ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଏକ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆଜି ଏ ନେଇ ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବେଳେ ସେ କହିଛନ୍ତି ଯେ, ଯେଉଁମାନେ ଏହି ଯୋଜନାରୁ ବାଦ ପଡିଛନ୍ତି ସେମାନଙ୍କ ବିଷୟରେ ଆଲୋଚନା ଚାଲିଛି। ସେମାନେ କାହିଁକି ବାଦ ପଡିଲେ ସେ ସଂପର୍କରେ ଆଲୋଚନା ହୋଇଛି।
ବାଦପଡିଥିବା ମହିଳାଙ୍କ ସଂପର୍କରେ ଚାରିଟି ବିଭାଗଠାରୁ ରିପୋର୍ଟ ମଗାଯାଇଛି। ମହିଳାଙ୍କର ଚାରି ଚକିଆ ଅଛି କି ନାହିଁ ସେ ନେଇ ପରିବହନ ବିଭାଗକୁ ରିପୋର୍ଟ ମଗାଯାଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ମଗାଯାଇଛି। ଅନ୍ୟପକ୍ଷରେ ଧାନ ବିକ୍ରୀ ତଥ୍ୟ ଦେବା ପାଇଁ ଯୋଗାଣ ବିଭାଗକୁ ତଥ୍ୟ ମଗାଯାଇଛି। ଏସବୁ ଆସିବା ପରେ ତାହା ଅନୁଧ୍ୟାନ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ଏହି ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟା ହେବେ ସେମାନଙ୍କୁ ଏକାଥରେ ଦୁଇଟି କିସ୍ତି ପ୍ରଦାନ କରାଯିବ।