Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାବଧାନ-ଆପଣଙ୍କ ଖାଲି ଜାଗାରେ ମୋବାଇଲ ଟାୱାର ବସାଇବା ପାଇଁ କେହି ଫୋନ କରୁଛି କି ?
ବିଶେଷ ଖବର

ସାବଧାନ-ଆପଣଙ୍କ ଖାଲି ଜାଗାରେ ମୋବାଇଲ ଟାୱାର ବସାଇବା ପାଇଁ କେହି ଫୋନ କରୁଛି କି ?

July 28, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହେଲୋ, ମୁଁ ଜିଓ କୋଲକତା ଅଫିସରୁ ସୁଚିସ୍ମତା ଗୁପ୍ତା କହୁଛି। ସାରେ ଆପଣଙ୍କର ଖାଲି ଜାଗା ଅଛି କି, ଯେଉଁଥିରେ ଆମେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଚାହୁଁଛୁ। ଆପଣ ଯଦି ଚଟାପଟ ଲୋଭରେ ହଁ ବୋଲି ଉତ୍ତର ଦେଲେ, ତାପରେ ସେ କହିବ ଆଜ୍ଞା ସେ ଜାଗାଟି ଆମେ ୫ ବର୍ଷ ପାଇଁ ଲିଜ୍ ନେବୁ। ସେଥିପାଇଁ ଆପଣଙ୍କୁ ମାସକୁ ମାସ ଭଡା ଦେବୁ। ଏଥିସହିତ ଆପଣଙ୍କର ଯଦି କିଏ ପରିଚିତ ଥିବେ ତାଙ୍କୁ ସିକ୍ୟୁରିଟ ଗାର୍ଡ ଚାକିରୀ ମଧ୍ୟ ଦେବୁ। ଜାଗା ବାବଦରେ ଆପଣଙ୍କୁ ଜିଓ କଂପାନୀ ୩୦ ହଜାର ଟଙ୍କା ଏବଂ ସିକ୍ୟୁରିଟ ଗାର୍ଡ ପାଇଁ ୨୦ ହଜାର ଟଙ୍କା ମାସକୁ ମାସ ମିଳିବ। ଏପରି ଅଫର ପାଇବା ପରେ ଆପଣ କେବେ ବି ହାତ ଛଡା କରିବେ ନାହିଁ। ଚଟାପଟ ତାଙ୍କୁ ହଁ କରି କଣ କରିବାକୁ ପଡିବା ଆପଣ ପ୍ରଶ୍ନ ପଚାରିବେ। ତାପରେ ସେମାନେ ଆପଣଙ୍କ ଜାଗାର କାଗଜ ପତ୍ର ମାଗିବେ। ଆଉ କହିବେ ତା ପୂର୍ବରୁ ଆପଣଙ୍କ ପ୍ଲଟ ନମ୍ବର ଟି ଦିଅନ୍ତୁ। ଆମର ଆଇଟି ସେଲ କର୍ମଚାରୀମାନେ ଗୁଗୁଲି ମ୍ୟାପରେ ପକାଇ ଜାଗାଟି ଉପଯୁକ୍ତ କି ନାହିଁ ଭେରିଫିକେସନ କରିବେ। ଆପଣ ତାଙ୍କୁ କହିବେ ଠିକ ଅଛି ଆପଣ ଅଧ ଘଣ୍ଟା ପରେ ଫୋନ କରନ୍ତୁ ମୁଁ ପ୍ଲଟ ନମ୍ବର ଏବଂ ଜାଗାର ସମସ୍ତ ତଥ୍ୟ ଦେଉଛି।

ଠିକ୍ ଅଧଘଣ୍ଟା ପରେ ପୁଣି ଆପଣଙ୍କ ମୋବାଇଲ ବାଜି ଉଠିବ। ଆପଣ ତାଙ୍କ ସମସ୍ତ ତଥ୍ୟ ନେବା ପରେ ସେମାନେ କହିବେ ୨୦ ମିନଟ ମଧ୍ୟରେ ଭେରିଫିକେସନ ପରେ ଆପଣଙ୍କ ଫୋନ କରାଯିବ। ସେହି ଫୋନଟି ଆମର ଆଇଟି ସେଲରୁ ଆସିବ। ଯଦି ତାଙ୍କର ଆଉ କିଛି ତଥ୍ୟ ଆବଶ୍ୟକ ପଡେ ତେବେ ଦୟାକରି ଆପଣ ଯୋଗାଇ ଦେବେ। ହିଁ ଯଦି ଭେରିଫିକେସନରେ ଆପଣଙ୍କ ଜାଗାଟି ଉପଯୁକ୍ତ ହେବା ନାହିଁ ତେବେ ସରି ସାରେ କିଛି କରିହେବ ନାହିଁ କହି ଫୋନ କାଟିଦେବେ। ମାସକୁ ଘରେ ବସି ପଚାଶ ହଜାର ଟଙ୍କା ମିଳିବ ସେହି ସ୍ବପ୍ନରେ ଭଗବାନଙ୍କୁ ଡାକିବେ ଭେରିଫିକେସନରେ କିପରି ପାଶ୍ ହେଇଯାଉ। ଠିକ ଦଶ ମିନିଟ ପରେ ପୁଣି ଫୋନ ଆସିବ ଆଉ ଖୁସିରେ ମହିଳା ଜଣଙ୍କ କହିବେ ଆଜ୍ଞା ଆପଣଙ୍କ ଜାଗାଟା ମନୋନୀତ ହୋଇଛି। ଆଇଟି ସେଲ ତରଫରୁ ସବୁଜ ସଙ୍କେତ ଦିଆଯାଇଛି। ଏହା ଶୁଣିବା ପରେ ଆପଣ ଖୁସିରେ ବିଭୋର ହୋଇଯିବେ। ତାପରେ ମହିଳା ଜଣଙ୍କ କହିବେ ଯେ, ସାରେ ଆପଣଙ୍କ ଜାଗାରେ ଆମେ ପ୍ରାୟ ୨ ଲକ୍ଷ ଟଙ୍କାର ଟାୱାର ଓ ଉପକରଣ ସ୍ଥାପନ କରିବୁ। ସେଥିପାଇଁ ଆପଣଙ୍କୁ ୧୨ ହଜାର ଟଙ୍କା ପ୍ରଥମେ ସିକ୍ୟୁରିଟ ଡିପୋଜିଟ କରିବାକୁ ପଡିବ। ୧୨ ହଜାର ଟଙ୍କା ଶୁଣିବା ପରେ ଖୁସିରେ ଆପଣ ହଁ କରିବେ। ଆଉ ମହିଳା ଜଣଙ୍କ ଦେଇଥିବା ଆକାଉଣ୍ଟ ନମ୍ବରରେ ଆପଣ ପଇସା ଡିପୋଜିଟ କରିଦେବେ। ବାସ ତାପରେ କାମ ଶେଷ। ଆପଣ ଆଉ ଯେତେ ଫୋନ କଲେ ସେମାନେ ଉଠାଇବେ ନାହିଁ କି ଆପଣ କଥା କେହି ଶୁଣିବେ ନାହିଁ। ପରେ ଜାଣିପାରିବେ ଯେ, ଆପଣ ଠକାମିର ଶିକାର ହୋଇଛନ୍ତି।

ଏହା କୌଣସି ଗପ ନୁହେଁ। ବର୍ତ୍ତମାନ ଓଡିଶା ଉପରେ ଏହି ସାଇବର ଠକଙ୍କ ଲୋଲୁପ ଦୃଷ୍ଟି ପଡିଛି। ଗତ ଦୁଇ ମାସ ମଧ୍ୟରେ ଓଡିଶାକୁ ଏହିପରି ଲକ୍ଷାଧିକ କଲ ଆସୁଛି। କେବଳ ଜିଓ କଂପାନୀରୁ ନୁହେଁ ଏହି ଦଳ କେତେବେଳେ ଭୋଡାଫୋନ ଏବଂ କେତେବେଳେ ଏୟାରଟେଲ କଂପାନୀରୁ କହୁଛି ବୋଲି ଫୋନ କରିଥାନ୍ତି। ଏହି ଗୋଷ୍ଠୀ ନୂଆଦିଲ୍ଲୀ ଏବଂ କୋଲକାତାରୁ କହୁଛି ବୋଲି କହିଥାନ୍ତି। ପ୍ରକୃତରେ ସେମାନେ ଯେଉଁ ନମ୍ବର ବ୍ୟବହାର କରନ୍ତି ତାହା ଏକ ଫେକ ନମ୍ବର। ଆପଣ ସେ ନମ୍ବରର ସ୍ଥିତି ସଂପର୍କରେ ଜାଣିବା ପାଇଁ ଯେତେ ଚେଷ୍ଠା କଲେ ମଧ୍ୟ କିଛି ବି ଜାଣିପାରିବେ ନାହିଁ। ଏପରି ପୋଲିସ ମଧ୍ୟ ଜାଣିବା ସମ୍ଭବ ହେବ ନାହିଁ। ସେହିପରି ସେମାନେ ଯେଉଁ ଆକାଉଣ୍ଟ ନମ୍ବର ଦେବେ ତାହା ମଧ୍ୟ ଏକ ନକଲି ନାମରେ କରାଯାଇଥିବ। ସେମାନେ ଏପରି ଚାଲାକରେ ଆକାଉଣ୍ଟ ଖୋଲିଥାନ୍ତି ଆପଣ ଯେତେ ଭେରିଫିକେସନ କଲେ ମଧ୍ୟ କିଛି ଲାଭ ହେବ ନାହିଁ। ଅନ୍ୟପଟେ ୧୨ ହଜାର ଟଙ୍କା ପାଇଁ ଆପଣ ଏତେ ପରିଶ୍ରମ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିବେ ନାହିଁ। ଫଳରେ ଏହି ଠକ ଦଳ ଦିନକୁ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର କରାଯାଉଥିବାର ଅନୁମାନ କରାଯାଉଛି।

ବର୍ତ୍ତମାନ ଓଡିଶାରେ ମୋବାଇଲ ଟାୱାରର ଆବଶ୍ୟକତା ଅଛି କି ?

ପ୍ରକୃତରେ ଓଡିଶାରେ ମୋବାଇଲ ଟାୱାରର ଆବଶ୍ୟକତା ଅଛି କି ନାହିଁ ସେ ଉପରେ ଅନୁଧ୍ୟାନ କରାଯାଇଥିଲା। ଜିଓ ଏବଂ ଏୟାରଟେଲ ଅଧିକାରୀଙ୍କ ସହିତ ଏହି ଠକଙ୍କ ସଂପର୍କରେ ଅବଗତ କରାଇବା ପାଇଁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କର କହିବା କଥା ଯେ, ବର୍ତ୍ତମାନ ଓଡିଶାରେ କୌଣସି ମୋବାଇଲ କଂପାନୀର ଟାୱାର ବସାଇବାର ଯୋଜନା ନାହିଁ। ଜିଓ କଂପାନୀ ଓଡିଶାରେ ଥିବା ବିଏସଏନଏଲ କଂପାନୀ ସହିତ ସହବନ୍ଧିତା କରି ତା ଟାୱାରରେ ମେସିନ ବସାଯାଇଛି। ସେଥିପାଇଁ ଜିଓ କଂପାନୀ ବିଏସଏନଏଲକୁ ବାର୍ଷିକ ଭଡା ଦେଉଛି। ସେହିପରି ଏୟାରଟେଲ କଂପାନୀର ଓଡିଶାରେ ଯେତିକି ଟାୱାର ବସାଇବା କଥା ତାହା ଶେଷ ହୋଇଛି। ଭୋଡାଫୋନ ଓଡିଶାରେ ଆଉ ଅଧିକ ଟାୱାର ବସାଇବ ନାହିଁ ବୋଲି ପ୍ରାୟ ଦୁଇ ବର୍ଷ ତଳୁ ନିଷ୍ପତ୍ତି ହୋଇଛି। ଏପରି କ୍ଷେତ୍ରରେ ଟାୱାର ବସାଇବା ନାମରେ ଯେଉଁମାନେ ଫୋନ କରୁଛନ୍ତି ସେମାନେ ସବୁ ଠକ ବୋଲି କଂପାନୀର ଅଧିକାରୀମାନେ କହିଛନ୍ତି।

ଏପରି ଫେକ କଲ ଆସିଲେ ଆପଣ କଣ କରିବେ

ଯଦି ଆପଣଙ୍କ ପାଖକୁ ଏପରି ଫେକ୍ କଲ ଆସୁଛି,ତେବେ ଆପଣ ତାଙ୍କ କଥାରେ ବିଭୋର ହୋଇଯାଆନ୍ତୁ ନାହିଁ। ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ତାଙ୍କୁ ସିଧାସିଧା ମନା କରି ଦିଅନ୍ତୁ। ଯଦି ସମୟ ଅଛି ତେବେ ତାଙ୍କ କଥା ଧ୍ୟାନରେ ଶୁଣନ୍ତୁ। ଆଉ ଆପଣଙ୍କ ହିସାବରେ ତାଙ୍କୁ ଜେରା କରନ୍ତୁ। ଯଦି ସେମାନେ କୌଣସି ନିର୍ଦ୍ଧିଷ୍ଠ ମୋବାଇଲ କଂପାନୀର ନାମ କହୁଛନ୍ତି ତେବେ ଆପଣ କୁହନ୍ତୁ ଯେ, ଆପଣଙ୍କର ପରିଚିତ ବ୍ୟକ୍ତି ସେହି କଂପାନୀରେ କାମ କରୁଛନ୍ତି। ତେଣୁ ଆପଣ ଆପଣଙ୍କ ପଦବୀ କଣ କହୁନ୍ତୁ ମୁଁ ତାଙ୍କୁ ପଚାରି ବୁଝିବି। ଦେଖିବେ ଏହାପରେ ସେମାନେ ଫୋନ କଲଟି କାଟି ଦେବେ। ତାପରେ ଆପଣ କଲ ବ୍ୟାକ କଲେ ସେମାନେ ଆଉ ଫୋନ ଉଠାଇବେ ନାହିଁ କିମ୍ବା ସୁଇଚ ଅପ କରିଦେବେ। ଏ ସଂପର୍କରେ ଆମେ କେତେକ ସାଇବର ଏକ୍ସପର୍ଟଙ୍କ ସହିତ ଆଲୋଚନା କରିଥିଲୁ। ସେମାନଙ୍କ କହିବା କଥା ଯେ,ଏହି ଠକ ଦଳ ପାଖରେ ପ୍ରାୟ ୨୫ରୁ ୩୦ ଟି ଫେକ ନମ୍ବର ଥାଏ। ଏହି ଫେକ ନମ୍ବର ବନ୍ଦ ହୋଇଯାଇଥିଲେ ମଧ୍ୟ ସେମାନେ କେମିତି କିପରି ସଂଗ୍ରହ କରିପାରୁଛନ୍ତି। ଏପରିକି ଆପଣ ବିଶ୍ବାସ କରିପାରିବେ ନାହିଁ ସେମାନେ ଫେକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ମଧ୍ୟ ସକ୍ଷମ ହୋଇ ପାରୁଛନ୍ତି। ଏହି ଠକ ଦଳକୁ ଠାବ କରିବା ପୋଲିସ ତଥା ସାଇବର ବିଶେଷଜ୍ଞଙ୍କ ପାଇଁ ଭାରି କାଠିକର ପାଠ। କାରଣ ସେମାନେ ମଧ୍ୟ ସାଇବର ବିଶେଷଜ୍ଞଙ୍କୁ ଏହି କାମରେ ଲଗାଇଥାନ୍ତି। ତେଣୁ ଏପରି ଫୋନ କଲକୁ ଗୁରୁତ୍ବ ନ ଦେଇ ମନା କରିବା ସବୁଠାରୁ ବୁଦ୍ଧିମାନ କାମ ବୋଲି ସାଇବର ବିଶେଷଜ୍ଞ କହିଛନ୍ତି।

fake call fraud thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ, ପଛରେ ପଡ଼ିବ ଆମେରିକା

January 22, 2026

ପାଣି ପଞ୍ଚାୟତ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା

January 22, 2026

ଟି-୨୦ ବିଶ୍ୱକପରୁ ବିଦା ହେଲା ବାଂଲାଦେଶ?: ଭାରତରେ ଖେଳିବାକୁ ମନା କଲା ପଡୋଶୀ ଦେଶ

January 22, 2026

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026
Latest News

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026

ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ “ଶତବାର୍ଷିକୀ ସମାରୋହ-୨୦୨୬” କୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଖଲ୍ଲିକୋଟ ଷ୍ଟେସନରେ ବିଶାଖା ଏବଂ ଫଲକନୁମା ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି

January 22, 2026

ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ, ପଛରେ ପଡ଼ିବ ଆମେରିକା

January 22, 2026

ଗୁଟଖା, ନିକୋଟିନ ବ୍ୟାନ୍: ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.