Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଯୁକ୍ତ ହେଲେ ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ, ଜାଣନ୍ତୁ ସେମାନେ କିଏ 
ବିଶେଷ ଖବର

ନିଯୁକ୍ତ ହେଲେ ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ, ଜାଣନ୍ତୁ ସେମାନେ କିଏ 

March 12, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
CII
ନିଯୁକ୍ତ ହେଲେ ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ, ଜାଣନ୍ତୁ ସେମାନେ କିଏ 

ଭୁବନେଶ୍ୱର:୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍‌/ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ସିଆଇଆଇ ଓଡିଶା ଷ୍ଟେଟ ଆନୁଆଲ ଡେ’ ୨୦୨୫ରେ ଏହି ଘୋଷଣା କରାଯାଇଛି ।

ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ବେଦାନ୍ତ ଲିମିଟେଡର ଝାରସୁଗୁଡା, ଲାଞ୍ଜିଗଡସ୍ଥିତ ପ୍ଲାଂଟ  ସମେତ ଖଣି ବ୍ୟବସାୟର ରଣନୈତିକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି । ୨୯ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହିତ ସେ  ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଓ ପରିଚାଳନାଗତ ଦକ୍ଷତା ହାସଲ କରିବା ଦିଗରେ ବେଦାନ୍ତ ଆଲୁମିନିୟମର ଅଗ୍ରଗତି କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କମ୍ପାନୀକୁ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ଭାବେ ଦୃଢ ଭାବେ ସ୍ଥାପିତ କରିଛନ୍ତି ।

ସେ ଗୁରୁତ୍ୱ ଦେଉଥିବା ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟରେ ଉତ୍ପାଦନ ବିସ୍ତାର କରିବା, ବକ୍ସାଇଟ ଓ କୋଇଲା ସଂଶାଧନଗୁଡିକର ଉପଲବ୍ଧତା ବୃଦ୍ଧି କରିବା,  ଅତିରିକ୍ତ ମୂଲ୍ୟ ପାଇଁ ଟେକ୍ନୋଲୋଜିର ଉପଯୋଗ କରିବା, ୨୦୫୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଓ ୨୦୩୦ ସୁଦ୍ଧା ନେଟ୍ ୱାଟର ପଜିଟିଭିଟି ହେବା ପାଇଁ ବେଦାନ୍ତର ଲକ୍ଷ୍ୟକୁ ଅନୁସରଣ କରିବା ପାଇଁ କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ସମସ୍ତ ପରିଚାଳନାରେ ପରିବେଶଗତ, ସାମାଜିକ ଓ ପରିଚାଳନା (ଇଏସଜି)ର ସର୍ବୋଚ୍ଚ ମାନ ବଜାୟ ରଖିବା ଆଦି ସାମିଲ ରହିଛି । ଶ୍ରୀଯୁକ୍ତ ଗୁପ୍ତାଙ୍କ ଦୃଢ ନେତୃତ୍ୱରେ ଏହା ପ୍ରମାଣିତ ହୋଇଛି ଯେ, ପ୍ରତିଶ୍ରୁତିବଦ୍ଧତା ତାଙ୍କ ଆଭିମୁଖ୍ୟର କେନ୍ଦ୍ରରେ ରହିଛି ।

ଶ୍ରୀଯୁକ୍ତ ଜି ସୁରେଶ ହେଉଛନ୍ତି ଜଣେ ଅଭିଜ୍ଞ ଲିଡର ଯିଏକି ଏଏମ୍‌/ଏନ୍‌ଏସ ଇଣ୍ଡିଆରେ ଓଡିଶା ଆସେଟର ତଦାରଖ କରୁଛନ୍ତି । ଏଏମ୍‌/ଏନଏସ ହେଉଛି ଇସ୍ପାତ ଶିଳ୍ପରେ ଉଦ୍ଭାବନ ଓ ଦକ୍ଷତାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ବୃହତ ଶିଳ୍ପଗୁଡିକର ପରିଚାଳନନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ସହିତ ସେ ଏକ ବେନିଫିକେଶନ ପ୍ଲାଂଟ, ଏକ ସ୍ଲରି ପାଇପଲାଇନ, ପିଲେଟ ପ୍ଲାଂଟ, ଏକ ମେକାନାଇଜ୍‌ଡ ସିପ ଲୋଡିଂ ସିଷ୍ଟମ ଓ ଏକ କ୍ୟାପ୍ଟିଭ ପାୱାର ପ୍ଲାଂଟ ସମେତ ପ୍ରମୁଖ ବ୍ୟବସ୍ଥାଗୁଡିକରେ ଉତ୍କର୍ଷତାକୁ ପରିଚାଳନା କରୁଛନ୍ତି ।

ତାଙ୍କ ନେତୃତ୍ୱ ଅଧିନରେ ଓଡିଶା ଆସେଟ୍ ଏଏମ୍‌/ଏନ୍‌ଏସ ଇଣ୍ଡିଆର ଭିଜନ ୨୦୩୦ ସହ ସମନ୍ୱୟରେ ସୁରକ୍ଷା, ସହଭାଗିତା ଓ ପରିଚାଳନାଗତ ଉତ୍କର୍ଷତାର ଏକ ସଂସ୍କୃତି ହାସଲ କରିଛି । ତାଙ୍କର ରଣନୈତିକ ଓ ଅଭିନବ ଦୃଷ୍ଟିକୋଣ ନିଶ୍ଚିତ କରିଛି ଯେ, ଏହି ସମ୍ପତି  କମ୍ପାନୀର ବିକାଶ ଓ ସ୍ଥାୟିତ୍ୱ ପ୍ରୟାସଗୁଡିକର ଏକ ମୂଳଦୁଆ ଭାବେ ବଜାୟ ରହିଛି । ଉଦ୍ଭାବନ ଓ ନିରନ୍ତର ଉନ୍ନତିକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ମାଧ୍ୟମରେ ସୁରେଶ ଜି ଗ୍ଲୋବାଲ ଷ୍ଟିଲ ଇଣ୍ଡଷ୍ଟ୍ରୀରେ ଏକ ଲିଡର ଭାବେ ଏଏମ୍‌/ଏନଏସ ଇଣ୍ଡିଆର ସ୍ଥିତିକୁ ସୁଦୃଢ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଏହାର ବାର୍ଷିକ ବୈଠକ ସହ ସମନ୍ୱୟରେ ସିଆଇଆଇ ଓଡିଶା ପକ୍ଷରୁ ‘ବିକଶିତ ଓଡିଶାଅ୨୦୩୬: ଟୁୱାର୍ଡସ ସେଟିଂ ଦ ଏଜେଣ୍ଡା ଫର ନେଶନ ବିଲ୍ଡିଂ’ ଉପରେ ଏକ ଅଧିବେଶନର ଆୟୋଜନ କରିଥିଲା । ନିଜର ଉଦ୍‌ଘାଟନୀ ଅଭିଭାଷଣରେ ସିଆଇଆଇ ଇଷ୍ଟର୍ଣ୍ଣ ରିଜିଅନ କାଉନ୍ସିଲର ଅଧ୍ୟକ୍ଷ ଶୁଭେନ୍ଦ୍ର ବେହେରା  ରାଜ୍ୟଗୁଡିକରେ ବିଦ୍ୟୁତ ମୂଲ୍ୟ ପ୍ରତିଯୋଗିତା ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ସୌର ଶକ୍ତି କ୍ଷେତ୍ରରେ ୟୁନିଟ ପିଛା ସର୍ବନିମ୍ନ ୧.୭୫ ଟଙ୍କା ମୂଲ୍ୟ ସହିତ ରାଜସ୍ଥାନ ଅଗ୍ରଣୀ ରହିଛି ।

ସେ ମଧ୍ୟ ନିବେଶକମାନଙ୍କୁ  ଓଡିଶାର ବିନା ସର୍ବୋଚ୍ଚ ସୀମାରେ ୩୦%ର ସବ୍‌ସିଡି ସମ୍ପର୍କରେ ଅବଗତ କରାଇଥିଲେ, ଯାହାକି ଦକ୍ଷିଣାଂଚଳରେ ସମାନ ସ୍କିମଗୁଡିକ ବ୍ୟତୀତ ପଡୋଶୀ ରାଜ୍ୟଗୁଡିକ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଅଟେ । ଏହାଛଡା ସେ ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ବାଉଣ୍ଡ୍ରି ୱାଲ ସହ ଜମି ପ୍ରଦାନ କରିବା ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ, ଏହା ହେଉଛି ଏକ ପଦକ୍ଷେପ ଯାହା ଯୁବ ଉଦ୍ୟୋଗୀଙ୍କୁ ଲାଭାନ୍ୱିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ୨୦୨୪-୨୫ର  ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତି ଓଡିଶାର ମଜବୁତ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି, “ଓଡିଶା  ବାର୍ଷିକ ହାରାହାରି ୧୧.୫-୧୨% ହାରରେ ବୃଦ୍ଧି ପାଉଥିବା ବେଳେ ସଦ୍ୟତମ ଜିଡିପି ଆକଳନ ୭.୫% ରହିଛି ।

CII
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026

ନଭେମ୍ବର ୨ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

October 29, 2026

ଶ୍ରମନ୍ଦିରରେ ଭକ୍ତଙ୍କ ଧାଡି ଦର୍ଶନ ପାଇଁ ଆରମ୍ଭ ହେଲା ପଦକ୍ଷେପ, ନିର୍ମାଣ ହେଲା କାଠର ବ୍ୟାରିକେଡ

October 29, 2026
Latest News

ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

October 29, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର

October 29, 2026

୧୫ ବର୍ଷ ବୟସରେ WPL କଣ୍ଟ୍ରାକ୍ଟ ପାଇଲେ ଉମା କାଶ୍ୱୀ: ବୈଭବ ସୂର୍ଯ୍ୟବଂଶୀ ଭଳି ରଚିଲେ ଇତିହାସ

October 29, 2026

ନଭେମ୍ବର ୨ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

October 29, 2026

ଶ୍ରମନ୍ଦିରରେ ଭକ୍ତଙ୍କ ଧାଡି ଦର୍ଶନ ପାଇଁ ଆରମ୍ଭ ହେଲା ପଦକ୍ଷେପ, ନିର୍ମାଣ ହେଲା କାଠର ବ୍ୟାରିକେଡ

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.