Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗର୍ଭ ନିରୋଧ ବଟିକା ପାଇଁ କୌଣସି କଟକଣା ଜାରୀ କରାଯାଇ ନାହିଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର
ବିଶେଷ ଖବର

ଗର୍ଭ ନିରୋଧ ବଟିକା ପାଇଁ କୌଣସି କଟକଣା ଜାରୀ କରାଯାଇ ନାହିଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

October 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 
ତିନୋଟି ଔଷଧକୁ ତିନି ବର୍ଷ ପାଇଁ କଳା ତାଲିକାଭୁକ୍ତ କଲା CGMSC 

ନୂଆଦିଲ୍ଲୀ: ଜରୁରୀକାଳୀନ ଗର୍ଭନିରୋଧକ ବଟିକା (ଇସିପି)ର ବଜାରରେ ବିକ୍ରୟ କୁ ନେଇ ସିଡିଏସସିଓ ଦ୍ୱାରା ନିୟମରେ ପ୍ରସ୍ତାବିତ ପରିବର୍ତ୍ତନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଏଠାରେ ସ୍ପଷ୍ଟୀକରଣ ଦିଆଯାଉଛି । ଗୋଟିଏ ଖବରରେ ଉଲ୍ଲେଖ କରାଯାଇଛି ଯେ ‘‘ବିଶେଷଜ୍ଞ ପ୍ୟାନେଲ ମର୍ଣ୍ଣିଂ ଆଫ୍ଟର ପିଲ୍‌ (ଅସୁରକ୍ଷିତ ସହବାସର ୨୪ ଘଣ୍ଟା ମଧ୍ୟରେ ସେବନ କରାଯାଉଥିବା ବଟିକା) ପାଇଁ ପ୍ରେସ୍କ୍ରିପସନ୍ ଆବଶ୍ୟକତା ପ୍ରସ୍ତାବ ଦେଇଛି’’।

ଏ ସମ୍ପର୍କରେ ବାସ୍ତବ ତଥ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା:

 ୧.) ବର୍ତ୍ତମାନ ଗର୍ଭନିରୋଧକ ଔଷଧ ଯଥା ସେଣ୍ଟକ୍ରୋମାନ୍ ଏବଂ ଏଥିନାଇଲୋଏଷ୍ଟ୍ରାଡିଓଲ, ଔଷଧ ନିୟମର ଅନୁସୂଚୀ ‘ଏଚ୍’ ଅଧୀନରେ ରହିଛି ଅର୍ଥାତ୍ ଏହି ଔଷଧ କେବଳ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ରେ ବିକ୍ରି କରାଯାଇପାରିବ। ଏହାବ୍ୟତୀତ ନିର୍ମାତାମାନଙ୍କ ପାଇଁ ଲେବଲରେ ସତର୍କତା ବାର୍ତ୍ତା – ‘‘କେବଳ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସନରଙ୍କ ପ୍ରେସକ୍ରିପସନରେ ଖୁଚୁରା ଦ୍ୱାରା ବିକ୍ରି କରାଯିବ’’- ଉଲ୍ଲେଖ କରିବାକୁ ନିୟମ ରହିଛି ।

୨.) ଏହାବ୍ୟତୀତ, ଏହି ଔଷଧଗୁଡ଼ିକର କେତେକ ନିର୍ଦ୍ଦିଷ୍ଟ ମାତ୍ରା [ଡିଏଲ୍-ନର୍ଗେଷ୍ଟ୍ରେଲ – ୦.୩୦ ମିଲିଗ୍ରାମ୍ + ଏଥିନିଲୋଏଷ୍ଟ୍ରାଡିଓଲ୍ – ୦.୩୦ ମିଲିଗ୍ରାମ୍ , ଲେଭୋନୋର୍ଗେଷ୍ଟ୍ରେଲ୍ – ୦.୧୫ ମିଲିଗ୍ରାମ୍ + ଏଥିନିଓର୍ଗେଷ୍ଟ୍ରେଲ୍ – ୦.୧୫ ମିଲିଗ୍ରାମ୍ + ଲେଭୋନୋର୍ଗେଷ୍ଟ୍ରେଲ୍ – ୦.୧୫ ମିଲିଗ୍ରାମ୍ + ଲେଭୋନୋର୍ଗେଷ୍ଟ୍ରେଲ୍ – ୦.୧୦ + ଏଥିନିଲୋଏଷ୍ଟ୍ରେଡିଓଲ୍ – ୦.୧୦ ମିଲିଗ୍ରାମ୍ + ଏଥିନିଓସ୍ଟ୍ରାଡିଓଲ୍ – ୦.୦୨ ମିଲିଗ୍ରାମ୍ ) କୁ ଔଷଧ ନିୟମର ଅନୁସୂଚୀ ‘କେ’ ରେ ସାମିଲ କରାଯାଇଛି ଏବଂ ଏହାକୁ ସେବନ କରିବା ଲାଗି ଡାକ୍ତରଙ୍କ ପ୍ରେସକ୍ରିପିସନ୍‌ ଦରକାର ନାହିଁ।

୩.) ତେଣୁ ଉପରୋକ୍ତ ବିନ୍ଦୁ ୧ ଅନୁଯାୟୀ ପ୍ରେସକ୍ରିପ୍ସନର ଆବଶ୍ୟକତା ଏବଂ ବିନ୍ଦୁ ୨ ଅନୁଯାୟୀ ପ୍ରେସକ୍ରିପ୍ସନର ଅନାବଶ୍ୟକତାକୁ ନେଇ ପରସ୍ପର ବିରୋଧୀ ତଥ୍ୟ ପ୍ରକାଶ କାରଣରୁ ଉପଭୋକ୍ତା, ବିକ୍ରେତା ଓ ଅଂଶୀଦାରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା।

୪.) ନିୟମଗୁଡ଼ିକରେ ପ୍ରସ୍ତାବିତ ସଂଶୋଧନ ଉପଭୋକ୍ତାଙ୍କ ଲାଭ ନିମନ୍ତେ ସ୍ପଷ୍ଟିକରଣ ପାଇଁ ଉଦ୍ଦିଷ୍ଟ ଏବଂ ଏହା ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ କରୁନାହିଁ । ଅନୁସୂଚୀ ‘କେ’ରେ ବର୍ଣ୍ଣନା କରାଯାଇଥିବା ମାତ୍ରାର ଔଷଧ ବିନା ପ୍ରେସ୍କ୍ରିପସନରେ ଉପଲବ୍ଧ ହେବ, ଯେପରି ଭାବେ ଏହା ବର୍ତ୍ତମାନ ଉପଲବ୍ଧ ରହିଛି। ଅବଶିଷ୍ଟ ସମସ୍ତ ମାତ୍ରାର ଔଷଧ ପାଇଁ ପ୍ରେସ୍କ୍ରିପ୍ସନ୍ ଆବଶ୍ୟକ ହେବ, ଯାହା ଆଜି ମଧ୍ୟ ଆବଶ୍ୟକତା ରହିଛି ।

୫.) ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି, ଔଷଧ ନିୟମରେ ପ୍ରସ୍ତାବିତ ସଂଶୋଧନ ଦ୍ୱାରା ‘‘ଅନୁସୂଚୀ ‘କେ’ର ଏଣ୍ଟ୍ରି ସଂଖ୍ୟା ୧୫ରେ ଉଲ୍ଲେଖ କରାଯାଇଥିବା ଔଷଧର ଶ୍ରେଣୀକୁ ଏହି (କେ) ବର୍ଗରେ ଅନ୍ତର୍ଭୂକ୍ତ ହେବ ନାହିଁ’’। ଏହାକୁ ନିୟମର ଅନୁସୂଚୀ ‘ଏଚ୍‌’ରେ ସାମିଲ କରାଯିବ। ଏହା ଅସ୍ପଷ୍ଟତା ଦୂର କରିବ ଏବଂ ଏଭଳି ଔଷଧ (ନିର୍ଦ୍ଦିଷ୍ଟ ମାତ୍ରା ସହିତ) ବିକ୍ରି ପ୍ରକ୍ରିୟାକୁ ସରଳ କରିବ।

ତେଣୁ ଏହି ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ଖବର ସଠିକ୍ ବ୍ୟାଖ୍ୟା ନୁହେଁ। ଔଷଧକୁ ଅଣ ପ୍ରେସ୍କ୍ରିପସନ୍ ରୁ ପ୍ରେସ୍କ୍ରିପସନ୍ ବର୍ଗକୁ ସ୍ଥାନାନ୍ତର କରିବାକୁ କୌଣସି ପ୍ରସ୍ତାବ ନାହିଁ।

ଏଥିସହିତ ଜରୁରୀକାଳୀନ ଗର୍ଭନିରୋଧକ ବଟିକା (ଇସିପି) ବ୍ରାଣ୍ଡର ଆଇ-ପିଲ୍ ବା ଅନୱାରେଣ୍ଟେଡ୍‌- 72 ର ବିକ୍ରି ଓ ବିତରଣରେ କୌଣସି ପରିବର୍ତ୍ତନ ହୋଇନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ନାହିଁ ସନ୍ଦେହ

December 14, 2025

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଧୀରେ ଧୀରେ ଅନ୍ୟ ଟ୍ରେନରେ ବି କରାଯିବ ପରିବେଷଣ

December 14, 2025

ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ…

December 14, 2025

‘ଲାଲ ସଲାମ’ ନୁହେଁ, ବସ୍ତର ଏବେ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପ୍ରକମ୍ପିତ ହେଉଛି: ଅମିତ ଶାହ

December 14, 2025
Latest News

ସମନ୍ୱିତ ସଡ଼କ ସୁରକ୍ଷା ଡାସବୋର୍ଡର ସମୀକ୍ଷା କଲେ ରାଜ୍ୟ ସରକାର

December 14, 2025

ଓଡିଶା ବିଜେପି ସାଂସଦମାନେ ଦିଲ୍ଲୀରେ କଲେ ବୈଠକ, ରାଜ୍ୟ ସଂଗଠନ ଅବଗତ ଅଛି କି ନାହିଁ ସନ୍ଦେହ

December 14, 2025

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଧୀରେ ଧୀରେ ଅନ୍ୟ ଟ୍ରେନରେ ବି କରାଯିବ ପରିବେଷଣ

December 14, 2025

ବିଧାୟକଙ୍କ ଦରମା ବୃଦ୍ଧି ନେଇ ଚେଙ୍ଗି ଦେଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ…

December 14, 2025

‘ଲାଲ ସଲାମ’ ନୁହେଁ, ବସ୍ତର ଏବେ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପ୍ରକମ୍ପିତ ହେଉଛି: ଅମିତ ଶାହ

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.