Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେବାଳିଆ ବ୍ୟାଙ୍କରେ ବାଜି ଲଗାଇଲେ, ଭାଗ୍ୟ ଦେଲା ସାଥ୍, କରିଦେଲେ 71000000000 ଟଙ୍କାର କାରବାର
ବିଶେଷ ଖବର

ଦେବାଳିଆ ବ୍ୟାଙ୍କରେ ବାଜି ଲଗାଇଲେ, ଭାଗ୍ୟ ଦେଲା ସାଥ୍, କରିଦେଲେ 71000000000 ଟଙ୍କାର କାରବାର

July 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
federalbank
ଦେବାଳିଆ ବ୍ୟାଙ୍କରେ ବାଜି ଲଗାଇଲେ, ଭାଗ୍ୟ ଦେଲା ସାଥ୍, କରିଦେଲେ 71000000000 ଟଙ୍କାର କାରବାର

The Samikhsya Desk: ସେ କେରଳର ଜଣେ ଚାଷୀର ପୁଅ, ନାମ ତାଙ୍କର କେ ପି ହର୍ମିସ୍। ସେ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଓକିଲାତି କରୁଥିଲେ। ହେଲେ ଦେଖିଲେ ତାଙ୍କ ରାଜ୍ୟର ଏକ ବ୍ୟାଙ୍କ ଦେବାଳିଆ ହୋଇଗଲାଣି। ମୁଖ୍ୟତଃ ପରିଚାଳନା ଗତ ତୃଟି ପାଇଁ ତାହା ବୁଡିଯିବାକୁ ବସିଲାଣି। ସେହି ବ୍ୟାଙ୍କର ନାମ ହେଉଛି ଟ୍ରାଭେନକୋର ଫେଡରାଲ ବ୍ୟାଙ୍କ।

କଣ ହେଲା କେଜାଣି ହର୍ମିସ୍ ସେହି ବ୍ୟାଙ୍କରେ ଟଙ୍କା ଲଗାଇବା ପାଇଁ ଇଚ୍ଛା କଲେ। ସେତେବେଳେ ତାଙ୍କୁ ସମସ୍ତେ ମନା କଲେ। ହେଲେ ସେ କାହା କଥା ଶୁଣିଲେ ନାହିଁ। ଲୋକେ ତାଙ୍କୁ ପାଗଳା ବୋଲି କହିଲେ। ତଥାପି ସେ ସେହି ବ୍ୟାଙ୍କର ଅଧାରୁ ଅଧିକ ଅଂଶ ଧନ କିଣି ନେଲେ। ଫଳରେ ସେହି ବ୍ୟାଙ୍କ ତାଙ୍କ ନିୟନ୍ତ୍ରଣକୁ ଚାଲିଆସିଲା।ସେ ଦାୟିତ୍ବ ନେବା ପରେ ପ୍ରଥମେ ବ୍ୟାଙ୍କର ନାମ ପରିବର୍ତ୍ତନ କରି ରଖିଲେ କେବଳ ଫେଡରାଲ ବ୍ୟାଙ୍କ।

ପରେ ନିଜର ବୁଦ୍ଧି ବିବକ ଲଗାଇ ବ୍ୟାଙ୍କର ଅବସ୍ଥାରେ ସାମାନ୍ୟ ସୁଧାର ଆଣିଲେ। ଏପରିକି ବୁଡିଯାଉଥିବା ବ୍ୟାଙ୍କର ଉନ୍ନତି ଆରମ୍ଭ ହେଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ପ୍ରାୟ 34 ବର୍ଷ ମଧ୍ୟରେ ହୋରିମସ ବ୍ୟାଙ୍କର ବ୍ୟବସାୟ 5000 କୋଟିରୁ 71000 କୋଟି ଟଙ୍କାକୁ ବୃଦ୍ଧି କରିଦେଲେ। ଏପରିକି ସାରା ଦେଶରେ ସେ ପ୍ରାୟ ଖୋଲିଲେ 285ଟି ଶାଖା। ବର୍ତ୍ତମାନ ଫେଡରାଲ ବ୍ୟାଙ୍କ ଏକ ଅଗ୍ରଣୀ ବ୍ୟାଙ୍କ ଭାବେ ପରିଗଣତି ହୋଇଛି।

 କେ ପି ହର୍ମିସଙ୍କ ପୁରା ନାମ ହେଉଛି କୁଲାଙ୍ଗାରା ପାଉଲୋ ହର୍ମିସ୍। ସେ କେରଳର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ 1917 ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ 30 ଡିସେମ୍ବର 1944 ମସିହାରେ ଏହି ବ୍ୟାଙ୍କକୁ ଅଧିଗ୍ରହଣ କରିଥିଲେ। ସେ ଫେଡରାଲ ବ୍ୟାଙ୍କର ପ୍ରତିଷ୍ଠାତା ଭାବେ ପରିଚିତ। ସେ ଜାନୁୟାରୀ 26 ତାରିଖ 1988 ମସିହାରେ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ଏହି ବ୍ୟାଙ୍କର 1598ଟି ଶାଖା ରହିଥିବା ବେଳେ 190 ଲକ୍ଷ ଗ୍ରାହକ ଅଛନ୍ତି। ସେ 1954 ରେ କଂଗ୍ରେସରୁ କୋଚିରୁ ବିଧାୟକ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଭିନବ ମଳବର୍ଜ୍ୟ ପରିଚାଳନା ମଡେଲ ନେଇ ରାଜ୍ୟମାନଙ୍କ ସହ ଜଳଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା

January 8, 2026

ରାଶିଫଳ: ଆଜି ଡିସେମ୍ବର ୮ ତାରିଖ ଗୁରୁବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 8, 2026

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

January 7, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

January 7, 2026
Latest News

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଜ୍ୟପାଳ

January 8, 2026

ଅଭିନବ ମଳବର୍ଜ୍ୟ ପରିଚାଳନା ମଡେଲ ନେଇ ରାଜ୍ୟମାନଙ୍କ ସହ ଜଳଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା

January 8, 2026

ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଘାଟିତ

January 8, 2026

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

January 8, 2026

ରାଶିଫଳ: ଆଜି ଡିସେମ୍ବର ୮ ତାରିଖ ଗୁରୁବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.