Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିନା ସମ୍ବିଧାନ ସଂଶୋଧନରେ ଗୋଟେ ରାଜ୍ୟକୁ ଯଦି ରାତାରାତି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ, ତାହେଲେ ସମ୍ବିଧାନ ଓ ସଂସଦର ଆବଶ୍ୟକତା କଣ?
ବିଶେଷ ଖବର

ବିନା ସମ୍ବିଧାନ ସଂଶୋଧନରେ ଗୋଟେ ରାଜ୍ୟକୁ ଯଦି ରାତାରାତି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ, ତାହେଲେ ସମ୍ବିଧାନ ଓ ସଂସଦର ଆବଶ୍ୟକତା କଣ?

August 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଲୋକ ବହୁତ ଖୁସି, କାରଣ ସମ୍ବିଧାନର ଧାରା ୩୭୦କୁ ସରକାର ଉଠାଇନେଲେ। ପ୍ରଥମଥର ଆମେ ଦେଖିଲୁ ବିନା ସମ୍ବିଧାନ ସଂଶୋଧନରେ, ବିନା ଭୋଟରେ ଗୋଟେ ସାମ୍ବିଧାନିକ ଧାରାକୁ ଲିଭେଇ ଦିଆଗଲା। ଏହା କେତେଦୂର ଆଇନ ସମ୍ମତ ତାହା ଆଗାମୀ ଦିନରେ ସୁପ୍ରିମ କୋର୍ଟରେ ନିର୍ଦ୍ଧାରିତ ହେବ। ତେବେ ସବୁଠୁ ବଡକଥା ହେଉଛି, ଗୋଟେ ରାଜ୍ୟକୁ ବିନା ବିତର୍କ, ବିନା ବିଧାନସଭାର ପ୍ରସ୍ତାବ, ବିନା ଲୋକ ସମର୍ଥନରେ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇପାରିବ କି? ଭାରତରେ ଆଜି ପର୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଉଥିଲେ। ପ୍ରଥମଥର ଲାଗି ଗୋଟେ ରାଜ୍ୟର ସଙ୍ଘୀୟ ଅଧିକାରକୁ ସେ ରାଜ୍ୟର ବିଧାନସଭାର ଅନୁପସ୍ଥିତିରେ କ୍ଷୁଣ୍ଣ କରାଯାଇଛି। ଜମ୍ମୁ-କାଶ୍ମୀରକୁ ରାଜ୍ୟ ମର୍ୟାଦାରୁ ବାଦ ଦେବା ଓ ସେଠିକାର ସଙ୍ଘୀୟ ଅଧିକାରକୁ ଭାଙ୍ଗି ଆମେ କି ବାର୍ତ୍ତା ଦେଇଛୁ? ଏ ପ୍ରକାର ନିଷ୍ପତ୍ତି ଆମେ ଯେ ଗଣତାନ୍ତ୍ରିକ ଉପାୟରେ ନେଇଛୁ, ତାହା କୁହାଯାଇପାରିବ ନାହିଁ।

କାଶ୍ମୀର ସମ୍ପର୍କରେ ରାଷ୍ଟ୍ରପତି ଯେତେବେଳେ ନିଷ୍ପତ୍ତି ନେଉଛନ୍ତି, କାଶ୍ମୀର ସେତେବେଳେ ଘୋର ଅନ୍ଧାରରେ। କାଶ୍ମୀରରେ ଟେଲି ଯୋଗାଯୋଗ ନାହିଁ। ଟେଲିଭିଜନ ସିଗନାଲ ନାହିଁ। ଗଣମାଧ୍ୟମର କୌଣସି ପ୍ରତିନିଧି କିଛି ଜାଣନ୍ତି ନାହିଁ। ସାତ ଲକ୍ଷ ସେନାବାହିନୀଙ୍କ କବଳରେ ପୂରା କାଶ୍ମୀର ଗୃହବନ୍ଦୀ। ସବୁ ରାଜନୈତିକ ଦଳର ନେତାମାନଙ୍କୁ ନଜରବନ୍ଦି କରି ରଖାଯାଇଛି। ଆଉ ସେତେବେଳେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ନିଷ୍ପତ୍ତି ନେଉଛି ଯେ, କାଶ୍ମୀର ଆଉ ରାଜ୍ୟ ନୁହେଁ, ଏହା କେବଳ ଏକ କେନ୍ଦ୍ର ଶାସିତ ଅଞ୍ଚଳ।

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଆଞ୍ଚଳିକ ଅସ୍ମିତାର ବାହାସ୍ଫୋଟ ମାରୁଥିବା, ଆଞ୍ଚଳିକ ଦଳ ଗୁଡିକ ସରକାରର ସଙ୍ଘୀୟ ବ୍ୟବସ୍ଥା ବିରୋଧୀ ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଆଜି କାଶ୍ମୀରରେ ଯାହା ଘଟିଛି, ତାହା କାଲି ଓଡିଶା ବା କେରଳରେ ମଧ୍ୟ ଘଟିପାରେ। କୌଣସି ବି ରାଜ୍ୟକୁ କେନ୍ଦ୍ର ସରକାର ବିନା ସମ୍ବିଧାନ ସଂଶୋଧନ ପ୍ରସ୍ତାବରେ କେନ୍ଦ୍ର ଶାସିତ ଅଞ୍ଚଳ କରିଦେଇପାରନ୍ତି। ଯେଉଁ ରାଜ୍ୟରେ କେନ୍ଦ୍ରରେ ଶାସନ କରୁଥିବା ଦଳ ପ୍ରତି ସମର୍ଥନ ନାହିଁ, ସେ ରାଜ୍ୟ ହଠାତ କେନ୍ଦ୍ର ଶାସିତ ହେବାରେ ଆଉ ଅସୁବିଧା ନାହିଁ। ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ଓଡିଶାର ବିଜୁ ଜନତା ଦଳ, ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି ଓ ଦିଲ୍ଲୀର ଆମ ଆଦମି ପାର୍ଟି କୁ ଭବିଷ୍ୟତରେ ଏଥିପାଇଁ ଯଥେଷ୍ଟ ମୂଲ୍ୟ ଦେବାକୁ ପଡିବ।

କାଶ୍ମୀରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର କି ପ୍ରଭାବ ପଡିବ ଓ ଏହି ନିଷ୍ପତ୍ତି ଜାଣିଲା ପରେ କାଶ୍ମୀରବାସୀ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବେ, ତାହା ସହଜରେ କହିହେବ ନାହିଁ। କାଶ୍ମୀର ଆଜି ପୂରା ଭାରତଠୁ ବିଚ୍ଛିନ୍ନ ହୋଇ ରହିଛି। ସେଠି କଣ ଘଟୁଛି,ତାହା ଜାଣିବାର ସୁଯୋଗ କାହା ପାଖରେ ନାହିଁ। ଗୋଟେ ରାଜ୍ୟକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ଆମେ କହୁଛୁ, ଆଜି ବାସ୍ତବରେ କାଶ୍ମୀର ଆମ ସହିତ ମିଶିଲା। ଓଡିଶାର ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ୟ ବଡ ଗଦ ଗଦ ହୋଇ କହିଲେ- ଯା’ ହେଉ, ଆଜି ପ୍ରଥମଥର ଲାଗି କାଶ୍ମୀର ଭାରତ ସହ ପ୍ରକୃତ ଅର୍ଥରେ ମିଶିଲା। ଏହାର ଅର୍ଥ କଣ, ଗତ ୭୦ ବର୍ଷ ଧରି କାଶ୍ମୀର ଆମର ନଥିଲା?

ସଙ୍ଘୀୟ ବ୍ୟବସ୍ଥା କାଶ୍ମୀରରେ ଉଲ୍ଲଂଘନ ହେଲାବେଳେ ଯେଉଁମାନେ ତାଳି ମାରୁଛନ୍ତି, ସେମାନେ ମନେ ରଖନ୍ତୁ, ଦିନେ ଏ ଅବସ୍ଥା ତାଙ୍କ ପାଇଁ ମଧ୍ୟ ଆସିପାରେ। ଅର୍ଥନୈତିକ ସ୍ଵାତନ୍ତ୍ର୍ୟ ଓ ରାଜ୍ୟ ପାଇଁ ଅଧିକ କ୍ଷମତା ଦାବି କରୁଥିବା ବିଜେଡି ଓ ଆପ ଭଳି ଦଳଗୁଡିକ ଏହି ପ୍ରସ୍ତାବକୁ ସମର୍ଥନ କରି ନିଜ ଗୋଡରେ କୁରାଢି ମାରିଛନ୍ତି, ଏକଥା ସେମାନେ ଲେଖିକି ରଖିଥାନ୍ତୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.