Nuapada Voting: ଆଜି ସକାଳୁ ନୂଆପଡାରେ ଭୋଟଦାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା କେଉଁଠାରେ କିଛି ଅପ୍ରିତିକର ପରିସ୍ଥିତି ଉପୁଜି ନାହିଁ। ଶାନ୍ତ ଶୃଙ୍ଖଳାର ସହିତ ଚାଲିଛି ମତଦାନ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ନୂଆପଡା ଉପନିର୍ବାଚନରେ ସକାଳ ୯ ଟା ସୁଦ୍ଧା ମତଦାନ ହାର ୧୪.୯୯ % ରହିଛି। ଲୋକମାନେ ଭୋଟ ଦେବା ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବାର ଲକ୍ଷ୍ୟ କରାଯାଇଛି।

ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମେ ଇଭିଏମ ଯାଞ୍ଚ ପରେ ଏହି ପକ୍ରିୟା ଆରମ୍ଭ କରାଯାଇଥିଲା। ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଭୋଟରମାନେ ମୋଟ ୩୫୮ ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି। ଏହାମଧ୍ୟରେ ୪୭ଟି ସମ୍ବେଦନଶୀଳ ବୁଥ୍ ଥିବା ବେଳେ ୮ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି। ଏହି ଆଠଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ରହିଛି।


