Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ଦାନା ସମୟରେ ଅଗ୍ନିଶମ କର୍ମଚାରୀଙ୍କ ପରିଶ୍ରମକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା
ବିଶେଷ ଖବର

ବାତ୍ୟା ଦାନା ସମୟରେ ଅଗ୍ନିଶମ କର୍ମଚାରୀଙ୍କ ପରିଶ୍ରମକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା

October 26, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ଦାନା ସମୟରେ ଅଗ୍ନିଶମ କର୍ମଚାରୀଙ୍କ ପରିଶ୍ରମକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା

ଭୁବନେଶ୍ବର: ବାତ୍ୟା “ଦାନା”ର ପରବର୍ତ୍ତୀ କ୍ଷୟକ୍ଷତି କୁ ଦୃଷ୍ଟିରେ ରଖି ବାତ୍ୟା ଆସନ୍ନ ଜିଲ୍ଲା ଗୁଡିକରେ ମୁତୟନ ହୋଇଥିବା କର୍ମଚାରୀମାନେ ବାତ୍ୟା “ଦାନା” ର ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଭାଙ୍ଗି ପଡିଥିବା ବା ଉପୁଡିପଡ଼ିଥିବା ଗଛ ଗୁଡିକୁ କାଟି ସଫାକରି ରାସ୍ତା ଗମନାଗମନ ଯୋଗ୍ୟ  କରାଯାଇଛି।

ସେହିପରି ଘର ଗୁଡିକୁ ବିପଦମୁକ୍ତ କରିବା ସହିତ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଘେରରେ ରହିଥିବା ଲୋକ ମାନଙ୍କୁ ନିରାପଦରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ମୁଖ୍ୟ ଅଗ୍ନିଶମାଧିକାରୀ (ଏସ୍.ଏ.ଜି.) ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ ସୂଚନା ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ, ଅପରାହ୍ଣ ୫.୩୦ ଘଟିକା ସୁଦ୍ଧା ହସ୍ତଗତ ହୋଇଥିବା ବିବରଣୀ ଅନୁସାରେ ସମୁଦାୟ ୫୫୮ ଟି ସ୍ଥାନରେ ୧୩୫୦ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କରାଯାଇଛି। ସେହିପରି ୨୨୦ ରୁ ଉର୍ଦ୍ଧ୍ଵ ଘରକୁ ବିପଦମୁକ୍ତ କରାଯାଇଥିଲା।

ସେଗୁଡିକ ମଧ୍ୟରେ ବାଲେଶ୍ଵର ଜିଲ୍ଲାର ସୋରୋ, ମେଡ଼ିକାଲ ଛକ, ବସ୍ତା, ଖଇରା, ଚନ୍ଦନପୁର, ଭାସ୍କରଗଞ୍ଜ, ସାହାଦ, ଜୟଦେବ କେଶବ, ନହରପାଟଣା, ସିମୁଳିଆ ଅନ୍ତର୍ଗତ  ସିମୁଳିଆ ବ୍ଲକ କଲୋନୀ, ଛତ୍ରପୁର ଓ ମୀରପାଟଣା, ଅଡା, ସାହୁଖୁର୍ଦା, ନିଳଗିରି ଅନ୍ତର୍ଗତ ଛତାବରପାଟଣା ଓ କଦମସାହି, ମୂଳନ ନଗର, ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର, ବିଷ୍ଣୁପୁର, ଷଣ୍ଢତିରା, ନାରାୟଣପୁର, ଖମାରିଆ ବଜାର, ସନ୍ତପୁର ବଜାର, ତିହିଡି ରହିଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ମାନଗୋବିନ୍ଦପୁର, ପୁରୁଣା ବାରିପଦା, ସାଇଁକୁଳ, ମହୁଲିଡ଼ିହ, କୁମ୍ଭାରକୋଇଲି, ଖୁଣ୍ଟା, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢେଙ୍କିଆ, ମାହାଲ, ପିତେଇପୁର, ପାରାଦ୍ଵୀପ ନେହେରୁ ବଙ୍ଗଳା, ତିର୍ତ୍ତୋଲ ଅନ୍ତର୍ଗତ ଚାଁଦପୁର, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବୋଉଳକଣି, ତାଳଚୁଆ, ରାଜନଗର, ରାଜକନିକା ଅନ୍ତର୍ଗତ ଗୋବାଙ୍ଗ ଅନ୍ତର୍ଭୁକ୍ତ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅନ୍ତର୍ଗତ ସତାହାଳିଆ, ଭୁବନେଶ୍ଵରର ଭରତପୁର ଜିଏ କଲୋନୀ, କଟକ ଜିଲ୍ଲାର ନିଆଳି ଅନ୍ତର୍ଗତ ଦେଉଳି, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅନ୍ତର୍ଗତ ନୂଆଗଡ, ଡେଲଙ୍ଗା ରୁ ଚିତଲପୁର ପର୍ଯ୍ୟନ୍ତ ଇତ୍ୟାଦି ଅନେକ ସମ୍ବେଦନଶୀଳ ସ୍ଥାନ, ରାସ୍ତା, ଘର, ସରକାରୀ ଦପ୍ତର, ଡାକ୍ତରଖାନା ଓ ବିଦ୍ୟାଳୟ ପରିସର ମାନଙ୍କରେ ପଡିଥିବା ବୃହତକାୟ ଗଛ ଗୁଡିକୁ କାଟି ସଫା କରି ସେହି ସ୍ଥାନ ଗୁଡିକୁ ବିପଦମୁକ୍ତ କରିବା ସହ ରାସ୍ତା ଗୁଡିକୁ ଗମନାଗମନ ଉପଯୋଗୀ କରିଥିଲେ।

ମଧ୍ୟରାତ୍ରିର ଘନ ଅନ୍ଧକାରରେ ପ୍ରବଳ ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଜୟନଗର ପଞ୍ଚାୟତରେ ଗୋଟିଏ ପରିବାରର ୩ ଜଣ ଲୋକ ବିପଦ ସଙ୍କୁଳ ଅବସ୍ଥାରେ ନିଜ ଘର ଚତୁଃପାର୍ଶ୍ୱରେ ବନ୍ୟା ପାଣି ଜମିବାରୁ ସେହି ଘରେ ଫସି ରହିଥିଲେ। ଉକ୍ତ ଘଟଣାର ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ପାୱାର ବୋଟ୍ ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ କାଠସଂଗଡ ଠାରେ ଫସି ରହିଥିବା ୧୦ ଜଣ ଲୋକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାୱାର ବୋଟ୍ ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଓ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଥିବାରୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକାରୀ ଦଳ ମାନଙ୍କୁ ଆବଶ୍ୟକୀୟ ଉପକରଣ ସହ ମହଜୁଦ ରଖାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲୁରହିଛି । ସେହିପରି ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକର ଭୀମପୁରା ଅରବିନ୍ଦ ନଗରଠାରେ ଜଳବନ୍ଦୀ ହୋଇ ଫସି ରହିଥିବା ୫ ଜଣ ବ୍ୟକ୍ତି, ସମୁଦାୟ ୧୮ ଜଣଙ୍କୁ ପାୱାର ବୋଟ୍ ସାହାଯ୍ୟରେ ଉଦ୍ଧାର କରିଥିଲେ ।

କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ଓ ପୁରୀ ଜିଲ୍ଲା ମାନଙ୍କରେ ଜଳ ଘେରରେ ଥିବା ଲୋକ ମାନଙ୍କ ସ୍ଵାଭାବିକ ଜୀବନ ଜାପାନ ନିମିତ୍ତ ଜଳମଗ୍ନ ହୋଇଯାଇଥିବା ୨୧ ଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ବ୍ୟବହାର କରାଯାଇ ଜଳ ନିଷ୍କାସନ କରାଯାଇଥିଲା । ତାଛଡା ୧୩୧ ଟି ସ୍ଥାନରେ ଭାଙ୍ଗିଯାଇଥିବା / ଉପୁଡିପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡିକୁ ଅବରୋଧ ରୁ ହଟାଯାଇ ବିଦ୍ୟୁତ୍ ସରବରାହକୁ ସ୍ଵାଭାବିକ କରାଯିବାରେ ସାହାଯ୍ୟ କରାଯାଇଥିଲା ।

ଏତଦ୍ ବ୍ୟତୀତ କଟକ, ପୁରୀ, ଭୁବନେଶ୍ଵରର ତଳିଆ ଜଳ ପ୍ଳାବିତ ସମ୍ଭାବ୍ୟ ଅଞ୍ଚଳ ମାନଙ୍କରେ ଜଳ ନିଷ୍କାସନ ନିମିତ୍ତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଗୁଡିକୁ ପ୍ରସ୍ତୁତ ରଖାଯାଇଛି ।  ଏହା ବ୍ୟତିତ୍ ୨ ଟି ପ୍ଲାଜମା କଟର, ୨୨୫ ଟି ପାୱାର ବୋଟ୍, ୪୦୯ ଟି ଟେଲିସ୍କୋପିକ୍ ଟାୱାର ଲାଇଟ୍, ୮୬୩ ଟି ପାୱାର ସ, ୫୭ ଟି କମ୍ବି ଟୁଲସ୍, ୬୬୮ ଟି ଉଦ୍ଧାରରେ ବ୍ୟବହୃତ ରଶି ଓ ୨୨୭ ଟି ଇମରଜେନ୍ସି ଲାଇଟ୍  ଗୁଡିକୁ ୧୨ ଗୋଟି ଜିଲ୍ଲାରେ ଅଗ୍ନିଶମ ବିଭାଗର ୨୨୭ ଟି ଟିମ୍ ନିୟୋଜିତ ହୋଇ ସମୁଦାୟ ୨୨୦୦ ଅଧିକାରୀ ଓ କର୍ମଚାରୀ ଉକ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ରାଜ୍ୟର ପ୍ରଭାବିତ ଅଞ୍ଚଳର ଜନସାଧାରଣ ମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସେବା ନିମନ୍ତେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାଲାଗି, ପରାମର୍ଶ ଦିଆଯାଇଅଛି । ଏଥି ନିମନ୍ତେ ଅଗ୍ନିଶମ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟଠାରେ ବାତ୍ୟା ସଙ୍କ୍ରାନ୍ତୀୟ ନିୟନ୍ତ୍ରଣ କକ୍ଷ (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଅଗ୍ନିଶମ କର୍ମଚାରୀଙ୍କ ପରିଶ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

cyclone Cyclone Dana ବାତ୍ୟା ବାତ୍ୟାରେ ଅଗ୍ନିଶମ
Share. Facebook Twitter LinkedIn Email WhatsApp Copy Link

Related Posts

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.