Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହକି କୁ ନେଇ ଏ ଉଲ୍ଲାସ ଓ ଉତ୍ତେଜନା, ନୂଆ ଓଡିଶାର ଛବିକୁ ଅଧିକ ଉଜ୍ଜଳ କରିଛି
ବିଶେଷ ଖବର

ହକି କୁ ନେଇ ଏ ଉଲ୍ଲାସ ଓ ଉତ୍ତେଜନା, ନୂଆ ଓଡିଶାର ଛବିକୁ ଅଧିକ ଉଜ୍ଜଳ କରିଛି

December 17, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ଶେଷରେ ହକି ମହାକୁମ୍ଭର ପରିସମାପ୍ତି ଘଟିଛି। କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ବିଶ୍ଵକପ ପୁରୁଷ ହକି ରେ ବେଲଜିଅମ ପ୍ରଥମଥର ଲାଗି ବିଶ୍ଵ ବିଜେତା ହୋଇଛି। ଗତ ୧୮ ଦିନ ଧରି ରାଜଧାନୀ ଭୁବନେଶ୍ବରରେ ଯେଉଁ ଉତ୍ସବ ମୁଖର ପରିବେଶ ଓ ତାର ମାସକ ଆଗରୁ ଯେଉଁ ପ୍ରକାର ଉତ୍ସାହାମୂଳକ ପ୍ରସ୍ତୁତି ଚାଲିଥିଲା, ସେଥିରୁ ଓଡ଼ିଶାକୁ ବେଶ ଲାଭ ମିଳିଛି। ପ୍ରଥମତଃ, ଓଡିଶା ଆଜି ଏକ ବିଶ୍ଵସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନରେ ନିଜର ଦକ୍ଷତା ପ୍ରମାଣିତ କରିଛି। ଏସିଆନ ଆଥଲେଟିକ୍ସ ମିଟ ପରେ ବିଶ୍ଵକପ ପୁରୁଷ ହକିର ଆୟୋଜନ, ବ୍ରାଣ୍ଡ ଓଡ଼ିଶାକୁ ଏକ ନୂଆ ମୂଲ୍ୟ ଦେଇଛି। ୧୬ ଟି ଦେଶର ଖେଳାଳୀ, ୫୦ ରୁ ଅଧିକ ଦେଶର ସାମ୍ବାଦିକ, ସୋସିଆଲ ମିଡିଆରେ ନିରନ୍ତର ପ୍ରଚାର, ଶହ ଶହ ବିଦେଶୀ ପର୍ୟଟକ ଓ ଖାଦ୍ୟ ଉତ୍ସାହୀଙ୍କ ଭିଡ, ବଲିଉଡ, କ୍ରିକେଟ ଓ କ୍ରୀଡା ଜଗତର ବହୁ ତାରକାଙ୍କ ଯୋଗଦାନ- ଏସବୁ ମିଶି ଓଡିଶାର ଏକ ଆଲୋକିତ ଛବି ତିଆରି ହୋଇପାରିଛି।

ତେବେ ହକି ପାଇଁ ଉତ୍ସାହ କେବଳ ରାଜଧାନୀ ଭୁବନେଶ୍ବରରେ ସୀମିତ ନଥିଲା। ଏହା ଓଡିଶାର ଗାଁ ଗହଳକୁ ମଧ୍ୟ ବ୍ୟାପିଥିଲା। ଓଡିଶାର ପ୍ରତ୍ୟେକ ଗାଁ ରେ ଏହାକୁ ନେଇ ଚର୍ଚ୍ଚା ଓ ଉତ୍ସାହ ଥିଲା। ଏତେ ବଡ ସଫଳତା କୁ ନେଇ ରାଜନୀତି ଯେ ନହେବ ସେକଥା ଆଶା କରିବା, ଠିକ ହେବନାହିଁ। ହକି ଆୟୋଜନକୁ ନେଇ ରାଜନୀତି ହୋଇଛି। ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ମଧ୍ୟ କରାଯାଇଛି। ବିରୋଧୀ ଦଳରେ ଥାଇ ବିଜେପି ପ୍ରତିଦିନ ହକି ପାଇଁ ଏ ଆୟୋଜନକୁ ଅତି ନିମ୍ନ ସ୍ତରର ସମାଲୋଚନା କରିଛି। ଉଦଘାଟନ ଉତ୍ସବକୁ ନେଇ ଅନାବଶ୍ୟକ ସମାଲୋଚନା ହୋଇଛି। ଷ୍ଟାର ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଚାଲିଛି ବୋଲି କୁହା ହୋଇଛି। ତେବେ ଉଦଯାପନ ଉତ୍ସବ ବେଳେ କ୍ରିକେଟର ମହାନ ତାରକା ସଚିନ ତେନ୍ଦୁଲକରଙ୍କ ସହିତ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ସହଜରେ ବସି ପଡିଛନ୍ତି। ଏ ପ୍ରସଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ ସମାଲୋଚନା କରି ଆସୁଥିଲା। ଆଜି ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଉତ୍ସବର ଅତିଥି ଭାବରେ ବସିଥିଲେ। ଷ୍ଟାର ମାନଙ୍କ ଆଲୋକରୁ ସେମାନେ ବି କିଛି ଭାଗ ତ ନିଶ୍ଚୟ ପାଇଲେ!! ଏକଥାକୁ ନେଇ ବିଜେପିର କୁହାଳିଆ ମୁଖପାତ୍ର ମାନେ କଣ କହୁଛନ୍ତି, ଦେଖାଯାଉ!

ହକି ଆୟୋଜନକୁ ନେଇ ରାଜ୍ୟ ସରକାର ରାଜନୀତି କରୁଛନ୍ତି ବୋଲି ଯେଉଁମାନେ ସମାଲୋଚନା କରୁଥିଲେ, ଅସଲରେ ସେମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ଏଥିରୁ ଚିହ୍ନା ପଡିଗଲା। ବିଜେଡ଼ିରୁ ବହିଷ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଟିଭି ହକି ର ଆୟୋଜନକୁ ବିଫଳ ବୋଲି ସାବ୍ୟସ୍ତ କରିବାକୁ ଦିନରାତି ଚେଷ୍ଟା କରି ବିଫଳ ହୋଇଛନ୍ତି। ଓ ଟିଭିର ପାସ ପାଇବା ନପାଇବା ଏକ ପ୍ରମୁଖ ଖବର ବୋଲି ଭାବୁଥିବା ଓଡିଶାର ଏହି ଏକନମ୍ବର ଟିଭି ଚ୍ୟାନେଲ ହକିର ଉଦଯାପନୀ ଉତ୍ସବକୁ ମାତ୍ର ୨ ମିନିଟର ଖବର ଭାବେ ନେଇଥିଲା। ଓ ଟିଭି ଓ ଏହାର ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ଏହି ଆୟୋଜନ ବିରୋଧରେ ନିରନ୍ତର କୁତ୍ସା ରଟନା ଚାଲିଥିଲା।

ରାଜନୀତି, କୁତ୍ସା, ଅସୂୟା ଓ ଗୋଡ ଟଣାଟଣିକୁ ଅତିକ୍ରମ କରି ଏହି ପ୍ରତିଯୋଗିତାର ଆୟୋଜନ ଓଡିଶାର ଗୌରବକୁ  ବହୁ ଗୁଣିତ କରିଛି। ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ହଜାର ହଜାର ପୃଷ୍ଠାର ଖବର ଓଡ଼ିଶାକୁ ନେଇ ଆସିଛି। ତେବେ ଏ ଖବର ଆମର ଗରୀବି ବା ଅସହାୟତାକୁ ନେଇ ନୁହଁ, ବରଂ ଆମର ଦକ୍ଷତା, ଆମର ସାସ୍କୃତିକ ବିଭବ ଓ ଆମର ଉଜ୍ଜଳ ଦିଗକୁ ନେଇ ଶହ ଶହ ଲେଖା ପ୍ରକାଶିତ ହୋଇଛି। ବହୁ ଭ୍ରମଣକାରୀ ତାଙ୍କର ପ୍ରସିଦ୍ଧ ବ୍ଲଗ ରେ ଓଡ଼ିଶାକୁ ନେଇ ଚମତ୍କାର ଫିଚର ସବୁ ଲେଖିଛନ୍ତି। ଭୁବନେଶ୍ବରର ରାସ୍ତାରେ ବିକ୍ରି ହେଉଥିବା ବରା ପକୁଡି ଓ ଘୁଗୁନିର ସୁଆଦ କୁ ନେଇ ଲେଖା ଆସିଛି। ସେମିତି କଟକର ଦହିବରା ଓ ଆଳୁ ଦମ ବିଷୟରେ ଚର୍ଚ୍ଚା ଚାଲିଛି। ଆମର କଳା, ସଂସ୍କୃତି, ଐତିହ୍ୟ, ଇତିହାସ ଓ ସାମାଜିକ ଜୀବନକୁ ନେଇ ଏତେ ବଡ ବିଜ୍ଞାପନ ହୁଏତ ଆମେ କରିପାରିନଥାନ୍ତେ। ହକି ବିଶ୍ଵକପ ସେ ସୁଯୋଗ ଆମକୁ ଦେଇଛି ଓ ତାକୁ ଯେଉଁମାନେ ସଫଳତାର ସହିତ ଆୟୋଜନ କରିଛନ୍ତି, ସେମାନେ ଆମଠୁ ପ୍ରଶଂସା ପାଇବାକୁ ନିହାତି ହକଦାର।

ବାକି ରାଜନୀତିରେ ଗୋଡ ଟଣାଟଣି ଜାରି ରହିବ। ବିରୋଧୀ ବିରୋଧ କରିବେ, ନିନ୍ଦୁକ ନାକ ଟେକିବେ। କିନ୍ତୁ ସାଧାରଣ ଓଡିଆ ପାଇଁ ଏହା ଥିଲା ଏକ ଗୌରବର ମୂହୁର୍ତ୍ତ। ହକି ଖେଳକୁ ନେଇ ସାଧାରଣ ଓଡିଆ ମନରେ ଯେଉଁ ଆତ୍ମୀୟତାର ଭାବନା ସୃଷ୍ଟି ହୋଇଛି, ତାହା ଏଇ ଆଯୋଜନର ସବୁଠୁ ବଡ ଉପଲବ୍ଧି। ଦର୍ଶକ ଭାବରେ ଓଡିଶାର ଜନସାଧାରଣ ଶୃଙ୍ଖଳା ଓ ଭଦ୍ରତାର ଯେଉଁ ଉଚ୍ଚାଙ୍ଗ ପରମ୍ପରା ସୃଷ୍ଟି କରିଛନ୍ତି, ତାହା ମଧ୍ୟ କ୍ରୀଡା ଜଗତରେ ଚର୍ଚ୍ଚାର ବିଷୟ ହୋଇଛି। ଏ ବିଶ୍ଵକପ ଆୟୋଜନ ଲାଗି ଆମେ ଯେତିକି ଖର୍ଚ୍ଚ କରିଛୁ, ତାଠୁ ଅନେକ ଅନେକ ଅଧିକ ଲାଭ ପାଇଛୁ। ଆଜି ବ୍ରାଣ୍ଡ ଓଡିଶାର ମୂଲ୍ୟ ହଜାର ଗୁଣ ବଢି ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.