Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ ? ସେ ଏବେ କେଉଁଠି ଅଛନ୍ତି
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ ? ସେ ଏବେ କେଉଁଠି ଅଛନ୍ତି

July 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Amrit
ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ, ସେ କେଉଁଠି ଥିଲେ

ଭୁବନେଶ୍ବର: ଗତକାଲି ରାତିରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ବହୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ତେବେ ସେହି ଭିତରେ ଖାଲିଥିବା ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ ପାଇଛନ୍ତି ଯୁବ ଆଇଏଏସ ଅମ୍ରିତ ଋତୁରାଜ। ସେ ବର୍ତ୍ତମାନ କନ୍ଧମାଳର ଜିଲ୍ଲାପାଳ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସରକାର ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦେଇଥିଲେ। ହେଲେ ଚଳିତ ରଥଯାତ୍ରା ବେଳକୁ ତାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରିଦିଆଗଲା। ଏବେ ପୁଣି ତାଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତ କରାଯାଇଛି। ରଥଯାତ୍ରାଠାରୁ ଖୋର୍ଦ୍ଧା ଜିଲ୍ଲାପାଳ ପଦ ଖାଲି ପଡିଥିଲା। ଏବେ ଯୁବ ଆଇଏଏସ ଅମ୍ରିତ ଋତୁରାଜଙ୍କୁ ନିଯୁକ୍ତ କରାଯାଇଛି।

ଅମ୍ରିତ ଋତୁରାଜ କିଏ, ସେ ବର୍ତ୍ତମାନ କେଉଁଠି ଅଛନ୍ତି

ଅମ୍ରିତ ଋତୁରାଜ ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି। ସେ ହେଉଛନ୍ତି ୨୦୧୫ ବ୍ୟାଚର ଆଇଏଏସ। ଜନ୍ମ ତାଙ୍କର ନବରଂଗପୁର ଜିଲ୍ଲାର ଉମରକୋଟରେ ହୋଇଛି। ହେଲେ ବର୍ତ୍ତମାନ ସେ କଟକରେ ବସବାସ କରୁଛନ୍ତି। ତାଙ୍କ ବାପା ହେଉଛନ୍ତି ଜଣେ ବରିଷ୍ଠ ଓଏଏସ ଅଫିସର। ବାପାଙ୍କ ବଦଳି ସହତି ଋତୁରାଜଙ୍କ ପାଠପଢା ମଧ୍ୟ ବଦଳିବାରେ ଲାଗିଥିଲା ସେ ପ୍ରଥମେ ଯାଜପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ, ରେଭେନ୍ସା ସ୍କୁଲରୁ ଯୁକ୍ତ ଦୁଇ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଯୁକ୍ତ ତିନି ପାଶ କରିଛନ୍ତି।

ଏହାପରେ ସେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଜେଏନୟୁ ର ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜରୁ ସେ ମାଷ୍ଟର ଡିଗ୍ରୀ କରିଛନ୍ତି। ଏହାପରେ ସେ ଏମଫିଲ କରିବା ପାଇଁ ପଢୁଥିବା ବେଳେ ଆଇଏଏସ ହାସଲ କଲେ। ଯାହା ତାଙ୍କ ଜୀବନର ଏକ ନୂଆ ମୋଡ ନେଇ ଆସିଲା। ସେ ଟ୍ରେନିଂ ସାରି ଆସିବା ପରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ଢେଙ୍କାନାଳ ଏବଂ ବର୍ତ୍ତମାନ କନ୍ଧମାଳ ଜିଲ୍ଲାପାଳ ଅଛନ୍ତି। ସେ ଓଏଏସ ଅଫିସର ଅମୃତା ପ୍ରିୟମ୍ବଦା ମିଶ୍ରଙ୍କୁ ଗତ ବର୍ଷ ବିବାହ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ୪ ଥର ବିଧାୟକ

September 8, 2025

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି କଲା ବଡ ଘୋଷଣା, ନିଆଗଲା ଏହି ନିଷ୍ପତି

September 8, 2025

ବେଲପାହାଡ଼ ଷ୍ଟେସନରେ ରହିବ ଏହି ଟ୍ରେନ, ହେଲା ପରୀକ୍ଷାମୂଳକ ରହଣି

September 8, 2025
Latest News

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ୪ ଥର ବିଧାୟକ

September 8, 2025

ଟି-୨୦ ଏସିଆ କପରେ କାହାର ପଲ୍ଲା ଭାରି?: ଜାଣନ୍ତୁ ଭାରତ ବନାମ ପାକିସ୍ତାନର ରେକର୍ଡ

September 8, 2025

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି କଲା ବଡ ଘୋଷଣା, ନିଆଗଲା ଏହି ନିଷ୍ପତି

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.