Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରବିଶ କୁମାରଙ୍କୁ ରମଣ ମାଗାସେସେ ପୁରସ୍କାର; ଭାରତୀୟ ସାମ୍ବାଦିକତାର ଭକ୍ତିଯୁଗରେ ସେ ଏକ ବିରଳ ବ୍ୟତିକ୍ରମ
ବିଶେଷ ଖବର

ରବିଶ କୁମାରଙ୍କୁ ରମଣ ମାଗାସେସେ ପୁରସ୍କାର; ଭାରତୀୟ ସାମ୍ବାଦିକତାର ଭକ୍ତିଯୁଗରେ ସେ ଏକ ବିରଳ ବ୍ୟତିକ୍ରମ

August 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ମୁଁ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରେନାହିଁ, ତାଙ୍କୁ ପ୍ରଶ୍ନ ପଚାରେ”- ନିଜର ଭୋଜପୁରୀ ଭାବ ମିଶା ହିନ୍ଦୀରେ ଏମିତି କିଛି କହିଲାବେଳେ ରବିଶ କୁମାର ଭିନ୍ନ ଏକ ଗ୍ରହର ସାମ୍ବାଦିକ ମନେହୁଅନ୍ତି। ଯେତେବେଳେ ସାରାଦେଶର ଗଣମାଧ୍ୟମ ନିଜକୁ ଶାସକ ଦଳର ବିଶ୍ଵସ୍ତ କରାଇବାର ପ୍ରତିଯୋଗିତାରେ ମରାମରି ହେଉଛନ୍ତି, ସେତେବେଳେ ନିରନ୍ତର ସରକାର ବିରୋଧୀ ସ୍ଵରକୁ ଅତ୍ୟନ୍ତ ଦୃଢତାର ସହିତ ଉପସ୍ଥାପନ କରିବାରେ ରବିଶ କୁମାରଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। ସେ ବୋଧହୁଏ ଆମ ସମୟର ଅଳ୍ପ କେତେଜଣ ସମ୍ପାଦକଙ୍କ ଭିତରୁ ଜଣେ, ଯିଏ ଆଜି ମଧ୍ୟ ଲୋକଙ୍କ ପାଖକୁ ଯାଇ ଖବର ସଂଗ୍ରହ କରନ୍ତି। ତାଙ୍କ ସାମ୍ବାଦିକତା ନ୍ୟୁଜରୁମର ଶୀତ ତାପନିୟନ୍ତ୍ରିତ ବିଳାସର ସାମ୍ବାଦିକତା ନୁହେଁ, ତାହା ରାସ୍ତା ଓ ଗାଁରେ ଧୂଳି ଓ ଖରାର ସାମ୍ବାଦିକତା। ସାଧାରଣ ମଣିଷ, ଯାହାର ଭାଷା ଶାସନ ପାଖରେ ପହଞ୍ଚେ ନାହିଁ, ରବିଶ କୁମାର ସେହି ଲୋକର କଥା କହନ୍ତି। ଆଜି ଫିଲିପାଇନ୍ସ ର ପୂର୍ବତନ ରାଷ୍ଟ୍ରପତି ଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ରମଣ ମାଗାସେସେ ପୁରସ୍କାର ରବିଶ କୁମାରଙ୍କୁ ମିଳିବ ବୋଲି ଘୋଷଣା ହେଲା ପରେ, ଏହାକୁ ସାଧାରଣ ସାମ୍ବାଦିକତାର ସ୍ଵୀକୃତି ବୋଲି କୁହାଯାଇପାରିବ।

ଗୋଟେ ସମୟ ଥିଲା ଆମେ ପ୍ରତିବାଦି ଓ ସତ୍ତାକୁ ବିରୋଧ କରୁଥିବା ସାମ୍ବାଦିକମାନଙ୍କୁ ଆମେ ଆମର “ହିରୋ” ବୋଲି କହୁଥିଲୁ। କୁଲଦୀପ ନାୟାରଙ୍କ ଠୁ ଆରମ୍ଭ କରି ପି.ସାଇନାଥଙ୍କ ପର୍ଯ୍ୟନ୍ତ, ଆମର ମୁଖ୍ୟ ସାମ୍ବାଦିକ ମାନେ ଥିଲେ ସରକାର ବିରୋଧୀ। ଗୋଟେ ସମୟରେ ଦକ୍ଷିଣପନ୍ଥୀ ବିଚାରର ସବୁଠୁ ବଡ ସମର୍ଥକ ଥିବା ଅରୁଣ ଶୌରୀଙ୍କୁ ସମସ୍ତେ ସମ୍ମାନ କରୁଥିଲେ କାରଣ ଲେଖିଲା ବେଳେ ସେ ସବୁବେଳେ ସରକାର ଓ ସତ୍ତାକୁ ପ୍ରଶ୍ନ ପଚାରିବାର ସାହସ ରଖିଥିଲେ। ହେଲେ ୨୦୧୪ ମସିହା ପରେ ଭାରତୀୟ ସାମ୍ବାଦିକତାରେ ଭକ୍ତି ଯୁଗ ଆରମ୍ଭ ହୋଇଛି। ସରକାରର ବନ୍ଦନା ଓ ବିରୋଧୀଙ୍କୁ ଗାଳି କରିବାର ନୂଆ ଧାରା ଆମେ ଦେଖୁଛୁ। ଏ ପ୍ରକାର ସାମ୍ବାଦିକତାକୁ ରବିଶ କୁମାର କହନ୍ତି- ଗୋଦି ମିଡିଆ- ଇଂରାଜୀରେ ଏମ୍ବେଡ଼େଡ ଜର୍ଣ୍ଣାଲିଜମ। ସରକାରଙ୍କର ଅଂଶୀଦାର ବା ପ୍ରଚାରକ ହେବାକୁ ସବୁ ବଡ ସମ୍ପାଦକ ଓ ଷ୍ଟାର ଆଙ୍କର ଯେତେବେଳେ ପ୍ରସ୍ତୁତ, ସେହି ସମୟରେ ରବିଶ କୁମାର ନିରନ୍ତର ସରକାରକୁ ପ୍ରଶ୍ନ କରି ଆସୁଛନ୍ତି।

ବର୍ତ୍ତମାନ ସମୟରେ ସରକାରକୁ ପ୍ରଶ୍ନ ପଚାରିବା ଆଦୌ ସହଜ କଥା ନୁହେଁ। ସରକାର ବିରୋଧରେ କହିଲେ ଦେଶ ଦ୍ରୋହୀ ବୋଲି ଆପଣଙ୍କୁ ବଦନାମ କରିବାର ଏକ ବିରାଟ ତନ୍ତ୍ର ଏବେ ଦେଶସାରା କାମ କରୁଛି। ଭାରତର ଯେଉଁ ଅଳ୍ପ କେତେଜଣ ସାମ୍ବାଦିକ ସରକାରୀ ଟ୍ରୋଲଙ୍କ କ୍ରୋଧର ଶିକାର ହୁଅନ୍ତି, ସେଇ ତାଲିକାରେ ରବିଶ ସବୁବେଳେ ଏକ ନମ୍ବର ରହିଆସିଛନ୍ତି। ହତ୍ୟା ଧମକ ଓ ଗାଳି ଗୁଲଜ ରବିଶଙ୍କ ଜୀବନର ଅଂଶ ପାଲଟି ଯାଇଛି। ତେବେ କୌଣସି ପ୍ରକାର ଚାପ ଆଗରେ ଦବି ଯିବାର ଲୋକ ସେ ନୁହନ୍ତି। ରବିଶ ଏକା ସାଙ୍ଗରେ ଦୁଇଟି ଲଢେଇ ଳଢନ୍ତି। ଗୋଟେ ଶାସକ ଓ କ୍ଷମତା ବିରୋଧରେ, ଅନ୍ୟଟି ନିଜର ସାଥି ଓ ସହଯୋଗୀଙ୍କ ବିରୋଧରେ। ଗଣମାଧ୍ୟମର କ୍ଷମତାଲୋଭୀ-ଚାଟୁକାର ଓ ଅଭଦ୍ର ଚେହେରା ବିରୋଧରେ ରବିଶ ବାରମ୍ବାର ଲେଖିଛନ୍ତି ଓ କହିଛନ୍ତି।

ରବିଶଙ୍କ ସାମ୍ବାଦିକତାର ଆଉ ଏକ ସୁନ୍ଦର ଦିଗ ହେଉଛି, ସେ ଯେତେ ଚାପରେ ରହିଲେ ମଧ୍ୟ ଉତ୍ତେଜିତ ହୁଅନ୍ତି ନାହିଁ କିମ୍ବା ନିମ୍ନରୁଚିର ମତ ରଖନ୍ତି ନାହିଁ। ଯେ କୌଣସି କଥା କହିବା ପୂର୍ବରୁ ସେ ସମ୍ପର୍କରେ ପ୍ରଚୁର ଅଧ୍ୟୟନ ଓ ଗବେଷଣା କରିବା ସହିତ ପ୍ରତ୍ଯେକ ବିଷୟର ଲୋକପକ୍ଷ କୁ ଉପସ୍ଥାପିତ କରିବାରେ ତାଙ୍କର ସମକକ୍ଷ ସାମ୍ବାଦିକ ଦେଶରେ ବହୁତ ଅଳ୍ପ ଅଛନ୍ତି। ଏହା ସହିତ ସୃଜନଶୀଳତା ଓ ମାନବୀୟ ମୂଲ୍ୟବୋଧ ତାଙ୍କ ଉପସ୍ଥାପନାରେ ଭରି  ରହିଥାଏ। ସେ ଭଲଭାବରେ ଯାନନ୍ତି ଯେ, ସାମ୍ବାଦିକ ବିରୋଧୀ ଦଳର ରାଜନେତା ନୁହେଁ। ସାମ୍ବାଦିକର ବିରୋଧ ଏକ ଗଣତାନ୍ତ୍ରିକ ଓ ବୌଦ୍ଧିକ ବିରୋଧ। ତେଣୁ ରବିଶଙ୍କର ଉପସ୍ଥାପନା ଶୈଳୀ ଅତି ମାତ୍ରାରେ ଲୋକାଭିମୁଖୀ ଓ ସୃଜନଶୀଳ।

ରମଣ ମାଗାସେସେ ପୁରସ୍କାର ପାଇଥିବା ରବିଶ କୁମାର ବିହାରର ମୋତିହାରୀରେ ୫, ଡିସେମ୍ବର,୧୯୭୪ ରେ ଜନ୍ମଗ୍ରହଣ କରିଥିଲେ। ଏନଡି ଟିଭିରେ ରିପୋର୍ଟର ଭାବେ କାମ ଆରମ୍ଭ କରିଥିବା ରବିଶ ଆଜିର ସମୟରେ ସାଧାରଣ ଲୋକର ସାମ୍ବାଦିକ ଭାବରେ ସବୁଠୁ ଅଧିକ ପରିଚିତ ଓ ଚର୍ଚ୍ଚିତ। ରବିଶଙ୍କର ଦୁଇଟି ଗପ ବହି ହିନ୍ଦୀରେ ଓ ତାଙ୍କ ଆଲେଖ୍ୟ ଗୁଡିକର ଇଂରାଜୀ ସଂକଳନ The Free Voice:One Democracy, Culture and the Nation ପ୍ରକାଶ ପାଇଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.