Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ବନବାସୀମାନଙ୍କ ଅଧିକାରର ସପକ୍ଷରେ ନା ବିପକ୍ଷରେ
ବିଶେଷ ଖବର

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ବନବାସୀମାନଙ୍କ ଅଧିକାରର ସପକ୍ଷରେ ନା ବିପକ୍ଷରେ

July 24, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଅରବିନ୍ଦ ରାଉତ

ପ୍ରସଙ୍ଗଟି ଅଲୋଚନା କରିବା ପୂର୍ବରୁ କହି ରଖିବା ଉଚିତ୍ ମନେକରୁଛି କି ଭାରତରେ ବନବାସୀମାନେ କେଉଁ ଆବହମାନ କାଳରୁ ଜଙ୍ଗଲ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି । ବହୁ ଗବେଷକ କହିଛନ୍ତି କି ଆଦିବାସୀମାନେ ହିଁ ଭାରତର ମୂଳ ଅଧିବାସୀ । ଜଙ୍ଗଲ ସେମାନଙ୍କର ମା’, ସେମାନଙ୍କ ପୂଜ୍ୟ ଦେବତା । ନିଜର ଜଙ୍ଗଲକୁ ସେମାନେ ପାରମ୍ପରିକ ଢ଼ଙ୍ଗରେ ଜଗାରଖା ଓ ପରିଚାଳନା ମଧ୍ୟ କରିଆସୁଛନ୍ତି । ସେମାନେ ଏତେ ଦୟାବନ୍ତ ଯେ ଅଣ-ବନବାସୀମାନଙ୍କୁ ସେମାନଙ୍କ ଜଙ୍ଗଲରେ ପ୍ରବେଶ କରିବାକୁ କେବେ ବାଧା ଦେଇ ନାହାନ୍ତି କି ତାଙ୍କ ଜଙ୍ଗଲକୁ ନେଇ ଭିନ୍ନ ସମୟରେ ଭିନ୍ନ ପ୍ରକାର ଆଇନ୍ ବନେଇାବା ବିରୋଧରେ ଆଜି ପର୍ଯ୍ୟନ୍ତ ପ୍ରତିବାଦ କରି ନାହାଁନ୍ତି । କିନ୍ତୁ ଆମେ ବନେଇଥିବା ଆଇନ୍ ଅନୁସାରେ ବନବାସୀମାନଙ୍କର ଜଙ୍ଗଲ ଉପରେ ଏହି ମୌଳିକ ଅଧିକାରକୁ ଅପରାଧ ବୋଲି ଧରାଯାଏ । ଜଙ୍ଗଲ ବିଭାଗ ସେହି ଅପରାଧ ଆଳରେ ସେମାନଙ୍କ ଉପରେ ନାନାଦି ନିର୍ଯାତନା ମଧ୍ୟ ଦେଇଚାଲିଛି । ପ୍ରଶାସନର ଏହି ପ୍ରକାର ଅବିଚାରକୁ ବିରୋଧ କରି ବନବାସୀ ସଙ୍ଗଠନ ସମୂହ ଓ ବିଭିନ୍ନ ବୁଦ୍ଧିଜୀବିମାନେ ସ୍ୱରୁ ଉତ୍ତୋଳନ କରିବା ସହିତ ବିଭିନ୍ନ ସ୍ତରରେ ଚାପ ପ୍ରୟୋଗ ପରେ ବନବାସୀମାନଙ୍କ ଉପରେ ହୋଇଆସୁଥିବା ଐତିହାସିକ ଅନ୍ୟାୟକୁ ସ୍ୱୀକାର କରି ଭାରତ ସରକାର ‘ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ୍ ୨୦୦୬’ ପ୍ରଣୟନ କଲେ । ଏହି ଆଇନ୍ର ନିୟମାବଳୀ ୨୦୦୭ ରେ ତିଆରି ହେଲା ଓ ଏହାକୁ ୨୦୦୮ରେ କାର୍ଯ୍ୟକାରୀ କରାଗଲା । ଏହି ଆଇନ୍ ବଳରେ ବନବାସୀମାନେ ନିଜ ଚାଷ ଓ ବାସ ପାଇଁ ବ୍ୟବହାର କରିଆସୁଥିବା ଜଙ୍ଗଲ ଜମି ଉପରେ ଅଧିକାର ପାଇଲେ ଏବଂ ଗୋଷ୍ଠୀଗତ ଭାବେ ବ୍ୟବହାର କରି ଆସୁଥିବା ଜଙ୍ଗଲ ସମ୍ବଳ ତଥା ଜଙ୍ଗଲକୁ ପରିଚାଳନା କରିବାର ଅଧିକାର ମଧ୍ୟ ପାଇଲେ- ଯାହା ଫଳରେ ଜଙ୍ଗଲ ମାଫିଆ ମାନଙ୍କ କବଳରୁ ନିଜର ଜଙ୍ଗଲକୁ ବଞ୍ଚାଇବା ପାଇଁ ସେମାନେ ଏବେ କ୍ଷମତା ପ୍ରାପ୍ତ ହେଲେ । କିନ୍ତୁ ବନବାସୀମାନେ ନିଜର ଜଙ୍ଗଲ ଉପରେ ଆଇନରେ ପ୍ରଦତ୍ତ ମୌଳିକ ଅଧିକାର ଗୁଡିକର ସ୍ୱୀକୃତି ପାଇଯିବାଟା କେତେକ ତଥାକଥିତ ସଂରକ୍ଷଣକାରୀ ଗୋଷ୍ଠୀଙ୍କୁ ସୁହାଇଲା ନାହିଁ । ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର କାର୍ଯ୍ୟକାରିତାକୁ ବିରୋଧ କରି ପରିବେଶ ସଂରକ୍ଷଣକାରୀ କେତେଗୁଡିଏ ସଂସ୍ଥା ଓ ଜଙ୍ଗଲ ବିଭାଗର କେତେକ ଅବସରପ୍ରାପ୍ତ ଅଧିକାରୀ ଉଚ୍ଚତମ ନ୍ୟାୟାଳୟରେ ଅଭିଯୋଗ ରୁଜୁ କଲେ ।
ସେମାନଙ୍କ କେସରେ ଶୁଣାଣି କରି ୨୦୧୯ ଫେବୃଆରୀ ୧୩ ତାରିଖରେ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଭାରତର ଉଚ୍ଚତମ ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଯେଉଁ ରାୟ ଶୁଣାଇଥିଲେ ତାହାର ସାରାଂଶ ହେଲା ଯେ, ୧) ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ନାକଚ ହୋଇଥିବା ଜଙ୍ଗଲ ଅଧିକାର ସମ୍ପର୍କିତ ଦାବିଗୁଡିକର ଦାବିଦାର ମାନଙ୍କୁ ସେମାନଙ୍କ ଦଖଲରେ ଥିବା ଜଙ୍ଗଲ ଜମି ଉପରୁ ଉଚ୍ଛେଦ କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ତାହାର ଏକ ସଙ୍କଳ୍ପନାମା ଦାଖଲ କରିବେ, ୨) ୨୦୧୯ ଜୁଲାଇ ୨୪ ତାରିଖ ପୂର୍ବରୁ ସେହି ସମସ୍ତ ଦାବିଦାରମାନଙ୍କୁ ଉଚ୍ଛେଦ କରିବାର ପ୍ରକ୍ରିୟା ଶେଷ ହୋଇଥିବା ମୁଖ୍ୟ ଶାସନ ସଚିବମାନେ ସୁନିଶ୍ଚିତ କରାଇବେ, ୩) ଯେଉଁସବୁ ସ୍ଥାନରେ ରାଜ୍ୟ ସରକାରମାନେ ନାକଚ ହୋଇଥିବା ଦାବି ଗୁଡିକର ପୁନର୍ବିଚାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଗୁଡିକ ଏହି ରାୟ ପ୍ରକାଶ ପାଇବାର ଚାରି ମାସ ଭିତରେ ହିଁ ଶେଷ କରିବେ, ୪) ୠକ୍ଟକ୍ସରଗ୍ଦଗ୍ଧ ଝଙ୍କକ୍ସଙ୍ଖରଚ୍ଚ କ୍ଟଲ ଓଦ୍ଭୟସବ (ୠଝଓ) ଉଚ୍ଛେଦ ପ୍ରକ୍ରିୟାର ପୂର୍ବ ଏବଂ ପର ଜବରଦଖଲର ଉପଗ୍ରହ ପ୍ରେରିତ ଚିତ୍ର ଉତ୍ତୋଳନ ପୂର୍ବକ ସର୍ବେକ୍ଷଣ କରିବେ । ଉଚ୍ଚତମ ନ୍ୟାୟାଳୟଙ୍କ ଏପରି ଏକ ରାୟ ସାରା ଦେଶର ପାରମ୍ପରିକ ବନବାସୀମାନଙ୍କ ଭିତରେ ଏକ ଆଲୋଡନ ସୃଷ୍ଟି କଲା । ଭାରତର ୧୭ ଟି ରାଜ୍ୟରେ ପାଖାପାଖି ୧୯ ଲକ୍ଷ ବନବାସୀଙ୍କର ନିଜ ଜଙ୍ଗଲ ଜମିରୁ ଉଚ୍ଛେଦ କରିଦେବାର ନିର୍ଦ୍ଦେଶ ବନବାସୀମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ । ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ପାଖାପଖି ୧.୫ ଲକ୍ଷ ବନବାସୀଙ୍କର ଦାବି ନାକଚ ହୋଇଛି । ଉଚ୍ଚତମ ନ୍ୟାୟାଳୟଙ୍କ ଏପରି ରାୟ ପ୍ରକାଶ ପାଇବା ପରେ ଭରାତ ସମେତ ଓଡିଶାର କୋଣେ ଅନୁକୋଣେ ଉଚ୍ଚତମ ନ୍ୟାୟାଳୟର ଏପରି ରାୟ ବିରୋଧରେ ଆନ୍ଦୋଳନ ତେଜିଲା । ବିଭିନ୍ନ ଆଦିବାସୀ ସଙ୍ଗଠନ, ଜଙ୍ଗଲ ସୁରକ୍ଷା ପରିଷଦ ସମୂହ, ଗ୍ରାମସଭା ସମୂହ, ବନବାସୀମାନଙ୍କର ଜଙ୍ଗଲ ଅଧିକାରକୁ ସମ୍ମତି ଜଣାଉଥିବା ସ୍ୱେଚ୍ଛାସେବୀ ସଂଗଠନମାନେ ଏକ ସ୍ୱରରେ ଉଚ୍ଚତମ ନ୍ୟାୟାଳୟଙ୍କ ଏପରି ନିର୍ଦ୍ଦେଶକୁ ବିରୋଧ କଲେ । ସେତେବେଳେ ଭାରତର ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟ ନିକଟତର ହୋଇ ଆସୁଥିଲା । ଚାପର ବଶବର୍ତ୍ତୀ ହୋଇ ହେଉ କିମ୍ବା ସ୍ୱତଃପ୍ରବୃତ୍ତହେଉ, ଏହି ସମସ୍ତ ପରିପ୍ରେକ୍ଷୀରେ ଉଚ୍ଚତମ ନ୍ୟାୟାଳୟଙ୍କର ଆଉ ଏକ ଖଣ୍ଡପୀଠ ଫେବୃୟାରୀ ୨୮ ତାରିଖରେ ଉପରୋକ୍ତ ରାୟକୁ ପୁନର୍ବିଚାର କରି ଭିନ୍ନ ଏକ ରାୟ ପ୍ରକାଶ କଲେ ।
ଉଚ୍ଚତମ ନ୍ୟାୟାଳୟଙ୍କ ଫେବୃୟାରୀ ୨୮ ତାରିଖର ରାୟର ସାରାଂଶ ହେଉଛି- ୧) ଦାବିଗୁଡିକ ନାକଚ କରିବା ପାଇଁ କେଉଁ ସବୁ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାରମାନେ ତାହାର ଏକ ସଙ୍କଳ୍ପନାମା ଦାଖଲ କରିବେ, ୨) କେଉଁସବୁ ଆଇନରେ ପ୍ରାବଧାନରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ସେଗୁଡିକୁ ରାଜ୍ୟ ସରାକାରମାନେ ପରିଷ୍କାର କରି ଏକ ସଙ୍କଳ୍ପନାମା ଦାଖଲ କରିବେ, ୩) ପରବର୍ତ୍ତୀ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ୨୦୧୯ ଫେବୃୟାରୀ ୧୩ ତାରିଖର ରାୟକୁ ସ୍ଥଗିତ ରଖାଗଲା, ୪) Forest Survey of India (FSI)   ଜବରଦଖଲର ଉପଗ୍ରହ ପ୍ରେରିତ ସର୍ବେକ୍ଷଣ କରିବେ । ତଥାପି ଏହି ରାୟରେ ଉଚ୍ଛେଦ କରିବାର ରାୟକୁ ରଦ୍ଦ କରାଯାଇ ନଥିବାରୁ ଏହି ରାୟ ମଧ୍ୟ ବନବାସୀମାନଙ୍କୁ ଚିନ୍ତାରେ ପକାଇଲା, କିନ୍ତୁ ଅଧିକ ଚିନ୍ତାରେ ପଡିଲେ ପ୍ରତି ଜିଲ୍ଲାର ଉପଖଣ୍ଡ ସ୍ତରୀୟ କମିଟି ଓ ଜିଲ୍ଲାସ୍ତରୀୟ କମିଟି । କାରଣ, ରାଜ୍ୟର ନାକଚ ହୋଇଥିବା ୧.୫ ଲକ୍ଷ ବ୍ୟକ୍ତିଗତ ଦାବି ମଧ୍ୟରୁ ପ୍ରାୟ ପଚାଶ ପ୍ରତିଶତ ନାକଚ କରାଯିବାର କାରଣ ବିଷୟରେ ଦାବିଦାର କିମ୍ବା ଗ୍ରାମସଭାକୁ ଜଣାଯାଇ ନଥିଲା । ଆହୁରି ମଧ୍ୟ, ଯେଉଁସବୁ ଦାବି ଗୁଡିକ ନାକଚ ହୋଇଛି ସେଗୁଡିକ ସଠିକ ପ୍ରକ୍ରିୟାରେ ନାକଚ ହୋଇ ନାହିଁ ଏବଂ ଯେଉଁ କାରଣ ଦର୍ଶାଇ ନାକଚ କରାଯାଇଛି ସେଗୁଡିକ ମଧ୍ୟରୁ ଅଧିକାଂଶ ଦାବି ନାକଚ କରିବାର ପ୍ରକୃତ କାରଣ ନୁହେଁ । ଅଧିକ ଚିନ୍ତାର ବିଷୟ ଯେ, କୌଣସି ବି ଜିଲ୍ଲାର ଜିଲ୍ଲାସ୍ତରୀୟ କମିଟି ଓ ଉପଖଣ୍ଡ ସ୍ତରୀୟ କମିଟି ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିର ଭୂମିକାକୁ ପ୍ରାଧାନ୍ୟ ଦେଇ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର ସଠିକ୍ କାର୍ଯ୍ୟକାରୀ କରିଛନ୍ତି ତାହାର କିଛି ବାସ୍ତବତା ନାହିଁ । ତେଣୁ ଜିଲ୍ଲାସ୍ତରୀୟ କମିଟି ଓ ଉପଖଣ୍ଡ ସ୍ତରୀୟ କମିଟି ଯେ ଦାବିଗୁଡିକ ନାକଚ କରିବା ପାଇଁ କେଉଁ ସବୁ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ତାହାର ସଠିକ୍ ତଥ୍ୟ ଦେଇ ପାରିବେ ତାହା ସେମାନେ ମଧ୍ୟ ଭଲଭାବେ ଜାଣିନାହାନ୍ତି । ଏହିସବୁ କାରଣରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଗଲା ।
ସରକାର ତତ୍ପରତାର ସହିତ ଦାବିଦାର ମାନଙ୍କୁ କିପରି ନାକଚରେ ନୋଟିସ୍ ଜାରି କରାଯିବ ଓ ତାହାର ଶୁଣାଣି ହୋଇ ପାରିବ ସେହି କାର୍ଯ୍ୟରେ ଲାଗି ପଡିଲେ । ଯେଉଁ ଦାବିଦାରମାନଙ୍କର ଦାବି ନାକଚ୍ ହୋଇଛି ସେମାନଙ୍କୁ ନାକଚ୍ ହେବାର କାରଣ ସହିତ ନୋଟିସ୍ ଜାରି କରି ଏକକାଳୀନ ଶୁଣାଣି ପାଇଁ ତାରିଖ ବିଷୟରେ ଜଣାଇଦେଲେ ଓ ନାକଚ୍ ହୋଇଥିବା ଦାବିଗୁଡିକର ଶୁଣାଣି କରିଚାଲିଲେ । ଦାବିଦାର ମାନଙ୍କର ଆପତ୍ତିକୁ ଶୁଣାଣି କରିବା ପାଇଁ ଆଇନରେ ଏକ ପ୍ରକ୍ରିୟା ରହିଛି । କିନ୍ତୁ ଜିଲ୍ଲାସ୍ତରୀୟ କମିଟି ଓ ଉପଖଣ୍ଡ ସ୍ତରୀୟ କମିଟି ଉକ୍ତ ପ୍ରକ୍ରିୟାକୁ ସଠିକ୍ ଭାବେ ଅନୁସରଣ ନ କରି ଆଇନରେ ଊଲ୍ଲଘଂନ କଲେ । ଜଙ୍ଗଲ ଅଧିକାର ନିୟମାବଳୀର ନିୟମ-୧୩ ଓ ୧୪ ଅନୁସାରେ ଗ୍ରାମସଭାର ପ୍ରସ୍ତାବରେ ଯଦି କୌଣସି ବ୍ୟକ୍ତିଙ୍କର କିଛି ଆପତ୍ତି ଥାଏ ତେବେ ନିଷ୍ପତ୍ତିର ନୋଟିସ୍ ପାଇବାର ୬୦ ଦିନ ମଧ୍ୟରେ ଉକ୍ତ ବ୍ୟକ୍ତି ସମ୍ପର୍କିତ ଗ୍ରାମସଭାର ନିଷ୍ପତ୍ତି ବିରୋଧରେ ସମ୍ପୃକ୍ତ ଉପଖଣ୍ଡ ସ୍ତରୀୟ କମିଟିଙ୍କ ନିକଟରେ ଅଭିଯୋଗ ଦାଖଲ କରିବେ । ଉପଖଣ୍ଡ ସ୍ତରୀୟ କମିଟି ଉକ୍ତ ଅଭିଯୋଗର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରି ଶୁଣାଣିର ୧୫ ଦିନ ପୂର୍ବରୁ ଅଭିଯୋଗକାରୀଙ୍କୁ ନୋଟିସ୍ ଦେବେ । ସେହିପରି ଉପଖଣ୍ଡ ସ୍ତରୀୟ କମିଟିର ନିଷ୍ପତ୍ତିରେ ଯଦି କୌଣସି ବ୍ୟକ୍ତି ବିଶେଷ ଅସନ୍ତୁଷ୍ଟ ଥା’ନ୍ତି ତେବେ ସେ ନିଷ୍ପତ୍ତିର ନୋଟିସ୍ ପାଇବାର ୬୦ ଦିନ ମଧ୍ୟରେ ଉକ୍ତ ବ୍ୟକ୍ତି ସମ୍ପର୍କିତ ଉପଖଣ୍ଡ ସ୍ତରୀୟ କମିଟିର ନିଷ୍ପତ୍ତି ବିରୋଧରେ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ କମିଟି ନିକଟରେ ଅଭିଯୋଗ ଦାଖଲ କରିବେ । ଜିଲ୍ଲାସ୍ତରୀୟ କମିଟି ଉକ୍ତ ଅଭିଯୋଗର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରି ଶୁଣାଣିର ୧୫ ଦିନ ପୂର୍ବରୁ ଅଭିଯୋଗକାରୀଙ୍କୁ ଲିଖିତ ଜଣାଇବେ । କିନ୍ତୁ ଏପରି ନିୟମକୁ ଉପଖଣ୍ଡ ସ୍ତରୀୟ କମିଟି କିମ୍ବା ଜିଲ୍ଲାସ୍ତରୀୟ କମିଟି ସଠିକ୍ ପାଳନ କଲେ ନାହିଁ । ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ଦାବି ନାକଚର  କାରଣ ଜାଣାଇବାର ପ୍ରାୟ ଦୁଇଦିନ ଭିତରେ ଶୁଣାଣି ତାରିଖ ରଖା ଯାଇଛି । ନାକଚ୍ର ଯାହା ବି କାରଣ ସେହି ନୋଟ ଲେଖା ଯାଇଛି ଆଇନ୍ ମତେ ତାହା ଆଦୌ ଦାବି ନାକଚ୍ କରିବାର କାରଣ ନୁହେଁ । ବରଂ ସେଗୁଡିକ ଦାବି ସହିତ କୌଣସି ନିର୍ଦ୍ଦିଷ୍ଟ କାଗଜ ପତ୍ର ସଂଲଗ୍ନ ହୋଇ ନଥିଲେ, ସେହି ଆବଶ୍ୟକୀୟ କାଗଜପତ୍ର ଗୁଡିକୁ ଦାବିରେ ଗୁନ୍ଥି ଆଉଥରେ ସେଗୁଡିକୁ ପୁଣି ସମ୍ପୃକ୍ତ ଗ୍ରାମସଭାକୁ ଫେରାଇ ଦେବା ପାଇଁ ଉପଯୁକ୍ତ କାରଣ ।
ଗୋଟିଏ ମଜା କଥା ଦେଖିବାକୁ ମିଳୁଛି ଯେ ଉପଖଣ୍ଡ ସ୍ତରୀୟ କମିଟି ଗୋଟିଏ କାରଣ ଦର୍ଶାଇ ଦାବିକୁ ନାକଚ୍ କରିବା ଓ ଶୁଣାଣି କରିବା ପରେ ଜିଲ୍ଲା ସ୍ତରୀୟ କମିଟି ସେହି ସମାନ ଦାବିଦାରଙ୍କ ଦାବିକୁ ପୁଣି ଆଉ ଏକ ଭିନ୍ନ କାରଣ ଦର୍ଶାଇ ନାକଚ୍ କରିବାର ନୋଟିସ୍ ଜାରି କରିଛନ୍ତି । ଜଣା ପଡୁଛି ସତେକି ବନବାସୀ ମାନଙ୍କୁ କୌଣସି ବି କାରଣ ହେଉ ପଛେ ତାଙ୍କର ଅଧିକାରର ସ୍ୱୀକୃତି ନ ଦେବାକୁ ପ୍ରଶାସନ ପୁରା ପଣ କରି ଲାଗି ପଡିଛି । ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ଏହି ଆଇନ୍ର କାର୍ଯ୍ୟକାରିତାରେ ପୁରା ଭାଇ ବୋହୁ ଦେଢଶୁର ପରି ଏକ କୋଣିଆ ହୋଇ ରହିଯାଛନ୍ତି ପରି ଲାଗୁଛି । ସେହି ବନବାସୀମାନେ ସେଠାର ମୂଳ ବାସିନ୍ଦା ହୋଇଥିଲେ ବି ପ୍ରଶାସନର ମନକୁ ପାଇଲା ଭଳି ତିନି ପିଢିର ପ୍ରମାଣ ଯୋଗାଇବା ସେମାନଙ୍କ ପାଖରେ କାଠିକର ପାଠ । ଗାଁର ବୟସ୍କ ବ୍ୟକ୍ତିଙ୍କ ବୟାନକୁ ଗୋଟିଏ ପ୍ରମାଣ ହିସାବରେ ନିଆଯାଇ ପାରିବ- ନିୟମାବଳୀରେ ଏହା ବର୍ଣ୍ଣନା କରାଯାଇଥିଲେ ବି ପ୍ରଶାସନ ତାହାକୁ ଅମାନ୍ୟ କରୁଛି । ଆଇନ୍ ଆସିବାର ବାରବର୍ଷ ପାରେ ବି ଆଇନ୍ର କାର୍ଯ୍ୟକାରୀ କରୁଥିବା ଅଧିକାରୀମାନେ ଆଇନ୍ ଓ ନିୟମାବଳୀକୁ ସଠିକ ଭାବେ ଅଧ୍ୟୟନ କରି ନାହାନ୍ତି ବୋଲି କହି ହେବନି । ତାହେଲେ କଣ ସେମାନେ ଜାଣିଶୁଣି ବନବାସୀ ମାନଙ୍କୁ କିପରି ସେମାନଙ୍କ ଅଧିକାରର ସ୍ୱୀକୃତି ମିଳିବାରେ ବାଧା ତିଆରି ହେଉ, ଆଇନ୍ର ପ୍ରାବଧାନ ଗୁଡିକୁ ସେହି ମତେ ଅର୍ଥ ତିଆରି କରୁଛନ୍ତି! ଏହି ପରିପ୍ରେକ୍ଷୀରେ ଉଚ୍ଚତମ ନ୍ୟାୟାଳୟର ରାୟ ସରକାରୀ ଅଧିକାରୀ ମାନଙ୍କୁ ଏକ ଖୁରାଖ ଯୋଗାଇଛି । ସେମାନେ ଭାବିଛନ୍ତି ଯେ ସେହି ଆଳରେ ଭୂଲ୍ ଉପାୟରେ ନାକଚ୍ ହୋଇଥିବା ଦାବି ଗୁଡିକୁ କୌଣସି ମତେ ନ୍ୟାୟିକ ମୋହର ଲଗାଇ ଦେବେ । କିନ୍ତୁ ବିଶେଷ କରି ନିଜର ଭୂମି ଅଧିକାରକୁ ହାସଲ କରିବା ପାଇଁ ଲୋକମାନେ କିପରି ମେଳ ହୋଇ ପାରନ୍ତି ଓ ଆନ୍ଦୋଳନକୁ ତେଜି ପାରନ୍ତି ସେପରି ଉଦାହରଣର ଅଭାବ ନାହିଁ । ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ କଦର୍ଥ କରି ଏପରି ବେନିୟମ ଭାବେ ଦାବିଦାରମାନଙ୍କୁ ନାକଚର କାରଣ ଓ ଶୁଣାଣି କରିବାକୁ ତରବରିଆ ନୋଟିସ୍ ଜାରି କରିବା ନିଶ୍ଚୟ ଏକ ମନ୍ଦ ପରିଣାମ ଦିଗକୁ ରାସ୍ତା କଢାଇ ନେଇ ସାରଛି । ବେଳ ଥାଉଁ ପ୍ରଶାସନ ନିଜର ଭୂଲ୍ ପନ୍ଥାକୁ ସ୍ୱୀକାର କରି ଦାବି ଗୁଡିକୁ ନାକଚ୍ ନ କରି ଦାବି ଫର୍ମଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଗ୍ରାମ ସଭାକୁ ପଠାଇବା ସହିତ ସମ୍ପୃକ୍ତ ଗ୍ରାମସଭା ଗୁଡିକୁ ଉପଯୁକ୍ତ ସହଯୋଗ ଯୋଗାଇ ଦେଲେ ଏବଂ ଉପଯୁକ୍ତ କାରଣ ଥାଇ ନାକଚ୍ ହୋଇଥିବା ଦାବି ଗୁଡିକୁ ନିର୍ଦ୍ଧାରିତ ସମୟ ବ୍ୟବଧାନ ରଖି ପୁନର୍ବାର ନୋଟିସ୍ ଦେଲେ ସମସ୍ୟାର କିଛି ପରିମାଣରେ ସମାଧାନ ହୋଇ ପାରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଇଚଇ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ରାଜ ଠାକରେ

August 21, 2025

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025
Latest News

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.