Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୁଳଭୂଷଣଙ୍କ କ୍ଷେତ୍ରରେ ଆନ୍ତର୍ଜାତିକ କୋର୍ଟ ଯାହା ରାୟ ଦେଇଛନ୍ତି ତାହା ଆଦୌ ଉତ୍ସାହଜନକ ନୁହେଁ
ବିଶେଷ ଖବର

କୁଳଭୂଷଣଙ୍କ କ୍ଷେତ୍ରରେ ଆନ୍ତର୍ଜାତିକ କୋର୍ଟ ଯାହା ରାୟ ଦେଇଛନ୍ତି ତାହା ଆଦୌ ଉତ୍ସାହଜନକ ନୁହେଁ

July 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦେବରଞ୍ଜନ

ଏହା ଜଣକର ବଞ୍ଚିବାର ଅଧିକାରର କଥା। ଏହା ପ୍ରତି ଜଣେ ମାନବାଧିକାର କର୍ମୀ ଭାବରେ ଆମେ ସମସ୍ତେ ଚିନ୍ତିତ ହେବା ସ୍ଵାଭାବିକ।

ଏ ଭିତରେ ମୁଁ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତଙ୍କ ପୁରା ରିପୋର୍ଟ, ଭିଏନା କନଭେନସନ ଅନ କନସୁଲାର ରିଲେସନ ସମ୍ପର୍କରେ ତଥ୍ୟ, ଏ ସମ୍ପର୍କରେ ଅନ୍ୟ ବିଶେଷଜ୍ଞଙ୍କ ରିପୋର୍ଟ ତଥା ପାକିସ୍ତାନ ମିଡିଆରେ ଆନ୍ତର୍ଜାତିକ କୋର୍ଟର ରାୟକୁ ନେଇ ହୋଇଥିବା ଚର୍ଚ୍ଚାକୁ ପଢୁଥିଲି।

ଏଥିରେ ଏକ ସୁଖଦ ବିଷୟଟି ହେଲା ଯେ କୁଳଭୂଶଣଙ୍କ ଫାଶୀ ପ୍ରସଙ୍ଗ ଏବେ ଆନ୍ତର୍ଜାତିକ ଆଇନର ପ୍ରସଙ୍ଗ ହୋଇପାରିଲା। ଏହା କେବଳ ଭାରତ ଓ ପାକିସ୍ତାନ ନୁହେଁ ଅନ୍ୟ ଦେଶର ଖବରକାଗଜରେ ମଧ୍ୟ ଚର୍ଚିତ ହୋଇପାରିଛି।

ହେଲେ ଭାରତ ସରକାରଙ୍କର ଯେଉଁ ନିବେଦନ ଥିଲା ଯେ କୁଳଭୂଷଣଙ୍କୁ ମୁକ୍ତ କରି ଭାରତକୁ ଫେରାଇ ଦିଆଯାଉ ତାହା କିନ୍ତୁ ଅନ୍ତର୍ଜାତୀୟ କୋର୍ଟ ଗ୍ରହଣ କରିନାହାନ୍ତି। ଏହାକୁ ପାକିସ୍ତାନର ଖବରକାଗଜମାନେ ପାକିସ୍ତାନର ବିଜୟ ବୋଲି କହୁଛନ୍ତି।

ପାକିସ୍ତାନ ମିଲିଟାରୀ ଏ କଥା ମଧ୍ୟ କହୁଛି ଯେ କୁଳଭୂଷଣଙ୍କୁ ମିଲିଟାରୀ କୋର୍ଟରେ ପୁଣିଥରେ ଯେ ବିଚାର ନହେଉ ସକଥା ଅନ୍ତର୍ଜାତୀୟ କୋର୍ଟ କେଉଁ ଠାରେ ମନା କରିନାହାନ୍ତି।

ସତ କଥା ହେଲା ଯେ କୋର୍ଟ ନିଜ ରାୟରେ ଭିଏନା କାନଭେସନର ଧାରା ୩୬ର ଉଲ୍ଲଂଘନର କଥା କହିଛନ୍ତି। ଧାରା ୩୬ କୁହେ ଯେ ଅନ୍ୟ ଦେଶର ଗିରଫ ବ୍ୟକ୍ତିକୁ ତାର ଅଧିକାର ସମ୍ପର୍କରେ ଜଣାଇବ  ଓ ଗିରଫ ସଙ୍କ୍ରାନ୍ତୀୟ ସୂଚନା ବ୍ୟକ୍ତିର ଦୂତାବାସକୁ ଦେବା ଜରୁରୀ। ଏହି ଭିଏନା କନଭେସନ କେବଳ ଦୁଇ ଦେଶର ଯୁଦ୍ଧ ସମୟର ବୁଝାମଣା ଚୁକ୍ତି।

କୁଳଭୂଷଣ ଗୁପ୍ତଚର କାମରେ ଆସିଥିଲେ ଓ ଉଗ୍ରପନ୍ଥୀ କାର୍ଯ୍ୟରେ ଲିପ୍ତ ଥିଲେ, ଏକଥା ପାକିସ୍ତାନ ସରକାର କହୁଥିଲା ବେଳେ ଭରତ ସରକାରଙ୍କ ମତ ହେଲା ଯେ ସେ ଜଣେ ସାଧାରଣ ନାଗରିକ।

ରାୟ ନିଶ୍ଚିତ ରୂପେ କୁଳଭୂଷଣଙ୍କୁ ସାମୟିକ ଆଶ୍ଵାସନା ଦେଇଛି। ତୁରନ୍ତ ଫାଶୀ ଦେବା ବଦଳରେ ପୁଣିଥରେ ବିଚାର କରିବା ଲାଗି ଓ ବିଚାର କରିବା ସମୟରେ ଯେପରି ଧାରା ୩୬ର ଉଲ୍ଲଂଘନ ନହୁଏ ଓ ପୁନଃ ବିଚାର ସମୟରେ ଯେପରି ସମ୍ପୂର୍ଣ୍ଣ ୩୬(୧)କୁ କାର୍ଯ୍ୟକାରୀ କରାଯାଏ ସେଥିପ୍ରତି ଧ୍ୟାନ ଦେବାଲାଗି ଆନ୍ତର୍ଜାତୀୟ କୋର୍ଟ ରାୟ ଦେଇଛନ୍ତି।

ଯଦି ପାକିସ୍ତାନ ଉକ୍ତ ରାୟକୁ ନମାନେ ବା ପୁଣି ଥରେ ସେହି ମିଲିଟାରୀ କୋର୍ଟରେ ବିଚାର କରି ସେହି ସମାନ ଦଣ୍ଡ ଶୁଣାଏ ତେବେ କଣ ହେବ ?

ସିଦ୍ଧାର୍ଥ ବର୍ଦ୍ଧରାଜନ ନିଜର ସମ୍ପାଦକୀୟ The Wire ଲେଖାରେ ଏ ବିଷୟରେ ଚର୍ଚ୍ଚା କରୁଛନ୍ତି। ପୂର୍ବରୁ ଏଭଳି ଏକ ପ୍ରସଙ୍ଗ ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଉପୁଜିଥିଲା। ମେକ୍ସିକୋ ନିଜର ଜଣେ ନାଗରିକ ଯାହାଙ୍କୁ ଆମେରିକାରେ ଫାଶୀ ଦଣ୍ଡରେ ଦଣ୍ଡିତ କରଯାଇଥିଲା ତାହାଙ୍କ ମୁକ୍ତି ଲାଗି ମେକ୍ସିକୋ ସରକାର ଆନ୍ତର୍ଜାତିକ ଅଦାଲତରେ ଅପିଲ କରିଥିଲେ। କିନ୍ତୁ ଆମେରିକା ବିରୁଦ୍ଧରେ ରାୟ ଯାଇଥିଲେ ମଧ୍ୟ ସେ ଏହାକୁ ଖାତିର କରିନଥିଲେ। ଶେଷରେ ଆମେରିକା ତାଙ୍କୁ ଫାଶୀ ଦେଇଥିଲା। (Avena case)

କୁଳଭୂଷଣଙ୍କ କ୍ଷେତ୍ରରେ ପାକିସ୍ତାନ ନିଜେ କହୁଛି ଯେ କୁଳଭୂଷଣ ସ୍ଵୀକାର କରୁଛନ୍ତି ସେ ଗୁପ୍ତଚର କାମରେ ଆସିଥିଲେ। କିନ୍ତୁ ଏହି ସ୍ଵୀକାରୋକ୍ତିରେ ସତ୍ୟତା ଅଛି କି ନାହିଁ, ନିଜ ସପକ୍ଷରେ ଯୁକ୍ତି ରଖିବାର ସୁଯୋଗ କିନ୍ତୁ କୁଳଭୂଷଣଙ୍କୁ ଦିଆଯାଇ ନାହିଁ। ଏ ସମସ୍ତ ବିଚାର ମିଲିଟାରୀ କୋର୍ଟରେ ହୋଇଛି। ଯଦି ଏହି ରାୟ ପରେ କୁଳଭୂଶଙ୍କ ବିଚାର ସାଧାରଣ କୋର୍ଟରେ ହୁଏ ହୁଏତ ତାଙ୍କର ବିଚାର ଠିକରେ ହୋଇପାରିବ ବୋଲି ବିଶ୍ଵାସ କରିବା। ଏ କଥା କିନ୍ତୁ ଆନ୍ତର୍ଜାତୀୟ ଅଦଳତାର ରାୟରେ ଉଲ୍ଲେଖ ନାହିଁ।

ଆନ୍ତର୍ଜାତୀୟ ଅଦାଲତ ପାକିସ୍ତାନ ସରକାରଙ୍କ ବକ୍ତବ୍ୟକୁ ବିଶ୍ଵାସ କରିଛି। ପାକିସ୍ତାନ ସରକାର ଅଦାଲତ ସାମ୍ନାରେ ତଥ୍ୟ ଦେଇଛନ୍ତି ଯେ ‘ପାକିସ୍ତାନ ସମ୍ବିଧାନ’ରେ ପ୍ରତ୍ୟେକ ନାଗରିକର ‘ଉପଯୁକ୍ତ ବିଚାର’ ପାଇବାର ‘ମୌଳିକ ଅଧିକାର’ ରହିଛି।

ତେଣୁ ଏବେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କର ପାକିସ୍ତାନ ସହିତ ଥିବା କୂଟନୈତିକ ସମ୍ପର୍କ ଉପରେ କୁଳଭୂଷଣଙ୍କ ମୁକ୍ତି ନିର୍ଭର କରୁଛି। ବିଜେପି ଉପରେ ବହୁତ ବଡ ଦାୟିତ୍ଵ ହେଲା ଯେ  ସେ ଏହି ସମୟକୁ କେଉଁ ଭଳି ବିନିଯୋଗ କରୁଛି।

କୂଟନୈତିକ ସମ୍ବନ୍ଧ ଉଭୟ ଦେଶ ମଧ୍ୟରେ ଯେତେ ସୁଧୁରିବ ସେତେ ବେଶୀ ବରଂ କୁଳଭୂଷଣଙ୍କ ମୁକ୍ତି ପାଇବାର ସମ୍ଭାବନା ରହିଛି।

ଏହା ସହିତ ଏକ ମାନବିକ ଅଧିକାର ଜନିତ ବିରାଟ ପ୍ରସଙ୍ଗ ମଧ୍ୟ ରହିଛି।

ବହୁ ବାର ବହୁ ସଂଗଠନ ଦାବି କରିଆସିଛନ୍ତି ଯେ ଭାରତ ସରକାର ଫାଶୀ ଦଣ୍ଡକୁ ବନ୍ଦ କରନ୍ତୁ ଓ ବିରଳତମ ଅପରାଧରେ ଅପରାଧୀକୁ ଫାଶୀ ବଦଳରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ପରିଣତ କରନ୍ତୁ।

କାରଣ ଭାରତୀୟ ଜାତୀୟ କଂଗ୍ରେସ ଯେବେ ସ୍ଵାଧୀନତା ପୂର୍ବରୁ ନୂଆ ଭାରତର ପ୍ରଥମ ପରିକଳ୍ପନା କରିଥିଲା  ସେତେବେଲେ ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା, ସମସ୍ତଙ୍କୁ ଭୋଟ, ସମସ୍ତଙ୍କୁ ସମାନ ଅଧିକାର, ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସୁରକ୍ଷା ଇତ୍ୟାଦି ଅନେକ ନିଷ୍ପତ୍ତି ନେଇଥିଲା ଯାହାକୁ ଆମେ କରାଚି ଘୋଷଣାନାମ ( ୧୯୩୧) ଭାବରେ ଜାଣୁ। ଏଥିରେ ସ୍ଵାଧୀନ ଭାରତରେ ଫାଶୀ ଦଣ୍ଡ ଯେ ରହିବ ନାହିଁ ସେ କଥା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଦୀର୍ଘକାଳର କଂଗ୍ରେସ ଶାସନ ସମୟରେ ସେଭଳି ଦୃଢ ନିଷ୍ପତ୍ତି ନିଆଯାଇପାରିଲା ନାହିଁ।

ଉଭୟ ପାକିସ୍ତାନ ଓ ଭରତ ଏବେବି କରାଚୀ କନଭେସନର ସେହି ଘୋଷଣାନାମାକୁ କାର୍ଯ୍ୟକାରୀ କରିପାରି ନାହାନ୍ତି।

କୁଳଭୂଷଣ କେସ ଏବେ ଆନ୍ତର୍ଜାତୀୟ ସ୍ତରକୁ ଯାଇଛି। ଏ କ୍ଷେତ୍ରରେ ଭାରତ ଉଭୟ ପାକିସ୍ତାନ ଓ ଆମେରିକା ଲାଗି ମଧ୍ୟ ଏକ ଦୃଷ୍ଟାନ୍ତ ହୋଇପାରିବ ଯଦି ଫାଶୀ ଦଣ୍ଡକୁ ସବୁ ଦିନ ଲାଗି ବନ୍ଦ କରିଦେଇପାରିବ। ତାହା ହୋଇପାରିଲେ ତୁରନ୍ତ ନହେଲେ ବି ଭବିଷ୍ୟତରେ କେବେ ବି କୁଳଭୂଷଣଙ୍କୁ ଭାରତ ଫେରାଇ ଆଣିବାର ସୁଯୋଗ ଟିକକ ବଞ୍ଚିରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.