Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବିଶେଷ ଖବର

ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

July 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଯୋଜନା ଗୁଡିକୁ ତ୍ୱରାନ୍ୱିତ କରି ସହର ଗୁଡିକରେ ଲୋକଙ୍କ ପାଇଁ ଆଧୁନିକ ସୁବିଧାର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଯୋଜନା ଗୁଡିକର ସୁବିଧା ପାଉଥିବା ହିତାଧିକାରୀ ଚୟନ କ୍ଷେତ୍ରରେ ତଥା କର୍ମସଂସ୍ଥାନ ପ୍ରଦାନ କ୍ଷେତ୍ରରେ ଓଡିଶାର ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ସହର ଗୁଡିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଉପରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ସହରର ଗରିବ ଲୋକଙ୍କ ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧାର ବିକାଶ କରାଯାଇ ପାରିବ। ସେମାନେ ସୁବିଧାରେ ରହି ସହରରେ ସେବା ଯୋଗାଇ ଦେବା ସହ ଜୀବିକ ଅର୍ଜନ ମଧ୍ୟ କରିପାରିବେ।

ସେହିପରି ଭୁବନେଶ୍ୱରର ଦୟା ୱେଷ୍ଟ କେନାଲର ସମସ୍ୟା ସମ୍ପର୍କରେ ବୌଠକରେ ଆଲୋଚନା କରାଯାଇଥିଲା। ୩୪ କି.ମି ଦୀର୍ଘ ଏହି କେନାଲର ୧୬ କି.ମି.ରୁ ଅଧିକ ଅଂଶ ଭୁବନେଶ୍ୱର ସହର ଭତରେ ରହିଛି। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଉନ୍ନତ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଓ ତା’ର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବା ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ୱଚ୍ଛତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସହରରେ ବାୟୋ-ମାଇନିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ଯେପରି ଦେଶର ଏକ ମଡେଲ୍ ସହର ହୋଇପାରିବ ସେଥିପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବିଭାଗ ପକ୍ଷରୁ ୧୦୦ ଦିନର ଆକ୍ସନ ପ୍ଲାନ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଏହା ସହିତ ମେଟ୍ରୋ ରେଲ୍ ପ୍ରକଳ୍ପର ଅଗ୍ରଗତି, ଜାଗା ମିଶନ, CRUT ପରିବହନ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନେଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, CRUTର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Urban Development ନଗର ଉନ୍ନୟନ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026
Latest News

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.