Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେବଦତ୍ତ ପଟ୍ଟନାୟକଙ୍କ ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚିତ
ବିଶେଷ ଖବର

ଦେବଦତ୍ତ ପଟ୍ଟନାୟକଙ୍କ ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚିତ

September 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେବଦତ୍ତ ପଟ୍ଟନାୟକଙ୍କ ପୁସ୍ତକ "ରାମାୟଣ ବନାମ ମହାଭାରତ" ଉନ୍ମୋଚିତ

ଭୁବନେଶ୍ବର: ଇସ୍‌ଲାମ୍, ଖ୍ରୀଷ୍ଟିଆନ୍‌ ଓ ଅନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁଧର୍ମ ପୃଥକ। ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି କହିଛନ୍ତି ପ୍ରସିଦ୍ଧ ଲେଖକ ଓ ପୁରାଣବିତ୍‌ ଦେବଦତ୍ତ ପଟ୍ଟନାୟକ। ତାଙ୍କର ପୁସ୍ତକ “ରାମାୟଣ ବନାମ ମହାଭାରତ” ଉନ୍ମୋଚନ ଅବସରରେ ସେ କହିଥିଲେ ଯେ ଇସ୍‌ଲାମ୍‌ ଓ ଖ୍ରୀଷ୍ଟିଆନ୍‌ ଧର୍ମରେ ଗୋଟିଏ ହିଁ ମତବାଦକୁ ଏକମାତ୍ର ସତ୍ୟ ଭାବେ ବିହିତ କରାଯାଇଥିବାବେଳେ ହିନ୍ଦୁଧର୍ମରେ ସତ୍ୟର ସ୍ବରୂପ ଭିନ୍ନଭିନ୍ନ। ହିନ୍ଦୁଧର୍ମ ଅନନ୍ତରେ ବିଶ୍ବାସୀ ହୋଇଥିବାବେଳେ ପାଶ୍ଚାତ୍ୟ ଧର୍ମ ଏକରେ ବିଶ୍ବାସୀ।

ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ସ୍ଥାନୀୟ ହୋଟେଲ କ୍ରାଉନ୍‌ ସଭାକକ୍ଷରେ ଆୟୋଜିତ ଉନ୍ମୋଚନ ସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ହିଷ୍ଟ୍ରୀ ଶବ୍ଦର ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ସଂସ୍କୃତିରେ ଇତିହାସ ଶବ୍ଦର ସଂରଚନା ସରିଛି। ଇତିହାସ ଓ ହିଷ୍ଟ୍ରୀ ସମାନାର୍ଥବୋଦକ ଶବ୍ଦ ନୁହେଁ।

ରାମାୟଣ ଓ ମହାଭାରତ ଇତିହାସ। ସେଥିରେ କବିର କଳ୍ପନା ରହିଛି ସତ, କିନ୍ତୁ ଏହାକୁ ଲେଖିଥିବା ବ୍ୟକ୍ତି ନିଜେ ସେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଏବଂ ନିଜେ ସେ କାହାଣୀର ଜଣେଜଣେ ପାତ୍ର। ପୁରାଣ ଶୁଣାକଥା ହୋଇଥିବାବେଳେ ରାମାୟଣ ଓ ମହାଭାରତ ଆଖିଦେଖା କଥା। ପୁରାଣ ଲେଖିଥିବା ବ୍ୟକ୍ତି ସେ କାହାଣୀକୁ ପ୍ରତ୍ୟକ୍ଷ କରିନାହାନ୍ତି। କିନ୍ତୁ ବାଲ୍ମିକୀ ନିଜେ ରାମାୟଣକୁ ଦେଖିଛନ୍ତି ଓ ଏହାର ପାତ୍ର ଭାବେ ଉଭା ହୋଇଛନ୍ତି। ଅନୁରୂପ ଭାବେ ବ୍ୟାସ ନିଜେ ମହାଭାରତ ଦେଖିଛନ୍ତି ଏବଂ ଏହାର ପାତ୍ର ପାଲଟିଛନ୍ତି।

ଧର୍ମ-ଅଧର୍ମ, ପାପପୁଣ୍ୟ ଭଳି ଦ୍ବୈତ ବିଚାର କେବଳ ଇସ୍‌ଲାମ୍‌ ଓ ଖ୍ରୀଷ୍ଟିଆନିଟିରେ ରହିଛି ବୋଲି ସେ କହିଥିଲେ। ଆମର ଧର୍ମ-ଅଧର୍ମ ହଲାଲ୍-ହାରାମ୍ ସହ ସମତୁଲ ନୁହେଁ। ପାପପୁଣ୍ୟ ହିନ୍ଦୁ ଧର୍ମରେ ଜଣଙ୍କ ପାଇଁ ଯାହା ଅଧର୍ମ ଆଉ ଜଣଙ୍କ ପାଇଁ ତାହା ଧର୍ମ। ରାମଙ୍କୁ କେହି ପ୍ରଶାଂସା କରୁଥିବା ବେଳେ ରାବଣକୁ ମଧ୍ୟ କେତେକ ନ୍ୟାୟସଙ୍ଗତ ବୋଲି ଯୁକ୍ତି କରିଛନ୍ତି। ଆମ ଧର୍ମରେ ପୁନର୍ଜନ୍ମ, ପ୍ରାରବ୍ଧ, କର୍ମ ଭଳି ତତ୍ତ୍ବ ରହିଛି। ଏଣୁ ଆମର ଧର୍ମ ଅଧର୍ମ ଓ ପାପପୁଣ୍ୟର ବିଚାର ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ କହିଥିଲେ।

ସେହିପରି ସେ କହିଥିଲେ ଯେ କଳ୍ପନାବିଳାଶକୁ କେବଳ ହିନ୍ଦୁଧର୍ମ ସମ୍ମାନ ଦେଇଛି। କଳ୍ପନା ନଥିଲେ ମଣିଷର ଅସ୍ତିତ୍ବ ରହିବନାହିଁ। ହିନ୍ଦୁଧର୍ମରେ କଳ୍ପନାକୁ ସତ୍ୟ ସହ ଯୋଡ଼ାଯାଇଛି। ଅନ୍ୟ କେତେକ ଧର୍ମରେ କଳ୍ପନା କରିବା ଧର୍ମଦ୍ରୋହ।

କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ କଥାଶିଳ୍ପୀ ଓ ସ୍ତମ୍ଭକାର ଗୌରହରି ଦାସ କହିଥିଲେ ଯେ ଅନୁବାଦକର ଦାୟିତ୍ବ ଯଶୋଦା ମା’ ଭଳି। ଅନୁବାଦକ ଲେଖକର କୃତିକୁ ଅକ୍ଷୁର୍ଣ ରଖେ ଏବଂ ଅନେକ ସ୍ଥଳରେ ଉତ୍ତରିତ କରିଥାଏ। ସେ କହିଥିଲେ ଯେ ଗ୍ରୀକ୍‌ ମହାକାବ୍ୟ ଇଲିଆଡ୍‌ ଓ ଓଡ଼େଶୀ ତୁଳନାରେ ରାମୟଣ ଓ ମହାଭାରତରେ ବିଶ୍ବରେ ବ୍ୟାପ୍ତି ଉଦାହରଣୀୟ।

“ରାମାୟଣ ବନାମ ମହାଭାରତ”ର ଅନୁବାଦକ ତଥା କବି ତପନ କୁମାର ପଣ୍ଡାଙ୍କ ସହ ଏକ ସ୍ବତନ୍ତ୍ର ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ତାଙ୍କର ପୁସ୍ତକ, ଧର୍ମ, ସମାଜ ଓ ରାଜନୀତି ଆଦି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ବିନିମୟ କରିଥିଲେ। ଶେଷରେ ସେ ଉପସ୍ଥିତ ଜନତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଉତ୍ସବ ପରିଚାଳନା କରିଥିଲେ କବି ତଥା ଅନୁଷ୍ଠାନର ସହମହାପ୍ରବନ୍ଧକ ପବିତ୍ର ମୋହନ କର।

ଦେବଦତ୍ତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.