Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦାୟିତ୍ୱ ଗ୍ରହଣ
ବିଶେଷ ଖବର

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦାୟିତ୍ୱ ଗ୍ରହଣ

June 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦାୟିତ୍ୱ ଗ୍ରହଣ କରିବା ସହ କୃଷି ଭବନ ପରିଦର୍ଶନ କରିଛନ୍ତି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବିଭାଗର ନିର୍ଦ୍ଦେଶକଗଣ ଓ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ପାଛୋଟି ନେଇଥିଲେ।

ଏହି ଅବସରରେ ନବନିର୍ବାଚିତ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ। କୃଷି ବିଭାଗର ସମସ୍ତ କର୍ମଚାରୀ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ସମବେତ ହୋଇଥିଲେ।

କୃଷି ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ରାଜ୍ୟର କୃଷକ ସମାଜର ବୃହତ୍ତର ଉନ୍ନତି ନିମନ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ରାଜ୍ୟରେ କୃଷିକ୍ଷେତ୍ର ଏବଂ ଏଥି ସହ ଜଡ଼ିତ କୃଷକଙ୍କ ଉନ୍ନତି ଓ ପ୍ରଗତି ନିମନ୍ତେ ସେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀଙ୍କୁ ଆର୍ଥିକ ବର୍ଷର ବ୍ୟୟବରାଦ ଏବଂ ଏହାର ଉପଯୋଗ ବାବଦରେ ବିଶଦ ଭାବେ ଅବଗତ କରାଯାଇଥିଲା।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବଜେଟ ବ୍ୟୟକୁ ଆଗାମୀ ଦିନରେ ଶତପ୍ରତିଶତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥି ସହ କୃଷି କର୍ମଚାରୀମାନେ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି କୃଷି ସମ୍ବନ୍ଧୀୟ ବୈଷୟିକ ଜ୍ଞାନକୌଶଳର ଉପଯୋଗ କିପରି କୃଷକମାନଙ୍କ ଦ୍ୱାର ପାଖରେ ପହଞ୍ଚିବ ସେଥିପାଇଁ ଯନିବାନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କୃଷି ଭବନର ପରିବେଶ ଅନୁକୂଳ ପରିସର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିବାବେଳେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କୃଷିଭବନର ସ୍ଥାପତ୍ୟର ବିଶେଷତ୍ୱ ସଂପର୍କରେ ବୁଝାଇଥିଲେ ଏବଂ ପରିବେଶ ଅନୁକୂଳ ପରିକଳ୍ପନା ପାଇଁ ବିଶ୍ୱଦରବାରରେ ଏହି ଭବନ ପ୍ରଶଂସିତ ହୋଇଥିବା କଥା ଉଲ୍ଲେଖ କରିଥିଲେ।

କନକ ବର୍ଦ୍ଧନ ସିଂହଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ODI ସିରିଜ ପୂର୍ବରୁ ଅଷ୍ଟ୍ରେଲିୟ ଖେଳାଳିଙ୍କ ଅଭଦ୍ରାମୀ!: ‘ହ୍ୟାଣ୍ଡସେକ୍ ନାହିଁ’ ବିବାଦକୁ କଲେ ଉପହାସ

October 15, 2025

ଏବେ ଟାର୍ଗେଟରେ ରହିବ ଲାହୋର!: ୭୦୦ ଘାତକ କ୍ଷେପଣାସ୍ତ୍ର କିଣିବ ଭାରତୀୟ ବାୟୁସେନା

October 15, 2025

ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର: ପିଆଇବି ଏଡିଜି

October 15, 2025

“ମହାଭାରତର କର୍ଣ୍ଣ,” ପଙ୍କଜ ଧୀରଙ୍କ ଦେହାନ୍ତ: କର୍କଟ ରୋଗରେ ଥିଲେ ପୀଡିତ

October 15, 2025
Latest News

ODI ସିରିଜ ପୂର୍ବରୁ ଅଷ୍ଟ୍ରେଲିୟ ଖେଳାଳିଙ୍କ ଅଭଦ୍ରାମୀ!: ‘ହ୍ୟାଣ୍ଡସେକ୍ ନାହିଁ’ ବିବାଦକୁ କଲେ ଉପହାସ

October 15, 2025

ଏବେ ଟାର୍ଗେଟରେ ରହିବ ଲାହୋର!: ୭୦୦ ଘାତକ କ୍ଷେପଣାସ୍ତ୍ର କିଣିବ ଭାରତୀୟ ବାୟୁସେନା

October 15, 2025

ଗଣମାଧ୍ୟମ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର: ପିଆଇବି ଏଡିଜି

October 15, 2025

“ମହାଭାରତର କର୍ଣ୍ଣ,” ପଙ୍କଜ ଧୀରଙ୍କ ଦେହାନ୍ତ: କର୍କଟ ରୋଗରେ ଥିଲେ ପୀଡିତ

October 15, 2025

ଓଡିଶା ସମେତ ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

October 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.