Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?
ବିଶେଷ ଖବର

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଅତିଶୀଘ୍ର ଘୋଷଣା କରି ଏକ ସୁସ୍ଥ ଶିକ୍ଷାନୁଷ୍ଠାନ ବାତାବରଣ ସହିତ ଭାଇଚାରାର ପୁନଃପ୍ରତିଷ୍ଠା କରୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବୀ କରୁଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବୀ କରିଛନ୍ତି ସଭାପତି ଭକ୍ତ ଦାସ। ସେ ଛାତ୍ରମାନଙ୍କୁ  ନିର୍ବାଚନ ସଂଘର୍ଷ ଯେମିତି ଅହିଂସା ଉପାୟରେ ହେବ, ନିଜ କର୍ତ୍ତବ୍ୟ ଅନୁଯାଇ ସଂଗଠନ ମାଧ୍ୟମରେ ନିଜ ଭବିଷ୍ୟତ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ପିସିସିର ମୁଖ୍ୟ ମୁଖପାତ୍ର ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ, କଲେଜ ଓ ବିଶ୍ବବିଦ୍ୟାଳୟ ନିର୍ବାଚନ ଭାରତୀୟ ଗଣତନ୍ତ୍ରର ଅନ୍ତୁଡ଼ିଶାଳ। ଅତୀତରେ ସାରା ରାଜ୍ୟର ଛାତ୍ରସଂସଦ ନିର୍ବାଚନରୁ ବହୁତ ବଡ଼ବଡ଼ ନେତା ସୃଷ୍ଟି ହୋଇଛନ୍ତି, ଯେଉଁମାନେ କି ପରବର୍ତ୍ତୀ ସମୟରେ କେବଳ ରାଜନୀତି ନୁହେଁ, ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶର ନେତୃତ୍ବ ନେଇଛନ୍ତି। କେବଳ ରାଜନୀତିକୁ ଯଦି ଧରାଯାଏ, କଂଗ୍ରେସ ଦଳ‌ ଏକାଧିକ ପ୍ରତିଷ୍ଠିତ ରାଜନେତା ସୃଷ୍ଟି କରିଛି।

ଜେ.ବି. ପଟ୍ଟନାୟକ ରେଭେନ୍ସା କଲେଜ ଛାତ୍ର ଥିବାବେଳେ ୟୁନିୟନ ଜ୍ୟାକ୍ ପତାକା ଓହ୍ଲେଇ ଦେଇଥିଲେ। ସ୍ବର୍ଗୀୟ ଶ୍ରୀବଲ୍ଲଭ ପାଣିଗ୍ରାହୀ ଜିଏମ୍‌ କଲେଜ ଛାତ୍ରସଂସଦର ସଭାପତି ଥିବାବେଳେ ନିରଂଜନ ପଟ୍ଟନାୟକ ସାଧାରଣ ସଂପାଦକ ହୋଇଥିଲେ। ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ ଓ ପ୍ରସାଦ ହରିଚନ୍ଦନ କ୍ୟାମ୍ପସ ରାଜନୀତିରୁ ଆସିଥିବା ବେଳେ, ପଞ୍ଚାନନ କାନୁନଗୋ, ସ୍ବର୍ଗୀୟ ଲୁଲୁ ମହାପାତ୍ର ମଧ୍ୟ ଛାତ୍ର ରାଜନୀତିରୁ ଆସିଥିଲେ।

ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ମଧ୍ୟ ଅତୀତରେ ଛାତ୍ରନେତା ଥିଲେ। ଏବର ପିସିସି ସଭାପତି ଭକ୍ତ ଚରଣ ଦାସ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟ ଛାତ୍ରସଂସଦ ସଭାପତି ନିର୍ବାଚିତ ହେବା ପରଠାରୁ ରାଜନୀତିରେ ପ୍ରତିଷ୍ଠିତ ହୋଇଥିଲେ। ଯୁବଛାତ୍ର ସଂଘର୍ଷ ବାହିନୀର ପ୍ରଥମେ ରାଜ୍ୟ ଓ ପରେ ସର୍ବଭାରତୀୟ ସଭାପତି ହେବା ସହ କଳାହାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରେ ବହୁ ଆନ୍ଦୋଳନ କରିଥିଲେ।

ଦୁଇ ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ବ୍ରହ୍ମାନନ୍ଦ ପଣ୍ଡା ୧୯୬୯-୭୦ ଶିକ୍ଷାବର୍ଷରେ ରାଭେନ୍ସା କଲେଜରେ ପରସ୍ପର ବିରୋଧରେ ଲଢ଼ିବା, ଅଶୀ ଦଶକ ଶେଷରେ ଛାତ୍ରନେତା ଥିବାବେଳେ ବାଣୀବିହାର ନିର୍ବାଚନ‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଲଢ଼େଇ ଆଜି ମଧ୍ୟ ଓଡ଼ିଶା ଛାତ୍ର ରାଜନୀତିର ଚର୍ଚ୍ଚିତ ଅଧ୍ୟାୟ ଭାବେ ଗଣାଯାଏ। ବିଜେଡିରେ ଅରୁଣ ସାହୁଙ୍କ ବ୍ୟତୀତ ପ୍ରତାପ ଜେନା ଓ ରାଜା ସ୍ବାଇଁଙ୍କ ପରି ଅତୀତର ଅନେକ ଛାତ୍ରନେତା ଅଛନ୍ତି।

ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସୁରେଶ ପୂଜାରୀ ଓ ମନମୋହନ ସାମଲଙ୍କ ପରି ଅତୀତର ଅନେକ ଛାତ୍ରନେତା ଅଛନ୍ତି। ଶିକ୍ଷାମନ୍ତ୍ରୀ କହିଥିଲେ, ଛାତ୍ରସଂସଦ ନିର୍ବାଚନ ବିଷୟରେ ଠିକଣା ସମୟରେ ନିଷ୍ପତ୍ତି ନେବୁ। ଗତବର୍ଷ ବି ତ ଠିକଣା ସମୟ ପାଇଥିଲେ, କିନ୍ତୁ କିଛି କଲେନି। ଦଶହରା ଛୁଟି ପୂର୍ବଦିନ ନିର୍ବାଚନ ହୁଏ, ସମୟ ପାଖେଇ ଆସିଲାଣି ବୋଲି ସେ ଚେତାଇ ଦେଇଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ବାଳ, ପିସିସି ମୁଖପାତ୍ର ଡ.ମନିଷା ଦାସପଟ୍ଟନାୟକ, ମୁଖପାତ୍ର ଅଶୋକ ସ୍ବାଇଁ, ମୁଖପାତ୍ର ଓ ଛାତ୍ରନେତା ବିଭୂତି ମହାପାତ୍ର ଓ ଛାତ୍ରନେତା ଆଦିତ୍ଯ ପ୍ରିତମ ଦାସ ପ୍ରମୁଖ ଉପସ୍ଥିତ ରହି ଶିଘ୍ର ଛାତ୍ରସଂସଦ ନିର୍ବାଚନ କରିବାକୁ ଦାବି କରିଥିଲେ। ଦିବଂଗତ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ପିସିସି ସଭାପତି ଶ୍ରୀ ଦାସଙ୍କ ଆହ୍ବାନ କ୍ରମେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Space Conference: India Aims for Moon Mission by 2040, Space Station by 2035

 Dr. Jitendra Singh today said that India is entering a transformative phase in its space journey, with ambitious goals ranging from a Bharatiya Space Station by 2035 to landing an Indian astronaut on the Moon by 2040. He was speaking virtually at the inaugural session of the International Conference on Space 2025, themed “Harnessing Space for Global Progress: Innovation, Policy, and Growth.” (CLICK HERE TO READ MORE)

ଅରବିନ୍ଦ ଦାସ ଛାତ୍ର ସଂସଦ ନିର୍ବାଚନ ଭକ୍ତ ଦାସ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026
Latest News

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର

January 15, 2026

ପିଏମ୍ ଜନ-ଧନ ଯୋଜନା: ସରକାରୀ ସହାୟତା ପାଉଥିବାରୁ ଖୁସି ବ୍ୟକ୍ତ କଲେ ହିତାଧିକାରୀ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.