ଶ୍ରୀମତୀ ଜ୍ୟୋତି ବିଜ୍, ମହାନିର୍ଦ୍ଦେଶକ, ଏଫ.ଆଇ.ସି.ସି.ଆଇ.
ବର୍ତ୍ତମାନ ସମୟରେ ଯେତେବେଳେ ବିଶ୍ୱ ଦ୍ରୁତ ବେଗରେ ସ୍ୱୟଂଚାଳିତ ଭାବରେ ଆଗକୁ ଗତିକରି ଚାଲିଛି, ସେତେବେଳେ ନିଯୁକ୍ତି ସହିତ ସଂଶ୍ଳିଷ୍ଟ ପ୍ରୋତ୍ସାହନ ଯୋଜନା (ଇ.ଏଲ.ଆଇ.)କୁ ସରକାର ଅନୁମୋଦନ କରିଛନ୍ତି । ଏହା ସରକାରଙ୍କର ଏକ ସମୟୋପୋଯୋଗୀ ଏବଂ ସୁଚିନ୍ତିତ ପଦକ୍ଷେପ ଭାବରେ ସାବ୍ୟସ୍ତ ହୋଇଛି । ଏହି ଯୋଜନା ସକାଶେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଏହି ଯୋଜନା ଭାରତର ଉଦୀୟମାନ ନିଯୁକ୍ତି ଦୃଶ୍ୟପଟ୍ଟରେ, ବିଶେଷ କରି ଉତ୍ପାଦନ କ୍ଷେତ୍ରରେ ଏକ ବଳିଷ୍ଠ, ନୀତିଗତ ଏବଂ ସାହସିକ ପଦକ୍ଷେପ ।
ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହା ଦେଶରେ ପ୍ରାୟ ୩.୫ କୋଟିରୁ ଅଧିକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟିକୁ ସମର୍ଥନ କରିବା ନିମନ୍ତେ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଇ.ଏଲ.ଆଇ. ଯୋଜନା କେବଳ ଏକ ଆର୍ଥିକ ପଦକ୍ଷେପ ନୁହେଁ, ଏହା ଦେଶର ଶ୍ରମ ଶକ୍ତିକୁ ଭବିଷ୍ୟତରେ ଏକ ରଣନୀତିକ ନିବେଶ, ଯାହା ସରକାରଙ୍କ ବିକଶିତ ଭାରତ@୨୦୪୭ର ଦୃଷ୍ଟିକୋଣକୁ ପ୍ରତ୍ୟକ୍ଷ ଭାବରେ ସମର୍ଥନ ଜଣାଏ । ଇ.ଏଲ.ଆଇ. ଯୋଜନା ଦେଶରେ ନିଯୁକ୍ତି ସୃଷ୍ଟି ନିମନ୍ତେ ଏକ ପ୍ରମୁଖ ପ୍ରେରକ ଭାବରେ ସାବ୍ୟସ୍ତ ହେବାକୁ ଯାଉଛି । ଅନ୍ୟ ଅନେକ ରାଷ୍ଟ୍ରଙ୍କ ପରି ଯେଉଁଠାରେ ଜନସଂଖ୍ୟା ଖୁବ୍ ଶୀଘ୍ର ହ୍ରାସ ପାଇବାକୁ ଆରମ୍ଭ କରିଛି କିମ୍ବା ଇତି ପୂର୍ବରୁ ହ୍ରାସ ପାଇବା ଆରମ୍ଭ କରିଛି ଭାରତ ତାହାର ଏକ ଉଦାହରଣ ନୁହେଁ ।
ଭାରତରେ ବର୍ତ୍ତମାନ ଏକ ବିରାଟ କର୍ମକ୍ଷମ ବୟସର ଜନସଂଖ୍ୟା ମହଜୁଦ ରହିଛି ଯାହାକୁ ଅଧିକ ନିଯୁକ୍ତି ସୁଯୋଗର ଆବଶ୍ୟକତା ଅଛି । ଇ.ଏଲ.ଆଇ. ଯୋଜନା କେବଳ ଚାକିରି ସନ୍ଧାନରେ ଥିବା କିମ୍ବା ଚାକିରି ପ୍ରଦାନକାରୀଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ଅନୌପଚାରିକ କାର୍ଯ୍ୟ ଏବଂ ଆନୁଷ୍ଠାନିକ ନିଯୁକ୍ତି ମଧ୍ୟରେ ଥିବା ବୈଷମ୍ୟକୁ ପୂରଣ କରିବା ଲକ୍ଷ୍ୟ ରଖିଛି ।
ତତ୍କାଳ ନିଯୁକ୍ତି ପରିଣାମରୁ ଆଗକୁ ବଢ଼ି, ଏଥି ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅନୁଭୂତ ହୁଏ ଯେ ଇ.ଏଲ.ଆଇ. ଯୋଜନା ବିଭିନ୍ନ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ.ଡି.ଜି.), ବିଶେଷ ଭାବରେ ଏସ.ଡି.ଜି.-୮ (ସମାନ କାର୍ଯ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧି) ଆଡ଼କୁ ଭାରତର ଅଗ୍ରଗତିକୁ ଆନୁଷ୍ଠାନିକ ଏବଂ ଦୀର୍ଘକାଳୀନ ନିଯୁକ୍ତିକୁ ପ୍ରୋତ୍ସାହିତ କରି ଏବଂ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ-୧ (ଦାରିଦ୍ର୍ୟ ଦୂରୀକରଣ) ଏବଂ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ -୧୦ ( ଅସମାନତା ଦୂରୀକରଣ)କୁ କମ୍ ମଜୁରି ଉପାର୍ଜନକାରୀ ଏବଂ ପ୍ରଥମ ଥର ପାଇଁ ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ଲକ୍ଷ୍ୟଭିତ୍ତିକ ଆର୍ଥିକ ସହାୟତା ପ୍ରଦାନ କରି ସୁଦୃଢ଼ କରିଥାଏ ।
ଆଧାର-ସକ୍ଷମ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ପ୍ରଣାଳୀ (ଡି.ବି.ଟି. ବ୍ୟବସ୍ଥା) ମାଧ୍ୟମରେ କର୍ମଚାରୀ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (ଇ.ପି.ଏଫ.ଓ.) ପଞ୍ଜିକରଣ ଏବଂ ବଣ୍ଟନ ସହିତ ଯୋଜନାର ସଂଯୋଗ କେବଳ ନିଯୁକ୍ତି ସୃଷ୍ଟି ନିମନ୍ତେ ନୁହେଁ, ବରଂ ସାମାଜିକ ସୁରକ୍ଷା କଭରେଜର ବିସ୍ତାର ମଧ୍ୟ ସୁନିଶ୍ଚିତ କରେ, ଯାହା ଏକ ସମାନ ଏବଂ ସମାବେଶୀ ଅର୍ଥନୀତି ଗଠନ ନିମନ୍ତେ ମହତ୍ୱପୂର୍ଣ୍ଣ । ଭାରତର ଏତାଦୃଶ ପ୍ରୟାସକୁ ସ୍ୱୀକୃତି ପ୍ରଦାନ ପୂର୍ବକ, ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇ.ଏଲ.ଓ.) ସମ୍ପ୍ରତି ଭାରତର ଏଭଳି ସଫଳତାକୁ ସ୍ୱୀକାର କରିଛି ଏବଂ ଆନୁଷ୍ଠାନିକ ଭାବରେ ଏହାର ଡ୍ୟାସବୋର୍ଡରେ ପ୍ରକାଶ କରିଛି ଯେ ଭାରତର ଜନସଂଖ୍ୟାର ଶତକଡ଼ା ୬୪ ଦଶମିକ ୩ ପ୍ରତିଶତ (୨୦୧୫ ମସିହାରେ ୧୯ ପ୍ରତିଶତ ଥିବା ତୁଳନାରେ) ଅନ୍ୟୁନ ଗୋଟିଏ ସାମାଜିକ ସୁରକ୍ଷା ଲାଭରେ ଅନ୍ତର୍ଭୁକ୍ତ କରାଯାଇପାରିଛି। ଏମାନଙ୍କ ମୋଟ ସଂଖ୍ୟା ୯୪ କୋଟିରୁ ଅଧିକ ବୋଲି ଆକଳନ କରାଯାଇଛି ।
ଉତ୍ପାଦନ ଉପରେ ଗୁରୁତ୍ୱ ବିଶେଷ ଭାବରେ ସ୍ୱାଗତଯୋଗ୍ୟ । ବିଶ୍ୱ ମୂଲ୍ୟ ଶୃଙ୍ଖଳା ପୁନଃ ଆକାର ପାଇବା ସହିତ, ଭାରତର ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ଉପଭୋକ୍ତା ସାମଗ୍ରୀ ଏବଂ ଔଷଧ ଶିଳ୍ପ ଭଳି କ୍ଷେତ୍ରଗୁଡ଼ିକରେ ଏକ ବିଶ୍ୱସନୀୟ ବିକଳ୍ପ ଭାବରେ ଦ୍ରୁତ ଗତିରେ ଉଭା ହେଉଛି । ଏହି କ୍ଷେତ୍ରଗୁଡିକରେ ଦୀର୍ଘକାଳୀନ ନିଯୁକ୍ତି ସୃଷ୍ଟିକୁ ସମର୍ଥନ କରି, ଇ.ଏଲ.ଆଇ. ଯୋଜନା ପି.ଏଲ.ଆଇ. ଯୋଜନା, ମେକ୍ ଇନ୍ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଭଳି ଦୃଶ୍ୟମାନ ପଦକ୍ଷେପଗୁଡ଼ିକ ପରିପୂରକ ଭାବେ କାର୍ଯ୍ୟ କରିବ ଏବଂ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳ କ୍ଲଷ୍ଟରମାନଙ୍କରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ।
ଏହି ଯୋଜନା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ.)କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରେ ଯେଉଁମାନେ ପ୍ରାୟତଃ ମୂଲ୍ୟ ଚିନ୍ତା ଯୋଗୁ ଆନୁଷ୍ଠାନିକ ନିଯୁକ୍ତି ବୃଦ୍ଧି କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି । ନିଯୁକ୍ତିଦାତା- ପାର୍ଶ ପ୍ରୋତ୍ସାହନ ନୂତନ ନିଯୁକ୍ତିର ସୀମାନ୍ତ ମୂଲ୍ୟକୁ କମାଇଥାଏ । ଏହା କାର୍ଯ୍ୟ ଶକ୍ତିର ସମ୍ପ୍ରସାରଣ, ଆନୁଷ୍ଠାନିକରଣ ଏବଂ ଉନ୍ନତିକରଣ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ । ବିଶ୍ୱ ସ୍ତରରେ ମଜୁରି ସଂଯୋଗୀ ପ୍ରୋତ୍ସାହନ ଯୋଜନା ନିଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।
ଜର୍ମାନୀ ଭଳି ଦେଶଗୁଡ଼ିକ ଶିକ୍ଷାର୍ଥୀ ଏବଂ ଦୀର୍ଘକାଳୀନ ନିଯୁକ୍ତି ପାଇଁ ନିଯୁକ୍ତିଦାତା ସବସିଡି ପ୍ରଦାନ କରନ୍ତି । ଦକ୍ଷିଣ କୋରିଆ ଯୁବ ଏବଂ ବୃଦ୍ଧ ଶ୍ରମିକଙ୍କ ନିଯୁକ୍ତିଦାତାଙ୍କୁ ଲକ୍ଷ୍ୟଭେଦୀ ମଜୁରି ସହାୟତା ପ୍ରଦାନ କରେ । ସିଙ୍ଗାପୁର ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ସଂରକ୍ଷଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଥାଏ । ଯୁ୍କ୍ତରାଷ୍ଟ୍ରର କାର୍ଯ୍ୟ ସୁଯୋଗ ଟିକସ କ୍ରେଡିଟ୍ (ଡବ୍ଲୁ.ଓ.ଟି.ସି.) ଅଝି, ଯାହା ପଛୁଆ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଉଥିବା ନିଯୁକ୍ତିଦାତାମାନଙ୍କୁ ପୁରସ୍କୃତ କରିଥାଏ । ଭାରତର ଇ.ଏଲ.ଆଇ. ଯୋଜନାରେ ଆମର ବୃହତ୍ ଅନୌପଚାରିକ ଶ୍ରମ ବଜାର, ଜନସଂଖ୍ୟାଗତ ଲାଭାଂଶ ଏବଂ ବିସ୍ତାରିତ ଡିଜିଟାଲ ଭିତ୍ତିଭୂମି ଭଳି ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ନିମନ୍ତେ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଅନ୍ତର୍ଭୁକ୍ତ କରାଯାଇଛି ।
ଇ.ଏଲ.ଆଇ. ଯୋଜନା ଭାରତର ନିଯୁକ୍ତି ନୀତିର ପରିପକ୍ୱତାକୁ ପ୍ରତିଫଳିତ କରେ – ସ୍ୱଳ୍ପକାଳୀନ ରିଲିଫରୁ ଦୀର୍ଘକାଳୀନ ଶ୍ରମ ବଜାର ବିକାଶକୁ ଏକ ପରିବର୍ତ୍ତନ । ବୟସ୍କ ଜନସଂଖ୍ୟା ଏବଂ ଡିଜିଟାଲ ଏବଂ ସବୁଜ ପରିବର୍ତ୍ତନ ଭଳି ବ୍ୟାପକ ବିଶ୍ୱ ଧାରା ପୃଷ୍ଠଭୂମିରେ ଏହିଭଳି ପ୍ରଭାବଶାଳୀ ନୀତିଗୁଡ଼ିକ ଅଧିକ ସଂଖ୍ୟକ ଲୋକଙ୍କ ନିମନ୍ତେ ଗୁଣାତ୍ମକ ଚାକିରି ସୁଲଭ କରିବା ସକାଶେ ମହତ୍ତ୍ୱପୂର୍ଣ୍ଣ ।
‘ଫିକି’ରେ ଆମେ ଆମର ସଦସ୍ୟମାନଙ୍କୁ ଏହି ଯୋଜନାର ଉତ୍ତମ ବ୍ୟବହାର କରିବାକୁ ଆଗେଇ ଆସିବା ନିମନ୍ତେ ଆହ୍ୱାନ କରୁ । ନିଯୁକ୍ତିଦାତାମାନେ, ବିଶେଷ କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ.ଏସ.ଏମ.ଇ.)ମାନଙ୍କ ଆର୍ଥିକ ଲାଭ ବ୍ୟତୀତ ଏହାକୁ ବ୍ୟାପକ ଦୃଷ୍ଟିକୋଣରୁ ଦେଖିବା ଉଚିତ । ଏହି ଯୋଜନା କାର୍ଯ୍ୟକୁ ବୃଦ୍ଧି କରିବା, ଯୁବ ପ୍ରତିଭାକୁ ଏଥିରେ ସାମିଲ କରିବା, ପେ’ରୋଲକୁ ଆନୁଷ୍ଠାନିକ କରିବା ଏବଂ ସ୍ଥାୟୀ ଆର୍ଥିକ ମୂଲ୍ୟ ସୃଷ୍ଟି କରିବା ପାଇଁ ଏକ ଉପକରଣ। ଶିଳ୍ପର ଏକ ସର୍ବୋଚ୍ଚ ଚାମ୍ବର ଭାବରେ ‘ଫିକି’ ଏହି ଲକ୍ଷ୍ୟକୁ ସମର୍ଥନ କରିବାକୁ ସମ୍ପୂର୍ଣ୍ଣ ରୂପେ ବଚନବଦ୍ଧ ।