ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି। ଆମେରିକା ରାଷ୍ଟ୍ରପତିଙ୍କ ବକ୍ତବ୍ୟର ଜବାବରେ, ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଯେ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଭାରତ-ଆମେରିକା ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ପ୍ରଶଂସା କରନ୍ତି।
ଗତକାଲି ରାତିରେ ୱାଶିଂଟନରେ ଗଣମାଧ୍ୟମ ସହ ଆଲୋଚନା କରି ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ ଚିନ୍ତା କରିବାର କିଛି ନାହିଁ। ସେ ଶ୍ରୀ ମୋଦିଙ୍କୁ ଜଣେ ମହାନ ପ୍ରଧାନମନ୍ତ୍ରୀ ଭାବରେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ମୋର ବନ୍ଧୁ।