Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

June 4, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
REvenue
ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ

ଭୁବନେଶ୍ବର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ। ଓଡିଶାରେ କେହିବି ଭୂମିହିନ ରହିବେ ନାହିଁ।

ଯେଉଁମାନଙ୍କର 4 ଡେସିମିଲରୁ କମ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର । ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ। ଆମ ସରକାର ଆସିବାର କିଛି ଦିନ ଭିତରେ ଏକ ବାତ୍ୟାର ସମ୍ମୁଖୀନ ହୋଇଥିଲୁ। ମୁଁ ସନ୍ତୋଷ ସହକାରେ କହିବାକୁ ଚାହେଁ ଯେ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କ ନେତୃତ୍ବରେ ବାତ୍ୟା “ଦାନା’’ର ସଫଳ ମୁକାବିଲା କରାଯାଇଛି l ‘ଜିରୋ କାଜୁଆଲ୍ଟି’ ଅଭିଯାନକୁ ସାକାର କରିବା ପାଇଁ ପ୍ରାୟ ୮.୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୬ ହଜାର ୨୧୦ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି l ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ। ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ – ସେମାନେ ହେଉଛନ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା। ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି। ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ।

ଆଗାମୀ ଦିନରେ ସରକାର ଅନେକ ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି। ସମୟ ସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ l ଜମିଜମା ସଙ୍କ୍ରାନ୍ତିୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ଵଚ୍ଛତା ସହିତ କରିବେ। କାରଣ, ଯେତେବେଳେ ଆପଣ ଏହି ଭୂମିକା ତୁଲାନ୍ତି, ସେତେବେଳେ ଆପଣ ନ୍ୟାୟ ଦଣ୍ଡରେ ବିରାଜମାନ କରିଥାନ୍ତି। ଏହି କଥାକୁ ସବୁବେଳେ ମନେ ରଖିବେ।

ସେ କହିଥିଲେ ଯେ, ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ଜମି କିଣା ବିକାରେ ଅନେକ ସମୟରେ ଅନିୟମିତତା ଦେଖାଯାଇଥାଏ। ଏହି କିଣାବିକା ତହସିଲଦାରଙ୍କ ଅଗୋଚରରେ ହେବା ପ୍ରାୟତଃ ଅସମ୍ଭବ। ତେଣୁ, ଏହି ସମ୍ବନ୍ଧୀୟ ସବୁ ବିବାଦ, କିଣାବିକାରେ ସାମାନ୍ୟତମ ବ୍ୟତିକ୍ରମ ହେବା ଉଚିତ ନୁହେଁ। ଯଦି ଜ୍ଞାତସରରେ କିଛି ତ୍ରୁଟି ହୁଏ, ଏହାର ପରିଣାମ ସେହି ଅଧିକାରୀ ଭୋଗିବେ। ଏ

ଥିରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ଅଛି। କିଛି ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। କିଛି କିଛି ଅଞ୍ଚଳରେ ଆରମ୍ଭ ହୋଇଗଲାଣି। ତେଣୁ, ସମସ୍ତେ ପାଣିପାଗ ବିଭାଗଦ୍ଵାରା ଜାରି ପାଣିପାଗ ସୂଚନାକୁ ନିୟମିତ ଭାବେ follow କରୁଥିବେ ଏବଂ ତଦନୁସାରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ SoP ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ। ଚଳିତ ମାସ ଠାରୁ ଆରମ୍ଭ କରି ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏବଂ ବାତ୍ୟା ଲାଗି ରହିବ। ତେଣୁ, ଏଥିପାଇଁ ନିଜ ନିଜ ଅଞ୍ଚଳର ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ପ୍ରଶାସନକୁ ପ୍ରସ୍ତୁତ କରିବେ।

ସେ ପୁଣି କହିଥିଲେଯେ, ରାଜସ୍ୱ ବିଭାଗ ହେଉଛି ସ୍ଵଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ। ଯଦି ସରକାର ଆପଣଙ୍କ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଆପଣମାନେ ଆବଶ୍ୟକ ଜମି ଯୋଗାଡ କରିବେ। ଯଦି ସରକାରଙ୍କ ପାଖରେ ଜମି ନାହିଁ, ଲୋକଙ୍କ ଠାରୁ ଅଧିଗ୍ରହଣ କରିବାକୁ ପଡିବ ଏବଂ ଏହି କାର୍ଯ୍ୟ ସବୁବେଳେ ବିଶ୍ବାସର ସହିତ କରିବାକୁ ହେବ। ସରକାର ବର୍ତ୍ତମାନ ଧାନ କିଣିବା ପାଇଁ ଅଧିକ 800 ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ, କେଉଁ ଚାଷୀ କେତେ ଜମିରେ ପ୍ରକୃତ ଚାଷ କରିଛନ୍ତି ତାହାର ଜମିୱାରୀ ଭେରୀଫିକେଶନ ହେବା ଆବଶ୍ୟକ ଯାହା ରାଜସ୍ୱ, ସମବାୟ, କୃଷି ଏବଂ ଜଳସେଚନ ବିଭାଗ ଦ୍ଵାରା ମିଳିତ ଭାବେ ହୁଏ। ତେଣୁ, ସଠିକ ତଥ୍ୟ ଆସିବା ଦରକାର, ଯାହାଦ୍ୱାରା ଚାଷୀମାନେ ସେମାନଙ୍କ ପ୍ରକୃତ ଚାଷ କରିଥିବା ଫସଲ ପାଇଁ ସୁବିଧା ପାଇବେ।

କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ ହୁଅନ୍ତୁ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ । ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚୟ ପୁରସ୍କୃତ କରାଯିବ। ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେଯେ, ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ ଆପଣ ମାନେ ନିଜର ମାନସିକତା ବଦଳାନ୍ତୁ। ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ବ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ରାଜସ୍ବ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି।

ବର୍ତ୍ତମାନ ଲୋକଙ୍କ ସରକାରରେ ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ ଆମକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପଡିବ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ । ସମୟ ଅନୁଯାୟୀ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଯତ୍ନବାନ ହୁଅନ୍ତୁ ବୋଲି ଶ୍ରୀ ପୂଜାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେI

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର, ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ମାନେ ଅଂଶଗ୍ରହଣ କରିଥିଲେ।

ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026
Latest News

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.