Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମାଧାନ ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ
ବିଶେଷ ଖବର

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମାଧାନ ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ

July 15, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୪.୩୦ ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୧୭୪୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ।

ପୂର୍ବରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ଶୁଣୁଥିଲେ ଓ ସମାଧାନ କରୁଥିଲେ । ଲୋକଙ୍କ ସମସ୍ୟାକୁ ମନ ଦେଇ ଶୁଣିବା ଓ ଦୁଃଖ ବୁଝି ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ତାଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେଇଛି ଏବଂ ତାଙ୍କ ସରକାର ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିପାରିଛି।

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଭୁବନେଶ୍ୱରର ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ରୋହିତ ପ୍ରଧାନ । ତାଙ୍କର ଜୀବିକା ପାଇଁ ଗୋଟିଏ ଇ-ରିକ୍ସା ଓ ରହିବା ପାଇଁ ଘରର ଆବଶ୍ୟକତା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖୁବ୍ ଶୀଘ୍ର ଏକ ଇ-ରିକ୍ସା ଯୋଗାଇଦିଆଯିବ ବୋଲି ଜଣାଇ ଦିଆଯାଇଥିଲା। ଘର ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

ପାରାଦୀପର ନିରୁପମା ନାୟକ ନାମକ ଜଣେ ମହିଳା ତାଙ୍କର ଦୁଇ ଭିନ୍ନକ୍ଷମ ପିଲାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣେଇବାକୁ ଆସିଥିଲେ। ତାଙ୍କର ଘର ନାହିଁ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ ଏବଂ ତତ୍‌କ୍ଷଣାତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଡାକି ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଉକ୍ତ ମହିଳାଙ୍କୁ କହିଥିଲେ ଯେ ଏବେ ତୁମେ ଭତ୍ତା ପାଉଛ, ଆଗକୁ ଘର ମଧ୍ୟ ତୁମକୁ ମିଳିବ। ଧିରେ ଧିରେ ସବୁ ସମସ୍ୟାର ସମାଧାନ ହେବ, ଧୈର୍ଯ୍ୟ ରଖ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ।

ଅଭିଯୋଗ ଶୁଣାଣି ଆରମ୍ଭ ପୂର୍ବରୁ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍‌ କରି ରଖିବା ଓ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ କହିଥିଲେ।

ବିଶେଷ କରି ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସୁଦୃଢ ଓ ଦକ୍ଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଲୋକଙ୍କ ଅଭିଯୋଗ ଠିକ୍ ଭାବରେ ଶୁଣାଗଲେ ଲୋକମାନଙ୍କୁ ଆଉ ଭୁବନେଶ୍ୱର ଆସିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ସେହିପରି ଯେଉଁ ଅଭିଯୋଗ ଗୁଡିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସରକାରୀ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସୁଥିବାରୁ ଏହା ଆଚରଣ ବିଧିର ଉଲଂଘନ କରୁଛି। ତେଣୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନ ଆସି, ସଂପୃକ୍ତ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲୋକଙ୍କୁ ନ୍ୟାୟ ଦେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି। ମୁଁ ଏବଂ ଆମ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଏଠାରେ ଉପସ୍ଥିତ ରହି ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଶୁଣି ସେ ସଂପର୍କରେ ଆଲୋଚନା କରି ତୁରନ୍ତ ସଂପୃକ୍ତ ବିଭାଗକୁ ଜଣାଇ ଏହାର ସମାଧାନ ପାଇଁ ପଦକ୍ଷେପ ନେଉଛୁ। ଏହା ଦ୍ୱାରା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ଦେବା ସମ୍ଭବ ହେଉଛି। ଏଠାରେ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ। ମନ୍ତ୍ରୀମାନେ ଅଭିଯୋଗ ଗ୍ରହଣ କଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାଟ ଦେଇ ତାହା ତଳକୁ ଯାଉଛି। ଆମେ ପଛେ ଟିକେ କଷ୍ଟ ପାଉ ଲୋକଟିଏ ଯେପରି ନିରାଶ ନ ହେଉ, ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛୁ।

ଆଗକୁ ଏହି ପ୍ରକ୍ରିୟା କେବଳ ଭୁବନେଶ୍ୱରରେ ସିମିତ ନ ରଖି ଆର.ଡି.ସି. ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ବିଚାର କରୁଛୁ। ଏହା ଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅଭିଯୋଗ ଶୁଣାଣି ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.