ଭୁବନେଶ୍ଵର: ବାତ୍ୟା ‘ମୋନ୍ଥା’ ର ଲ୍ୟାଣ୍ଡ ଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆନ୍ଧ୍ର ଉପକୂଳ କାକିନାଡାରେ ବାତ୍ୟା ‘ମୋନ୍ଥା’ ର ଲ୍ୟାଣ୍ଡ ଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଅର୍ଥାତ ରାତି ୧୧ ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ସର୍ବାଧିକ ପବନର ବେଗ ପ୍ରତି ଘଣ୍ଟା ୯୦ ରୁ ୧୦୦ କିମି ପର୍ଯ୍ୟନ୍ତ ରହିବ।
ତେବେ ଏହାର ପ୍ରଭାବରେ ଓଡିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଓଡିଶାର ୮ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ସହିତ ପବନର ବେଗ ପ୍ରତି ଘଣ୍ଟା ୫୦ ରୁ ୬୦ କିମି ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



