Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ
ଆଜିର ଖବର

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ
ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ତିନି ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସ ଓଡିଶା ଶାଖାର ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ସମ୍ ଅଲ୍ଟିମେଟ୍ ମେଡିକେୟାର ଏବଂ ଓଡ଼ିଶା ଶାଖା ଇଣ୍ଡିଆନ୍ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟସର ମିଳିତ ଉଦ୍ୟମରେ ଶନିବାର ସୋଆ କ୍ୟାମ୍ପସ୍ ୨ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ମିଳନୀର ପ୍ରସଙ୍ଗ ‘ପେରିଅପରେଟିଭ ଫିଜିକ୍ସିଆନ୍‌ସ: ଟ୍ରାନ୍ସଫର୍ମିଂ କେୟାର, ସେଭିଙ୍ଗ ଲାଇଭସ’ ଉପରେ ଆଲୋକପାତ କରିଥିଲେ।

ଆନାସ୍ଥେସିଓଲୋଜିଷ୍ଟଙ୍କ ଭୂମିକା କେବଳ ଅତ୍ସୋପଚାର ରୁମ୍ ଭିତରେ ସୀମିତ ନ ଥାଏ ବରଂ ରୋଗୀଟିର ଅତ୍ସୋପଚାର ପୂର୍ବ ଓ ପରବର୍ତି ସମୟରେ ତାହାର ସ୍ୱାସ୍ଥ୍ୟାବସ୍ଥା ଓ ଯତ୍ନ କିପରି ନିଆଯାଇପାରିବ ସେ ବିଷୟରେ ତାଙ୍କର ବିଶେଷ ଜ୍ଞାନ ରହିବା ଜରୁରୀ। ଦକ୍ଷ ଆନେସ୍ଥେସିଓଲୋଜିଷ୍ଟ ହେବାକୁ ହେଲେ ଆନେସ୍‌ଥେସିଆର ସିଷ୍ଟମ୍‌, ପଦ୍ଧତି ଏବଂ ଗବେଷଣା ଉପରେ ବିଶେଷ ପ୍ରଶିକ୍ଷଣ ନେବା ଆବଶ୍ୟକ ବୋଲି ସେ କହିଥିଲେ।

ଏଥିରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର(ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସମ୍ ହସ୍ପିଟାଲ୍ ପକ୍ଷରୁ ଓଡ଼ିଶା ଭୁବନେଶ୍ୱର ସିଟି ଶାଖାର ବାର୍ଷିକ ସମ୍ମିଳନୀ ‘ଆଇସାକନ୍‌-୨୦୨୫’ଆୟୋଜନ କରାଯାଇଛି। ପ୍ରଥମ ଦିନ ଦୁଇଟି କର୍ମଶାଳା ଚାଲିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଦିନ ସମ୍ମିଳନୀ କରାଯିବ। ରାଜ୍ୟ ଭିତରୁ ଏବଂ ରାଜ୍ୟ ବାହାରୁ ପ୍ରାୟ ୪୦୦ ଆନେସ୍‌ଥେସିଷ୍ଟମାନେ ଏଥିରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ରୋଗୀ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ସେମାନଙ୍କୁ ଏ ସମ୍ପର୍କରେ ପ୍ରଶିଷିତ କରାଯିବ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍ ୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା କହିଥିଲେ ସବୁ ଅସ୍ତ୍ରୋପଚାରରେ ଆନେସ୍‌ଥେସିଆର ଆବଶ୍ୟକତା ରହୁଥିବା ବେଳେ ଆଗକୁ ଆଧୁନିକ ପଦ୍ଧତିରେ ଚିକିତ୍ସା କ୍ଷେତ୍ରରେ ଏହାର କିପରି ବ୍ୟବହାର କରାଯାଇପାରିବ ସେ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ଆଇଏସଏ ଓଡ଼ିଶା ରାଜ୍ୟର ସଭାପତି ପ୍ରଫେସର (ଡାକ୍ତର) ଲକ୍ଷ୍ମୀଧର ଦାଶ, ଓଡ଼ିଶା ରାଜ୍ୟ ଶାଖାର ସଚୀବ ଡାକ୍ତର ଧର୍ମଜୀବନ ସାମନ୍ତରାୟ, ଭୁବନେଶ୍ୱର ସିଟି ସଭାପତି ଡାକ୍ତର ଅନ୍ୱେଷା ସ୍ୱାଇଁ ଓ ଭୁବନେଶ୍ୱର ସିଟି ଶାଖାର ସଚୀବ ଡାକ୍ତର ଶୋଭନ୍ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଉତ୍କଳ ହସ୍ପିଟାଲ୍‌ର ଆନେସ୍‌ଥେସିଆ ବିଭାଗର ମୁଖ୍ୟ ତଥା ଆଇସାକନ୍‌ର ଅର୍ଗାନାଇଜିଂ ଚେୟାରପର୍ସନ ଡାକ୍ତର ଜିତାମିତ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ ହସ୍ପିଟାଲ୍‌ର ଆନେସ୍‌ଥେସିଆ ବିଭାଗର ଡାକ୍ତର ତଥା ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଫେସର (ଡାକ୍ତର) ରଞ୍ଜିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇଏସ୍‌ଏସିଓଏନ୍‌- ୨୦୨୫ ବାର୍ଷିକ ସମ୍ମିଳନୀ ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି

October 11, 2025

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025
Latest News

ମନି ଲଣ୍ଡରିଂ ମାମଲାରେ ରିଲାଏନ୍ସର ସିଏଫଓଙ୍କୁ ଗିରଫ କଲା ଇଡି

October 11, 2025

ଜୟ ଢୋଲକିଆ ବିଜେପିରେ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ଢେଙ୍କାନାଳ କ୍ୟାମ୍ପସ ପରିଦର୍ଶନ କଲେ IIMCର କୁଳପତି

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.