Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ ଗଛରେ କାହିଁକି ରାକ୍ଷୀ ବାନ୍ଧିଲେ ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ
ବିଶେଷ ଖବର

ଏକ ଗଛରେ କାହିଁକି ରାକ୍ଷୀ ବାନ୍ଧିଲେ ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ

August 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏକ ଗଛରେ କାହିଁକି ରାକ୍ଷୀ ବାନ୍ଧିଲେ ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ

ଭୁବନେଶ୍ୱର: ମାନବ ସମାଜର ସୁରକ୍ଷା ପାଇଁ ପରିବେଶର ସୁରକ୍ଷା ନିତାନ୍ତ ଆବଶ୍ୟକ ଓ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବୃକ୍ଷରାଜି ଏବଂ ଜଙ୍ଗଲର ସୁରକ୍ଷା ଜରୁରୀ। ବୃକ୍ଷର ସୁରକ୍ଷା ନିମନ୍ତେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହେବା ଜରୁରୀ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ନଗର ବନଖଣ୍ଡ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ଆନନ୍ଦ ବନ ପରିସରରେ ଆୟୋଜିତ ରକ୍ଷା ବନ୍ଧନ-୨୦୨୪ ଅବସରରେ ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ-‘ଗଛ ପାଇଁ ରାକ୍ଷୀଟିଏ’ ଉଦ୍‌ଘାଟିତ ହୋଇଯାଇଛି।

ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ବୃକ୍ଷ ଓ ମଣିଷର ସମ୍ପର୍କ ବହୁ ପୁରାତନ ଓ ନିବିଡ । ପ୍ରଦୂଷଣରୁ ସୁରକ୍ଷା ଦେଉଥିବା ବୃକ୍ଷରେ ଆଜି ଆମେ ରାକ୍ଷୀ ବାନ୍ଧିଛେ। ବୃକ୍ଷ ଯେପରି ଆମକୁ ଆଜୀବନ ସୁରକ୍ଷା ପ୍ରଦାନ କରୁଛି, ଠିକ୍‌ ସେମିତି ଆମେ ସମସ୍ତେ ମଧ୍ୟ ଜଙ୍ଗଲ ଏବଂ ବୃକ୍ଷର ସୁରକ୍ଷା ପାଇଁ ଆଜୀବନ ସଙ୍କଳ୍ପବଦ୍ଧ ହେବା ଉଚିତ। ତେଣୁ ମାନବ ସମାଜ ଓ ପରିବେଶର ସୁରକ୍ଷା ନିମନ୍ତେ ଆମକୁ ଜଣେ ଦାୟିତ୍ୱବାନ ଭାଇର ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି।

ବୃକ୍ଷଲତା ମାନବ ସମାଜର ପରମ ମିତ୍ର। ପ୍ରାଗୈତିହାସିକ ଯୁଗରୁ ମନୁଷ୍ୟ ବୃକ୍ଷଲତା ଉପରେ ନିର୍ଭର କରିଆସୁଛି। ସଭ୍ୟତା ଓ ସଂସ୍କୃତିର ବିକାଶ ନିମିତ୍ତ ବୃକ୍ଷଲତାର ଦାନ ଅତୁଳନୀୟ। ବନଭୂମିରୁ ହିଁ ସଭ୍ୟତାର ପ୍ରଥମ ସୂର୍ଯେ୍ୟାଦୟ ହୋଇଥିଲା। କିନ୍ତୁ କାଳକ୍ରମେ ଯାନ୍ତ୍ରିକ ସଭ୍ୟତାର କୁଚକ୍ର ତଳେ ପେଷି ହୋଇଗଲା ସେହି ନୈସର୍ଗିକ ବନଭୂମି।

ବନଧ୍ୱଂସର କୁପରିଣାମ ପଡ଼ିଲା ମାନବ ସମାଜ ଉପରେ। ଏହାର ପ୍ରଭାବରେ ବିଶ୍ୱ ପରିବେଶ କଳୁଷିତ ହେବାରେ ଲାଗିଲା। ସଂପ୍ରତି କେବଳ ଆମ ରାଜ୍ୟରୁ ୩୧୧ ମେଟି୍ରକ୍‌ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ଏହି ଅଙ୍ଗାରକାମ୍ଳ ନିର୍ଗମନ ଯୋଗୁଁ ସୃଷ୍ଟି ହେଉଥିବା ଅସନ୍ତୁଳନକୁ ପ୍ରତିହତ କରିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ଓ ବୃକ୍ଷରାଜିର ସୁରକ୍ଷା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି।

ଭାରତୀୟ ଚେତନାରେ ବୃକ୍ଷକୁ ଦେବତା ରୂପେ ମାନ୍ୟତା ଦିଆଯାଇଛି। ସୁତରାଂ ଆଜିର ଉତ୍ସବ ହେଉଛି ଆମ ସଂସ୍କୃତିରେ କାହିଁ କେଉଁ ଅନାଦିକାଳରୁ ବୃକ୍ଷ ପ୍ରତି ଥିବା ଆମର ଶ୍ରଦ୍ଧାକୁ ମନେ ପକାଇବାର ଅବକାଶ। ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ଆମେ ସମସ୍ତେ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇ ଅଧିକରୁ ଅଧିକ ଚାରାରୋପଣ କରିବା ସହ ବୃକ୍ଷରାଜିକୁ ସୁରକ୍ଷା ଦେବା ଏବଂ ଆମ ରାଜ୍ୟକୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମତବ୍ୟକ୍ତ କରିଥିଲେ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚାଧିକାରୀମାନେ ବୃକ୍ଷରାଜିରେ ରାକ୍ଷୀ ବାନ୍ଧିଥିଲେ ଓ ଆନନ୍ଦ ବନ ଏବଂ ଓଡିଶାର ଜୈବ ବିବିଧତା ଉପରେ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରାମାଣିକ ବୃତ୍ତଚିତ୍ର ଦେଖିଥିଲେ।

ଗଣେଶ ରାମ ସିଂଖୁଣ୍ଟିଆ ରାକ୍ଷୀ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.