Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା
ବିଶେଷ ଖବର

୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

November 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା
୮୪ତମ ଭାରତୀୟ ସଡକ କଂଗ୍ରେସ ଉଦ୍‍ଘାଟିତ: ଓଡିଶା ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦ୍‍ଘାଟନ ହୋଇଯାଇଛି।
ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ଏଥି ସହିତ ସେ କହିଥିଲେ ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ କରାଯାଉଛି। ତେଣୁ, ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଥିଲେ।
ଉଦ୍‍ଘାଟନୀ ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ କହିଥିଲେ ଯେ, ଭାରତୀୟ ସଡକ କଂଗ୍ରେସ ହେଉଛି ଭାରତୀୟ ରୋଡ ଇଞ୍ଜିନିୟରିଙ୍ଗ୍ ର ଆତ୍ମା । ଏହି ସମାବେଶ ହେଉଛି ସଡକ ଭିତ୍ତିଭୂମି ନିର୍ମାଣ, ଗବେଷଣା, ଇଞ୍ଜିନିୟରିଙ୍ଗ୍ ଓ ଇନୋଭେସନ୍ ପାଇଁ ଏକ Knowledge Platform.
ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଡକ ନିର୍ମାଣ କ୍ଷେତ୍ରରେ ଦେଶ ଆଜି ଅଗ୍ରଗତି କରିଛି, ଯାତାୟତ ସମୟ ହ୍ରାସ ପାଇଛି। ଆଗାମୀ କିଛି ଦିନ ଭିତରେ ଭାରତ ସଡକ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଦେଶବ୍ୟାପୀ ଉନ୍ନତ ମାନର ସଡକ ନିର୍ମାଣ ପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି।
ସେ ପୁଣି କହିଥିଲେ ଆମେ ଟେକ୍ନୋଲୋଜି ବ୍ୟବହାର କରି ଉତ୍ତମ ମାନର ସଡକ ନିର୍ମାଣ ପାଇଁ ପ୍ରୟାସ କରୁଛୁ। ଏଥିପାଇଁ ବିଶ୍ୱସ୍ତରୀୟ DPR ପ୍ରସ୍ତୁତି କରିବା ଆବଶ୍ୟକତା ରହିଛି। ନିଜ ନିଜ ଭିତରେ Best Practices, Research & Innovation କୁ ବିନିମୟ କରି ଭାରତର ନିର୍ମାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଆମ ଭବିଷ୍ୟତର ଇନ୍ଧନ ହେଉଛି- ହାଇଡ୍ରୋଜେନ୍ । ସେଥିପାଇଁ ଆମେ ଦେଶରେ ଗ୍ରୀନ ହାଇଡ୍ରୋଜେନ୍ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛୁ। ସଡକ ନିର୍ମାଣ କ୍ଷେତ୍ରରେ ସଡକ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନୀ ଉଦ୍‍‌ବୋଧନ ଦେଇ କହିଥିଲେ ଯେ,  ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ୱ ନେବା ଠାରୁ ସଡକ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଆସିଛି। ପ୍ରଧାନମନ୍ତ୍ରୀଙ୍କ ଦିଗ୍‍ଦର୍ଶନ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆଜି ଉତ୍ତମ ସଡକ ନିର୍ମାଣ କ୍ଷେତ୍ରରେ ଦେଶବ୍ୟାପୀ ବ୍ୟାପକ ପରିବର୍ତ୍ତନ ଆସିଛି। ସ୍ୱାଧୀନତା ପରଠାରୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ଅର୍ଥାତ୍ ମାତ୍ର ଦଶ ବର୍ଷରେ ୫୫ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯାଇଛି। ଦେଶରେ ବିଶ୍ୱସ୍ତରୀୟ ସଡକ ନିର୍ମାଣର ଅଗ୍ରଗତି ସମ୍ଭବ ହୋଇଛି କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ କାର୍ଯ୍ୟଦକ୍ଷତା ଓ ଦୂରଦୃଷ୍ଟୀ ଚିନ୍ତାଧାରା ଯୋଗୁ।
ସେ ପୁଣି କହିଥିଲେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମେ ଓଡିଶାର ଅର୍ଥନୀତିକୁ ମଜବୁତ୍ କରୁଛୁ । ଏଥିପାଇଁ ଆମ ସରକାର ବନ୍ଦର, ସଡକ, ରେଳ ଏବଂ ବିମାନ ପରିବହନ କ୍ଷେତ୍ରର ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛି। Odisha State Road Policy-2025 ଏବଂ Odisha State Highways Authority Act-2025 କରାଯାଇଛି। ସମୃଦ୍ଧ ଓଡିଶା ଗଠନ ପାଇଁ “ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ” ପ୍ରସ୍ତୁତ କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ୧୩ ହଜାର ୬୯ କୋଟି ଟଙ୍କାର ଜାତୀୟ ରାଜପଥ ମଞ୍ଜୁର କରିଛନ୍ତି। କେନ୍ଦ୍ର ରାଜପଥ ମନ୍ତ୍ରୀଙ୍କ ଦ୍ୱାରା ୪ ହଜାର କୋଟି ଟଙ୍କାର ୧୯ଟି ସଡକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୧୩ଟି ପ୍ରକଳ୍ପ ପାଇଁ ୯ ହଜାର କୋଟି ଟଙ୍କା ମଧ୍ୟ ସେ ପୂର୍ବରୁ ମଞ୍ଜୁର କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ମଧ୍ୟରେ ଆମ ସରକାର ୭୫ ହଜାର କିଲୋମିଟର ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଓଡିଶାର ସଡକ ଗୁଡିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡିଶାର ବିକାଶକୁ ଆହୁରି ତୀବ୍ର କରିବ।
ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶରେ ଜାତୀୟ ରାଜପଥର ବିକାଶରେ ଭାରତୀୟ ସଡକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡିଶାରେ ଏହି ଭଳି ସମ୍ମାନଜନକ ଆୟୋଜନ ଆମ ପାଇଁ ଗୌରବର କଥା। ଏହି ସମାବେଶରୁ ଯେଉଁ ନିଷ୍କର୍ଷ ଏବଂ ନୂଆ ଚିନ୍ତାଧାରା ବାହାରିବ, ସେଗୁଡିକ ଆମ ଦେଶର ସଡକ ନିର୍ମାଣ କ୍ଷେତ୍ରକୁ ସୁଦୃଢ କରିବାରେ ସାହାଯ୍ୟ କରିବ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ସଡକ ନିର୍ମାଣ କ୍ଷେତ୍ରରେ ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ବିଶ୍ୱସ୍ତରୀୟ ଚିନ୍ତାଧାରା ନେଇ କାମ କରିବାକୁ ପଡିବ। ଆୟୋଜିତ ଭାରତୀୟ ସଡକ କଂଗ୍ରେସ ଗୁଣାତ୍ମକ ସଡକ ନିର୍ମାଣରେ ବୈଷୟିକ ସହାୟତା ଦେବ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସଡକ ନିର୍ମାଣ, ଗବେଷଣା ଓ ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଓ ଅବଦାନ ରଖିଥିବା ବ୍ୟକ୍ତି ବିଶେଷମାନଙ୍କ ସମ୍ମାନୀତ କରାଯାଇଥିଲା ଏବଂ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା।
 ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ସଡକ କଂଗ୍ରେସର ସଭାପତି ପ୍ରଫେସର ମନୋରଞ୍ଜନ ପରିଡା, ମହାସଚିବ ରାହୁଲ ଗୁପ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସମାବେଶକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ନିତିନ ଜୟରାମ ଗଡକରୀ ଭାରତୀୟ ସଡକ କଂଗ୍ରେସ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026
Latest News

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ: ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

January 11, 2026

ଶୀତଦିନେ କରିପାରୁନାହାନ୍ତି କି ମର୍ଣ୍ଣିଂ ୱାକ୍?, ଗ୍ରହଣ କରନ୍ତୁ ଏହି ପଦକ୍ଷେପ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.