Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଓଡ଼ିଶା ମଧ୍ୟରେ ବୁଝାମଣା ଚୁକ୍ତିପତ୍ର ସ୍ୱାକ୍ଷରିତ
ବିଶେଷ ଖବର

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଓଡ଼ିଶା ମଧ୍ୟରେ ବୁଝାମଣା ଚୁକ୍ତିପତ୍ର ସ୍ୱାକ୍ଷରିତ

September 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଓଡ଼ିଶା ମଧ୍ୟରେ ବୁଝାମଣା ଚୁକ୍ତିପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ନୂଆଦିଲ୍ଲୀ, ଆଜାଦ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସ୍କୃତିକ, କଳା ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ଭାରତ ସରକାରଙ୍କ ସହିତ ଏକ ଚୁକ୍ତିପତ୍ର (MOU) ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR), ଭାରତ ସରକାରଙ୍କ ପକ୍ଷରୁ ଅଞ୍ଜୁ ରଂଜନ, ଡେପୁଟି ଡାରେକ୍ଟର ଜେନେରାଲ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।

ପୂର୍ବରୁ ୨୦୨୨ ମସିହା ନଭେମ୍ବର ୧୧ ତାରିଖରେ “ଭାରତୀୟ ରାଜ୍ୟ ଗୁଡିକର ସାଂସ୍କୃତିକ ସମ୍ମେଳନ” (Bharat Ke Rajyon Ka Sanskrutic Sammelan)”ରେ ଦେଶର ୨୧ ଗୋଟି ରାଜ୍ୟ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିସାରିଛନ୍ତି ।

ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସରକାର ତା.୨୭.୦୯.୨୦୨୪ ରିଖରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଯାହାଦ୍ୱାରା କି ICCR ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହିତ ବିଦେଶରେ ସରକାରଙ୍କର ସାଂସ୍କୃତିକ ଏବଂ କୁଟନୀତିଜ୍ଞ ସମ୍ପର୍କର ଅଭିବୃଦ୍ଧି ଘଟିବ । ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତ ସହିତ ବିଦେଶରେ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରମ୍ପରା ଓ ପର୍ଯ୍ୟଟନର ବିନିମୟ ହେବା ସହିତ ଅର୍ଥନୀତିର ଅଭିବୃଦ୍ଧି ଘଟିବ ।

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ଏବଂ ଓଡ଼ିଶା ସରକାର ମିଳିତ ଭାବରେ ବିଭିନ୍ନ ଏକାଡେମିକ୍‌, ସାଂସ୍କୃତିକ ଏବଂ କଳା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦେଶ ତଥା ବିଦେଶରେ ଆୟୋଜନ ଓ ପରିଚାଳନା କରିପାରିବେ । ଯାହା ଦ୍ୱାରା କି, ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତି ଦେଶବିଦେଶରେ ପ୍ରଚାର ପ୍ରସାର ହୋଇପାରିବ ।

ବିଦେଶରେ ଓଡ଼ିଆ ଅସ୍ମିତା ବହନ କରୁଥିବା ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିର ପରିପ୍ରକାଶ, ପ୍ରଚାର ପ୍ରସାର ଏବଂ ବିକାଶ କ୍ଷେତ୍ରରେ ପ୍ରଥମଥର ପାଇଁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାର ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

culture ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026
Latest News

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.