Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ, ସ୍ବାକ୍ଷର ହେଲା ତ୍ରିପାକ୍ଷିକ ବୁଝାମଣା
ବିଶେଷ ଖବର

ଓଡିଶାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ, ସ୍ବାକ୍ଷର ହେଲା ତ୍ରିପାକ୍ଷିକ ବୁଝାମଣା

December 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
urban
ଓଡିଶାରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ, ସ୍ବାକ୍ଷର ହେଲା ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍ (ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ୍‍ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିବାବେଳେ ଶକ୍ତି ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ ।

ଆସନ୍ତା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏମଓୟୁରେ ସମ୍ପୃକ୍ତ ତିନିଟି ସଂସ୍ଥାର ପ୍ରମୁଖ ଭୂମିକା ଏବଂ ଦାୟିତ୍ୱମାନ ଉଲ୍ଲେଖ କରାଯାଇଛି । ହାଇଡ୍ରୋଜେନ୍ ଚାଳିତ ବସ୍‌ଗୁଡ଼ିକର ସୁପରିଚାଳନା ଦାୟିତ୍ୱ କ୍ରୁଟ୍‌କୁ ଦିଆଯାଇଥିବାବେଳେ ଏନ୍‌ଟିପିସି ହାଇଡ୍ରୋଜେନ୍ ଉତ୍ପାଦନ ଉପରେ ଧ୍ୟାନ ଦେବ ଏବଂ ଗ୍ରିଡ଼୍‌କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ । ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଅଧୀନରେ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନ ବ୍ୟବହାର ପାଇଁ ପାଇଲଟ୍ ପ୍ରୋଜେକ୍ଟଗୁଡିକର କାର୍ଯ୍ୟକାରୀ କରିବା ପାଇଁ ପ୍ରୋଜେକ୍ଟର ଗାଇଡଲାଇନ ଜାରି କରାଯାଇଛି ।

ଏହି ପ୍ରକଳ୍ପରେ ଅଟୋମେଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଇଜଇଓ) ଏହି ପାଇଲଟ୍ ପ୍ରୋଜେକ୍ଟରେ ୧୯.୫ କୋଟି ରାଶି ବିନିଯୋଗ କରିଛି । ପ୍ରକଳ୍ପର ସଫଳ ରୂପାୟନ ପରେ ରାଜ୍ୟରେ ଡିଜେଲ୍ ବସ୍ ବ୍ୟବହାରକୁ ହ୍ରାସ କରି ଆଗାମୀ ଦିନରେ ସବୁଜ ହାଇଡ୍ରୋଜେନ୍ ବସ୍‌କୁ ଅଧିକ ସାମିଲ କରାଯିବ । ଯାହାଦ୍ୱାରା କାର୍ବନ ନିର୍ଗମନ ହ୍ରାସ ଏବଂ ଜନ ପରିବହନ ଦିଗରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ସହାୟକ ହେବ ।

ତିନୋଟି ହାଇଡ୍ରୋଜେନ୍ ଚାଳିତ ବସ୍ ଏନ୍‌ଟିପିସି ଦ୍ୱାରା ନିୟୋଜିତ ହେବ । ଏଗୁଡ଼ିକ ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ୍ ବଦଳାଇବା ପାଇଁ ଏହି ବସ୍‌ର ଡିଜାଇନ୍ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ୍ ପ୍ରତି ବସ୍‌ରେ ୧୨ କିଲୋମିଟର ମାଇଲେଜ୍ ପ୍ରଦାନ କରିବ । ପ୍ରତିଟି ବସ୍‌ରେ ଯାତ୍ରୀମାନଙ୍କ ପାଇଁ ୪୨ ଟି ସିଟ୍ ଏବଂ ୫୮ କେଜି ଇନ୍ଧନରେ ୬୦୦ କିମି ପର୍ଯ୍ୟନ୍ତ ବସ୍ ଚଳାଚଳ କରବାର କ୍ଷମତା ରଖିଛି ।

ଏନ୍‌ଟିପିସି କ୍ରୁଟ୍‌ର ଗାଡ଼କଣ ଡ଼ିପୋରେ ହାଇଡ୍ରୋଜେନ୍ ଉତ୍ପାଦନ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ । କ୍ରୁଟ୍ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସ୍‌ଟିପି ପ୍ଲାଣ୍ଟ୍‌କୁ ବ୍ୟବହାର କରି ଏନ୍‌ଟିପିସି ହାଇଡ଼୍ରୋଜେନ୍ ଗ୍ୟାସ୍ ସୃଷ୍ଟି କରିବାରେ ସମର୍ଥ ହେବ । ଶକ୍ତି ବିଭାଗ ପକ୍ଷରୁ ଏନ୍‌ଟିପିସିକୁ ୨ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼୍‌କୋ ନିକଟସ୍ଥ ସବ୍‌ଷ୍ଟେସନ୍‌କୁ ୨ ମେଗା ୱାଟ୍ ବିଦ୍ୟୁତ୍ ଯୋଗାଣ କରିବ । ରାଜ୍ୟର ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏହି ହାଇଡ଼୍ରୋଜେନ ବସ୍ ସ୍ଥାୟୀ ସମାଧାନ ଆଣିବା ଦିଗରେ ବେଶ୍ ସହାୟକ ହେବ ।

କ୍ରୁଟ୍‌ ଗ୍ରିଡ୍‍କୋ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026
Latest News

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.