Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାକୁ 1,700 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଓଡ଼ିଶାକୁ 1,700 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ ପ୍ରଧାନମନ୍ତ୍ରୀ

September 25, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦି
ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ

ଭୁବନେଶ୍ଵର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ 1,700 କୋଟିରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ରେଳ ପ୍ରକଳ୍ପ ଉପହାର ଦେବେ। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀ ସୁବିଧା ବୃଦ୍ଧି, ପରିବହନକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ପଥ ପରିଷ୍କାର କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନିମ୍ନଲିଖିତ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ:

ସମ୍ବଲପୁର ସହର ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର (273 କୋଟି ଟଙ୍କା): ଏହି ଫ୍ଲାଇଓଭର ସରଲା ଷ୍ଟେସନରେ ଦୀର୍ଘ ଦିନର ବାଧା ଦୂର କରିବ ଏବଂ ସମ୍ବଲପୁର-ଝାରସୁଗୁଡ଼ା ସେକ୍ସନରେ ସୁଗମ ଏବଂ ନିରବଚ୍ଛିନ୍ନ ରେଳ ଯାତାୟାତ ସୁନିଶ୍ଚିତ କରିବ। ଏହି ସେକ୍ସନ କୋଇଲା, ଖଣିଜ ପଦାର୍ଥ ଏବଂ ଶିଳ୍ପ ମାଲ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଏହି ପ୍ରକଳ୍ପ ଓଡ଼ିଶାର ସମ୍ବଲପୁର ଅଞ୍ଚଳର ଲୋକମାନଙ୍କୁ ଅଶେଷ ଲାଭ ପ୍ରଦାନ କରିବ।

ମାନ୍ୟବର ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ:

କୋରାପୁଟ – ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ (34 କିମି, ₹481 କୋଟି): ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିରବଚ୍ଛିନ୍ନ ଟ୍ରେନ ପରିଚାଳନାକୁ ପ୍ରୋତ୍ସାହିତ ପ୍ରୋତ୍ସାହିତ କରିଛି, ଖଣିଜ ପଦାର୍ଥ ଏବଂ କୃଷିଜାତ ଦ୍ରବ୍ୟର ପରିବହନକୁ ସୁଦୃଢ଼ କରିବା ସହିତ ସମ୍ବଳ ସମୃଦ୍ଧ ପାର୍ବତ୍ୟ କୋରାପୁଟ ଅଞ୍ଚଳରେ ଶିଳ୍ପ ବିକାଶକୁ
ଏକ ନୂତନ ଗତି ପ୍ରଦାନ କରିଛି ।

ମାନାବାର – କୋରାପୁଟ – ଗୋରାପୁର ରେଳ ଲାଇନର ଦୋହରୀକରଣ (82 କିମି, ₹955 କୋଟି): ଏହି ପ୍ରକଳ୍ପ ବୈଲାଡିଲା ଖଣିରୁ ସାରା ଦେଶରେ ଇସ୍ପାତ କାରଖାନାକୁ ଲୁହାପଥରର ଦ୍ରୁତ ପରିବହନକୁ ସୁଗମ କରିବାରେ ଲାଭଦାୟକ ପ୍ରମାଣିତ ହେଉଛି। ଏହାଦ୍ୱାରା ଯାତ୍ରୀ ଏବଂ ମାଲ ପରିବହନ ସେବାର କ୍ଷମତା ଏବଂ ଗୁଣବତ୍ତା ବୃଦ୍ଧି ପାଇଛି ଏବଂ ଭବିଷ୍ୟତରେ ଭାରତରେ ବୃଦ୍ଧି ପାଉଥିବା ଇସ୍ପାତ ଉଦ୍ୟୋଗ ଆହୁରି ସୁଦୃଢ଼ ହେବ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କୋରାପୁଟ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ବିଶେଷ ଭାବେ ଉପକୃତ ହେଉଛନ୍ତି ।

ଏହା ବ୍ୟତୀତ, ମାନ୍ୟବର ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଏବଂ ଉଧନା (ସୁରଟ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ସିଧାସଳଖ ଓଡ଼ିଶାକୁ ଗୁଜରାଟ ସହିତ ସଂଯୋଗ କରିବ।

ଏହି ଅମୃତ ଭାରତ ଏକ୍ସପ୍ରେସ ଓଡ଼ିଶାର ଗଞ୍ଜାମ, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡା; ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ମନ୍ୟମ; ଛତିଶଗଡ଼ର ମହାସମୁନ୍ଦ, ରାୟପୁର ଏବଂ ଦୁର୍ଗ; ମହାରାଷ୍ଟ୍ରର ଗୋଣ୍ଡିଆ, ନାଗପୁର, ୱାର୍ଧା, ଅମରାବତୀ, ଆକୋଲା, ବୁଲଢାଣା, ଜଳଗାଓଁ, ଧୁଲେ ଏବଂ ନନ୍ଦୁରବାର; ଏବଂ ଗୁଜରାଟର ତାପି ଏବଂ ସୁରଟ ଜିଲ୍ଲାର ଯାତ୍ରୀମାନଙ୍କୁ ଉପକୃତ କରିବ । ଏହି ଟ୍ରେନ୍ ଯାତ୍ରୀମାନଙ୍କୁ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବା ସହିତ ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଭାରତ ମଧ୍ୟରେ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ ।

ସାମୂହିକ ଭାବେ, ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶରେ ଏକ ପରିବର୍ତ୍ତନଶୀଳ ଅଧ୍ୟାୟ ବୋଲି ପ୍ରମାଣିତ ହେବ । ଏଗୁଡ଼ିକ ଯାତ୍ରା ସମୟ ହ୍ରାସ କରିବ, ସୁରକ୍ଷା ଏବଂ ସମୟାନୁବର୍ତ୍ତିତା ବୃଦ୍ଧି କରିବ, ଶିଳ୍ପ ସମ୍ପ୍ରସାରଣକୁ ସମର୍ଥନ କରିବ ଏବଂ ଚାଷୀ, ବ୍ୟବସାୟୀ, ଯୁବକ ଏବଂ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ଓଡ଼ିଶାରେ ଏହି ପଦକ୍ଷେପ ଗୁଡ଼ିକର ଶୁଭାରମ୍ଭ ଭାରତ ସରକାରଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ରାଜ୍ୟର ପ୍ରତ୍ୟେକ କୋଣରେ ଆଧୁନିକ ଭିତ୍ତିଭୂମି ଏବଂ ଅର୍ଥନୈତିକ ପ୍ରଗତି ପହଞ୍ଚିବା ସହିତ ଏକ ବିକଶିତ ଭାରତ ସହିତ ଏକ ବିକଶିତ ଓଡ଼ିଶା ସୃଷ୍ଟି କରୁଛି । ଯାହା ମାଧ୍ୟମରେ ବିକଶିତ ଭାରତ ସହିତ ବିକଶିତ ଓଡ଼ିଶାର ନିର୍ମାଣ ହେଉଅଛି, ଯାହାଦ୍ୱାରା ଆଧୁନିକ ଭିତ୍ତିଭୂମି ଏବଂ ଅର୍ଥନୈତିକ ପ୍ରଗତି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚୁଛି ।

କୋରାପୁଟ-ବାଇଗୁଡ଼ା ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ଭିତ୍ତିପ୍ରସ୍ତର ସ୍ଥାପନ ମାନାବାର-କୋରାପୁଟ-ଗୋରାପୁର ରେଳ ଫ୍ଲାଇଓଭର ସମ୍ବଲପୁର ସିଟି ସରଲା ସୁରଟ
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.