରବାର ଚାଲିଛି। ଏମିତି କଣ କୌଣସି କମ୍ପାନୀ ନାହିଁ ଯେ ଦୈତାରୀ ନାୟକଙ୍କୁ ଅତିକମରେ ମାସକୁ ଦଶ ହଜାର ଟଙ୍କାର ଭତ୍ତା ଦେଇ ପାରିବ? ଏ ଦେଶରେ ନବରତ୍ନ କମ୍ପାନୀ ଗୁଡିକ କର୍ପୋରେଟ ସୋସିଆଲ ରେସ୍ପାଂସିବିଲିଟି ନାଁରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରନ୍ତି। ସେମାନେ ଦୈତାରୀ ନାୟକ ବା କମଳା ପୂଜାରୀଙ୍କୁ ଦେଖି ପାରନ୍ତି ନାହିଁ କାହିଁକି? ନରେନ୍ଦ୍ର ମୋଦୀ ସରକାର ସାଧାରଣ ଲୋକଙ୍କର ଅସାଧାରଣ ପ୍ରତିଭାକୁ ସମ୍ମାନ ଦେଉଛି ବୋଲି ଢୋଲ ବାଡେଇ ଚାଲିଛି, ହେଲେ ସେମାନଙ୍କ ଜୀବନ ଜୀବିକାର ମର୍ୟାଦା କଥା ଚିନ୍ତା କରାଯାଉନି କାହିଁକି? ଓଡିଶା ସରକାର ଅଲିମ୍ପିକ ଖେଳାଳୀ ବା ଏସିଆଡର ପଦକ ବିଜେତାଙ୍କୁ କୋଟି କୋଟି ଟଙ୍କା ପୁରସ୍କାର ରାଶି ଦେଉଛନ୍ତି। କମଳା ପୂଜାରୀ ବା ଦୈତାରୀ ନାୟକଙ୍କ ବେଳକୁ ସରକାରଙ୍କ ଉଦାରତା ହଜି ଯାଉଛି କାହିଁକି?

ଦୈତାରୀ ନାୟକ ନାଲି ପିମ୍ପୁଡି ଅଣ୍ଡା ଖାଇ ଜୀବନ ବଞ୍ଚୁଛନ୍ତି। ସେ ଖୋଳିଥିବା କେନାଲ ପୋତି ହୋଇ ପଡୁଛି। ହେଲେ ତାଙ୍କ କଥା ବୁଝିବାକୁ କେହିନାହିଁ। କେନ୍ଦ୍ର ଓ ରାଜ୍ୟର ମାଳ ମାଳ ମନ୍ତ୍ରୀଙ୍କ ରୂପ ଆମେ ଦେଖୁଛୁ। ମନ୍ତ୍ରୀଙ୍କ ଚାଳ ଘର ଦେଖାଇ ଓ ନଳକୂଅ ଗାଧୁଆ ଫଟୋ ଦେଖାଇ ତାଙ୍କୁ ମହାପୁରୁଷ କରି ଚାଲିଛୁ। ହେଲେ ଏ ରାଜ୍ୟର ବାସ୍ତବ ମହାପୁରୁଷମାନେ ନିରନ୍ନ ଓ ଜୀବିକା ବିହୀନ ଜୀବନ ବଞ୍ଚୁଛନ୍ତି, ସେ ବିଷୟରେ କାହାର ଚିନ୍ତା ନାହିଁ। କମଳା ପୂଜାରୀ ଦେଶୀ ବିହନ ସଂରକ୍ଷଣ କ୍ଷେତ୍ରରେ ଯେଉଁ ଅବଦାନ ଦେଇଛନ୍ତି, ତାର ରୟାଲଟି ଓ ପେଟେଣ୍ଟ ପଇସା ବାବଦରେ ତାଙ୍କୁ ଅତି କମରେ ମାସକୁ ଲକ୍ଷେ ଟଙ୍କାର ପେନସନ ମିଳିବା କଥା। କିଏ ଜାଣେ, ତାଙ୍କ ଦ୍ଵାରା ସଂରକ୍ଷିତ ବିହନ ର ପେଟେଣ୍ଟ କାହା ନାମରେ ରହିଛି। କମଳାଙ୍କୁ ଏ କ୍ଷେତ୍ରରେ ବ୍ୟବହାର କରିଥିବା ସ୍ବାମୀନାଥନ ଫାଉଣ୍ଡେସନ ତାଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେଇଛି କି?

ସେହିପରି ଦୁର୍ଗମ ଅଞ୍ଚଳକୁ କେନାଲ ଖୋଳିବାର ପୁରସ୍କାର କଣ କେବଳ ଏକ ତମ୍ବା ଫଳକ? ଗାଈ ଗୁହାଳରେ ଫଳକ ଝୁଲିଲେ ଦୈତାରୀ ନାୟକଙ୍କ ପେଟ ପୂରିବ ନାହିଁ। ପଦକ ପିନ୍ଧାଉଥିବା ରାଷ୍ଟ୍ରପତି ମହୋଦୟ ଓ ତାଳି ମାରୁଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ଏମାନଙ୍କ ପେଟକୁ ମୁଠାଏ ଦାନା ଦେବାକୁ ମଧ୍ୟ ଅସମର୍ଥ। ଏହାହିଁ ଆମ ଗଣତନ୍ତ୍ରର ସବୁଠୁ ବଡ ବିଡମ୍ବନା। ଦୈତାରୀ ନାୟକ ଓ  କମଳା ପୂଜାରୀମାନଙ୍କୁ ଦେଖି ପ୍ରଖ୍ୟାତ  ହିନ୍ଦୀ କବି ଧୂମିଲଙ୍କର ଛୋଟିଆ କବିତା ଟି ମନେ ପଡୁଛି। କବିତାର ନାଁ “ରୋଟି ଓ ସଂସଦ”-

ଜଣେ ଲୋକ ରୁଟି ବେଲୁଥାଏ

ଓ ଆଉଜଣେ ଲୋକ ରୁଟି ଖାଉଥାଏ

ତାଙ୍କ ଭିତରେ ଆଉଜଣେ ତୃତୀୟ ଲୋକ ବି ଥାଏ

ଯିଏ ରୁଟି ବେଲେ ନାଇଁ କି ରୁଟି ଖାଏ ନାଇଁ

ସେ କେବଳ ରୁଟି ସହ ଖେଳୁଥାଏ ।

ମୁଁ ପଚାରିବାକୁ ଚାହେଁ

ଏ ତୃତୀୟ ଲୋକଟି କିଏ

ହେଲେ ଉତ୍ତର ନଦେଇ

ମୋ ଦେଶର ସଂସଦ ମୌନ ରହିଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026

ଓଡ଼ିଶାରେ କେତୋଟି ଜନ ଔଷଧୀ କେନ୍ଦ୍ର?: ରାଜ୍ୟସଭାରେ ଉତ୍ତର ଦେଲେ ମନ୍ତ୍ରୀ

February 10, 2026

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

February 10, 2026
Latest News

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026

ମାନାବାର-ଜରତି ଷ୍ଟେସନ ମଧ୍ୟରେ ନବନିର୍ମିତ ଦ୍ୱିତୀୟ ଲାଇନର ଯାଞ୍ଚ କଲେ ରେଳ ସୁରକ୍ଷା କମିଶନର

February 10, 2026

ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ କାରଣ

February 10, 2026

“ଅନାସ୍ଥା ପ୍ରସ୍ତାବର ନିଷ୍ପତ୍ତି ନହେବା ଯାଏଁ…”: ଲୋକସଭା ବାଚସ୍ପତି ନେଲେ ବଡ ନିଷ୍ପତ୍ତି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.