Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୁମ୍ବକରେ ୨୦୧୯ର ପୂର୍ଣ୍ଣାଙ୍ଗ ବଜେଟ୍‌ : ପାରମ୍ପରିକ ଅର୍ଥନୀତିରୁ ଉପରକୁ ଉଠି ନୂଆ ଅର୍ଥନୈତିକ ଦୃଷ୍ଟିଭଙ୍ଗୀ ନାହିଁ
ବିଶେଷ ଖବର

ଚୁମ୍ବକରେ ୨୦୧୯ର ପୂର୍ଣ୍ଣାଙ୍ଗ ବଜେଟ୍‌ : ପାରମ୍ପରିକ ଅର୍ଥନୀତିରୁ ଉପରକୁ ଉଠି ନୂଆ ଅର୍ଥନୈତିକ ଦୃଷ୍ଟିଭଙ୍ଗୀ ନାହିଁ

July 5, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ୨୦୧୯-୨୦ର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ବଜେଟ୍‌ ଉପସ୍ଥାପନ କରିଛନ୍ତି । ପ୍ରଥମ ଥର ପାଇଁ ଜଣେ ମହିଳା ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ କରିଛନ୍ତି । ସ୍ବାଧିନତା ପରଠାରୁ ଚାଲିଥିବା ବ୍ରିଫକେସ ପ୍ରଥାକୁ ଶେଷ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏହି ପରମ୍ପରାକୁ ଭାଙ୍ଗି ବ୍ରିଫକେସ ବଦଳରେ ଗୋଟିଏ ଫୋଲ୍ଡରରେ ବଜେଟର ଦସ୍ତାବିଜକୁ ଆଣିଥିଲେ । ଚଳିତ ବଜେଟ୍‌ରେ ଗାଁ, ଗରିବ ଓ ଚାଷୀଙ୍କୁ ପ୍ରାଥମିକତା ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ସେହିପରି ଶସ୍ୟରେ ସବ୍‌ସିଡି, ଉତ୍ପାଦ ଶୁଳ୍କ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟସରକାରମାନଙ୍କ ସହିତ ମିଶି କରି କାମ କରିଥିବାର ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ।ଏହି ଅବସରରେ ୨୦ ଟଙ୍କିଆ ନୂଆ ମୁଦ୍ରା ଆସିବା ନେଇ ମଧ୍ୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।  ଚଳିତ ଥର ବଜେଟ୍‌ରେ ଶିକ୍ଷା, ସ୍ବାସ୍ଥ୍ୟ, ସ୍ବଚ୍ଛତା ଆଦିକୁ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ପ୍ରତି ଗାଁକୁ ବିଜୁଳି ପହଞ୍ଚିବା ସହିତ ଏଲପିଜି ଓ ପରିମଳ ଯୋଜନାକୁ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦେଇଛନ୍ତି ନିର୍ମଳା ସୀତାରମଣ ।  ବଜେଟ ଭାଷଣ ବେଳେ ଅର୍ଥମନ୍ତ୍ରୀ ମହାତ୍ମା ଗାନ୍ଧିଙ୍କ ଏକ ଉକ୍ତିକୁ ଉଦ୍ଧୃତି କରିଛନ୍ତି। ନଦୀ ପରିହବନ, ରାଜପଥରେ ସଂସ୍କାର ଆଦି ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେହିପରି ରେଲଓ୍ବେ ବିକାଶ ପାଇଁ ଘରୋଇ ସଂସ୍ଥା ସହ ସଂଯୋଗୀକରଣ, ମହକାଶରେ ବ୍ୟବସାୟ ଆଦି ବିଷୟକୁ ଚଳିତ ବଜେଟ୍‌ରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ଟିକସଦାତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଟିକସ ଆଦାୟ କ୍ଷେତ୍ରରେ ଅଦ୍ଭୂତପୂର୍ବ ଉନ୍ନତି ଘଟିଛି। ୨୦୧୩-୧୪ରେ ୬.୩୮ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଥିଲା। ୨୦୧୮-୧୯ରେ ୧୧.୩୭ ଲକ୍ଷ କୋଟି ଟଙ୍କା ଟିକସ ଆଦାୟ ହୋଇଛି। ସେହିପରି କର୍ପୋରେଟ ଟିକସ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ୨୫୦ କୋଟି ଟଙ୍କାର କାରବାର ଥିବା କମ୍ପାନୀକୁ ୨୫% କର୍ପୋରେଟ ଟିକସ ଦେବାକୁ ପଡ଼ୁଥିଲା। ୨୫% ଟିକସ ପାଇଁ କାରବାର ପରିମାଣ ୪୦୦​‌ କୋଟିକୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି।

  • ୫ ଲକ୍ଷରୁ କମ୍‌ ଆୟ ପାଇଁ ଆୟକର ଛାଡ଼ ।
  • କର୍ପୋରଟ୍‌ ଟିକସ କୋହଳ ।
  • ସୁନାରେ ୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।
  • ୧୩.୧୫- ପେଟ୍ରୋଲ-ଡିଜେଲରେ ୧ଟଙ୍କାର ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ।
  • ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ୭୦ ହଜାର କୋଟି ।
  • ବଡ଼ ଆୟକରଦାତାଙ୍କ ଉପରେ ବୋଝ ।
  • ଜିରୋ ବଜେଟ୍‌ କୃଷି ପ୍ରଣାଳୀ ।

ବଜେଟ୍‌ର ମୁଖ୍ୟାଂଶରେ ରହିଛି –

  • ବର୍ଷକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଉଠାଣ କ୍ଷେତ୍ରରେ ୨% ଟିଡିଏସ୍‌ ଲାଗୁ ହେବ।
  • ଆଧାର ଏବଂ ପାନ୍‌ ପରସ୍ପର ସହିତ ଇଣ୍ଟରଚେଞ୍ଜେବଲ୍‌ ହେବ। ଅର୍ଥାତ ଗୋଟିଏ ସ୍ଥାନରେ ଅନ୍ୟଟି ବ୍ୟବହାର କରିହେବ।
  • ୪୦୦ କୋଟିରୁ ଊର୍ଦ୍ଧ୍ୱ କାରବାର ଥିବା କମ୍ପାନୀ ଦେବେ ୨୫% କର୍ପୋରେଟ୍‌ ଟିକସ।
  • ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିଲେ ଦେବାକୁ ପଡ଼ିବନି ଆୟକର।
  • ବିଦ୍ୟୁତ ଚାଳିତ ଯାନ କିଣା ପାଇଁ ଋଣରେ ଅତିରିକ୍ତ ଟିକସ ରିହାତି। ଅର୍ଥାତ ଶସ୍ତାରେ ମିଳିବ ଇ-ଭେଇକିଲ।
  • ଆଧାରରେ ପଞ୍ଜୀକୃତ ହେବେ ଭାରତୀୟ ପାସପୋର୍ଟ ଥିବା ଏନ୍‌ଆରଇ ।
  • ଏସ୍‌ଏଚ୍‌ଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଋଣ।
  • ଦେଶର ବନବାସୀ, ଆଦିବାସୀ ବା ଜନଜାତି ଐତିହ୍ୟର ସଂରକ୍ଷଣ ପାଇଁ ସେମାନଙ୍କ ସଙ୍ଗୀତ, କଳା ଏବଂ ସଂସ୍କୃତିର ଡକ୍ୟୁମେଣ୍ଟେସନ୍‌ କରାଯିବ
  • ଷ୍ଟାର୍ଟଅପ୍‌ଙ୍କ ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ।
  • ଜାତୀୟ କ୍ରୀଡ଼ା ବିକାଶ ବୋର୍ଡ ଗଠିତ ହେବ।
  • ଯୁବବର୍ଗଙ୍କ ଜ୍ଞାନ ବୃଦ୍ଧି ପାଇଁ ଉଇକିପେଡିଆ ପରି ଆସିବ ଗାନ୍ଧି-ପେଡିଆ।
  • ଭାରତର ସୃଜନାତ୍ମକ ଉଦ୍ୟୋଗଙ୍କୁ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ି ଜିଆଇ ଟ୍ୟାଗ୍‌ର ବ୍ୟବସ୍ଥା କରାଯିବ ଏବଂ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ାଯିବ।
  • ପ୍ରତି ମହିଳା ସଂୟ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ୫ ହଜାର ଟଙ୍କା ଯାଏ ଓଭରଡ୍ରାଫ୍ଟର ସୁଯୋଗ। ମୁଦ୍ରା ଯୋଜନାରେ ମିଳିବ ବ୍ୟାପକ ଋଣର ସୁଯୋଗ।
  • ସବୁ ଗାଁରେ ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା।
  • ଗ୍ରାମୀଣ-କୃଷି କ୍ଷେତ୍ରରେ ୭୫ ହଜାର କୁଶଳୀ ଉଦ୍ୟୋଗୀ ଆରମ୍ଭ କରିବେ ବ୍ୟବସାୟ।
  • ଭାରତ ହେବ ଏଜୁକେସନ୍‌ ହବ୍‌, ବିଦେଶୀ ଛାତ୍ରଙ୍କୁ ଭାରତରେ ଶିକ୍ଷାଗ୍ରହଣ ପାଇଁ ମିଳିବ ପ୍ରୋତ୍ସାହନ।
  • ୯୮% ସହର ଖୋଲା ଶୌଚରୁ ମୁକ୍ତ ହେବ।
  • ଗାଁମାନଙ୍କରେ ଜଳ ଯୋଗାଣ ପାଇଁ ‘ହର୍‌ ଘର ଜଲ୍‌। ୨୦୨୪ ସୁଦ୍ଧା ସବୁ ସହରୀ ପାନୀୟ ଜଳ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୯୫ କୋଟି ଘର ନିର୍ମାଣର ଲକ୍ଷ୍ୟ।
  • ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ବା ବିଦେଶୀ ପୁଞ୍ଜିନିବେଶ ମଧ୍ୟ ବିଚାର କରାଯାଉଛି।
  • ଭାରତ ମହାକାଶରେ ବ୍ୟବସାୟ ଆରମ୍ଭ କରିବ। ଏଥିପାଇଁ ଏକ କମ୍ପାନୀ ମଧ୍ୟ ଖୋଲାଯିବ।
  • ଚଳିତ ଆର୍ଥିକ ବର୍ଷରେ ହିଁ ଭାରତର ଅର୍ଥନୀତିକୁ ୩ ଟ୍ରିଲିଅନ୍‌ରେ ପହଞ୍ଚାଇବାର ଲକ୍ଷ୍ୟ।
  • ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟୟକୁ ଦ୍ବିଗୁଣିତ କରାଯାଇଛି
  • ପ୍ୟାନ୍‌ ବଦଳରେ ଆଧାର ନମ୍ବରରେ ଟିକସ ଦେଇହେବ ।
  • ଇମ୍ପୋଟେଡ୍‌ ବହି ଉପରେ ଟିକସ ଓ ଦାମ ବଢିବ ।
  • ଦେଶର ସବୁ ପଞ୍ଚାୟତକୁ ଡିଜିଟାଲ୍‌ କନେକ୍ସନ ମିଳିବ ।
  • ଉତ୍ତମ ଜାତୀୟ ଶିକ୍ଷାଦାନ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ
  • ଶ୍ରମିକ ଚାଲାଣ ବ୍ୟବସ୍ଥା ପାଇଁ ୪ଟି ଶ୍ରମ କୋଡ କରାଯିବ ।
  • ବଡ଼ ଆୟକରଦାତାଙ୍କ ପାଇଁ ୩%ରୁ ୭% ପର୍ଯ୍ୟନ୍ତ ସରଚାର୍ଜ
  • ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବୃଦ୍ଧି
  • ସୋଲାର ପ୍ୟାନେଲ୍‌, ଚମଡ଼ାଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ରହିବ ।
  • ବଢିବ ପେଟ୍ରୋଲ, ଡିଜେଲ୍‌ ଓ ସୁନା ଦର ।
  • ସୁନୀ ଓ ଦାମୀ ଧାତୁ ଉପରେ କଷ୍ଟମ ଡ୍ୟୁଟି ୧୦ରୁ ୧୨.୫% ବୃଦ୍ଧି ପାଇଁ ପ୍ରସ୍ତାବ ।
  • ସିସିଟିଭି, ମାର୍ବଲ, ଟାଇଲ, କାଗଜ ଦର ବଢିବ ।
  • ରେଲେଓ୍ବ ବିକାଶ ପାଇଁ ପବ୍ଲିକ୍‌ ପ୍ରାଭଭେଟ୍‌ ପାଟର୍ନର ସିପ୍‌ ବ୍ୟବସ୍ଥା ।
  • ଉଚ୍ଚଶିକ୍ଷା ପାଇଁ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ।
  • ୪୫ ଲକ୍ଷ ଟଙ୍କା ଗୃହ ଋଣ ଉପରେ ସାଢ ତିନି ଲକ୍ଷ ଟଙ୍କାର ରିହାତି ।
  • ସିଙ୍ଗ୍‌ଲ ବ୍ରାଣ୍ଡ ରିଟେଲ୍‌ ସେକ୍ଟରରେ ଏଫଡିଆଇକୁ ମଂଜୁରୀ ।
  • ୬୦ ଟପିଲେ ଶ୍ରମିକଙ୍କୁ ମାସିକ ୩୦୦୦ ଟଙ୍କା ପେନସନ ।
  • ୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନସନ ପ୍ରଦାନ କରାଯିବ।
  • ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍‌ସନ ମିଳିବ।
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.