Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଣ କହିଲେ, ଜାଣନ୍ତୁ ତାଙ୍କର ସଂପୂର୍ଣ୍ଣ ଭାଷଣ
ବିଶେଷ ଖବର

ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଣ କହିଲେ, ଜାଣନ୍ତୁ ତାଙ୍କର ସଂପୂର୍ଣ୍ଣ ଭାଷଣ

September 29, 2024No Comments7 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ, ଜାଣନ୍ତୁ ତାଙ୍କର ସଂପୂର୍ଣ୍ଣ ଭାଷଣ

ନୂଆଦିଲ୍ଲୀ: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକିଆ କାର‌୍ୟ୍ୟକ୍ରମ ମନ କି ବାତ୍ କାର‌୍ୟ୍ୟକ୍ରମ ପ୍ରସାରିତ ହୋଇଛି। ଏହା ହେଉଛି ତାଙ୍କର ୧୧୪ ତମ ଅଧ୍ୟାୟ। ଏହି ମନ କି ବାତ କାର‌୍ୟ୍ୟକ୍ରମକୁ ଦଶ ବର୍ଷ ପୁରଣ ହୋଇଛି। ଏଥର ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହେଲା..

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି। ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି। ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ,ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ। ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର‌୍ୟ୍ୟାୟ ରହିଛି, ଯାହାକୁ ମୁଁ କେବେ ହେଲେ ଭୁଲିପାରିବି ନାହିଁ।

‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ- ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର‌୍ୟ୍ୟକ୍ରମର ପ୍ରକୃତ ସୂତ୍ରଧର। ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ। କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ। ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ।

‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି। ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର‌୍ୟ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି।

‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ। ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି। ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି। ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି। ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ। ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି।

ବନ୍ଧୁଗଣ, ମୁଁ ଆଜି ଦୂରଦର୍ଶନ, ପ୍ରସାରଭାରତୀ ଏବଂ ଆକାଶବାଣୀ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଶଂସା କରୁଛି। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ‘ମନ୍ କି ବାତ୍’ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି। ମୁଁ ବିଭିନ୍ନ ଟିଭି ଚ୍ୟାନେଲ, ଆଞ୍ଚଳିକ ଟିଭି ଚ୍ୟାନେଲମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯେଉଁମାନେ ଏହାର ନିୟମିତ ଭାବେ ପ୍ରସାରଣ କରିଛନ୍ତି। ‘ମନ୍ କି ବାତ୍’ ମାଧ୍ୟମରେ ଆମେ ଯେଉଁ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପିତ କଲୁ, ସେଗୁଡ଼ିକୁ ନେଇ ଅନେକ ମିଡିଆ ହାଉସ୍ ଅଭିଯାନ ଚଳାଇଲେ। ମୁଁ ଛାପା ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି, ଯିଏ ଏହାକୁ ଘରକୁ ଘର ପହଞ୍ଚାଇଲେ।

ମୁଁ ସେହି ୟୁ-ଟ୍ୟୁବରମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯେଉଁମାନେ ‘ମନ୍ କି ବାତ୍’କୁ ନେଇ ଅନେକ କାର‌୍ୟ୍ୟକ୍ରମ କରିଛନ୍ତି। ଏହି କାର‌୍ୟ୍ୟକ୍ରମକୁ ଦେଶର ୨୨ଟି ଭାଷା ସମେତ ୧୨ଟି ବିଦେଶୀ ଭାଷାରେ ମଧ୍ୟ ଶୁଣାଯାଇପାରିବ। କୌଣସି ଶ୍ରୋତା ‘ମନ୍ କି ବାତ୍’କୁ ନିଜ ଆଞ୍ଚଳିକ ଭାଷାରେ ଶୁଣିଥିବା କଥା କହିଲେ ମୋତେ ଆହୁରି ଖୁସି ଲାଗୁଛି। ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏକଥା ଜାଣିଥିବେ ଯେ, ‘ମନ୍ କି ବାତ୍’ କାର‌୍ୟ୍ୟକ୍ରମ ଉପରେ ଆଧାରିତ ଗୋଟିଏ କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯେଉଁଥିରେ ଯେକୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ।

ମାଇଗଭ୍.ଇନ୍ କୁ ଯାଇ ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ଏବଂ ପୁରସ୍କାର ମଧ୍ୟ ଜିତିପାରିବେ। ପବିତ୍ର ମନ ଓ ସମ୍ପୂର୍ଣ୍ଣ ସମର୍ପଣ ଭାବନା ସହିତ ମୁଁ ଏହିଭଳି ଭାବରେ ଭାରତର ଲୋକଙ୍କ ମହାନତାର ପ୍ରଶଂସା କରିବା ପାଇଁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣିଥରେ ଆପଣ ସମସ୍ତଙ୍କ ଠାରୁ ଆଶୀର୍ବାଦ କାମନା କରୁଛି । ଦେଶର ସାମୁହିକ ଶକ୍ତିକୁ ଆମେ ସମସ୍ତେ ଏହିଭଳି ଭାବରେ ସେଲିବ୍ରେଟ୍ କରିଚାଲିବା! – ଏହା ହିଁ ଈଶ୍ୱରଙ୍କ ନିକଟରେ, ଜନତା-ଜନାର୍ଦ୍ଦନଙ୍କ ନିକଟରେ ମୋର ପ୍ରାର୍ଥନା।

ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ବର୍ଷାଋତୁ ଆମକୁ ମନେ ପକାଇ ଦେଉଛି ଯେ, ଜଳ ସଂରକ୍ଷଣ କରିବା କେତେ ଜରୁରୀ! ବର୍ଷାଦିନେ ସଂଚୟ କରିଥିବା ପାଣି ଜଳ ସଙ୍କଟ ସମୟରେ ବହୁତ ସାହାଯ୍ୟକାରୀ ହୋଇଥାଏ। ଏହା ହିଁ ହେଉଛି ‘କ୍ୟାଚ୍ ଦ ରେନ୍’ ଭଳି ଅଭିଯାନ ପଛର ଭାବନା। ଜଳ ସଂରକ୍ଷଣକୁ ନେଇ ଅନେକ ଲୋକ ନୂଆ ନୂଆ ପ୍ରଚେଷ୍ଟା କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି।

ଏଭଳି ଗୋଟିଏ ପ୍ରଚେଷ୍ଟା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଝାନସୀଠାରେ। ଆପଣମାନେ ଜାଣିଛନ୍ତି ଯେ, ଝାନସୀ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳ, ଏବଂ ଜଳାଭାବ ଏଠାକାର ଏକ ସମସ୍ୟା। ଝାନ୍ସିରେ କିଛି ମହିଳାମାନେ ଘୁରାରୀ ନଈକୁ ନୂତନ ଜୀବନ ପ୍ରଦାନ କରିଛନ୍ତି। ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ। ସେମାନେ ଜଳସାଥି ରୂପେ ଏହି ଅଭିଯାନର ନେତୃତ୍ୱ ଗ୍ରହଣ କରିଛନ୍ତି।

ଏହି ମହିଳାମାନେ ମୃତପ୍ରାୟଃ ହୋଇପଡ଼ିଥିବା ଘୁରାରୀ ନଦୀକୁ ଏଭଳି ପୁନର୍ଜୀବିତ କରିଛନ୍ତି, ଯାହାର କେହି କେବେ କଳ୍ପନା କରିନଥିବେ।ଏହି ଜଳସାଥିମାନେ ବସ୍ତାରେ ବାଲି ଭର୍ତ୍ତିକରି ଚେକଡ୍ୟାମ ତିଆରି କଲେ, ବର୍ଷାଜଳକୁ ନଷ୍ଟ ହେବାରୁ ରକ୍ଷା କଲେ ଏବଂ ନଦୀକୁ ଜଳରେ ପରିପୂର୍ଣ୍ଣ କରିଦେଲେ। ଏହି ମହିଳାମାନେ ଶହ ଶହ ଜଳାଶୟ ନିର୍ମାଣ ଏବଂ ସେଗୁଡ଼ିକର ପୁନରୁଦ୍ଧାର କାର‌୍ୟ୍ୟରେ ଉତ୍ସାହର ସହିତ ସହଯୋଗ କଲେ। ଏହାଦ୍ୱାରା ଏହି ଅଞ୍ଚଳର ଲୋକଙ୍କ ଜଳକଷ୍ଟ ଦୂର ହେବା ସହ ସେମାନଙ୍କ ମୁହଁରେ ହସ ମଧ୍ୟ ଫେରିଆସିଛି।

ବନ୍ଧୁଗଣ, ମୁଁ ଏଠାରେ କେବଳ ଦୁଇଟି ପ୍ରୟାସ ବିଷୟରେ ଆଲୋଚନା କରିଛି, କିନ୍ତୁ ଆମ ଆଖପାଖକୁ ଯଦି ଦେଖିବା, ତେବେ ଦେଶର ସବୁ ଅଞ୍ଚଳରେ ‘ସ୍ୱଚ୍ଛତା’କୁ ନେଇ କିଛି ନା କିଛି ନିଆରା ପ୍ରୟାସ ନିଶ୍ଚିତ ଭାବେ ଜାରି ରହିଛି। କିଛିଦିନ ପରେ ଆସୁଥିବା ୨ ଅକ୍ଟୋବରରେ ‘ସ୍ୱଚ୍ଛ ଭାରତ ମିଶନ’ର ଦଶବର୍ଷ ପୂରଣ ହେଉଛି। ଏହି ଅବସରରେ ସେହି ଲୋକମାନେ ଅଭିନନ୍ଦନୀୟ, ଯେଉଁମାନେ ଏହାକୁ ଭାରତୀୟ ଇତିହାସର ଏତେ ବଡ଼ ଜନ-ଆନ୍ଦୋଳନରେ ପରିଣତ କରିଦେଇଛନ୍ତି । ଏହା ମହାତ୍ମା ଗାନ୍ଧୀ ଜୀଙ୍କ ପ୍ରତି ମଧ୍ୟ ପ୍ରକୃତ ଶ୍ରଦ୍ଧାଞ୍ଜଳି, ଯିଏ ଆଜୀବନ ଏହି ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ ।

ବନ୍ଧୁଗଣ, ଆଜି ଏହି ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ଯୋଗୁଁ ହିଁ ‘ୱେଷ୍ଟ୍ ଟୁ ୱେଲ୍‌ଥ’ର ମନ୍ତ୍ର ଲୋକପ୍ରିୟ ହେଉଛି। ଲୋକେ ‘ରିଡ୍ୟୁସ୍‌, ରିୟୁଜ୍ ଓ ରିସାଇକଲ୍‌’ ଉପରେ ଆଲୋଚନା କରୁଛନ୍ତି, ଏହାର ଉଦାହରଣ ଦେଉଛନ୍ତି । ଏବେ କେରଳର କୋଝିକୋଡ଼ରେ ଏଭଳି ଏକ ସୁନ୍ଦର ପ୍ରୟାସ ସମ୍ପର୍କରେ ମତେ ଜାଣିବାକୁ ମିଳିଛି । ସେଠାରେ ଚଉସ୍ତରୀ ବର୍ଷୀୟ ସୁବ୍ରମଣ୍ୟମ୍ ଜୀ ୨୩ ହଜାରରୁ ଅଧିକ ଚଉକିର ମରାମତି କରି ସେଗୁଡ଼ିକୁ ପୁନର୍ବାର କାର‌୍ୟ୍ୟକ୍ଷମ କରିପାରିଛନ୍ତି। ଲୋକେ ତାଙ୍କୁ ‘ରିଡ୍ୟୁସ୍‌, ରିୟୁଜ୍ ଓ ରିସାଇକଲ୍‌’, ଅର୍ଥାତ ଟ୍ରିପଲ୍ ଆର୍ ଚାମ୍ପିଅନ ମଧ୍ୟ କହନ୍ତି। ତାଙ୍କର ଏହି ନିଆରା ପ୍ରୟାସକୁ କୋଝିକୋଡ଼ ସିଭିଲ୍ ଷ୍ଟେସନ, ପିଡବ୍ଲ୍ୟୁଡି ଓ ଏଲ୍‌ଆଇସି କାର‌୍ୟ୍ୟାଳୟରେ ଆମେ ଦେଖିପାରିବା ।

ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ଜାରି ଅଭିଯାନ ସହିତ ଆମକୁ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ପଡ଼ିବ ଓ ଏହା ଏଭଳି ଏକ ଅଭିଯାନ ଯାହା କୌଣସି ଦିନକର ନୁହେଁ କି ବର୍ଷକର ନୁହେଁ, ଏହା ଯୁଗଯୁଗ ଧରି ନିରନ୍ତର କରିବା ଭଳି କାର‌୍ୟ୍ୟ। ଏହି ‘ସ୍ୱଚ୍ଛତା’ ଯେ ପର‌୍ୟ୍ୟନ୍ତ ଆମର ସ୍ୱଭାବରେ ପରିଣତ ନ ହୋଇଛି ସେ ପର‌୍ୟ୍ୟନ୍ତ ଚାଲୁରଖିବା ଭଳି କାମ। ମୋର ଆପଣମାନଙ୍କୁ ସଭିଙ୍କୁ ଅନୁରୋଧ ଯେ ଆପଣ ମଧ୍ୟ ନିଜର ପରିବାର, ବନ୍ଧୁବାନ୍ଧବ, ପଡ଼ୋଶୀ ବା ସହକର୍ମୀଙ୍କ ସହ ମିଶି ସ୍ୱଚ୍ଛତା ଅଭିଯାନରେ ଭାଗୀଦାର ହୁଅନ୍ତୁ। ମୁଁ ପୁଣିଥରେ ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଭିଯାନର ୧୦ ବର୍ଷ ପୂରଣ ହେଉଛି। ଏହି ଅଭିଯାନର ସଫଳତାରେ ଦେଶର ବଡ଼ ବଡ଼ ଶିଳ୍ପଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନୀମାନଙ୍କର ମଧ୍ୟ ଅବଦାନ ରହିଛି। ମୁଁ ମେକ୍ ଇନ୍ ଇଣ୍ଡିଆ କଥା ହିଁ କହୁଛି । ଆଜି ମୋତେ ଏହାଦେଖି ବହୁତ ଖୁସି ମିଳୁଛି ଯେ ଗରିବ, ମଧ୍ୟମବର୍ଗ ଏବଂ ଗଝଗଋକୁ ମଧ୍ୟ ଏହି ଅଭିଯାନରେ ବହୁତ ଲାଭ ମିଳୁଛି।

ଏହି ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି । ଆଜି ଭାରତ ଜ୍ଞବଦ୍ଭଙ୍କଲବମଗ୍ଧଙ୍କକ୍ସସଦ୍ଭଶ ଚକ୍ଟଙ୍ଗରକ୍ସ ଷକ୍ଟଙ୍କଗ୍ଦର ହୋଇପାରିଛି ଏବଂ ଦେଶର ଯୁବଶକ୍ତି ପାଇଁ ସାରା ଦୁନିଆର ଦୃଷ୍ଟି ଆଜି ଆମପ୍ରତି ଆକର୍ଷିତ । ଅଟୋମୋବାଇଲ୍ ହେଉ, ହେଉ, ଞରଙ୍ଘଗ୍ଧସକ୍ଷରଗ୍ଦ ହେଉ, ଇଙ୍ଖସବଗ୍ଧସକ୍ଟଦ୍ଭ ହେଉ ଋକ୍ଷରମଗ୍ଧକ୍ସକ୍ଟଦ୍ଭସମଗ୍ଦ ହେଉ ଅଥବା ଊରଲରଦ୍ଭମର ହେଉ, ପ୍ରତି ସେକ୍ଟରରେ ଦେଶର ରପ୍ତାନୀ ଲଗାତର ବଢ଼ିଚାଲିଛି । ଦେଶରେ ବିଦେଶୀ ପୁଞ୍ଜିନିବେଶର ବୃଦ୍ଧି ମଧ୍ୟ ଆମ ମେକ୍ ଇନ୍ ଇଣ୍ଡିଆର ସଫଳତାର କଥା କହୁଛି ।

ଆଜି ଆମ୍ଭେ ମୁଖ୍ୟତଃ ଦୁଇଟି ବିଷୟରେ ୠକ୍ଟମଙ୍କଗ୍ଦ କରୁଛୁ। ପ୍ରଥମଟି ହେଲା ‘ଗୁଣବତ୍ତା’, ଅର୍ଥାତ୍ ଆମ ଦେଶରେ ତିଆରି ସମସ୍ତ ଜିନିଷ ବିଶ୍ୱସ୍ତରୀୟ ହେଉ। ଦ୍ୱିତୀୟଟି ହେଲା ‘ଭୋକାଲ ଫୋର୍ ଲୋକାଲ’ ଅର୍ଥାତ୍ ସ୍ଥାନୀୟ ଜିନିଷକୁ ଅଧିକରୁ ଅଧିକ ମହତ୍ତ୍ୱ ଦିଆଯାଉ। ‘ମନ୍ କି ବାତ୍’ରେ ଆମେ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେଲେ ଦେଶର ଲୋକମାନଙ୍କର କେମିତି ଲାଭ ହୁଏ, ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ବୁଝାଯାଇପାରେ।

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ସକ୍ଷରର ଗୋଟିଏ ପୁରୁଣା ପରମ୍ପରା ହେଉଛି “ଭଣ୍ଡାରା ଟସର୍ ସିଲ୍କ ହ୍ୟାଣ୍ଡଲୁମ୍”। ଟସର୍ ସିଲ୍କ ନିଜର ଡିଜାଇନ, ରଙ୍ଗ ଏବଂ ମଜଭୁତି ପାଇଁ ଜଣାଶୁଣା। ଭଣ୍ଡାରାର କେତେକ ଅଞ୍ଚଳରେ ପ୍ରାୟ ପଚାଶରୁ ଅଧିକ ‘ସେଲଫ୍ ହେଲ୍ପ ଗୃପ୍’ ଏହାକୁ ସଂରକ୍ଷିତ କରିବା କାମରେ ଲାଗିଛନ୍ତି। ଏତେ ସଂଖ୍ୟକ ମହିଳାମାନଙ୍କର ବହୁତ ବଡ଼ ଯୋଗଦାନ ପାଇଁ ଏହି ସିଲ୍କ ଶୀଘ୍ର ଲୋକପ୍ରିୟ ହେଉଛି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଶକ୍ତ କରୁଛି। ଏହାହିଁ ତ ମେକ୍ ଇନ୍ ଇଣ୍ଡିଆର ଆତ୍ମା।

ସାଥିଗଣ, ପର୍ବପର୍ବାଣୀର ଏହି ଋତୁରେ ଆପଣମାନେ ପୁଣି ଆପଣଙ୍କର ପୁରୁଣା ସଂକଳ୍ପ ମଧ୍ୟ ପୁନରାବୃତ୍ତି କରନ୍ତୁ। କିଛି ବି କିଣିବେ ତ ତାହା ମେକ୍ ଇନ୍ ଇଣ୍ଡିଆ ହୋଇଥିବା ଦରକାର, କିଛି ବି ଉପହାର ଦିଅନ୍ତୁ ତାହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ହୋଇଥିବା ଦରକାର। ଖାଲି ମାଟିର ଦୀପ କିଣିବାଟା ହିଁ ଭୋକଲ ଫୋର୍ ଲୋକଲ ନୁହେଁ। ଆପଣଙ୍କ ଅଞ୍ଚଳରେ ତିଆରି ହେଉଥିବା ସ୍ଥାନୀୟ ଉତ୍ପାଦକୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଦରକାର। ଯେକୌଣସି ଉତ୍ପାଦ ଯାହାକୁ ତିଆରି କରିବାରେ ଭାରତର କୌଣସି କାରିଗରର ଝାଳ ବୋହିଛି, ଯାହା ଭାରତ ଭୂମିରେ ତିଆରି ହୋଇଛି – ସେ ହେଉଛି ଆମର ଗର୍ବ – ଆମକୁ ଏହି ଗୌରବ ସଦାସର୍ବଦା ବଜାୟ ରଖିବାକୁ ହେବ।

ସାଥିଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା। ଏହି କାର‌୍ୟ୍ୟକ୍ରମ ସମ୍ପର୍କରେ ଆପଣଙ୍କର ମତାମତ ଏବଂ ପରାମର୍ଶ ମୋତେ ନିଶ୍ଚୟ ପଠାଇବେ। ମୋତେ ଆପଣଙ୍କ ପତ୍ର ଏବଂ ସନ୍ଦେଶର ପ୍ରତୀକ୍ଷା ରହିଲା। ମାତ୍ର ଆଉ କିଛିଦିନ ପରେ ଉତ୍ସବର ଋତୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରଠାରୁ ଏହା ଆରମ୍ଭ ହେବ।

ସେଇଠୁ ଆସନ୍ତା ଦୁଇମାସ ପର‌୍ୟ୍ୟନ୍ତ ପୂଜାପାଠ, ବ୍ରତ ଉତ୍ସବ, ଆନନ୍ଦଉଲ୍ଲାସର ବାତାବରଣ ଚାରିଆଡ଼େ ଲାଗିରହିବ। ଆସନ୍ତା ପର୍ବଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣମାନେ ସମସ୍ତେ ନିଜର ପରିବାର ଏବଂ ପ୍ରିୟଜନଙ୍କ ସହିତ ଉତ୍ସବର ଖୁବ୍ ଆନନ୍ଦ ନିଅନ୍ତୁ ତଥା ଅନ୍ୟମାନଙ୍କୁ ମଧ୍ୟ ଆପଣଙ୍କ ଆନନ୍ଦରେ ସହଭାଗୀ କରାନ୍ତୁ। ଆସନ୍ତା ମାସର ‘ମନ୍ କି ବାତ୍’ରେ ଅନ୍ୟ କିଛି ନୂଆ ବିଷୟକୁ ନେଇ ଆପଣମାନଙ୍କ ସହ କଥାହେବି। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

Maan ki baat Mann Ki Baat ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ ମନ୍ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.