Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ଚଳଚିତ୍ର ପୁରସ୍କାର ଜୀବନବ୍ୟାପୀ ସାଧନା ପାଇଁ ତିନି ବିଶିଷ୍ଠ ସିନେ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ
ବିଶେଷ ଖବର

ରାଜ୍ୟ ଚଳଚିତ୍ର ପୁରସ୍କାର ଜୀବନବ୍ୟାପୀ ସାଧନା ପାଇଁ ତିନି ବିଶିଷ୍ଠ ସିନେ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ

November 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ଚଳଚିତ୍ର ପୁରସ୍କାର ଜୀବନବ୍ୟାପୀ ସାଧନା ପାଇଁ ତିନି ବିଶିଷ୍ଠ ସିନେ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।ଓଡିଶାର ସିନେମା ଇଣ୍ଡଷ୍ଟ୍ରିକୁ ଏହି ଆହ୍ୱାନ ଜଣାଇଛନ୍ତି।

ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ୧୯୩୬ ମସିହାରେ ପ୍ରଥମ ଓଡିଆ ଚଳଚିତ୍ର ‘ସୀତା ବିବାହ’ର ଏଯାବତ୍ ଚଳଚିତ୍ର ନିର୍ମାତା ଏବଂ କଳାକାରମାନେ ନିଜର ନିଷ୍ଠା, ସୃଜନଶୀଳତା ବଳରେ କେବଳ ଓଡିଆ ସିନେମା ନୁହେଁ ସମଗ୍ର ଭାରତୀୟ ସିନେମାକୁ ସମୃଦ୍ଧ କରିବାରେ ଲାଗିଛନ୍ତି।

ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍‌ନିସିଆନ୍ ଯେଉଁମାନେ ଓଡିଆ ସିନେମାର ବିକାଶରେ ବହୁମୂଲ୍ୟ ଅବଦାନ ରଖିଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ ତାଙ୍କର କାର୍ଯ୍ୟ କେବଳ ଦର୍ଶକଙ୍କୁ ମନୋରଞ୍ଜନ ଦେଇ ନାହିଁ ବରଂ ସମାଜକୁ ଶିକ୍ଷିତ ଏକଜୁଟ୍ ଓ ସଶକ୍ତ କରିଛି। ଚଳଚିତ୍ର ସମ୍ମାନ ପ୍ରଦାନ ଉତ୍ସବ ସେମାନଙ୍କର ସଫଳତା ଓ ଉପଲବ୍ଧିର ମହୋତ୍ସବ ବୋଲି ରାଜ୍ୟପାଳ କହିଥିଲେ।

ଉକ୍ତ ଚଳଚିତ୍ର ସମ୍ମାନ ପ୍ରଦାନ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ସମାଜ ପରିବର୍ତନରେ ଚଳଚିତ୍ରର ସୁଦୂର ପ୍ରସାରୀ ପ୍ରଭାବ ରହିଛି । ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ‘ପୂଜ୍ୟ ପୂଜାର’ ପ୍ରତୀକ ଏବଂ
ଏହା ଓଡିଆ ଚଳଚିତ୍ରର ପୂର୍ବ ଗାରିମା ଫେରାଇ ଆଣିବା ସହ ଓଡିଆ ସିନେମା ଇଣ୍ଡଷ୍ଟ୍ରିକୁ ଆଗେଇ ନେବା ପାଇଁ ପ୍ରେରଣା ଯୋଗାଇବ। ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଜୀବନବ୍ୟାପୀ ସାଧନାର ସ୍ୱୀକୃତିସ୍ୱରୁପ ୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ମସିହା ପାଇଁ ବିଶିଷ୍ଟ ଚିତ୍ର ଉତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ
ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦରଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ଅନ୍ୟ ୩୨ଟି ବର୍ଗରେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ କୃତୀ ବ୍ୟକ୍ତିତ୍ୱଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ

August 22, 2025

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025
Latest News

ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ

August 22, 2025

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚିତ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.