Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ: ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ: ମୁଖ୍ୟମନ୍ତ୍ରୀ

September 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ବୀକୃତି ଦେବା ହେଉଛି ଆମର ଏହି ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ। ଏହା କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ଆମ ଅସ୍ମିତାର ପରିଚୟ ହେବ। ପ୍ରତ୍ୟେକ ମା ଓ ଭଉଣୀ ମାନଙ୍କର ମନକୁ ବୁଝି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରତିଶ୍ରୁତିକୁ ପୂରଣ କରିବ ଏହି ଯୋଜନା। ଏହି ଯୋଜନାର ସୁଫଳ ସମ୍ପର୍କରେ ସମଗ୍ର ରାଜ୍ୟର ମହିଳା ମାନଙ୍କୁ ସଚେତନ କରିବ ଏହି ସୁଭଦ୍ରା ରଥ। ରାଜ୍ୟର ସମସ୍ତ ମହିଳାଙ୍କ ସ୍ବପ୍ନ ଓ ଆକାଂକ୍ଷା ପୂରଣ ଦିଗରେ ଏହା ହେଉଛି ଆମ ସରକାରଙ୍କ ଏକ ନିଷ୍ଠାପର ଉଦ୍ୟମ। କୌଣସି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବାଦ୍ ନପଡନ୍ତି ତାହାକୁ ମଧ୍ୟ ପ୍ରଥମିକତା ଦିଆଯିବ ବୋଲି ସେ କହିଥିଲେ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗଦେଇ ସୁଭଦ୍ରା ଭଳି ଏକ ଯୁଗାନ୍ତକାରୀ ଯୋଜନା ପରିକଳ୍ପନା କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସରକାରକୁ ଆସିବାର କିଛି ସମୟ ମଧ୍ୟରେ କ୍ୟାବିନେଟ୍ ରେ ସୁଭଦ୍ରା ଯୋଜନା ପାସ୍ ହେଲା। ପ୍ରତିଶ୍ରୁତିକୁ ପ୍ରତିବଦ୍ଧତାରେ ପରିଣତ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ସୁଭଦ୍ରା ରଥ ସମସ୍ତଙ୍କୁ ଏହି ଯୋଜନା ବିଷୟରେ ସଚେତନ କରିବ। ଶେଷ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ନହେବା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ସୁଭଦ୍ରା ଯୋଜନା ସମ୍ପର୍କିତ ଏକ ସ୍ବତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିବା ବେଳେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ସୁଭଦ୍ରା ସଚେତନତା ସଂଗୀତ ମଧ୍ୟ ଲୋକାର୍ପଣ ହୋଇଥିଲା।

କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିଲେ।

ମୋହନ ଚରଣ ମାଝୀ ଶୁଭ ଉଦଘାଟନ ସୁଭଦ୍ରା ରଥ
Share. Facebook Twitter LinkedIn Email WhatsApp Copy Link

Related Posts

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026
Latest News

ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନୀତ

April 1, 2026

IPL ଛାଡି PSL ରେ କାହିଁକି ଖେଳନ୍ତି ଆଦମ ଜାମ୍ପା?: ଅଷ୍ଟ୍ରେଲିଆ ସ୍ପିନରଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

April 1, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.