Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଣା ସଂକ୍ରାନ୍ତିରେ ବେଗୁନିଆର ଡିଙ୍ଗର ଗ୍ରାମରେ ପାଳିତ ହୁଏ ଭିନ୍ନ ଏକ ପର୍ବ
ବିଶେଷ ଖବର

ପଣା ସଂକ୍ରାନ୍ତିରେ ବେଗୁନିଆର ଡିଙ୍ଗର ଗ୍ରାମରେ ପାଳିତ ହୁଏ ଭିନ୍ନ ଏକ ପର୍ବ

April 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଣା ସଂକ୍ରାନ୍ତିରେ ବେଗୁନିଆର ଡିଙ୍ଗର ଗ୍ରାମରେ ପାଳିତ ହୁଏ ଭିନ୍ନ ଏକ ପର୍ବ

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ।

ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା।

ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି। ଏହି ପାଟ ବେତ ମା କାଳିକାଙ୍କର ସ୍ଵରୁପ। ଯିଏ ପାଟ ଧରନ୍ତି ତାଙ୍କୁ ପାଟ ଭଗତା କୁହାଯାଏ। ଦୁଇଜଣ ଦଣ୍ଡ (ଝୁଣା ଦ୍ୱାରା ଆଲୋକ ସୃଷ୍ଟି) ଧରନ୍ତି, ସେମାନଙ୍କୁ ପାଟ ଦଣ୍ଡୁଆ କୁହାଯାଏ। ଏଥିପାଇଁ କେହି କେହି ଏହାକୁ ଦଣ୍ଡ ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ଖୁବ୍ ନିଷ୍ଠାର ସହିତ ଏହି ଭଗତାମାନେ ସାତ ଦିନରୁ ଏକୋଇଶ ଦିନ ପର‌୍ୟ୍ୟନ୍ତ ଏହି ଉପବାସ ବ୍ରତ କରିଥାନ୍ତି। ଗାଁ ମାନଙ୍କରେ ଆମିଷ ଖାଇବା ବନ୍ଦ ହୋଇଯାଏ। ଗାଁ ପରିବେଶ କେମିତି ବଦଳିଯାଏ, ଧୂପ ଦୀପର ପବିତ୍ର ବାସ୍ନାରେ। ଆବାଳ ବୃଦ୍ଧବନିତା ସମସ୍ତେ ମା’ ଙ୍କ ପାଇଁ ସମର୍ପିତ ହୋଇଯାଆନ୍ତି।

 

ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହୁଏ ସଂଧ୍ୟା ସମୟରେ। ଏଥର ଅନୁଷ୍ଠିତ ହୁଏ ଖଣ୍ଡାପାଟ। ଦୋଳ ବିମାନ ଆକୃତିର ସୁସଜ୍ଜିତ ଦଶରୁ ପନ୍ଦରଟି ଖଣ୍ଡାପାଟ ପୋଖରୀଠାରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଏଥିରେ ତିନୋଟି ଖଣ୍ଡା ଉପରେ ଏକ ଗୋଡରେ ମାନସିକଧାରୀ ଭଗତା ଠିଆ ହୋଇ ଝୁଲୁ ଥାଆନ୍ତି। ପ୍ରତି ବିମାନକୁ ଚାରିଜଣ କାନ୍ଧେଇ ଆଣି ପୋଖରୀରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଆଗରେ ପାଟଦେତକୁ ଧରି କାଳିସୀ ବାଟ କଢେଇ ଚାଲିଥାଆନ୍ତି, ଏହି ବିମାନ ସଦୃଶ ଖଣ୍ଡାପାଟଗୁଡିକୁ। ଅପୂର୍ବ ଏ ଦୃଶ୍ୟ।

ଯାତ୍ରା ପଡିଆରେ ଖଣ୍ଡାପାଟରେ ଝୁଲାଯାଇଥିବା, ପେନ୍ଥା ପେନ୍ଥା ଆମ୍ବକୁ ଭକ୍ତମାନଙ୍କ ଉପରକୁ ଫଙ୍ଗିଲା ବେଳେ, ଏକ ନିଆରା ପରିବେଶ ସୃଷ୍ଟି ହୁଏ। ଆତସବାଜୀ କି ମନୋମୁଗ୍ଧକର। ସ୍ୱଚକ୍ଷୁରେ ନଦେଖିଲେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଯାତ୍ରାର ଇତିହାସ କହିଲେ ପ୍ରାୟ ଦୁଇଶହ ବର୍ଷ ତଳର। ଗାଁରେ ଥିବା ଧୀବର ସମ୍ପ୍ରଦାୟର ଏହି ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ। କୁହାଯାଏ ଯେ ଏହି ପ୍ରଥା ବା ପରମ୍ପରା ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଥବା ସାତପଡା ଅଞ୍ଚଳରୁ ଆସିଛି ଏହି ଧୀବରମାନଙ୍କ ଦ୍ୱାରା। ଯେଉଁମାନେକି ସେତେବେଳେ ଚିଲିକାରୁ ମାଛ ଆଣି ବ୍ୟବସାୟ କରୁଥିଲେ।

 

କାଳକ୍ରମେ ଏହି ଗ୍ରାମର ଅଧିବାସୀମାନେ ସୁସଙ୍ଗଠିତ ଭାବେ ଯାତ୍ରାଟିକୁ ପରିଚାଳନା କରିଆସୁଛନ୍ତି। ସଂକ୍ରାନ୍ତୀଦିନ ରାତିରେ ଦୋଳବିମାନରେ ସବୁ ସାହିର ଠାକୁରମାନେ ଯାତ୍ରା ପଡିଆକୁ ଆସନ୍ତି। ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ପଡୋଶୀ ଗ୍ରାମ ଗୋଲାପାଟଣା, ଚଣ୍ଡିଆପଲ୍ଲା, ଲେହେଙ୍ଗ ଆଦି ଗ୍ରାମର ଗାଁ ଠାକୁରମାନେ ପଟୁଆରରେ ଆସିଥାନ୍ତି। ରାତି ସାରା ଆତସବାଜୀ ପ୍ରତିଯୋଗୀତା ହୁଏ। ପର ଚାରି ରାତି ଗ୍ରାମବାସୀଙ୍କ ତରଫରୁ ଅପେରା ପ୍ରଦର୍ଶିତ ହୁଏ।

ଡିଙ୍ଗର ଗାଁ ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026
Latest News

ପିଏମ କିଷାନ ଯୋଜନା: ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କର 22ତମ କିସ୍ତି

January 10, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

January 10, 2026

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.