Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା
ବିଶେଷ ଖବର

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

ଭୁବନେଶ୍ବର: ଓଡିଶା ସରକାରରେ ବଡ ବିଚିତ୍ର ପରିସ୍ଥିତି ଉପୁଜିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ଦଳ ଥିଲେ ମଧ୍ୟ ନିଗମ ମୁଆଁ ବଣ୍ଟା ନେଇ ଶକ୍ତି ହୀନ ହୋଇପଡିଛି। ବର୍ତ୍ତମାନ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର କେଉଁ ନିଗମରେ କାହାକୁ ରଖିବେ ତାହା ନିଷ୍ପତି କରି ପାରୁ ନାହାଁନ୍ତି। ବାରମ୍ବାର ବୈଠକ କରି ଏକ ତାଲିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସେଥିରେ କେଁ ପଶୁଛି। ଫଳରେ ସେହି ତାଲିକା ଆଉ ଘୋଷଣା ହୋଇପାରୁ ନାହିଁ।

ଏହିପରି ଅଡୁଆ ପରିସ୍ଥିତି ଲାଗି ରହିବା ପରେ କେନ୍ଦ୍ରୀୟ ନେତା କୁଆଡେ ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି। ଫଳରେ ରାଷ୍ଟ୍ରୀୟ ବିଜେପି ପ୍ରଥମେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କୁ ଶିଘ୍ର ଭାଗବଣ୍ଟା କର ବୋଲି କହିଥିଲେ। ତୋମାର ମଧ୍ୟ ମନମୋହନ ଓ ମୋହନ ମାଝୀଙ୍କୁ ନେଇ ବୈଠକ କଲେ। ହେଲେ କୌଣସି ସମାଧାନ କରିପାରିଲେ ନାହିଁ। ଦିଲ୍ଲୀ ଦୈଡିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ। ଫଳରେ ସେହି ତାଲିକା ପୁଣି ଅଟକି ରହିଲା।

ଏହାପରେ କେନ୍ଦ୍ର ବିଜେପିର ଟାଣୁଆ ନେତା ସୁନୀଲ ବଂଶଲ ଓଡିଶା ଆସିଲେ। ଶିଘ୍ର ଓଡିଶାର ନିଗମ ଅଧ୍ୟକ୍ଷ ଭାଗବଣ୍ଟା ଛିଣ୍ଡାଇ ଦିଅ ବୋଲି ତାଙ୍କୁ ରାଷ୍ଟ୍ରୀୟ ବିଜେପି ନିର୍ଦ୍ଦେଶ ଦେଲେ। ସୁନୀଲ ବଂଶଲ ଓଡିଶା ଆସି ବହୁ ନେତାଙ୍କୁ ଧରି ବୈଠକ କଲେ। ସଭାପତି ସାମଲଙ୍କ ସହିତ ଗୁପ୍ତ ବୈଠକ କଲେ। ସମସ୍ତଙ୍କ ମତାମତକୁ ନେଇ ଏକ ତାଲିକା ଚୁଡାନ୍ତ କଲେ। ସମସ୍ତେ ଭାବିଲେ ଏହି ତାଲିକା ଚୁଡାନ୍ତ ହେଲା। ହେଲେ ହଠାତ ସେଥିରେ ମଧ୍ୟ କେଁ ପଶିଲା। ଆଉ ତାହା ମଧ୍ୟ ଘୋଷଣା ହୋଇପାରିଲା ନାହିଁ।

ଏବେ ବଂଶଲଙ୍କ ପରେ ପୁଣି ତିନିଜଣିଆ କେନ୍ଦ୍ରୀୟ ଟିମ କୁଆଡେ ଭୁବନେଶ୍ବର ଆସିବେ ବୋଲି ଜଣାପଡିଛି। ଏହି ତିନିଜଣଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ସେମାନେ ଯାହାକୁ ମନୋନିତ କରିବେ ତାଙ୍କୁ ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯିବ। ସେଥିରେ କେହି ଅସନ୍ତୁଷ୍ଠ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ଫଳରେ ଏହି ଦଳ ଶେଷରେ ନିଗମ ଅଧ୍ୟକ୍ଷ ପଦରେ ମୋହର ମାରିବେ ବୋଲି ଆଶା କରାଯାଉଛି।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଗମ ଅଧ୍ୟକ୍ଷ ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026

ସର୍ବଭାରତୀୟ ରେଳ ହିନ୍ଦୀ କୁଇଜ୍ ପ୍ରତିଯୋଗିତା: ତୃତୀୟ ସ୍ଥାନ ହାସଲ କଲା ପୂର୍ବତଟ ରେଳପଥ

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.