Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ଟେଣ୍ଡର ପକ୍ରିୟା ବାଧାପ୍ରାପ୍ତ, ଔଷଧ ପ୍ରସ୍ତୁତି ବନ୍ଦ
ବିଶେଷ ଖବର

ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ଟେଣ୍ଡର ପକ୍ରିୟା ବାଧାପ୍ରାପ୍ତ, ଔଷଧ ପ୍ରସ୍ତୁତି ବନ୍ଦ

January 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ଟେଣ୍ଡର ପକ୍ରିୟା ବାଧାପ୍ରାପ୍ତ, ଔଷଧ ପ୍ରସ୍ତୁତି ବନ୍ଦ

ଭୁବନେଶ୍ୱର: ରାଜ୍ୟର ତଥା ଦେଶର ପ୍ରଥମ ସ୍ନାତକ ଡିଗ୍ରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଭାବେ ପରିଚିତ ଅଭିନ୍ନ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଥିବା ମିନି ଫର୍ମାସୀ ଗତ୨୦୨୪ ଅକ୍ଟୋବର ମାସରୁ ଔଷଧ ପ୍ରସ୍ତୁତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଔଷଧ ପ୍ରସ୍ତୁତି ରେ କଞ୍ଚା ମାଲ ଯଥା ଥାଟିସି ବା ଖାଇବା ସ୍ପିରିଟ, ଅନ୍ୟାନ୍ୟ କେତେକ କଞ୍ଚାମାଲ ଅଭାଵ ରୁ ଟେଣ୍ଡର ପକ୍ରିୟା କରଯାଇଥିଲା ମାତ୍ର ଏଥିରେ କିଏ ଭାଗନେଇ ନଥିଲେ। ଯାହାଦ୍ବାରା ଟେଣ୍ଡର ପକ୍ରିୟା ବାତିଲ କରାଯାଇଥିଲା।

ରାଜ୍ୟର ଏକମାତ୍ର ଏହି ମିନି ଫର୍ମାସୀ ପାଇଁ ୨୦୨୨ -୨୩ ଆର୍ଥିକ ବର୍ଷରେ ୭୦ ଲକ୍ଷ ରୁ ଅଧିକ ବ୍ୟୟ ବରାଦ କରାଯାଇଥିବା ବେଳେ୨୦୨୪-୨୫ ଆର୍ଥିକ ବର୍ଷରେ ତାହା ୪୨ଲକ୍ଷ କୁ ଖସି ଆସିଛି। ଗୁଣାତ୍ମକ ଶିକ୍ଷା, ଚିକିତ୍ସା ସେବା ଓ ଔଷଧ ପ୍ରସ୍ତୁତି ପାଇଁ ୨୦୦୫-୦୬ ବର୍ଷ ରେ ରାଜ୍ୟ ସରକାର ଏହି ଅନୁଷ୍ଟାନକୁ ସେଣ୍ଟରଫର ଏକ୍ସଲେନ୍ସ ଘୋଷଣା କରିଥିଲେ।

ପୂର୍ବରୁ ଏହି ଫର୍ମାସୀ ରେ ବିଭିନ୍ନ ପ୍ରକାର ମାରତ୍ମକ ରୋଗ ରୁ ଆରୋଗ୍ୟ ଲାଭ ପାଇଁ ବହୁଔଷଧ ପ୍ରସ୍ତୁତ କରାଯାଇଥିଲା ତାହାର ସଂଖ୍ୟା ଦୁଇ ବର୍ଷ ତଳେ ମାତ୍ର୩୦ପ୍ରକାର ପୋଟେନ୍ସି ଔଷଧ, ମଦର ଟିଂଚର ଆଦି କୁ ଖସି ଆସିଥିଲା। ବର୍ତ୍ତମାନ ସରକାରୀ ସ୍ତରରେ ଉଦାସୀନ ମନୋଭାବ ରୁ ଗତ ବର୍ଷ ୨୦୨୪ରେଏହି ପୋଟେସି ଔଷଧ ସଂଖ୍ୟା୧୦ କୁହ୍ରାସ ପାଇଛି। ହୋମିଓପ୍ୟାଥିକ ଔଷଧ ପୋଟେନ୍ସି ପାୱାର ୩୦ ମାତ୍ରା ଓ ୨୦୦ ପାୱାର ଏବଂ ମଦର ଟିଂଚର ପ୍ରତେକ ୧୦ଟି ଲେଖାଏଁ ଏହି ମିନି ଫର୍ମାସୀ ରେ ପ୍ରସ୍ତୁତ ହୋଇଥିଲା ଯାହାକୁ କେବଳ ଏହି ଭେଷଜ ମହାବିଦ୍ୟାଳୟ ର ହସ୍ପିଟାଲ ରେ ଚିକିଶ୍ଚିତ ହେଉଥିବା ରୋଗୀଙ୍କ ପାଇଁ ବି ପର୍ଯ୍ୟାପ୍ତ ନଥିଲା।

ଦୀର୍ଘ ଦିନ ଧରି ଦୈନିକ ମଜୁରିଆ ଭାବେ ଏହି ଫର୍ମାସୀ ରେ କର୍ମଚାରୀ ମାନେ କାର୍ଯ୍ୟ କରୁଥିବା ବେଳେ ଦୀର୍ଘ ଦିନ ଧରି ଫର୍ମାସୀ ବନ୍ଦ କାରଣରୁ ସେମାନେ ହାତବାନ୍ଧି ବସି ରହିଛନ୍ତି।ଅନ୍ୟୁନ୧୪ଜଣ କର୍ମଚାରୀ ଔଷଧ ପ୍ରସ୍ତୁତ କରୁଥିବା ବେଳେ ଅନ କୁଶଳ ଶ୍ରମିକ ଭାବେ ଦୈନିକ ଦରମା ପାଆନ୍ତି।

ଏହି ଫର୍ମାସୀ ରୁ ପ୍ରସ୍ତୁତ ହୋମିଓପ୍ୟାଥିକ ଔଷଧ ଅତ୍ୟନ୍ତ ଗୁଣାତ୍ମକ ମାନର ବୋଲି ବହୁ ଲୋକ ମାନେ ଔଷଧ ସେବନ ପରେ ପ୍ରକାଶ କରିଛନ୍ତି। ଆଜି ଜଣେ ଓଡ଼ିଆ ଓ ପ୍ରବାସୀ ଭାରତୀୟ ମହାକୁମ୍ବ ରେ ଯୋଗ ଦେବାକୁ ଆସିଥିବା ବେଳେ କହିଛନ୍ତି ସେ ନଅବର୍ଷ ତଳେ ଏକ ମାରାତ୍ମକ ରୋଗରେ ପୀଡିତ ହୋଇ ଶେଷରେ ଏହି ଭେଷଜ ମହାବିଦ୍ୟାଳୟ ରଜଣେ ସୁନାମ ଅର୍ଜନ କରିଥିବା ଚିକିତ୍ସକଙ୍କ ସୁପାରିଶ ଅନୁସାରେ କଲେଜ ମିନି ଫର୍ମାସୀ ପ୍ରସ୍ତୁତ ପୋଟେନ୍ସି ଓ ମଦର ଟିଂଚର ବ୍ୟବହାର କରି ତାଙ୍କ ପରିବାର ର ଜଣେ ଲୋକ ଆସାଧ୍ୟ ରୋଗରୁ ମୁକ୍ତ ହୋଇଥିଲେ।ଆଜି କିନ୍ତୁ ଏହି ମହାବିଦ୍ୟାଳୟ ମିନି ଫର୍ମାସୀ ବନ୍ଦ ହେବା ଶୁଣି ଦୁଃଖ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କ ସହିତ ମତ ବିନିମୟ କରିବେ ବୋଲି ପ୍ରକାଶ କରିଛନ୍ତି।

ପୂର୍ବରୁ ଏହି ଫର୍ମାସୀ ରେ ଅଧିକ ମାତ୍ରରେ ଔଷଧ ପ୍ରସ୍ତୁତି ହେଉଥିବା ବେଳେ ରାଜ୍ୟର ବିଭିନ୍ନ ସରକାରୀ ଡ଼ିସ୍ପେନସାରୀ ଓ ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର ଆଦି ହୋମିଓପ୍ୟାଥିକ ହସ୍ପିଟାଲକୁ ଏହାର ଯୋଗାଣ ହେଉଥିବା ଔଷଧ ପ୍ରସ୍ତୁତି ରେ ବନ୍ଦ ଯୋଗୁଁ ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର କୁମଧ୍ୟ ହୋମିଓପ୍ୟାଥିକ ଔଷଧ ଯୋଗାଣ ବନ୍ଦ ରହିଛି।

ରାଜ୍ୟର ସମସ୍ତ ହୋମିଓପ୍ୟାଥିକ ଡ଼ିସ୍ପେନସାରୀ, ହୋମିଓପ୍ୟାଥିକ ହସ୍ପିଟାଲ କୁ ଏହି ଫାର୍ମାସୀ ରୁ ଔଷଧ ଯୋଗାଣ ବନ୍ଦ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି।ବହୁ ପ୍ରକାର ଭେଷଜ ଦ୍ରବ୍ୟ ଏହି ଫର୍ମାସୀ ରେ ପଡିରହିଥିବା ବେଳେ ମୁଖ୍ୟ ଦ୍ରବ୍ୟ ଖାଇବା ସ୍ପିରିଟ ବା ଥାଟି ସି ଅଭାବରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିବା ରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।ରାଜ୍ୟ ସରକାର ଏକ ମାତ୍ର ମିନି ଫର୍ମାସୀ କୁ ପୁନଃ କାର୍ଯ୍ୟ କରିବା ପାଇଁ ତତ୍ପରତା ପ୍ରକାଶ କରିବା ପାଇଁ ଆନ୍ତରିକତା ପ୍ରକାଶ କରିବା ଆବଶ୍ୟକତା ରହିଛି।

ଏହା ଫଳସ୍ୱରୂପ ବହୁ ଦୁଃସାଧ୍ୟ ରୋଗର ଔଷଧ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ଏହି ହୋମିଓପ୍ୟାଥିକ ଫର୍ମାସୀ ରେ ନିଶ୍ଚିତ ଭାବରେ ହୋଇପାରିବ। ଏହି ମିନି ଫର୍ମାସୀ ବନ୍ଦ ରହିବା ଫଳରେ ହୋମିଓପ୍ୟାଥିକ ପଢୁଥିବା ସ୍ନାତକ ଡିଗ୍ରୀ ଓ ସ୍ନାତକୋତ୍ତର ଡିଗ୍ରୀ ଛାତ୍ରମାନେ ନିଜର ଔଷଧ ପ୍ରସ୍ତୁତ ପ୍ରଣାଳୀ ଜ୍ଞାନ ଅର୍ଜନ କରିବାରେ ସମ୍ପୁର୍ଣ୍ଣ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

ଏହାର ଔଷଧ ପରୀକ୍ଷାଗାର ବା ଲାବୋରୋଟାରୀ ସମ୍ପୁର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।ସମ୍ପୁର୍ଣ୍ଣ ରୂପେ ଔଷଧ ପ୍ରସ୍ତୁତି ଆରମ୍ଭ ହେଲେ ମଧ୍ୟ ପ୍ରୟୋଗିକ ଶାଳା କୁ ଉର୍ଣ୍ଣତ କରାଯିବା ଆବଶ୍ୟକ ହୁଏ,ତାହାର ପରୀକ୍ଷା ପାଇଁ ଏହି ପରୀକ୍ଷାଗାର ପର୍ଯ୍ୟାପ୍ତ ହେବ ନାହିଁ।ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ଙ୍କ ବୈଷୟିକ ଟିମ ସର୍ବେକ୍ଷଣ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁଷ୍ଠାନ ର କର୍ମକର୍ତା ଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ,ଆୟୁଷ ନିର୍ଦେଶକ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ପୁନଃ ଏହି ହୋମିଓପ୍ୟାଥିକ ମିନି ଫର୍ମାସୀ କାର୍ଯ୍ୟ ଆରମ୍ଭ କରିବା ପାଇଁ କାର୍ଯ୍ୟକ୍ଷମ ହୋଇ ପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026
Latest News

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.