Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୃତ ଛାତ୍ରୀକୁ ନ୍ୟାୟ ଦାବୀରେ କଂଗ୍ରେସର ବିଶାଳ ବଳଙ୍ଗା-ନିମାପଡା ପଦଯାତ୍ରା
ବିଶେଷ ଖବର

ମୃତ ଛାତ୍ରୀକୁ ନ୍ୟାୟ ଦାବୀରେ କଂଗ୍ରେସର ବିଶାଳ ବଳଙ୍ଗା-ନିମାପଡା ପଦଯାତ୍ରା

August 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୃତ ଛାତ୍ରୀକୁ ନ୍ୟାୟ ଦାବୀ
ମୃତ ଛାତ୍ରୀକୁ ନ୍ୟାୟ ଦାବୀରେ କଂଗ୍ରେସର ବିଶାଳ ବଳଙ୍ଗା-ନିମାପଡା ପଦଯାତ୍ରା

ଭୁବନେଶ୍ୱର: ମୃତ ବଳଙ୍ଗା ଛାତ୍ରୀକୁ ନ୍ୟାୟ ଦାବୀରେ କଂଗ୍ରେସ କରିଥିଲା ଏକ ବିରାଟ ପଦଯାତ୍ରା। ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଜଟଣୀରେ କଂଗ୍ରେସ କର୍ମକର୍ତ୍ତା ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ସାମିଲ ହୋଇ ବାୟାବର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚି ସ୍ୱର୍ଗତା ଛାତ୍ରୀଙ୍କ ପିତାଙ୍କ ସହ ସାକ୍ଷାତ କରି କବରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ମୃତ ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରୀ ରଖିବ ବୋଲି ଛାତ୍ରୀଙ୍କ ପିତାଙ୍କୁ ଆଶ୍ୱାସନା ଦେଇଥିଲେ।

ବାୟାବରଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱରେ ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗହଣରେ ଶହ ଶହ କର୍ମକର୍ତ୍ତାଙ୍କ ନାରୀ ନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଥିଲା। ନିମାପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ପଦଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସାମିଲ ହୋଇଥିଲେ। ନିମାପଡା ପହଞ୍ଚିଲା ବେଳକୁ ପଦଯାତ୍ରା ହଜାର ହଜାର କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ବିଶାଳ ପଟୁଆରର ରୂପ ନେଇ ସାରିଥିଲା।

ସଭାପତି ଦାସ ବଳଙ୍ଗା ବଜାରଠାରେ ଏକ ପଥପ୍ରାନ୍ତ ସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ କହିଲେ ଯେ ମୁଁ କଂଗ୍ରେସ ସଭାପତି ହେବା ପରଠୁ ବିଗତ ଛଅ ମାସ ହେଲା ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ଲଢେଇ କରୁଛି । ଏମିତି ଗୋଟିଏ ଦିନ ମଧ୍ୟ ନାହିଁ ଯେଉଁଦିନ କଂଗ୍ରେସ ଚୁପ ହୋଇ ବସି ରହିଛି । କଂଗ୍ରେସ ନାରୀ ନ୍ୟାୟ ପାଇଁ ପଣ କରିଛି ଏବଂ ନ୍ୟାୟ ଅଲବତ ହେବ । ତିନିଜଣ ଦୁର୍ବୃତ୍ତ ଟେକିନେବା କଥା ଏଫଆଇଆର ହେବା ସତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଧରି ପାରୁନି । ପୁଲିସ କଣ ଏତେ ଦୁର୍ବଳ । ପୁଲିସ ସରକାରଙ୍କ ଚାପରେ କାମ କରୁଛି । କାହିଁକି ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି । ସେମାନେ କଣ ମୁଖ୍ୟମନ୍ତ୍ରୀଙ୍କ ପୁଅ ନା ପ୍ରଧାନମନ୍ତ୍ରୀଙ୍କ ପୁଅ ! ଓଡିଶାବାସୀ ଜାଣିବାକୁ ଚାହାଁନ୍ତି ସେଇ ଅଭିଯୁକ୍ତ ମାନେ କିଏ ?

ପିସିସି ସଭାପତି ଦାସ ସରକାରଙ୍କୁ ଚେତାବନୀ ଦେଇ କହିଲେ ଯେ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରୀ ରହିବ, ରାଜ୍ୟ ସାରା ଘଟୁଥିବା ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସର ନାରୀ ନ୍ୟାୟ ଯାତ୍ରା ଅବ୍ୟାହତ ରହିବ । କଂଗ୍ରେସ ଡିଜି ଅଫିସ ଘେରାଉ କଲା, ତଥାପି ପୁଲିସ କର୍ଣ୍ଣପାତ ନ କରିବାରୁ ଆଜି ଆମେ ନୀଳଚକ୍ରଙ୍କ ଆଶୀର୍ବାଦରେ ବଳଙ୍ଗାରୁ ନିମାପଡା ପଦଯାତ୍ରା କରିଛୁ ଏବଂ ଏସବୁ ସତ୍ୱେ ଯଦି ସରକାର ଏବଂ ପୁଲିସ ଅଭିଯୁକ୍ତଙ୍କୁ ଧରିବ ନାହିଁ ତେବେ ସାରା ରାଜ୍ୟରେ ଥିବା ୬୦୦ ରୁ ଉର୍ଧ୍ଵ ପୁଲିସ ଷ୍ଟେସନ କଂଗ୍ରେସ ଘେରାଉ କରିବ ।

ଅଭିଯୁକ୍ତଙ୍କୁ ଗିରଫ କର ନ ହେଲେ ଆମେ ଆପଣଙ୍କ ବିରୋଧରେ କ୍ରମାଗତ ଶାନ୍ତିପୂର୍ଣ ସଂଗ୍ରାମ କରି ଥକେଇ ଦେବୁ । ନାରୀ ନ୍ୟାୟ କେବଳ କଂଗ୍ରେସର ସଂଗ୍ରାମ ନୁହେଁ ଏହା ଆମ ସମସ୍ତ ଓଡିଶା ଜନସାଧାରଣଙ୍କ ସଂଗ୍ରାମ । ନାରୀ ନ୍ୟାୟ ହେଉଛି ମାନବତାର ପ୍ରଥମ କର୍ତ୍ତବ୍ୟ । ଏହି ନାରୀ ନ୍ୟାୟ ଆନ୍ଦୋଳନରେ ସମସ୍ତ ଜନସାଧାରଣ ସାମିଲ ହୋଇ ରାଜ୍ୟରେ ନାରୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ପିସିସି ସଭାପତି ଦାସ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଆହ୍ୱାନ ଜଣାଇଥିଲେ ।

ନିମାପଡାରେ ପଦଯାତ୍ରା ସମାପନ ହୋଇ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ଚରଣ ସେଠୀ, ପୁରୀ ଜିଲ୍ଲା ସଂଯୋଜକ ରାଜେଶ ମିଶ୍ର,ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ରାଜୀବ ପଟ୍ଟନାୟକ, ବରିଷ୍ଠ ନେତା ଡଃ ଲଲାଟେନ୍ଦୁ ମହାପାତ୍ର, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପିସିସି କୋଷାଧକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ, ମହିଳା କଂଗ୍ରେସ ଉପସଭାପତି ସସ୍ମିତା ବେହେରା, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ସଂଖ୍ୟା ଲଘୁ ବିଭାଗ ଅଧ୍ୟକ୍ଷ ଜିଆ ଉଲ ହକ, ନିମାପଡା ଯୁବନେତା ବିଶ୍ୱ ଭୂଷଣ ଦାଶ, ନେତ୍ରୀ ନିରୁପମା ପାତ୍ର, ନାରୀ ନ୍ୟାୟ ବାହିନୀର ସ୍ବେଛାସେବୀ ଏବଂ ପୁରୀ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଏହି ସଭାରେ ଯୋଗଦାନ କରିଥିଲେ ।

Congress ବଳଙ୍ଗା ଛାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.