Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୋଡପିଠା ଓ ପାନ ଖାଇ, ଦୋଳି ଖେଳି, ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 
ବିଶେଷ ଖବର

ପୋଡପିଠା ଓ ପାନ ଖାଇ, ଦୋଳି ଖେଳି, ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

June 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୋଡପିଠା ଓ ପାନ ଖାଇ, ଦୋଳି ଖେଳି, ରଜ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଭୁବନେଶ୍ବର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା ।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ ପାଳନ କରିଥିଲେ ରଜ ମହୋତ୍ସବ। ଫୁଲ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଜଣେ ଖାଣ୍ଟି ଓଡିଆ ଘରର ପୁଅ ଭଳି ପୋଡ ପିଠା ଖାଇଥିଲେ, ରଜ ପାନ ଖାଇଥିଲେ। ପିଲାଙ୍କୁ ଦୋଳି ମଧ୍ୟ ଖେଳାଇଥିଲେ।

ସେଠାରେ ରଜ ମହୋତ୍ସବ ପାଳିବା ପାଇଁ ଉପସ୍ଥିତ ଥିବା ଯୁବକ, ଯୁବତୀ ଓ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରଜ ମହୋତ୍ସବ ହେଉଛି ଓଡିଆ ସଂସ୍କୃତି ଓ ଅସ୍ମିତାର ଗଣପର୍ବ। ନୂଆ ସରକାର ଆସିବା ପରେ ସଂସ୍କୃତି ବିଭାଗ ପକ୍ଷରୁ ରଜ ପର୍ବ ପାଳନ କରିବା ଏକ ସୁନ୍ଦର ଉଦ୍ୟମ ବୋଲି ସେ କହିଥିଲେ।

ଓଡିଆ ଘରେ ରଜ ପର୍ବ ପାଳନ ସମ୍ପର୍କରେ ବର୍ଣ୍ଣନା କରି ପୁଅ, ଝିଅମାନେ କିଭଳି ନୂଆ ବସ୍ତ୍ର ପରିଧାନ କରନ୍ତି, ସମସ୍ତେ କିପରି ମିଠା ପତ୍ରରେ ତିଆରି ରଜ ପାନର ମଜା ନିଅନ୍ତି, ମା’ମାନେ କିପରି ପୋଡ ପିଠା କରି ସମସ୍ତଙ୍କୁ ଖୁଆନ୍ତି, ଗାଁ ଗହଳିରେ କିପରି ଦୋଳି ଖେଳ ଓ ତାସ ଖେଳର ମଜା ନିଅନ୍ତି ସେ ସମ୍ପର୍କରେ ବିସ୍ତୃତ ରୂପରେଖ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ରଜ ପର୍ବ ବିଷୟରେ ଶୁଣି ସମସ୍ତେ ଅନୁଭବ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଖାଣ୍ଟି ଓଡିଆ ଘରର ପୁଅ।

ଏହାପରେ ତାଙ୍କ ନିଜ ଜନ୍ମମାଟି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କିପରି ସମସ୍ତେ ରଜ ପର୍ବରେ ସାମିଲ ହେବା ପାଇଁ ସହରରୁ ଗାଁକୁ ଯାଇଥାନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଜିଲ୍ଲାର ସହରସବୁ ଖାଲି ହୋଇଯାଏ। ସମସ୍ତେ ଗାଁକୁ ଯାଇ ରଜ ପାଳନ କରନ୍ତି।

ସେ ପୁଣି କହିଥିଲେ ଯେ ଆପଣମାନଙ୍କ ସହିତ ରଜ ପର୍ବରେ ସାମିଲ ହୋଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି। ଏହି ରଜ ଉତ୍ସବ ପ୍ରମାଣ କରୁଛି ଯେ ଆମେ ଓଡିଆ ଅସ୍ମିତା, ଅସ୍ତିତ୍ୱ, ସଂସ୍କୃତି ଓ ପରମ୍ପରାକୁ ଭୁଲିନାହୁଁ। ସେ କହିଥିଲେ ଯେ ତାଙ୍କର ନୂଆ ସରକାର ଓଡିଆ ଅସ୍ମିତା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେଉଛି। ଏହାକୁ ଆଗାମୀ ଦିନରେ ଆହୁରି ଉଜ୍ଜିବୀତ କରାଯିବ ବୋଲି ସେ କହିଥିଲେ। ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ତୈଳଚିତ୍ରରେ ମୁଖ୍ୟମନ୍ତ୍ରୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଓଡିଆ ଅସ୍ମିତା ଓ ସଂସ୍କୃତିର ଏହି ଗଣପର୍ବକୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଯେପରି ଚିତାକର୍ଷକ ଭାବରେ ଆୟୋଜନ କରାଯାଇଛି ସେଥିପାଇଁ ସଂସ୍କୃତି ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସଂସ୍କୃତି ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଜନଜାତି ଜୀବନ ଶୈଳି ଉପରେ ଆଧାରିତ ‘Soul of the Soil’ ନାମକ ଏକ କଫି ଟେବୁଲ୍ ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟ ପରିସରରେ ପିଲାମାନଙ୍କ ପାଇଁ ଏକ ଯନ୍ତ୍ରଚାଳିତ ଡାଇନୋସର ପ୍ରତିମୂର୍ତ୍ତୀକୁ ସୁଇଚ୍ ଟିପି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ଗୋଟିପୁଅ, ସମ୍ବଲପୁରୀ ଓ ଓଡିଶୀ ନୃତ୍ୟକୁ ଦେଖିଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଜନତା ଦେଲେ ସମ୍ବର୍ଦ୍ଧନା, ପିଲାଙ୍କ ଠାରୁ ଫୁଲ ନେଲେ, ସେଲ୍‌ଫି ଉଠାଇଲେ। ସଂଗ୍ରହାଳୟକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସ୍ଥାନେ ସ୍ଥାନେ ଗାଡି ଅଟକାଇ ସେ ପିଲାଙ୍କ ଠାରୁ ଫୁଲ ତୋଡା ଗ୍ରହଣ କରିଥିଲେ। ପିଲାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଜଣେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସେ ଯେଉଁଭଳି ସରଳ ଭାବରେ ସମସ୍ତଙ୍କ ସହ ମିଶୁଛନ୍ତି, କଥା ହେଉଛନ୍ତି, ସୁଖଦୁଃଖ ଶୁଣୁଛନ୍ତି, ଏହାଦ୍ୱାରା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଗଢିଉଠୁଥିବା ତାଙ୍କ ପରିଚୟ ଆହୁରି ସୁଦୃଢ ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ରଜ ମୋହନ ମାଝୀଙ୍କ ରଜ ରଜ ରଜ ପାଳିଲେ ମୁଖ୍ୟମନ୍ତ୍ରୀ ସରକାରୀ ରଜ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Latest News

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.