
ସମୀକ୍ଷା ବ୍ୟୁରୋ: ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ୨୦୨୪-୨୦୨୮ ଅଲିମ୍ପିକ୍ ଚକ୍ର ପାଇଁ ଇଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍ ଙ୍କୁ ଏହାର ପ୍ରଶାସନିକ ବୋର୍ଡରେ ନିଯୁକ୍ତି ଘୋଷଣା କରି ଗର୍ବିତ, ଯାହା ସଂଗଠନର ସର୍ବୋଚ୍ଚ ସ୍ତରରେ ତାଜା ଦୃଷ୍ଟିକୋଣ, ବ୍ୟବସାୟିକ ବୁଦ୍ଧି ଓ କୌଶଳ ଏବଂ ଖେଳାଳି ପ୍ରତିନିଧିତ୍ୱ ଆଣିଛି।
ଈଶା ଅମ୍ବାନୀ ଏଫଆଇଭିବି ବୋର୍ଡରେ ସଂଖ୍ୟାଲଘୁ ଲିଙ୍ଗ ବର୍ଗର ପ୍ରତିନିଧିତ୍ୱ କରୁଥିବା ନିଯୁକ୍ତ ସଦସ୍ୟ ଭାବରେ ଯୋଗଦାନ କରିଛନ୍ତି। ବ୍ୟବସାୟ ଜଗତର ନେତୃତ୍ୱ ନେଉଥିବା ସଫଳ ବ୍ୟକ୍ତି ଭାବରେ ଇଶା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନେତୃତ୍ୱର ଏକ ଅଂଶ ଏବଂ ରିଲାଏନ୍ସ ରିଟେଲ୍ ସମେତ ଅନେକ ଗ୍ରୁପ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେଠାରେ, ସେ କମ୍ପାନୀର ବ୍ୟାପକ ଅଭିବୃଦ୍ଧିର ନେତୃତ୍ୱ ନେଇଛନ୍ତି ଏବଂ ପ୍ରମୁଖ ଡିଜିଟାଲ୍ ଏବଂ ଇ-କମର୍ସ ପଦକ୍ଷେପଗୁଡିକୁ ଆଗକୁ ବଢାଉଛନ୍ତି।
ଏଥିସହିତ, ଇଶା ଅମ୍ବାନୀ କମ୍ପାନୀର ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ, ଅନ୍ତର୍ଭୁକ୍ତିକରଣ ଏବଂ ନବସୃଜନ ଉପରେ ବିଶେଷ ଧ୍ୟାନ ସହିତ ବ୍ୟବସାୟିକ ନେତୃତ୍ୱକୁ ସମ୍ମିଳିତ କରିବା ଦକ୍ଷତା, ଏଫଆଇଭିବି ବୋର୍ଡ ପାଇଁ ଏକ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ।
ଇତି ମଧ୍ୟରେ, ତିନି ଥରର ଅଲିମ୍ପିଆନ୍ ଏବଂ ଏଫଆଇଭିବି ଆଥଲେଟ୍ସ କମିଶନର ଅଧ୍ୟକ୍ଷ ଲୁଇସ୍ ବାୱଡେନ୍, ତାଙ୍କ ସହଯୋଗୀ କମିଶନ ସଦସ୍ୟଙ୍କ ଦ୍ୱାରା ଏଫଆଇଭିବି ବୋର୍ଡରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି। ଇନଡୋର ଏବଂ ବିଚ୍ ଭଲିବଲ୍ ଉଭୟରେ ଦ୍ୱୈତ ଅଲିମ୍ପିଆନ୍, ବାୱଡେନ୍ ୨୦୨୧ ଠାରୁ ଆଥଲେଟ୍ସ କମିଶନରେ କାର୍ଯ୍ୟ କରିଛନ୍ତି ଏବଂ ୨୦୨୪ ରେ ଚାରି ବର୍ଷ ପାଇଁ ଏହାର ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କର ଶୀର୍ଷ ସ୍ତରରେ କ୍ରୀଡ଼ା ଅଭିଜ୍ଞତା ସହିତ ଆଥଲେଟ୍ସ ମାନଙ୍କ ସ୍ୱରକୁ ସମର୍ଥନ କରିବା ଦିଗରେ ତାଙ୍କର ଦୃଢ ପ୍ରତିବଦ୍ଧତା, ବୋର୍ଡ ପାଇଁ ବେଶ ଉପାଦେୟ ହେବ।