Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁଲ ମାନିଲା କେନ୍ଦ୍ର ସାହିତ୍ୟ ଏକାଡେମି, ପ୍ରକାଶ ପାଇଲା ଶିଶୁ ଓ ଯୁବ ସାହିତ୍ୟ ପୁରସ୍କାର ଚୟନ ବେଳର ଚୂଡାନ୍ତ ତାଲିକା
ବିଶେଷ ଖବର

ଭୁଲ ମାନିଲା କେନ୍ଦ୍ର ସାହିତ୍ୟ ଏକାଡେମି, ପ୍ରକାଶ ପାଇଲା ଶିଶୁ ଓ ଯୁବ ସାହିତ୍ୟ ପୁରସ୍କାର ଚୟନ ବେଳର ଚୂଡାନ୍ତ ତାଲିକା

July 27, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କେନ୍ଦ୍ର ସାହିତ୍ୟ ଅକାଦେମି ‘ବାଲ୍‍ ସାହିତ୍ୟ ପୁରସ୍କାର’ ଓ ‘ଯୁବ ସାହିତ୍ୟ ପୁରସ୍କାର’ର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଲେଖକମାନଙ୍କର ନାମ ତାଲିକା ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି । ପୁରସ୍କାର ନିୟମ ଓ ପୂର୍ବ ପ୍ରତିଶ୍ରୁତିର ଖିଲାପ କରିଥିବାରୁ ଏ  ନେଇ ଏକାଡେମି ଦୁଃଖ ପ୍ରକାଶ ମଧ୍ୟ କରିଛି । ଏଣିକି ପ୍ରତି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବହି ତାଲିକା ଘୋଷଣା ହେବ । ପୁରସ୍କାର ଦିଆଯାଉଥିବା ୨୪ଟି ଯାକ ଭାରତୀୟ ଭାଷା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ।
ସୂଚନାଯୋଗ୍ୟ ଯେ ସାହିତ୍ୟ ଅକାଦେମି ପ୍ରତିବର୍ଷ ସାରା ଦେଶର ୨୪ଟି ସ୍ୱୀକୃତ ଭାଷାରେ ଚାରିଟି ପୁରସ୍କାର ପ୍ରଦାନ କରିଥାନ୍ତି । ସେହି ପୁରସ୍କାରଗୁଡ଼ିକ ହେଉଛି- ୧. ସାହିତ୍ୟ ଅକାଦେମି ପୁରସ୍କାର, ୨. ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ୩. ସାହିତ୍ୟ ଅକାଦେମି ଯୁବ ପୁରସ୍କାର ଏବଂ ୪. ସାହିତ୍ୟ ଅକାଦେମି ବାଲ୍‍ ସାହିତ୍ୟ ପୁରସ୍କାର । ପ୍ରତିଟି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ତିନିଜଣିଆ ବିରାଚକମଣ୍ଡଳୀଙ୍କ ନାମ ଏବଂ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବାପାଇଁ ଏହିସବୁ ପୁରସ୍କାରର ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଅକାଦେମି ପକ୍ଷରୁ ପୁରସ୍କାର ଘୋଷଣା ସହିତ ତିନିଜଣିଆ ବିଚାରକଙ୍କ ନାମ ଘୋଷଣା କରାଯାଉଥିଲେ ମଧ୍ୟ, ଏଯାଏ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଯାଉ ନଥିଲା ।

ପୁରସ୍କାର ନିୟମ ପାଳନରେ ଅକାଦେମିର ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ସୂଚାଇ ସ୍ତମ୍ଭକାର ଅସିତ ମହାନ୍ତି “ସମ୍ବାଦ’ର “ସାହିତ୍ୟିକ ପାଣିପାଗ’ ସ୍ତମ୍ଭରେ ଗତ ଜାନୁଆରୀ ୧୧ ଓ ୨୫ ତାରିଖରେ ଦୁଇଟି ଲେଖା ଲେଖିଥିଲେ । ସେହି ଲେଖା ଦୁଇଟିର ଶୀର୍ଷକ ଥିଲା “ଅକାଦେମୀ ପୁରସ୍କାର: ଗୋପନୀୟତାର ଗୋପନ କଥା’ ଓ “ଅକାଦେମୀ ପୁରସ୍କାର: ଗୋପନୀୟତାର ଗଣ୍ଠି ଫିଟୁ’ । ସେହି ଲେଖା ଦୁଇଟି ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସାହିତ୍ୟାନୁରାଗୀ ଓ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ ଗତ ମାର୍ଚ୍ଚ ୧୯ ତାରିଖରେ ସାହିତ୍ୟ ଅକାଦେମୀର ସଚିବଙ୍କୁ ଏକ ଚିଠି ଲେଖି ପୁରସ୍କାର ନିୟମ ପାଳନରେ ଏହି ଗୁରୁତ୍ୱପୂର୍ଣ୍ଣ ଖିଲାପ ବାବଦରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ଚିଠିର ପ୍ରତିଲିପି ମଧ୍ୟ ଅକାଦେମିର ସଭାପତିଙ୍କୁ ଦେଇଥିଲେ । ଅକାଦେମି ଏହି ତ୍ରୁଟି ସଂଶୋଧନ କରି ପୁରସ୍କାର ନିୟମକୁ ପୂର୍ଣ୍ଣ ଭାବରେ ପାଳନ କରୁ ବୋଲି ସେ ଅନୁରୋଧ କରିଥିଲେ ।

ସେହି ପତ୍ରର ଉତ୍ତରରେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଶ୍ରୀ ଦାଶଙ୍କୁ ମାର୍ଚ୍ଚ ୨୯ ତାରିଖ ଦିନ ଏକ ଚିଠି ଲେଖି ଜଣାଇଥିଲେ ଯେ ଏଣିକି ଅକାଦେମି ତାର ପୁରସ୍କାର ନିୟମ ପୂର୍ଣ୍ଣଭାବେ ପାଳନ କରି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକଙ୍କ ନାମ ଓ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ‘ନିଶ୍ଚିତ ଭାବରେ’ ଘୋଷଣା କରିବ । କିନ୍ତୁ ଜୁନ୍‍ ୧୪ ତାରିଖ ଦିନ ତ୍ରିପୁରାର ରାଜଧାନୀ ଅଗରତାଲାଠାରେ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବା ସହିତ, ୨୦୧୯ ବର୍ଷର ଯୁବ ପୁରସ୍କାର ଓ ବାଲ୍‍ ସାହିତ୍ୟ ପୁରସ୍କାର ଘୋଷଣା ହୋଇଥିଲେ ମଧ୍ୟ ସେହି ଦୁଇ ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା ଘୋଷଣା କରାଯାଇ ନଥିଲା । ଏପରିକି ଜୁଲାଇ ୧୨ ତାରିଖ ଦିନ, ବାକିଥିବା ମୈଥିଳୀ ଭାଷାର ପୁରସ୍କାର ଘୋଷଣା କରାଯାଇଥିଲେ ମଧ୍ୟ ତା’ ସହିତ କୌଣସି ଭାଷାର ଚୂଡ଼ାନ୍ତ ତାଲିକା ଘୋଷଣା କରି ନଥିଲେ ।

ସାହିତ୍ୟ ଅକାଦେମିର ଏହି ଅନୁଚିତ ଆଚରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି, ପୂର୍ବରୁ ଏଥିପାଇଁ ଦାବି ଜଣାଇଥିବା ନରେନ୍ଦ୍ର ନାରାୟଣ ଦାଶ ସାହିତ୍ୟ ଅକାଦେମିର ସଚିବଙ୍କୁ ଜୁଲାଇ ୨୦ ତାରିଖ ଦିନ ଆଉ ଏକ ଚିଠି ଲେଖି ୧ ମାସ ମଧ୍ୟରେ ଏହା ଘୋଷଣା ନ କଲେ ସେ ବାଧ୍ୟ ହୋଇ ଅଦାଲତର ଆଶ୍ରୟ ନେବେ ବୋଲି ଜଣାଇଥିଲେ । ତାହାର ଉତ୍ତରରେ ଜୁଲାଇ ୨୪ ତାରିଖରେ ଶ୍ରୀ ଦାଶଙ୍କୁ ଏକ ସ୍ୱତନ୍ତ୍ର ଚିଠି (ନଂ. ଏସ୍‍.ଏ.୧୬/୧୪/୯୬୭୫) ଲେଖି ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଦୁଃଖପ୍ରକାଶ କରିବା ସହିତ, ଅକାଦେମିର ୱେବ୍‍ସାଇଟ୍‍ରେ ଏହି ଦୁଇ ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ପୁସ୍ତକ ତାଲିକା ପ୍ରକାଶ କରିଛନ୍ତି । ଏଣିକି ନିୟମିତ ଭାବରେ ଏହି ନିୟମ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ନରେନ୍ଦ୍ର ନାରାୟଣ ଦାଶ ଓ ଅସିତ ମହାନ୍ତି ଅକାଦେମି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶିତ ସେହି ପୁସ୍ତକ ତାଲିକା ଅନୁସାରେ, ୨୦୧୯ ବର୍ଷର “ବାଲ୍‍ ସାହିତ୍ୟ ପୁରସ୍କାର’ ପାଇଁ ଏଥର ୪ଟି ବହି ଓ ସାମଗ୍ରିକ ଅବଦାନ ଥିବା ୪ଜଣ ବରିଷ୍ଠ ଶିଶୁସାହିତ୍ୟିକଙ୍କର ନାମ ଥିଲା । ସେହି ପୁସ୍ତକଗୁଡ଼ିକ ହେଉଛି, ୧. ମନୀନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ “ମଉଳା ଫୁଲର ମହକ’ (୨୦୧୫), ୨. ମନୀନ୍ଦ୍ର ମହାନ୍ତିଙ୍କ ଗଳ୍ପ “ଦେ ହାତ ବଢ଼େଇ ଦେ’ (୨୦୧୬), ୩. ସୁନାମଣି ରାଉତଙ୍କ କବିତା “ଆମେ ପିଲାଏ ଭଉଣୀ ଭାଇ’ (୨୦୧୫) ଓ ୪. ନିର୍ଭୟ କୁମାର ପାଣିଙ୍କ କବିତା ‘ସରଗର ଫୁଲ ଆମେ କିଏ ଆମ ତୁଲରେ’ (୨୦୧୬) । ସେହିପରି ସାମଗ୍ରିକ ଅବଦାନ ଦୃଷ୍ଟିରୁ ଚୂଡ଼ାନ୍ତ ପର୍ଯ୍ୟାୟରେ ଯେଉଁ ଚାରିଜଣଙ୍କର ନାମ ଥିଲା- ସେମାନେ ହେଲେ, ୧. ବୀରେନ୍ଦ୍ର କୁମାର ସାମନ୍ତରାୟ, ୨. ଯୁଗଳ କିଶୋର ଷଡ଼ଙ୍ଗୀ, ୩. ଫକୀର ଚରଣ ପାଢ଼ୀ ଓ ୪. ରମେଶ ପତ୍ରୀ । ଉଲ୍ଲେଖନୀୟ ଯେ ଏହି ୪ଟି ବହି ଓ ଚାରିଜଣ ବ୍ୟକ୍ତିଙ୍କ ମଧ୍ୟରୁ, ସାମଗ୍ରିକ ଅବଦାନ ନିମନ୍ତେ ବୀରେନ୍ଦ୍ର କୁମାର ସାମନ୍ତରାୟ ଏବର୍ଷ ବାଲ୍‍ ସାହିତ୍ୟ ପୁରସ୍କାର ପାଇଛନ୍ତି ।

ସେହିପରି ୨୦୧୯ ବର୍ଷର “ଯୁବ ସାହିତ୍ୟ ପୁରସ୍କାର’ର ଚୂଡ଼ାନ୍ତ ତାଲିକାରେ ଏଥର ୯ଟି ବହି ଥିଲା ବୋଲି ୱେବ୍‍ସାଇଟ୍‍ରେ ପ୍ରକାଶ ପାଇଛି । ସେହି ବହିଗୁଡ଼ିକ ହେଉଛି, ୧. ଅପର୍ଣ୍ଣା ତ୍ରିିପାଠୀଙ୍କ ଗଳ୍ପ “ଅନାବୃତ୍ତ’ (୧୯୮୮), ୨. ଦୀପୁନ୍‍ ପୁହାଣଙ୍କ କବିତା “ଅପାଦ ପ୍ରେମିକା’ (୧୯୯୬), ୩. ଶିଶିର ବେହେରାଙ୍କ ସାହିତ୍ୟ ସମାଲୋଚନା “ବିମୁଗ୍‍ଧ ଉଚ୍ଚାରଣ’ (୧୯୮୭), ୪. ସୁଜିତ କୁମାର ଶତପଥୀଙ୍କ କବିତା “ଇଚ୍ଛାଭାଟି’ (୧୯୯୧), ୫. ଚନ୍ଦ୍ରଶେଖର ହୋତାଙ୍କ ପ୍ରବନ୍ଧ “କଳ୍ପନା, ଅନୁବାଦ ଓ ସାହିତ୍ୟ’ (୧୯୮୫), ୬. ଆଶିଷ କୁମାର ମିଶ୍ରଙ୍କ କବିତା “ନଈକି ଯିବ ଆସ’ (୧୯୯୩), ୭. ସୁଜାତା ସାହାଣୀଙ୍କ କବିତା “ନାରୀଟିଏ କଲମ ଧରିବା ଦିନ’ (୧୯୯୯), ୮. ପ୍ରିୟରଂଜନ ପଟ୍ଟନାୟକଙ୍କ ଗଳ୍ପ “ନିୟମ ବେଡ଼ି’ (୧୯୮୫) ଓ ୯. ସନ୍ତୋଷ କୁମାର ନାୟକଙ୍କ ସମାଲୋଚନା “ସମୀକ୍ଷା ସନ୍ଦର୍ଶନ’ (୧୯୯୧) ।
ଉଲ୍ଲେଖନୀୟ ଯେ ଏମାନଙ୍କ ମଧ୍ୟରୁ ଶିଶିର ବେହେରାଙ୍କ ବହି ଏ ବର୍ଷ ଯୁବ ପୁରସ୍କାର ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026
Latest News

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.