Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ସଭାପତି ଏବଂ ପ୍ରଭାରୀ, ନଡ୍ଡାଙ୍କୁ କଲେ ସାକ୍ଷାତ, କାରଣ କଣ ???
ଆଜିର ଖବର

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ସଭାପତି ଏବଂ ପ୍ରଭାରୀ, ନଡ୍ଡାଙ୍କୁ କଲେ ସାକ୍ଷାତ, କାରଣ କଣ ???

October 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ଏବଂ ପ୍ରଭାରୀ, ଜେପି ନଡ୍ଡାଙ୍କୁ କଲେ ସାକ୍ଷାତ, କାରଣ କଣ ???

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସାଥିରେ ଅଛନ୍ତି ସଭାପତି  ମନମୋହନ ସାମଲ ଏବଂ ପ୍ରଭାରୀ ବିଜୟପାଲ ସିଂ ତୋମାର। ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଭାରୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।

ଏ ନେଇ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ଆମ ଦଳର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମାନନୀୟ ନଡ୍ଡା ଜୀଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଆମକୁ ଆଗାମୀ ଦିନରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ।

ତେବେ ଏହି ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। ତାହା ହେଲା ଯେ, ପୁଣି ସେହି ମନ୍ତ୍ରୀମଣ୍ଡଳ ଅଦଳବଦଳ ହିସାବ ଛିଣ୍ଡୁ ନ ଥିବାରୁ ଉଭୟ ପ୍ରଭାରୀ ଓ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। କାରଣ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ସାକ୍ଷାତ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ଗସ୍ତ ସଂପୂର୍ଣ୍ଣ ଦଳୀୟ ଅଛି।

ତେବେ ଅନ୍ୟ ଆଲୋଚନା ମଧ୍ୟରେ ରହିଛି ନୂଆପଡା ଉପନିର୍ବାଚନ। କାରଣ କୌଣସି ମୁହୁର୍ତ୍ତରେ ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସେଥିପାଇଁ ସେଠାରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ। ସେଥିପାଇଁ କୁଆଡେ ବିଜେପି ତରଫରୁ ସମସ୍ତଙ୍କୁ ଦିଲ୍ଲୀ ଡକରା ହୋଇଛି ବୋଲି କୁହାଯାଉଛି। କେନ୍ଦ୍ରୀୟ ବିଜେପି ତରଫରୁ ନୂଆପଡାରେ କିଏ ପ୍ରାର୍ଥୀ ହେବ ସେ ନେଇ ଏକ ସର୍ଭେ କରାଯାଇଥିଲା। ସେହି ଅନୁସାରେ ରାଜ୍ୟ ବିଜେପି ସହିତ ଆଲୋଚନା କରି ପ୍ରାର୍ଥୀ ଠିକ କରାଯିବ ବୋଲି ଅନୁମାନ କରାଯାଇଛି।

ନୂଆପଡା ଉପନିର୍ବାଚନ ବିଜେପି ପାଇଁ ବଡ ମର୍ଯ୍ୟଦାର ପ୍ରଶ୍ନ। କାରଣ ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ସେଠାରେ ପ୍ରଥମ ଥର ପାଇଁ ଉପନିର୍ବାଚନ ହେଉଛି। ସରକାରୀ ଦଳ ଭାବରେ ସେଠାରେ ବିଜେପି ଜିତିବା ନିଶ୍ଚିତ ମର୍ଯ୍ୟଦାର ପ୍ରଶ୍ନ। ଯଦି ହାରିଯାଏ ତେବେ ଦଳ ରାଜ୍ୟରେ ବଦନାମ ହେବା ନିଶ୍ଚିତ। ସେଥିପାଇଁ ଦଳ ତରଫରୁ ସେଠାରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଆଲୋଚନା କରାଯାଉଛି।

ଅନ୍ୟପଟେ ଘୋଷଣା ନ ହୋଇଥିଲେ ମଧ୍ୟ ବିଜେଡି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ନେଇ ସଙ୍କେତ ଦେଇସାରିଲେଣି। ବିଜେଡି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ। ଏ ନେଇ ଖୋଦ ଜୟ ଢୋଲକିଆ ସୂଚନା ଦେଇସାରିଲେଣି। ସେହିପରି କଂଗ୍ରେସ ଘାସିରାମ ମାଝୀଙ୍କୁ ସେଠାରେ ପ୍ରାର୍ଥୀ କରିବ ବୋଲି ଖୋଦ ସଭାପତି ଭକ୍ତ ଦାସ ମଧ୍ୟ ସଙ୍କେତ ଦେଇସାରିଲେଣି। ହେଲେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ।

PhonePe and Mastercard Join Hands for Contactless Smartphone Payments

Nuapada Byelection ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଉପନିର୍ବାଚନ ବିଜୟପାଲ ସିଂ ତୋମାର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

October 4, 2025

ଡିଜିଙ୍କୁ ସାକ୍ଷାତ କଲେ କଟକ ଭସାଣୀ ଗଣ୍ଡଗୋଳରେ ଆହତ ଡିସିପି ରିଷିକେଶ

October 4, 2025

ରେଳ ଯୋଗେ କାଶ୍ମୀର ଉପତ୍ୟକାରେ ପହଞ୍ଚିଲା ଅଟୋମୋବାଇଲ ରେକ୍ ,ଏହା ପ୍ରଥମ ଘଟଣା

October 4, 2025
Latest News

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

October 4, 2025

ଡିଜିଙ୍କୁ ସାକ୍ଷାତ କଲେ କଟକ ଭସାଣୀ ଗଣ୍ଡଗୋଳରେ ଆହତ ଡିସିପି ରିଷିକେଶ

October 4, 2025

ରେଳ ଯୋଗେ କାଶ୍ମୀର ଉପତ୍ୟକାରେ ପହଞ୍ଚିଲା ଅଟୋମୋବାଇଲ ରେକ୍ ,ଏହା ପ୍ରଥମ ଘଟଣା

October 4, 2025

ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.