Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆପଡା ଉପନିର୍ବାଚନ ପ୍ରଚାର ବେଳେ ଅରୁଣ ସାହୁ କହିଲେ ବିଜେପି ରାଜ୍ୟରେ ଭଲ କାମ କରିଛି
ବିଶେଷ ଖବର

ନୂଆପଡା ଉପନିର୍ବାଚନ ପ୍ରଚାର ବେଳେ ଅରୁଣ ସାହୁ କହିଲେ ବିଜେପି ରାଜ୍ୟରେ ଭଲ କାମ କରିଛି

November 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ ପ୍ରଚାର ବେଳେ ଅରୁଣ ସାହୁ କହିଲେ ବିଜେପି ରାଜ୍ୟରେ ଭଲ କାମ କରିଛି

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ରହିଲା। ଫଳରେ ତିନିଦଳର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି। ପ୍ରଚାର ମଇଦାନରେ ଉଭୟ ବିଜେଡି ବିଜେପି ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି କରିବାରେ ଲାଗିଛନ୍ତି। ଏହି ପ୍ରଚାର ବେଳେ ଅରୁଣ ସାହୁ କହିଲେ ନୂଆପଡାରେ ବିଜେପି ଜିତିବ। ଓଡିଶାରେ ବିଜେପି ଦେଢ ବର୍ଷ ମଧ୍ୟରେ ବେଶ ଭଲ କାମ କରିଛି। ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି। ତେଣୁ ନୂଆପଡାର ଲୋକେ ଜୟ ଢୋଲକିଆଙ୍କୁ ବିଜୟ କରିବାକୁ ନିଶ୍ଚିତ କରିଛନ୍ତି। ତେବେ ଏହି ଅରୁଣ ସାହୁ ହେଉଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ତଥା ଛତିଶଗଡର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ। ଗତକାଲି ସେ ନୂଆପଡାର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ।

ସେ କହିଛନ୍ତି ଯେ, ଓଡିଶାରେ ମାତ୍ର ୧୬ ମାସ ଭିତରେ ବିଜେପି ସରକାର ନିଜେ ଦେଇଥିବା ୨୧ ଟି ପ୍ରତିଶୃତି ମଧ୍ୟରୁ ୧୧ ଟି ପୂରଣ ହୋଇସାରିଛି । ସୁଭଦ୍ରା ଯୋଜନାରେ ମାଁ ଓ ଭଉଣୀଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଏବଂ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରି ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରିଛି ବିଜେପି ସରକାର ।

ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ପ୍ରତି ନୂଆପଡାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି । ଗତ ଦୁଇ ଦିନ ଧରି ନୂଆପଡାର ଜେଂଜରା, ଡୁମେରପାନି, ପରସଖୋଲ, ତନବତ୍ ଗାଁକୁ ପ୍ରଚାରରେ ଯାଇ ଅଂଚଳବାସୀଙ୍କ ବିଜେପି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଏବଂ ସକରାତ୍ମକ ବାତାବରଣ ଦେଖିଛି ଏବଂ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଲାଭ କରିବେ ବୋଲି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Nuapada Byelection ଅରୁଣ ସାହୁ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.