Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଟକୁରା ଉପ ନିର୍ବାଚନ : ନେତାଙ୍କ ଉତ୍ସାହ ବେଶୀ, ଭୋଟରଙ୍କ ଭିତରେ କୌଣସି ଆଗ୍ରହ ନାହିଁ
ବିଶେଷ ଖବର

ପାଟକୁରା ଉପ ନିର୍ବାଚନ : ନେତାଙ୍କ ଉତ୍ସାହ ବେଶୀ, ଭୋଟରଙ୍କ ଭିତରେ କୌଣସି ଆଗ୍ରହ ନାହିଁ

July 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଜୁ ଜନତା ଦଳ ଲାଗି ପାଟକୁରା ଉପ ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଲାଗି ଏହା ତାଙ୍କର ରାଜନୈତିକ ଅସ୍ତିତ୍ଵର ପ୍ରଶ୍ନ। ବିଜେଡି ପାଟକୁରାରେ ହାରିଲେ ବିଧାନସଭାରେ ଏହାର ବିଶେଷ କିଛି ପ୍ରଭାବ ପଡିବ ନାହିଁ। ହେଲେ ନିଜକୁ ଅପରାଜେୟ ସାବ୍ୟସ୍ତ କରିଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଲାଗି ଏହା ପତିଆରାର ପ୍ରଶ୍ନ। ଅପର ପକ୍ଷରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଏହା ଏକ ପ୍ରକାର “କର ବା ମର” ର ଆହ୍ଵାନ। ଗତ ଚାରୋଟି ଯାକ ନିର୍ବାଚନରେ ହାରି ଆସୁଥିବା ବିଜୟଙ୍କ ଲାଗି ଏହା ହୁଏତ ଶେଷ ସୁଯୋଗ। ତେବେ ବିଜୟଙ୍କ ଲାଗି ତାଙ୍କ ଦଳ ହିଁ ତାଙ୍କର ସବୁଠୁ ବଡ ସମସ୍ୟା।

ସାରା ରାଜ୍ୟରେ ବର୍ତ୍ତମାନ ବିଜେଡି-ବିଜେପି ସମ୍ପର୍କ ଚର୍ଚ୍ଚାରେ ରହିଥିବା ବେଳେ ପାଟକୁରା ନିର୍ବାଚନରେ ଏହି ଦୁଇ ଦଳ ପରଷ୍ପର ବିରୋଧରେ ଅତ୍ୟନ୍ତ ସତର୍କତାର ସହିତ କଥାବାର୍ତ୍ତା କରୁଛନ୍ତି। ପ୍ରାର୍ଥୀ ସ୍ତରରେ ମୁକାବିଲା ତୀବ୍ର ଥିବାବେଳେ ଦଳ ସ୍ତରରେ ବିଜେଡି ଓ ବିଜେପି ନିଜ ନିଜ ସୀମାରେ ରହି ଏକ ପ୍ରକାର ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳୁଛନ୍ତି। ବିଜେପିର ମନୋଭାବରୁ ଯାହା ଜଣା ପଡୁଛି, ଏହା ବିଜୟଙ୍କ ଜିତିବାକୁ ନେଇ ସେତେ ବେଶୀ ଆଗ୍ରହୀ ନୁହେଁ। ବରଂ ବିଜୟ ଜିତିଲେ ସେ ରାଜ୍ୟ ବିଜେପିର ବହୁ ନେତାଙ୍କ ଲାଗି ମୁଣ୍ଡବିନ୍ଧା ହେବାର ସମ୍ଭାବନା ଅଧିକ। ତେଣୁ ରାଜ୍ୟ ବିଜେପି ନେତୃତ୍ଵ ଏହି ଉପ ନିର୍ବାଚନକୁ ବେଶ ହାଲୁକା ଭାବରେ ନେଉଛି। ବିଜେଡି କିନ୍ତୁ ନିଜର ଚିରାଚରିତ ଶୈଳୀରେ ନିର୍ବାଚନ ଜିଣିବା ଲାଗି ସବୁ ପ୍ରକାର ସମ୍ବଳ ଓ ଶକ୍ତି ଖଟାଇ ଚାଲିଛି। ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଗତକାଲି ଓ ଆଜି ପୂରା ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିଜେଡ଼ିର ପ୍ରଚାର କୌଶଳକୁ ସାମ୍ନା କରିବା ଏକାକୀ ବିଜୟ ମହାପାତ୍ରଙ୍କ ପକ୍ଷରେ ଦୁରୂହ ବ୍ୟାପାର।

ତେବେ ଏହି ନିର୍ବାଚନୀ ଉତ୍ସାହ ଭିତରେ ସବୁଠୁ ନିରୁତ୍ସାହିତ ମନେ ହେଉଛନ୍ତି ପାଟକୁରାର ଭୋଟର। ତିନ ମାସ ଭିତରେ ଦୁଇଟି ନିର୍ବାଚନର କୋଳାହଳ ସେମାନଙ୍କୁ ବ୍ୟତିବ୍ୟସ୍ତ କରୁଛି। ମାର୍ଶାଘାଇର ଜଣେ ଭୋଟରଙ୍କ କହିବା କଥା ହେଲା, “ଆଜ୍ଞା, ରାଜ୍ୟରେ ତ ନବୀନ ସରକାର ହୋଇ ସାରିଛି। ଏଠି ଆଉ କଣ କିଛି ଅଲଗା ହେବ? ବିଜୟ ମହାପାତ୍ରଙ୍କ ଭାଗ୍ୟ ସବୁବେଳେ ଖରାପ। ନେତା ଭଲ, ହେଲେ ତାଙ୍କ ଭାଗ୍ୟରେ ଜିତିବା ଲେଖାନାହିଁ।” ବହୁ ଭୋଟରଙ୍କ ମତ ପ୍ରାୟ ସେୟା। ବିଜେଡି ହାରିବ ବୋଲି କେହି ଭାବିବାକୁ ଚାହୁଁନାହାନ୍ତି। ହେଲେ ବ୍ୟକ୍ତି ଭାବରେ ବିଜୟ ମହାପାତ୍ରଙ୍କ ପ୍ରତି ସଂବେଦନା ମଧ୍ୟ କିଛି କମ ନାହିଁ। ବାରଂବାର ନିର୍ବାଚନ ହାରିବା ପରେ ତାଙ୍କୁ ନେଇ ଏକ ନକାରାତ୍ମକ ବିଚାର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରହିଛି। ଆଉ ଜଣେ ଭୋଟରଙ୍କ କହିବା କଥା ହେଲା- “ବିଜୟ ଏଥର ମହାକାଳପଡାରୁ ନିର୍ବାଚନ ଲଢିବା ଉଚିତ ଥିଲା। କାରଣ ସେଠାରେ ତାଙ୍କର ପ୍ରଭାବ ଅଧିକ ଓ ଅତନୁ ସବ୍ୟସାଚୀ ନାୟକଙ୍କ ବିରୋଧରେ ସେଠି ଗୋଟେ ବିରୋଧଭାବ ରହିଥିଲା। ପାଟକୁରାକୁ ଆସି ବିଜୟ ଭୁଲ କଲେ। ”

ବିଜେଡ଼ିର ମାଳ ମାଳ ମନ୍ତ୍ରୀ ତଥା ବିଧାୟକ ପାଟକୁରାର ଗାଁ ଗାଁରେ କାମ କରୁଥିବା ବେଳେ ବିଜୟ ନିଜର କିଛି ପୁରୁଣା ସହକର୍ମୀଙ୍କ ସହଯୋଗରେ ନିର୍ବାଚନ ଲଢୁଛନ୍ତି। ବିଜେପିର ତଥାକଥିତ ଷ୍ଟାର ପ୍ରଚାରକମାନେ ତାଙ୍କ ଲାଗି ଏକ ପ୍ରକାର ବୋଝ ପାଲଟିଛନ୍ତି। ବିଜୟଙ୍କ ଘନିଷ୍ଠ ବୋଲି କୁହା ଯାଉଥିବା ଦିଲୀପ ରାୟଙ୍କୁ ଏଥର ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିନାହିଁ। କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କେବଳ ଲୋକ ଦେଖାଣିଆ ଭାବରେ ଗୋଟେ ଦିନ ବୁଲିକି ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ସେଇ ମର୍ମରେ କେବଳ ବିଜୟଙ୍କ ମନ ରଖିବାକୁ ପ୍ରଚାର କୁ ଯାଇଥିଲେ।

ବିଜେଡି ଶିବିର କିନ୍ତୁ ପୂରା ଦମରେ ନିଜର ପ୍ରଚାର ଚଳାଇଛନ୍ତି। ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ନିର୍ବାଚନର ହାର ଜିତ କୁ ନେଇ ସେମିତି କିଛି ଉତ୍କଣ୍ଠା କାହା ମନରେ ନଥିଲା ଭଳି ଲାଗୁଛି। ଭୋଟରଙ୍କ ଅନାଗ୍ରହ ଏବଂ ନେତାଙ୍କ ଅତି ଉତ୍ସାହର ବାତାବରଣରେ ଗଣମାଧ୍ୟମର କୋଳାହଳ ହିଁ କିଛିଟା ସରଗରମ ସ୍ଥିତି ସୃଷ୍ଟି କରୁଛି। ନଚେତ ପାଟକୁରା ଉପ ନିର୍ବାଚନକୁ ଗତ କିଛି ବର୍ଷ ଭିତରେ ସବୁଠୁ ଶୀତଳ ନିର୍ବାଚନ ବୋଲି କୁହାଯାଇପାରେ। ବିଗତ ବର୍ଷର ବିଜେପୁର ଉପ ନିର୍ବାଚନ ତୁଳନାରେ ପାଟକୁରାରେ କିଛି ବି ଉତ୍ସାହ ବା ଉତ୍ତେଜନା ନାହିଁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.