Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Indian Film Festival of Melbourne: ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଲହରୀ’
ବିଶେଷ ଖବର

Indian Film Festival of Melbourne: ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ‘ଲହରୀ’

July 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian Film Festival of Melbourne
Indian Film Festival of Melbourne: ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ 'ଲହରୀ'

Indian Film Festival of Melbourne: କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେବା ସହ ବିଚାରକ ତଥା ସମାଲୋଚକଙ୍କ ପ୍ରଶଂସା ସାଉଁଟି ଥିବା ‘ଲହରୀ’ ତାର ସଫଳତାର ଯାତ୍ରା ଜାରି ରଖିଛି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଆସନ୍ତା ମାସରେ ହେବାକୁ ଥିବା ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବୋର୍ଣ୍ଣ’ (IFFM) ପାଇଁ ଅଫିସିଆଲି ମନୋନୀତ ହୋଇଛି।

ଭାରତୀୟ ବିବିଧତା, ସୃଜନାତ୍ମକ କଳା ଓ ସାଂସ୍କୃତିକ ବିଭବକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ‘IFFM‘ର ମୂଳ ଉଦ୍ଦେଶ୍ୟ ରହି ଆସିଛି। ଚଳିତ ବର୍ଷ ଏହାର 16 ତମ ସଂସ୍କରଣ ଅନୁଷ୍ଠିତ ହେବ ଯେଉଁଥିରେ ସୁପ୍ରସିଦ୍ଧ ଅଭିନେତା ଆମୀର ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶ୍ରେଷ୍ଠ ବିବେଚିତ ବିଭିନ୍ନ ଆଞ୍ଚଳିକ ସିନେମା ଏଠାରେ ପ୍ରଦର୍ଶିତ ହେବାକୁ ଥିବା ବେଳେ ‘ଲହରୀ’ର ମନୋନୟନ ବିଶେଷ ଗୁରୁତ୍ୱ ରଖେ। ଓଡିଶା ପାଇଁ ଏହା ନିଶ୍ଚୟ ଗର୍ବ ଓ ଗୌରବର ବିଷୟ।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା କରିଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ ଯୁବ ନିର୍ମାତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ। ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ୱିତ ଦାସ ମହାପାତ୍ର, ସୁଶାନ୍ତ ମିଶ୍ର, ସ୍ୱସ୍ତିକ ଚୌଧୁରୀ, ଜେଇନଵ ଡୋଇୟର ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି କିଶଳୟ ରୟ।

କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ ଓ ନବ୍ୟା ଜାଇତି । ଶବ୍ଦସଜ୍ଜାରେ ଅଛନ୍ତି ଅଦୀପ ସିଂ ମାଣିକ। ଝିଲିକ ମୋସନ ପିକ୍ଚର୍ସ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସହିତ କାହାଣୀ, ଗୀତ ରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସମ୍ପାଦନାର ଗୁରୁ ଦାୟିତ୍ୱ ମଧ୍ୟ ଆମର୍ତ୍ତ୍ୟ ନିର୍ବାହ କରିଛନ୍ତି।

Read More- India Maldives Sign MoU to Boost Bilateral Cooperation in Fisheries

 

Film Lahari Indian Film Festival of Melbourne: Lahari Melbourne Film Festival: ଝିଲିକ ଭଟ୍ଟାଚାର୍ଯ୍ୟ ଲହରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅସ୍ଥାୟୀ ରୂପେ ବାତିଲ ହେଲା ଏହି ଟ୍ରେନ

August 17, 2025

ଜଳଖିଆ ଖାଇବା ପାଇଁ କାହିଁକି ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 17, 2025
Latest News

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍, ଘୋଷଣା କଲେ ବିଜେପି ସଭାପତି

August 17, 2025

ଲୋକଙ୍କ ପାଖରେ ୯ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

August 17, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅସ୍ଥାୟୀ ରୂପେ ବାତିଲ ହେଲା ଏହି ଟ୍ରେନ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.