Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭିଡ ହିଂସା ବିରୋଧରେ ଆଜି ଯଦି ଆମର ସ୍ଵର ନ ଫିଟେ, ତାହେଲେ ଏ ପାଗଳ ଭିଡ ଦିନେ ସାରା ଦେଶକୁ ଛାରଖାର କରିଦେବ
ବିଶେଷ ଖବର

ଭିଡ ହିଂସା ବିରୋଧରେ ଆଜି ଯଦି ଆମର ସ୍ଵର ନ ଫିଟେ, ତାହେଲେ ଏ ପାଗଳ ଭିଡ ଦିନେ ସାରା ଦେଶକୁ ଛାରଖାର କରିଦେବ

July 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର
ଅପର୍ଣ୍ଣା ସେନ, ବଙ୍ଗଳା ସିନେମାର ମହାନାୟିକା। ସେ ଗୋଟେ ସାମ୍ବାଦିକ ସମ୍ମିଳନୀରେ ଦେଶର ଭିଡ ହିଂସା ଓ ସାମ୍ପ୍ରଦାୟିକ ଅପରାଧ ସମ୍ପର୍କରେ କହୁଥିବା ବେଳେ ଟେଲିଭିଜନ ପରଦାରେ ଜଣେ ସାମ୍ବାଦିକ ତାଙ୍କୁ ପାଗଳ ପରି ଗାଳି କରି ଚାଲିଛନ୍ତି। ସାମ୍ବାଦିକଙ୍କ ଭାଷା ଓ ଆଚରଣରୁ ଜଣା ପଡୁଛି ସତେକି ସେ ଅପର୍ଣ୍ଣା ସେନଙ୍କୁ ସେଇଠି ଭସ୍ମ କରିଦେବେ। ଅପର୍ଣ୍ଣା ସେନ ଅଛନ୍ତି କଲିକତାରେ, ସାମ୍ବାଦିକ ଦିଲ୍ଲୀରେ। ଅଥଚ ଲାଗୁଛି, ସାମ୍ବାଦିକ ଏଇନେ କଲିକତା ପହଞ୍ଚି ଅପର୍ଣ୍ଣା ସେନଙ୍କୁ ମାରି ପକେଇବ। ଅପର୍ଣ୍ଣା ସେନଙ୍କ ସମେତ ଦେଶର ୪୯ ଜଣ ଲେଖକ, କଳାକାର, ଐତିହାସିକ ଓ ଗବେଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦେଶରେ ବଢି ଚାଲିଥିବା ଭିଡ ହିଂସା ଓ ସାମ୍ପ୍ରଦାୟିକ ବିଦ୍ଵେଷ ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେଇ ଚିଠିକୁ ପଢି ଦିଲ୍ଲୀର ଏଇ ସାମ୍ବାଦିକଙ୍କ ରକ୍ତଚାପ ଏତେ ବଢିଯିବାର କାରଣ କଣ? ଦେଶର ୪୯ ଜଣ ଅତ୍ୟନ୍ତ ସମ୍ମାନାସ୍ପଦ ନାଗରିକ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତାହା ତାଙ୍କର ଅଧିକାର। ସେଥିରେ ସାମ୍ବାଦିକର ଏତେ ବାଚାଳତା କାହିଁକି?

ନ କହିଲେ ମଧ୍ୟ ବୁଝି ହେଉଛି ଯେ, ସାମ୍ବାଦିକ ଜଣକ ଆଉ କେହି ନୁହନ୍ତି, ସେ ଅର୍ଣ୍ଣବ ଗୋସ୍ଵାମୀ। ରିପବ୍ଲିକ ଟିଭିର ସମ୍ପାଦକ। ଏ ଭଦ୍ର ବ୍ୟକ୍ତିଙ୍କୁ ସାମ୍ବାଦିକ କୁହାଯିବ ନା ସରକାରୀ ଦଳର ଗୁଣ୍ଡା, ତାହା ଦର୍ଶକ ସ୍ଥିର କରନ୍ତୁ। ଏ ବ୍ୟକ୍ତି କିନ୍ତୁ ନିଜର ଅଭଦ୍ର ବ୍ୟବହାରରେ ସବୁ ସୀମା ତାପୀ ସାରିଛନ୍ତି। ୪୯ ଜଣ ନାଗରିକ ଯାହା କହିଲେ, ତା ସହିତ ଅରାଜି ହେବାର ଅଧିକାର ଆପଣଙ୍କର ରହିଛି। ହେଲେ ସେଥିପାଇଁ ସେମାନଙ୍କୁ ଦୁର୍ବ୍ୟବହାର କରିବାର ଅଧିକାର ସାମ୍ବାଦିକଙ୍କୁ କେହି ଦେଇନାହାନ୍ତି। ଅର୍ଣ୍ଣବ ଗୋସ୍ଵାମୀ ଗତ କିଛି ବର୍ଷ ଭିତରେ ଦେଶର ସବୁଠୁ ବଡ ମାଇକ ପାଲଟି ଯାଇଛନ୍ତି। ସେ ଏମିତି ଏକ ମାଇକ ଯିଏ, ପ୍ରତିଦିନ ଘୃଣା, ହିଂସା ଓ ଅସହିଷ୍ଣୁତାର ପ୍ରଚାର କରେ। ଦେଶରେ ଭିଡ ହିଂସା ନାହିଁ ବୋଲି ଯୁକ୍ତି କଲାବେଳେ ଅର୍ଣ୍ଣବ ଗୋସ୍ଵାମୀଙ୍କ ମୁହଁ ଏତେ ହିଂସ୍ର ଦିଶେ ଯେ, ସେଥିରୁ ଇ ବୁଝିହୁଏ, ଏ ଦେଶର ଗତି କୁଆଡେ! ଏ ଦେଶରେ ଭିଡ ହିଂସାର ସବୁଠୁ ବଡ ସମର୍ଥକ ଓ ପ୍ରେରଣାଦାତା ଭାବରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ନାଁ କଳା ଅକ୍ଷରରେ ଇତିହାସରେ ଲିପିବଦ୍ଧ ରହିବ।

ବୁଝି ହେଉନି, ଗୋଟେ ଚିଠିକୁ ନେଇ ସରକାରୀ ଦଳର ସମର୍ଥକମାନେ ଏତେ ଡରି ଯାଉଛନ୍ତି କାହିଁକି? ଏତେ ଭୋଟ ପାଇ ଜିତିଲା ପରେ ମଧ୍ୟ ଶିଳ୍ପୀ ଓ ଲେଖକଙ୍କୁ ଏ ସରକାର ଓ ତାର ସମର୍ଥକମାନଙ୍କର ବହୁତ ଭୟ। ଚିଠିର ଯେଉଁ ତଥ୍ୟ ରହିଛି, ତାହା ସରକାରୀ ତଥ୍ୟ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ କେବଳ ୨୦୧୬ ମସିହାରେ ଦେଶର ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ୮୪୦ଟି ହିଂସାକାଣ୍ଡର ରିପୋର୍ଟ ଆସିଛି। ଭିଡ ହିଂସା ଓ ଧର୍ମ ନାଁ ରେ ହିଂସା ବଢୁଛି ବୋଲି ସରକାରୀ ତଥ୍ୟ କହୁଛି। ଧାର୍ମିକ ଘୃଣା ଓ ବିଦ୍ଵେଷକୁ ନେଇ ହିଂସାକାଣ୍ଡ ବଢୁଛି। “ଜୟ ଶ୍ରୀରାମ” ସ୍ଲୋଗାନ ଦେଇ ଲୋକଙ୍କୁ ହତ୍ୟା କରାଯାଉଛି। ଏହା ଶ୍ରୀରାମଙ୍କ ପ୍ରତି ଯେତିକି ଅପମାନ, ହିନ୍ଦୁ ଧର୍ମ ପ୍ରତି ମଧ୍ୟ ସେତିକି ଅପମାନ। ଅଥଚ ହତ୍ୟାକାରୀ ଓ ହିଂସାର ସମର୍ଥକମାନେ ନିଜକୁ ରାମଭକ୍ତ ବୋଲି କହିବାକୁ ଲଜ୍ଜା ଅନୁଭବ କରୁନାହାନ୍ତି।

ଏଇ ଚିଠିରେ ଦସ୍ତଖତ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଭିତରେ ଅଛନ୍ତି ଶ୍ୟାମ ବେନେଗାଲ, ଅଦୂର ଗୋପାଳକୃଷ୍ଣନ, ଅନୁରାଗ କାଶ୍ୟପ, କୋଙ୍କଣା ସେନ, ରେବତୀ, ରାମଚନ୍ଦ୍ର ଗୂହା, ପାର୍ଥ ଚାଟାର୍ଜୀ, ଶୁଭା ମୁଦଗଲ, ସୌମିତ୍ର ଚାଟାର୍ଜୀ ଓ ଅନ୍ୟମାନେ। ଏଇ ଚିଠିର ପ୍ରତିକ୍ରିୟାରେ ଯାହା ସବୁ ଘଟୁଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ, ଏମାନେ ଯେଉଁ ଆଶଙ୍କା ପ୍ରକାଶ କରି ଚିଠି ଲେଖିଛନ୍ତି, ତାହା ଅକ୍ଷରେ ଅକ୍ଷରେ ସତ। ସରକାରକୁ ସମାଲୋଚନା କଲେ ସରକାରୀ ଦଳର ସମର୍ଥକମାନେ ଏତେ ଭୟଙ୍କର ପ୍ରତିକ୍ରିୟା ପ୍ରକାଶ କରିବା ଏକ ଫାଶିବାଦୀ ସମାଜର ଲକ୍ଷଣ। ସବୁଠୁ ମଜାକଥା ହେଉଛି, ଫାଶିବାଦୀମାନେ ହିଂସ୍ର ଆଚରଣ ମାଧ୍ୟମରେ ନିଜକୁ ସହିଷ୍ଣୁ ବୋଲି ପ୍ରମାଣିତ କରିବାକୁ ଚାହାନ୍ତି। ଏହି ବିଶିଷ୍ଟ ନାଗରିକମାନେ ଭିଡ ହତ୍ୟାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କଣ ଜାତୀୟତା ବିରୋଧୀ? ସରକାରୀ ଭକ୍ତ ଓ ଗୁଣ୍ଡାଙ୍କ ଆଚରଣ କହି ଦେଉଛି, ସେମାନେ କଣ ଚାହାନ୍ତି। ସେମାନେ ଏ ଦେଶରେ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। ବିରୋଧୀ ସ୍ଵରକୁ ଦବାଇବାକୁ ଯିଏ ଚେଷ୍ଟା କରେ, ସେ ଗଣତନ୍ତ୍ର ଓ ସମ୍ବିଧାନର ସବୁଠୁ ବଡ ଶତ୍ରୁ। ତେଣୁ ଆଜି ସମ୍ବିଧାନ ବିରୋଧୀ ଶକ୍ତିଙ୍କ ବିରୋଧରେ ଏ ଚିଠି ମାଧ୍ୟମରେ ନୂଆ ଅଭିଯାନ ଆରମ୍ଭ ହୋଇଛି। ନିର୍ବାଚନ ଜିତିବାର ଅହଂକାରରେ ଭିଡ ହିଂସା ଓ ବିଦ୍ଵେଷକୁ ସମର୍ଥନ କରୁଥିବା ଲୋକଙ୍କୁ ଗଣତାନ୍ତ୍ରିକ ଉପାୟରେ ଯଦି ପ୍ରତିରୋଧ କରାନଯାଏ, ଦିନ ଆସିବ, ଏ ଅନ୍ଧ ଭିଡ ସାରା ଦେଶକୁ ଛାରଖାର କରିଦେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.