Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ
ବିଶେଷ ଖବର

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ
ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

ନୂଆପଡା / ଭୁବନେଶ୍ୱର: ବିଜେଡି ୨୪ବର୍ଷ ଓ କଂଗ୍ରେସ ୫୦ ବର୍ଷ ଶାସନ କରିବି ଉଭୟ ଓଡିଶାବାସୀଙ୍କ ଭରଷା ହରାଇଛନ୍ତି । ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନ କଲେ କିନ୍ତୁ ଓଡିଆ କହିପାରିଲେ ନାହିଁ । ଯିଏ ଓଡିଆ କହିପାରିଲେନି କି ଶିଖିପାରିଲେନି ସେ କଣ ଓଡିଶାବାସୀଙ୍କ କଥା ବୁଝିବେ ? ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି ।

ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡା ବ୍ଲକ ଅନ୍ତର୍ଗତ ପଂଚମପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ସାଏ କହିଛନ୍ତି ଯେ, କଂଗ୍ରେସ ପରିବାରବାଦକୁ ଛାଡି ପାରିନି । ଦୀର୍ଘ ୫୦ ବର୍ଷର ନିଜ ଶାସନ ସମୟରେ କଂଗ୍ରେସ ଦଳ ଓଡିଶାକୁ ଅବହେଳା କରିବା ସହିତ ଲୁଟିଦେଇଛି । ଉଭୟ ବିଜେଡି – କଂଗ୍ରେସ ଦଳ ପାରିବାରିକ ଦଳ । କଂଗ୍ରେସ ଓ ବିଜେଡି ଦଳ କେବଳ ଭୋଟ ପାଇଁ ଓଡିଶାବାସୀଙ୍କୁ ବ୍ୟବହାର କରିଛି ।

ବର୍ତ୍ତମାନ ଉଭୟ ବିଜେଡି ଓ କଂଗ୍ରେସ ଦଳ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇସାରିଛନ୍ତି । ‘ବିଜେପିର ଅନ୍ୟ ନାମ ବିକାଶ’ କୁ ନୂଆପଡାବାସୀ ହୃଦବୋଧ କରିସାରିଛନ୍ତି । ଏଥର ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପି ପ୍ରାର୍ଥୀ ଯୁବ ଚେହେରା ଶ୍ରୀ ଜୟ ଢୋଲକିଆଙ୍କୁ ବିଜୟୀ କରିବେ ବୋଲି ଶ୍ରୀ ସାଏ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ।

ଏହି ଦଳରେ ଲୋକତନ୍ତ୍ର, ନିୟତ, ନୀତି, ସିଦ୍ଧାନ୍ତ, ବିଚାରଧାର ରହିଛି । କଂଗ୍ରେସ ଦଳ ଭଳି ବିଜେପିରେ ପରିବାରବାଦ ନାହିଁ । ମୋ ଭଳି ଜଣେ ସାମାନ୍ୟ ଚାଷୀ ପରିବାରରୁ ଆସିଥିବା ସାଧାରଣ ଲୋକଟି ୩ ଥର ବିଧାୟକ, ୪ ଥର ସାଂସଦ, ୩ ଥର ରାଜ୍ୟ ସଭାପତି ଏବଂ ମୋଦି ସରକାରର ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ହୋଇଛି ବୋଲି ଶ୍ରୀ ସାଏ କହିଛନ୍ତି ।

ଜଣେ ଗରୀବ ହିଁ ଅନ୍ୟ ଜଣେ ଗରୀବର ଦୁଃଖକୁ ବୁଝିଥାଏ । ସାମାନ୍ୟ ଓ ଗରୀବ ପରିବାରରୁ ଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଶାସନକୁ ଆସିବା ପରେ “ମୋ ସରକାର ଗରୀବଙ୍କ ପାଇଁ ସମର୍ପିତ” ବୋଲି କହିଥିଲେ ଏବଂ ପ୍ରଥମ ଦିନରୁ ଗରୀବଙ୍କ କଲ୍ୟାଣ ଓ ଉଥାନ ପାଇଁ ଅନେକ କଲ୍ୟାଣକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ କରିଛନ୍ତି । ଶୈାଚାଳୟ, ପକ୍କାଘର, ମାଗଣା ରାସନ, ବିଜୁଳି ଭଳି ମୈାଳିକ ସମସ୍ୟାର ସମାଧାନ କରିପାରିଛନ୍ତି । ଆଦିବାସୀଙ୍କୁ ସମ୍ମାନ ଦେବା ସହିତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ।

ଆଦିବାସୀ ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଛନ୍ତି । ଭାରତୀୟ ଜନତା ପାର୍ଟିରେ ଜୟ ଢୋଲକିଆ ଆସିଛନ୍ତି ଆପଣଙ୍କ ସେବା କରିବା ପାଇଁ । ବିଧାୟକ ହେବା ପରେ କେନ୍ଦ୍ର ଓ ରାଜ୍ୟରୁ ପଇସା ଆଣି ଜୟ ଢୋଲକିଆ ନୂଆପଡା ଏବଂ ଅଂଚଳବାସୀଙ୍କ ସାମଗ୍ରିକ ବିକାଶ କରିବେ ବୋଲି ଶ୍ରୀ ସାଏ କହିଛନ୍ତି ।

ଏହି ବିଶାଳ ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ସମୀର ମହାନ୍ତି, ରାୟପୁର ବିଧାୟକ ପୁରନ୍ଦର ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Nuapada Byelection Nyapada Bypoll ନୂଆପଡା ଉପନିର୍ବାଚନ ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Latest News

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.