Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିନା ସମ୍ବିଧାନ ସଂଶୋଧନରେ ଗୋଟେ ରାଜ୍ୟକୁ ଯଦି ରାତାରାତି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ, ତାହେଲେ ସମ୍ବିଧାନ ଓ ସଂସଦର ଆବଶ୍ୟକତା କଣ?
ବିଶେଷ ଖବର

ବିନା ସମ୍ବିଧାନ ସଂଶୋଧନରେ ଗୋଟେ ରାଜ୍ୟକୁ ଯଦି ରାତାରାତି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ, ତାହେଲେ ସମ୍ବିଧାନ ଓ ସଂସଦର ଆବଶ୍ୟକତା କଣ?

August 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଲୋକ ବହୁତ ଖୁସି, କାରଣ ସମ୍ବିଧାନର ଧାରା ୩୭୦କୁ ସରକାର ଉଠାଇନେଲେ। ପ୍ରଥମଥର ଆମେ ଦେଖିଲୁ ବିନା ସମ୍ବିଧାନ ସଂଶୋଧନରେ, ବିନା ଭୋଟରେ ଗୋଟେ ସାମ୍ବିଧାନିକ ଧାରାକୁ ଲିଭେଇ ଦିଆଗଲା। ଏହା କେତେଦୂର ଆଇନ ସମ୍ମତ ତାହା ଆଗାମୀ ଦିନରେ ସୁପ୍ରିମ କୋର୍ଟରେ ନିର୍ଦ୍ଧାରିତ ହେବ। ତେବେ ସବୁଠୁ ବଡକଥା ହେଉଛି, ଗୋଟେ ରାଜ୍ୟକୁ ବିନା ବିତର୍କ, ବିନା ବିଧାନସଭାର ପ୍ରସ୍ତାବ, ବିନା ଲୋକ ସମର୍ଥନରେ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ କି? ଭାରତରେ ଆଜି ପର୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଉଥିଲେ। ପ୍ରଥମଥର ଲାଗି ଗୋଟେ ରାଜ୍ୟର ସଙ୍ଘୀୟ ଅଧିକାରକୁ ସେ ରାଜ୍ୟର ବିଧାନସଭାର ଅନୁପସ୍ଥିତିରେ କ୍ଷୁଣ୍ଣ କରାଯାଇଛି। ଜମ୍ମୁ-କାଶ୍ମୀରକୁ ରାଜ୍ୟ ମର୍ୟାଦାରୁ ବାଦ ଦେବା ଓ ସେଠିକାର ସଙ୍ଘୀୟ ଅଧିକାରକୁ ଭାଙ୍ଗି ଆମେ କି ବାର୍ତ୍ତା ଦେଇଛୁ? ଏ ପ୍ରକାର ନିଷ୍ପତ୍ତି ଆମେ ଯେ ଗଣତାନ୍ତ୍ରିକ ଉପାୟରେ ନେଇଛୁ, ତାହା କୁହାଯାଇପାରିବ ନାହିଁ।

କାଶ୍ମୀର ସମ୍ପର୍କରେ ରାଷ୍ଟ୍ରପତି ଯେତେବେଳେ ନିଷ୍ପତ୍ତି ନେଉଛନ୍ତି, କାଶ୍ମୀର ସେତେବେଳେ ଘୋର ଅନ୍ଧାରରେ। କାଶ୍ମୀରରେ ଟେଲି ଯୋଗାଯୋଗ ନାହିଁ। ଟେଲିଭିଜନ ସିଗନାଲ ନାହିଁ। ଗଣମାଧ୍ୟମର କୌଣସି ପ୍ରତିନିଧି କିଛି ଜାଣନ୍ତି ନାହିଁ। ସାତ ଲକ୍ଷ ସେନାବାହିନୀଙ୍କ କବଳରେ ପୂରା କାଶ୍ମୀର ଗୃହବନ୍ଦୀ। ସବୁ ରାଜନୈତିକ ଦଳର ନେତାମାନଙ୍କୁ ନଜରବନ୍ଦି କରି ରଖାଯାଇଛି। ଆଉ ସେତେବେଳେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ନିଷ୍ପତ୍ତି ନେଉଛି ଯେ, କାଶ୍ମୀର ଆଉ ରାଜ୍ୟ ନୁହେଁ, ଏହା କେବଳ ଏକ କେନ୍ଦ୍ର ଶାସିତ ଅଞ୍ଚଳ।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଆଞ୍ଚଳିକ ଅସ୍ମିତାର ବାହାସ୍ଫୋଟ ମାରୁଥିବା, ଆଞ୍ଚଳିକ ଦଳ ଗୁଡିକ ସରକାରର ସଙ୍ଘୀୟ ବ୍ୟବସ୍ଥା ବିରୋଧୀ ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଆଜି କାଶ୍ମୀରରେ ଯାହା ଘଟିଛି, ତାହା କାଲି ଓଡିଶା ବା କେରଳରେ ମଧ୍ୟ ଘଟିପାରେ। କୌଣସି ବି ରାଜ୍ୟକୁ କେନ୍ଦ୍ର ସରକାର ବିନା ସମ୍ବିଧାନ ସଂଶୋଧନ ପ୍ରସ୍ତାବରେ କେନ୍ଦ୍ର ଶାସିତ ଅଞ୍ଚଳ କରିଦେଇପାରନ୍ତି। ଯେଉଁ ରାଜ୍ୟରେ କେନ୍ଦ୍ରରେ ଶାସନ କରୁଥିବା ଦଳ ପ୍ରତି ସମର୍ଥନ ନାହିଁ, ସେ ରାଜ୍ୟ ହଠାତ କେନ୍ଦ୍ର ଶାସିତ ହେବାରେ ଆଉ ଅସୁବିଧା ନାହିଁ। ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ଓଡିଶାର ବିଜୁ ଜନତା ଦଳ, ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି ଓ ଦିଲ୍ଲୀର ଆମ ଆଦମି ପାର୍ଟି କୁ ଭବିଷ୍ୟତରେ ଏଥିପାଇଁ ଯଥେଷ୍ଟ ମୂଲ୍ୟ ଦେବାକୁ ପଡିବ।

କାଶ୍ମୀରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର କି ପ୍ରଭାବ ପଡିବ ଓ ଏହି ନିଷ୍ପତ୍ତି ଜାଣିଲା ପରେ କାଶ୍ମୀରବାସୀ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବେ, ତାହା ସହଜରେ କହିହେବ ନାହିଁ। କାଶ୍ମୀର ଆଜି ପୂରା ଭାରତଠୁ ବିଚ୍ଛିନ୍ନ ହୋଇ ରହିଛି। ସେଠି କଣ ଘଟୁଛି,ତାହା ଜାଣିବାର ସୁଯୋଗ କାହା ପାଖରେ ନାହିଁ। ଗୋଟେ ରାଜ୍ୟକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ଆମେ କହୁଛୁ, ଆଜି ବାସ୍ତବରେ କାଶ୍ମୀର ଆମ ସହିତ ମିଶିଲା। ଓଡିଶାର ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ୟ ବଡ ଗଦ ଗଦ ହୋଇ କହିଲେ- ଯା’ ହେଉ, ଆଜି ପ୍ରଥମଥର ଲାଗି କାଶ୍ମୀର ଭାରତ ସହ ପ୍ରକୃତ ଅର୍ଥରେ ମିଶିଲା। ଏହାର ଅର୍ଥ କଣ, ଗତ ୭୦ ବର୍ଷ ଧରି କାଶ୍ମୀର ଆମର ନଥିଲା?

ସଙ୍ଘୀୟ ବ୍ୟବସ୍ଥା କାଶ୍ମୀରରେ ଉଲ୍ଲଂଘନ ହେଲାବେଳେ ଯେଉଁମାନେ ତାଳି ମାରୁଛନ୍ତି, ସେମାନେ ମନେ ରଖନ୍ତୁ, ଦିନେ ଏ ଅବସ୍ଥା ତାଙ୍କ ପାଇଁ ମଧ୍ୟ ଆସିପାରେ। ଅର୍ଥନୈତିକ ସ୍ଵାତନ୍ତ୍ର୍ୟ ଓ ରାଜ୍ୟ ପାଇଁ ଅଧିକ କ୍ଷମତା ଦାବି କରୁଥିବା ବିଜେଡି ଓ ଆପ ଭଳି ଦଳଗୁଡିକ ଏହି ପ୍ରସ୍ତାବକୁ ସମର୍ଥନ କରି ନିଜ ଗୋଡରେ କୁରାଢି ମାରିଛନ୍ତି, ଏକଥା ସେମାନେ ଲେଖିକି ରଖିଥାନ୍ତୁ।

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

“ବେଇମାନ ଓ ଚୋରୀ” କୁ ନେଇ ନୂଆପଡାରେ ବିଜେପି ସଭାପତି ମନମୋହନ ସାମଲ କହିଲେ.. 

November 9, 2025

ସରିଲା ନୁଆପଡା ଉପନିର୍ବାଚନ ପ୍ରଚାର, ଏବେ ଅନ୍ଧାରୀ ବିଜେ, ହେଲିକାପ୍ଟରରେ ଯିବେ ପୁଲିଂ ପାର୍ଟି

November 9, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.