Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅହଲ୍ୟା, କଣ ପାଷାଣୀ ହେବାକୁ ଚାହେଁ !!!
ବିଶେଷ ଖବର

ଅହଲ୍ୟା, କଣ ପାଷାଣୀ ହେବାକୁ ଚାହେଁ !!!

June 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅହଲ୍ୟା, କଣ ପାଷାଣୀ ହେବାକୁ ଚାହେଁ !!!

ଡ. ମାଧବ ବେହୁରା

ଅହଲ୍ୟା’ମାନେ ସବୁବେଳେ ପାଷାଣୀ। କେବେ ସେ ମଣିଷରୁ ପାଷାଣୀ ହୋଇଛି ତ ଆଉ କେବେ ପାଷାଣୀରୁ ମଣିଷ ହୋଇଛି। ଦୁଃଖ, କଷଣ ପାଇବା ଯେମିତି ତାଙ୍କ ଭାଗ୍ୟରେ ଲେଖା ହୋଇଛି। ସଂସାରର ସବୁ ଯାତନାକୁ ସେମାନେ ମୁଣ୍ଡପାତି ସହିଛନ୍ତି , ଅସହ୍ୟ ଯନ୍ତ୍ରଣାସତ୍ୱେ ପ୍ରତିବାଦର ସ୍ୱରକୁ ଅବଦମିତ କରି ରଖିଛନ୍ତି। କେବେ ତାଙ୍କ ମୁଣ୍ଡ ଉପରେ ପ୍ରବଳ ଜୁଆର ଯାଇଛିତ ଆଉ କେବେ ସେମାନେ ବଢ଼ି ପାଣିରେ ବୁଡି ରହିଛନ୍ତି।

କେବେ ପ୍ରତିବାଦ କରନ୍ତିନି କି କରିବାକୁ ସାହସ ଜୁଟାଇ ପାରନ୍ତିନି। କାହିଁକି ନାଁ ସାମାଜିକ ପ୍ରତିବନ୍ଧକ, ପରମ୍ପରା ନାମରେ ଅନ୍ଧ ବିଶ୍ୱାସ ସେମାନଙ୍କ ପାଦକୁ ଶକ୍ତ ଭାବରେ ବାନ୍ଧି ଦେଇଛି। ସମାଜର ରୀତି-ନୀତିକୁ ମାନି ଚାଲିବାକୁ ପଡିଛି ସେମାନଙ୍କୁ। ନହେଲେ ସେ ସମାଜରୁ ବାଛନ୍ଦ ହେବେ, ଏମିତି ଭୟ ସେମାନଙ୍କୁ ସର୍ବଦା ସଂକାଗ୍ରସ୍ତ କରିରଖିଛି। ଏମିତି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ଓଡ଼ିଆ ଫିଲ୍ମ ଅହଲ୍ୟା’ର ବିଷୟବସ୍ତୁ।

ରାଜଧାନୀର କେନ୍ଦ୍ରସ୍ଥଳ ଜୟଦେବ ଭବନରେ ଚାଲିଥିବା ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ଆଜି ଦ୍ୱିତୀୟ ଦିନରେ ନିର୍ଦେଶକ ବିଜୟ କେତନ ମିଶ୍ରଙ୍କ ନିର୍ଦ୍ଧେଶିତ ଫିଲ୍ମ ଅହଲ୍ୟା ପ୍ରଦର୍ଶିତ ହୋଇଥିଲା। ଡ. ଲଷ୍ମୀପ୍ରିୟା ଆଚାର୍ଯ୍ୟଙ୍କ ବାଲ୍ୟ ବିଧବା ଉପରେ ଆଧାରିତ ଏକ ଗଳ୍ପକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି।

ଏକ କୁଳୀନ ବ୍ରାହ୍ମଣ ପରିବାରର ଝିଅ ଅହଲ୍ୟା। ସଂସାର କଣ ଜାଣି ନଥିବାବେଳେ ପଡୋଶୀ ଗାଁ ର ଜଣେ ଯୁବକଙ୍କ ସହ ହୁଏ ତାର ବିବାହ। ବିବାହ ଦିନ ଉପନୀତ ହୁଏ। ଘରେ ଉତ୍ସବ, ଭୋଜିଭାତ ହୁଏ। ବରକୁ ସମସ୍ତଙ୍କର ଅପେକ୍ଷା ଥାଏ। ମାତ୍ର ବର ଆସିବା ବଦଳରେ ଆସେ ତାର ମୃତ୍ୟୁ ଖବର। କୂଳପୁରୋହିତଙ୍କ ପରାମର୍ଶରେ ଅହଲ୍ୟା ବାପଘରୁ ବିଧବା ବେଶରେ ଶାଶୂଘରକୁ ଯାଏ।

ସେଠାରେ ସମବେଦନା ବଦଳରେ ଆରମ୍ଭ ହୋଇଯାଏ ତା ଉପରେ କଠୋର ନିର୍ଦେଶାବଳି। ନାନାଦି ରୀତି ନୀତିରେ ଜୀବନ ଜିଇଁବାକୁ ବାକୁ ପଡେ ତାକୁ। ସମସ୍ତଙ୍କ ଆଗରୁ ସେ ଉଠେ, ଆଉ ସମସ୍ତେ ଶୋଇବା ପରେ ସେ ଶୁଏ। ଘର ଓଳାଇବା ଠାରୁ ଆରମ୍ଭ କରି ଗୁହାଳ ପୋଛିବା, ଘଷି ପକାଇବା ଠାରୁ ରୋଷେଇ କରିବା ପର୍ଯ୍ୟନ୍ତ ସବୁକାମ ସେ କରେ। କେହି ତାକୁ ଆହାଃ କହିବା ବଦଳରେ ଏ କାମ ହେଲାନି ସେ କାମ ହେଲାନି ବୋଲି କହି ଗଞ୍ଜଣା ଦିଅନ୍ତି।

ତେବେ ଶାଶୁ ଘରକୁ ବାହାହୋଇ ଆସିବା ସମୟ ପରିବାରର ଯେଉଁ ଛୁଆଟି ଜନ୍ମ ହୋଇଥିଲା ତାକୁ (ଅହିନାନି) ଅହଲ୍ୟା ବହୁତ ଭଲ ପାଏ, ଭଲପାଏ କଣ ତାରି ଭିତରେ ନିଜର ମାତୃତ୍ୱକୁ ଦେଖେ। ତାରି ବିବାହ ହେଲା। ଭୋଜିଭାତ ହେଲା। ସାହି ପଡିଶାଙ୍କ ଭିତରେ ସେ ବସି ଖାଇଲା। ନିଜ ଅଜାଣତରେ ସେ ମାଛ ଛିଞ୍ଚଡ଼ା ଖାଇଦିଏ। ଏହାକୁ ସାହି ମାଇପ ଦେଖିଦେଇ ପ୍ରାଘଟ କରିଦିଅନ୍ତି। ଏହାପରେ ଅହିନାନୀକୁ ନାନା କଥା ଶୁଣିବାକୁ ହୁଏ। ସେତିକିରେ ସରିନି ତା ଦୁଃଖ। ପ୍ରାୟଶ୍ଚିତ ସ୍ୱରୂପ ଶୀତ ରାତିରେ ତାକୁ ପଚାଶ ଗରା ପାଣିରେ ଗାଧୋଇବାକୁ ପଡେ, ଓଦା ଲୁଗାରେ ରହିବାକୁ ହୁଏ।

ପରିବାରରୁ ବାସନ୍ଦ ହୋଇ ଏକ ପରିତ୍ୟକ୍ତ ଗୁହାଳ ଘରେ ରୁହେ ଅହିନାନି। ଅସହ୍ୟ ହୁଏ ଯନ୍ତ୍ରଣା, ସହିବାର ସବୁ ସୀମା ଅତିକ୍ରମ କରେ। ସେ ପାଷାଣୀରୁ ମୁକ୍ତି ଚାହେଁ, ମୁକ୍ତି ଚାହେଁ…।ପୁଅପରି ଦେଖୁଥିବା ପିଲାଟି ତାକୁ ଘରକୁ ନେଇଯିବାକୁ ଚାହେଁ। ତାର ଦେଖାଶୁଣା କରିବାକୁ ଚାହେଁ। ଏହାକୁ ପ୍ରତ୍ୟାଖାନ କରିଛି ଏହିନାନୀ। ରାଣ ନିୟମ ପକାଇ ତାକୁ ବିଦା କରିଦେଇଛି।ଏହାରି ଭିତରେ ଜ୍ଵର ଦେହରେ କତରା ହୋଇ ପଡିପଡ଼ି ଅହିନାନି ପାଷାଣୀ ଜୀବନରୁ ମୁକ୍ତି ପାଇଯାଏ।

ଏମିତି ଏକ ଦୁଃଖଦ କାହାଣୀ ଉପରେ ପର୍ଯ୍ୟବେଷିତ ହୋଇଛି ଏହାର ବିଷୟବସ୍ତୁ। ଆଜିବି ମଧ୍ୟ ସମାଜରେ ଅନେକ ଅହଲ୍ୟା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଏ ପାଷାଣ ହୋଇ ରହିବାକୁ ଚାଁହୁଥିବା ବେଳେ ଆଉ କିଏ ପାଷାଣୀରୁ ମଣିଷ ହେବାକୁ ଚାଁହୁଛି। ଏଥିରେ ସମାଜ ସଂସ୍କାର ପାଇଁ ରହିଛି ଅନେକ ବାର୍ତ୍ତା।

ବାଲ୍ୟ ବିବାହ ବିରୋଧରେ ପ୍ରତିବାଦର ସ୍ୱର ବି ରହିଛି। ଏଥିରେ ପ୍ରତ୍ୟେକ ଚରିତ୍ର ହୋଇଛନ୍ତି ଜୀବନ୍ତ। ଫିଲ୍ମଟି ସେତେବେଳେ ସୁନାମ ପାଇଥିଲା, ଆଜିବି ମଧ୍ୟ ସୁନାମ ପାଉଛି। ଯାହାର ଚାକ୍ଷୁଶ ପ୍ରମାଣ ମିଳିଛି ଦର୍ଶକଙ୍କ ଲୋତକ ଚକ୍ଷୁରୁ। ଓଡ଼ିଆ ଫିଲ୍ମ ଦୁନିଆକୁ ସମୃଦ୍ଧ କରିବାରେ ଏହାର ପ୍ରମୁଖ ଭୂମିକା ରହିବ, ଏଥିରେ ଦ୍ୱିମତ ହେବାର ନାହିଁ।

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.