Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବନ୍ଦେ ମାତରମକୁ 150 ବର୍ଷ
ବିଶେଷ ଖବର

ବନ୍ଦେ ମାତରମକୁ 150 ବର୍ଷ

November 7, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର
ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର 7, 2025 ତାରିଖରେ ଭାରତର ଜାତୀୟ ଗୀତ ବନ୍ଦେ ମାତରମକୁ 150 ବର୍ଷ ପୂରଣ ହେଉଛି। ଏହି ଗୀତର ଅର୍ଥ ହେଉଛି ମା’ଙ୍କ ବନ୍ଦନା। ଏହି ଗୀତ ଅଗଣିତ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ର ନିର୍ମାତାଙ୍କ ପିଢ଼ିକୁ ଅନୁପ୍ରାଣିତ କରିବା ସହିତ ଭାରତର ଜାତୀୟ ପରିଚୟ ଏବଂ ସାମୂହିକ ଭାବନାରେ ପରିଣତ ହୋଇଛି।  ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତ 7 ନଭେମ୍ବର 1875ରେ ପ୍ରଥମ ଥର ପାଇଁ ବଙ୍ଗଦର୍ଶନ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ପରେ 1882ରେ ପ୍ରକାଶିତ ନିଜ ଉପନ୍ୟାସ ‘ଆନନ୍ଦମଠ’ରେ ଶ୍ରୀ ଚାଟାର୍ଜୀ ଏହାକୁ ବ୍ୟବହାର କରିଥିଲେ। ରବୀନ୍ଦ୍ର ନାଥ ଠାକୁର ଏହି ଗୀତକୁ ସ୍ୱର ଦେଇଥିଲେ। ଏହା ଅନେକ ବର୍ଷ ଧରି ଭାରତର ସଭ୍ୟତାଗତ, ରାଜନୈତିକ ଏବଂ ସାଂସ୍କୃତିକ ଚେତନାର ଅଭିନ୍ନ ଅଙ୍ଗ ହୋଇଆସିଛି।

ବନ୍ଦେ ମାତରମ୍‌ର ଇତିହାସ ସାହିତ୍ୟ, ଜାତୀୟତାବାଦ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ଯୋଡ଼ିଆସିଛି। 16 ଏପ୍ରିଲ 1907ରେ ଇଂରାଜୀ ଦୈନିକ ବନ୍ଦେ ମାତରମରେ ଶ୍ରୀ ଅରବିନ୍ଦ ଏ ଗୀତର ଗୋଟିଏ ଅଂଶକୁ ପ୍ରକାଶ କରିଥିଲେ। ଏଥିରେ ସେ ଗୀତର ରଚନା ଏବଂ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ।  1907ରେ ମାଡାମ୍‌ ଭିକାଜୀ କାମ ପ୍ରଥମ ଥର ପାଇଁ ଭାରତ ବାହାରେ ବର୍ଲିନରେ ଉତ୍ତୋଳନ କରିଥିବା ତିରଙ୍ଗାରେ ବନ୍ଦେ ମାତରମ୍‌ ଲେଖାକୁ ସ୍ଥାନ ଦେଇଥିଲେ।

ବନ୍ଦେ ମାତରମ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ (1838–1894) ଉନବିଂଶ ଶତାବ୍ଦୀର ବଙ୍ଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ସେ ଜଣେ ଔପନ୍ୟାସିକ, କବି ଏବଂ ପ୍ରାବନ୍ଧିକ ରୂପେ ବଙ୍ଗୀୟ ବୌଦ୍ଧିକ ଏବଂ ସାହିତ୍ୟିକ ଇତିହାସରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଯାଇଛନ୍ତି। ତାଙ୍କର ଯୋଗଦାନ ଭାରତୀୟ ଜାତୀୟବାଦର ଉଦ୍ରେକକୁ ପ୍ରଭାବିତ କରିଥିଲା।

ଅକ୍ଟୋବର 1905ରେ ଉତ୍ତର କଲିକତାରେ ବନ୍ଦେ ମାତରମ ସମ୍ପ୍ରଦାୟ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମାତୃଭୂମିକୁ ଏକ ଲକ୍ଷ୍ୟ ଏବଂ ଧାର୍ମିକ ଉତ୍ସାହ ରୂପେ ପ୍ରୋତ୍ସାହିତ କରିବା। ଏହାର ସଦସ୍ୟମାନେ ପ୍ରତ୍ୟେକ ଦିନ ପ୍ରଭାତ ଫେରୀ ସମୟରେ ବନ୍ଦେ ମାତରମ ଗୀତ ଗାଉଥିଲେ। ଏହି ପ୍ରଭାତ ଫେରୀରେ ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବେଳେବେଳେ ଯୋଗ ଦେଉଥିଲେ।

20 ମଇ 1906ରେ ବରିସଲ (ବର୍ତ୍ତମାନର ବାଂଲାଦେଶ)ରେ ଅଭୂତପୂର୍ବ ବନ୍ଦେ ମାତରମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଏଥିରେ ହିନ୍ଦୁ ଓ ମୁସଲିମଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେହି ବର୍ଷ ବନ୍ଦେ ମାତରମ ପତ୍ରିକାର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ବିପିନ ଚନ୍ଦ୍ର ପାଲ। ଶ୍ରୀ ଅରବିନ୍ଦ ପରବର୍ତ୍ତୀ କାଳରେ ଏହାର ଯୁଗ୍ମ ସମ୍ପାଦକ ରୂପେ ଯୋଗ ଦେଇଥିଲେ। ଏହା ପ୍ରଭାବୀ ସମ୍ପାଦକୀୟ ଜରିଆରେ ଭାରତର ଜାଗରଣର ଉପକରଣ ପାଲଟିଥିଲା।  ବନ୍ଦେ ମାତରମ ଗୀତ ଓ ସ୍ଲୋଗାନର ପ୍ରଭାବ ବୃଦ୍ଧି ପାଉଥିବା ଦେଖି ବ୍ରିଟିଶ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ପଦକ୍ଷେପ ନେଇଥିଲେ। ଏହାର ବୋଲିବା କିମ୍ବା ଉଚ୍ଚାରଣ କରିବା, ଶିକ୍ଷାନୁଷ୍ଠାନରେ ଏହାର ଆବୃତ୍ତି ଉପରେ କଟକଣା ଲାଗି କରାଯାଇଥିଲା ଏବଂ ରାଜନୈତିକ ବିପ୍ଳବରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଉପରେ କଟକଣା ଲାଗି କରାଯାଇଥିଲା। ବନ୍ଦେ ମାତରମ ଉଚ୍ଚାରଣ କରିବା କାରଣରୁ ନଭେମ୍ବର 1905ରେ ବଙ୍ଗର ରଙ୍ଗପୁରରେ 200 ଛାତ୍ରଛାତ୍ରୀଙ୍କ ଉପରେ ଜୋରିମାନା ଲାଗୁ କରାଯାଇଥିଲା।  1906ରେ ମହାରାଷ୍ଟ୍ର ଧୂଲିଆରେ ଆୟୋଜିତ ଏକ ସଭା ଏବଂ 1908ରେ କର୍ଣ୍ଣାଟକର ବେଲଗାମରେ ବନ୍ଦେ ମାତରମ ଗାଇବା ପାଇଁ ଲୋକଙ୍କ ଉପରେ ବ୍ରିଟିଶ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ସ୍ୱାଧୀନତା ଆନ୍ଦୋଳନ ସମୟରେ ବନ୍ଦେ ମାତରମ ଭାରତର ସଂଗ୍ରାମୀ ଗୀତ ପାଲଟିଥିଲା।  ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଏହା ବିପ୍ଳବର ବହ୍ନି ଜାଳିଥିଲା। ଜାତି, ଧର୍ମ ଏବଂ ଭାଷା ନିର୍ବିଶେଷରେ ଏହା ସବୁ ଭାରତୀୟଙ୍କୁ ଏକତ୍ରିତ କରିଥିଲା। ରାଜନୈତିକ ସଭା, ଶୋଭାଯାତ୍ରା, ଆନ୍ଦୋଳନ ଆଦିରେ ଏହା ପ୍ରେରଣାର ଗୀତ ପାଲଟିଥିଲା। ଏହା କେବଳ ବିଦ୍ରୋହ ପାଇଁ ପ୍ରେରଣା ଦେଇନଥିଲା ବରଂ ସାଂସ୍କୃତିକ ଗୌରବ ଏବଂ ଆଧ୍ୟାତ୍ମିକ ଉତ୍ସାହକୁ ଜାଗ୍ରତ କରିବା ସହିତ ଭାରତର ସ୍ୱାଧୀନତା ପାଇଁ ମୂଳଦୁଆକୁ ମଜବୁତ କରିଥିଲା।

1896 ମସିହାରେ କଲିକତାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ରବିନ୍ଦ୍ର ନାଥ ଠାକୁର ପ୍ରଥମେ ଏହାକୁ ଗାଇଥିଲେ। 1905ରେ ବଙ୍ଗ ଭଙ୍ଗ ଆନ୍ଦୋଳନ ଏବଂ ସ୍ୱଦେଶୀ ଆନ୍ଦୋଳନ ସମୟରେ ବଙ୍ଗରେ ଏହି ଗୀତ ଓ ସ୍ଲୋଗାନର ଲୋକପ୍ରିୟତା ବଢ଼ିଥିଲା। ସେହିବର୍ଷ କଂଗ୍ରେସର ବାରଣାସୀ ଅଧିବେଶନରେ ବନ୍ଦେ ମାତରମଙ୍କୁ ସର୍ବଭାରତୀୟ ସମାରୋହ ପାଇଁ ଗୀତ ରୂପେ ଗ୍ରହଣ କରାଯାଇଥିଲା। 1906ରେ ନବଗଠିତ ପୂର୍ବ ବଙ୍ଗ ପାଇଁ ବରିସଲରେ ଆୟୋଜିତ ବଙ୍ଗ କ୍ଷେତ୍ରୀୟ ସମ୍ମିଳନୀରେ ବନ୍ଦେ ମାତରମକୁ ନିଷିଦ୍ଧ କରାଯାଇଥିଲା। 1907ରେ ଲାହୋରଠାରେ ଯୁବ ଆନ୍ଦୋଳନକାରୀମାନେ ବନ୍ଦେ ମାତରମର ସ୍ଲୋଗାନ ଦେଇ ରାୱଲପିଣ୍ଡିରେ ସ୍ୱଦେଶୀ ନେତାମାନଙ୍କର ଗିରଫଦାରୀକୁ ବିରୋଧ କରିଥିଲେ। 1908 ମସିହା ଫେବୃଆରୀ 27 ତାରିଖରେ ତାମିଲନାଡ଼ୁର ଟୁଟିକୋରିନ ଠାରେ କୋରାଲ ମିଲ୍ସର ହଜାର ହଜାର ଶ୍ରମିକ କମ୍ପାନୀ ବିରୋଧରେ ଏକତ୍ର ବିଦ୍ରୋହ ପ୍ରଦର୍ଶନ ଲାଗି ବନ୍ଦେ ମାତରମ୍‌ ନାରା ଲଗାଇଥିଲେ। ଜୁନ୍‌ 1908ରେ ହଜାର ହଜାର ଲୋକ ଲୋକମାନ୍ୟ ତିଲକଙ୍କ ଶୁଣାଣି ସମୟରେ ବମ୍ବେ ପୁଲିସ କୋର୍ଟ ବାହାରେ ବନ୍ଦେ ମାତରମ ଗୀତ ଗାଇଥିଲେ। ଏହାପରେ 21 ଜୁନ୍‌ 1914ରେ ତିଲକଙ୍କୁ ପୁଣେ ଠାରେ ବନ୍ଦେ ମାତରମ ନାରା ଦେଇ ସ୍ୱାଗତ କରାଯାଇଥିଲା।

ସମ୍ବିଧାନ ସଭା ଜନ ଗଣ ମନ ଏବଂ ବନ୍ଦେ ମାତରମ୍ ଉଭୟକୁ ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିବା ଉପରେ ସମ୍ପୂର୍ଣ୍ଣ ଏକମତ ଥିଲା ଏବଂ ଏହି ପ୍ରସଙ୍ଗରେ କୌଣସି ବିତର୍କ ହୋଇନଥିଲା। 24 ଜାନୁଆରୀ 1950ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ଜନ ଗଣ ମନ ପରି ସମାନ ମାନ୍ୟତା ପାଇବା ଉଚିତ ଏବଂ ସମାନ ଭାବରେ ସମ୍ମାନିତ ହେବା ଉଚିତ। ଏହାକୁ ଆଧାର କରି ସ୍ୱାଧୀନ ଭାରତର ଜାତୀୟ ସଙ୍ଗୀତ ଭାବରେ ରବୀନ୍ଦ୍ରନାଥ ଟାଗୋରଙ୍କ ‘ଜନ-ଗଣ-ମନ’କୁ ଗ୍ରହଣ କରାଯାଇଥିଲା ଏବଂ ବଙ୍କିମ ଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍’କୁ ‘ଜନ-ଗଣ-ମନ’ ସହିତ ସମାନ ମର୍ଯ୍ୟାଦା ଦେଇ ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା।

ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାକୁ ସମ୍ମାନ ଦେବା ଲାଗି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।  ଭାରତ ସରକାର 4ଟି ପର୍ଯ୍ୟାୟରେ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ପାଳନ କରିବେ। ପ୍ରଥମ ପର୍ଯ୍ୟାୟ 2025 ନଭେମ୍ବର 7ରୁ 14 ତାରିଖ, ଦ୍ୱିତୀୟ ପର୍ଯ୍ୟାୟ 2026 ଜାନୁଆରୀ 19ରୁ 26 ତାରିଖ, ତୃତୀୟ ପର୍ଯ୍ୟାୟ ଅଗଷ୍ଟ 7ରୁ 15 ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ନଭେମ୍ବର 1ରୁ7 ପର୍ଯ୍ୟନ୍ତ ଆୟୋଜନ କରାଯିବ। 7 ନଭେମ୍ବର 2025ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାପରେ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆକାଶବାଣୀ, ଦୂରଦର୍ଶନ, ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଜାତୀୟ ଗୀତ ବନ୍ଦେ ମାତରମ ରବୀନ୍ଦ୍ର ନାଥ ଠାକୁର ସମ୍ବିଧାନ ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.